Friday, October 4, 2024
Home‘ପରୀ’ ର ଗାଁରେ ଡି. ପୁରନ୍ଦେଶ୍ୱରୀ
Array

‘ପରୀ’ ର ଗାଁରେ ଡି. ପୁରନ୍ଦେଶ୍ୱରୀ

ଭୁବନେଶ୍ୱର: ଭାରତୀୟ ଜନତା ପାର୍ଟି (ବିଜେପି)ର ଓଡ଼ିଶା ପ୍ରଭାରୀ ଡି. ପୁରନ୍ଦେଶ୍ୱରୀ ଆଜି ପୂର୍ବାହ୍ନରେ ବହୁଚର୍ଚ୍ଚିତ ନୟାଗଡ଼ର ଶିଶୁକନ୍ୟା ‘ପରୀ’ର ଗାଁରେ ପହଂଚିଥିଲେ । ନାବାଳିକା ଅମ୍ରିତାସ୍ନେହା ଓରଫ୍ ପରୀ ହତ୍ୟାକାଣ୍ଡକୁ ନେଇ ସେ ଯଦୁପୁର ଗାଁକୁ ଯାଇଥିଲେ । ଓଡ଼ିଶା ଗସ୍ତରେ ୩ ଦିନିଆ ଗସ୍ତ କରିଥିବା ପୁରନ୍ଦେଶ୍ୱରୀ ପରୀର ବାପା ଅଶୋକ ସାହୁ ଓ ମା’ ସୌଦାମିନୀଙ୍କୁ ଭେଟିଥିଲେ । ସାଥୀରେ ଥିଲେ ବିଜେପି ରାଜ୍ୟ ସଭାପତି ସମୀର ମହାନ୍ତି, ବରିଷ୍ଠ ନେତା କନକ ବର୍ଦ୍ଧନ ସିଂଦେଓ, ଲେଖାଶ୍ରୀ ସାମନ୍ତରାୟ, ନୟାଗଡ଼ ଜିଲ୍ଲା ସଭାପତି ଲାଲାମନୋଜ ରାୟ, ସନ୍ତୋଷ ପ୍ରଧାନ, ପୂର୍ବତନ ବିଧାୟକ ପୂର୍ଣ୍ଣଚନ୍ଦ୍ର ନାୟକ, ସିଦ୍ଧାନ୍ତ ଶେଖର ସିଂହ ଓ ଇରାନୀ ରାୟ ।

ଶାସକ ଦଳକୁ ସୁରକ୍ଷା ଦେବ ତଦନ୍ତ: ବିଜେପି

ବିଜେପି ନେତ୍ରୀ ପରୀର ଅଭିଭାବକଙ୍କ ସହିତ କିଛି ସମୟ ପର୍ଯ୍ୟନ୍ତ କଥାବାର୍ତ୍ତା କରିବା ପରେ ଘଟଣା ସଂପର୍କରେ ଅବଗତ ହୋଇଥିଲେ । ଏହା ପରେ ସେ ଯେଉଁସ୍ଥାନରୁ ପରୀର ମୃତଦେହ ଉଦ୍ଧାର ହୋଇଥିଲା, ସେଠାକୁ ଯାଇ ମଧ୍ୟ ପାରିପାଶ୍ୱିର୍କ ଅବସ୍ଥିତି ସଂପର୍କରେ ଜାଣିଥିଲେ । ମନ୍ତ୍ରୀ ତଥା ନୟାଗଡ଼ ବିଧାୟକ ଅରୁଣ ସାହୁ ଇସ୍ତଫା ଦିଅନ୍ତୁ ବୋଲି ପୁରନ୍ଦେଶ୍ୱରୀ ଦାବି କରିଥିଲେ । ଆହୁରି ମଧ୍ୟ ସେ କହିଥିଲେ ଯେ, କ୍ରାଇମବ୍ରାଞ୍ଚ କିମ୍ବା ଏସ୍‌ଆଇଟି ଦ୍ୱାରା ଘଟଣାର ତଦନ୍ତ କରାଗଲେ ପରୀ ପରିବାକୁ ନ୍ୟାୟ ମିଳିବା ଆଶା କମ ଦେଖାଯାଉଛି । ତେଣୁ ଘଟଣାର ସିବିଆଇ ତଦନ୍ତ କରାଯାଉ

ଖେଳୁଥିବା ବେଳେ ନିଖୋଜ ଥିଲା ପରୀ

ଗାଁ ଦାଣ୍ଡରେ ଖେଳୁଥିବା ସମୟରେ ପରୀ ନିଖୋଜ ହୋଇଯାଇଥିଲା । ଏହା ଥିଲା ଗତ ଜୁଲାଇ ୧୪ ତାରିଖର ଘଟଣା । ପରିବାର ଲୋକେ ଝିଅକୁ ନପାଇବାରୁ ଥାନାରେ ଏତଲା ଦେଇଥିଲେ । ପରେ ପରୀର ମୃତଦେହ ଜୁଲାଇ ୨୩ରେ ମିଳିଥିଲା । ସେହିଦିନ ଠାରୁ ପୁଲିସ ଘଟଣାର ତଦନ୍ତ କରୁଛି । କିନ୍ତୁ ହତ୍ୟାକାରୀ କିଏ, ତାହା ଜଣାପଡ଼ି ନାହିଁ । ଗତ ୨୪ ତାରିଖରେ ପରୀର ବାପା-ମା’ ଆତ୍ମହୁତି ଉଦ୍ୟମ କରିବା ପରେ ରାଜ୍ୟ ସରକାର କ୍ରାଇମବ୍ରାଞ୍ଚ ଓ ଏସଆଇଟି ଗଠନ କରି ତଦନ୍ତ କରିବାକୁ କହିଛନ୍ତି ।

ପରୀ ଘଟଣାକୁ ନେଇ ରାଜନୈତିକ ଉଷ୍ନତା

ନାବାଳିକା ପରୀ ମୃତ୍ୟୁ ଘଟଣାକୁ ନେଇ ରାଜନୈତିକ ଦଳ ଓ ସଂଗଠନମାନେ ଆନ୍ଦୋଳନ କରିଛନ୍ତି । ବିଜେପି ମହିଳା ମୋର୍ଚ୍ଚା ଭୁବନେଶ୍ୱର ସର୍କିଟ ହାଉସ ସମ୍ମୁଖରେ ରାଜ୍ୟ ସରକାରଙ୍କ ବିରୋଧରେ ଶ୍ଲୋଗାନ ଦେଇଥିଲେ । ସେହିପରି ବାରିପଦାରେ କେଶରୀଆ ହିନ୍ଦୁ ବାହିନୀ ପକ୍ଷରୁ ମଧ୍ୟ ମନ୍ତ୍ରୀ ଅରୁଣ ସାହୁଙ୍କୁ ମନ୍ତ୍ରୀ ପଦରୁ ଇସ୍ତଫା ଦାବି କିରିଥିଲା । ରାଜ୍ୟ କଂଗ୍ରେସ ପ୍ରଭାରୀ ଏ. ଚେଲ୍ଲାକୁମାର ପରୀର ବାପା-ମା’ଙ୍କୁ ଭେଟି ଘଟଣା ଦିନର ସମସ୍ତ ତଥ୍ୟ ସଂପର୍କରେ ଅବଗତ ହୋଇଥିଲେ । ଚେଲ୍ଲାକୁମାରଙ୍କ ସହିତ ପିସିସି ସଭାପତି ନରଂଜନ ପଟ୍ଟନାୟକ, ବରିଷ୍ଠ କଂଗ୍ରେସ ନେତା ନରସିଂହ ମିଶ୍ର ପ୍ରମୁଖ ଥିଲେ । ମୁଖ୍ୟମନ୍ତ୍ରୀ ଇସ୍ତଫା ଦିଅନ୍ତୁ ବୋଲି ନରସିଂହ ଦାବି କରିଥିଲେ ।

ପ୍ରଭାରୀ ହେବା ପରେ ପୁରନ୍ଦେଶ୍ୱରୀଙ୍କ ପ୍ରଥମ ଗସ୍ତ

ଭାରତୀୟ ଜନତା ପାର୍ଟି ପୂର୍ବତନ କେନ୍ଦ୍ରମନ୍ତ୍ରୀ ଡି ପୂରନ୍ଦେଶ୍ୱରୀଙ୍କୁ ଗତ ୧୩ ତାରିଖରେ ଓଡ଼ିଶା ପ୍ରଭାରୀ ଭାବେ ନିଯୁକ୍ତି ଦେଇଥିଲା । ପ୍ରଭାରୀ ଦାୟିତ୍ୱ ନେବା ପରେ ସେ ପ୍ରଥମ ଥର ପାଇଁ ଓଡ଼ିଶା ଗସ୍ତରେ ଆସିଛନ୍ତି । ସେ ଡିସେମ୍ବର ୧୨ ତାରିଖ ଯାଏଁ ଓଡ଼ିଶାରେ ରହିବେ । ଏହି ସମୟ ମଧ୍ୟରେ ଦଳୀୟ କର୍ମୀଙ୍କ ସହିତ ଗୁରୁତ୍ୱପୂର୍ଣ୍ଣ ଆଲୋଚନା କରିବେ । ଦଳୀୟ ନେତାଙ୍କ ସହିତ ଆଲୋଚନା କରି ସଂଗଠନକୁ ଆହୁରି ମଜବୁତ କରିବା ପାଇଁ ତୃଣମୂଳ ସ୍ତରରେ କ’ଣ ପଦକ୍ଷେପ ନିଆଯାଇପାରିବ, ସେ ନେଇ ମଧ୍ୟ ପରାମର୍ଶ ଦେବେ ।

RELATED ARTICLES

LEAVE A REPLY

Please enter your comment!
Please enter your name here

Most Popular

Recent Comments