Wednesday, September 18, 2024
Homeପାକିସ୍ତାନର ଏହି ପୁରୁଣା ମନ୍ଦିର ପୁଣି ଝଲସିବ!
Array

ପାକିସ୍ତାନର ଏହି ପୁରୁଣା ମନ୍ଦିର ପୁଣି ଝଲସିବ!

ନୂଆଦିଲ୍ଲୀ: ମୁସଲିମ ବହୁଳ ରାଷ୍ଟ୍ର ପାକିସ୍ତାନରେ ମନ୍ଦିରର ମରାମତି ହେବ। ଯେଉଁଠି ପ୍ରତିଟି ସମୟରେ ହିନ୍ଦୁ ଧର୍ମାବଳମ୍ବୀଙ୍କୁ ଏକ ଭିନ୍ନ ଦୃଷ୍ଟିରେ ଦେଖାଯାଏ ଓ ମନ୍ଦିର ଉପରେ କାଳି ବୋଳାଯାଇଥାଏ, ସେହିଭଳି ଏକ ରାଷ୍ଟ୍ରରେ ମନ୍ଦିରର ମରାମତି କରାଯିବା ନିଶ୍ଚିତ ଭାବେ ସ୍ବାଗତଯୋଗ୍ୟ ପଦକ୍ଷେପ। ସରକାର ଓ ସ୍ଥାନୀୟ ପ୍ରଶାସନର ଉନ୍ନତ ଚିନ୍ତାଧାରା ଯୋଗୁଁ ଏହା ସମ୍ଭବ ହେବାକୁ ଯାଉଛି। ମନ୍ଦିର ମରାମତି ନେଇ ଖବର ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ସତ ବୋଲି ଜାତୀୟ ଗଣମାଧ୍ୟମର ରିପୋର୍ଟରୁ ଜଣାଯାଇଛି।

ଆମେ ଅନେକ ଖବର ପଢ଼ିଛେ ଯେ, ପାକିସ୍ତାନରେ ହିନ୍ଦୁ ମନ୍ଦିରଗୁଡ଼ିକ ଭଙ୍ଗାଯାଉଛି। ଏହା ୫୦ ବର୍ଷ କିମ୍ବା ଶହ ଶହ ବର୍ଷର ଘଟଣା ନୁହେଁ। ଏକବିଂଶ ଶତାଦ୍ଦୀରେ ମନୁଷ୍ୟ ସଭ୍ୟତା ସୂଚନା ଓ ପ୍ରଯୁକ୍ତିବିଦ୍ୟାର ଯୁଗରେ ଅବସ୍ଥାପିତ ହୋଇଥିଲେ ମଧ୍ୟ ସମାଜରେ ବସବାସ କରୁଥିବା କିଛି ଖଳ ପ୍ରକୃତିର ଲୋକଙ୍କୁ ଯୋଗୁଁ ଧାର୍ମିକ ଭାବନାକୁ ଆଘାତ ଦେଇଥାନ୍ତି ଏବଂ ଏଭଳି ଲୋକଙ୍କର ପାଇଁ ସମଗ୍ର ରାଷ୍ଟ୍ର ବିଦେଶରେ ବଦନାମ ହୋଇଥାଏ। ତେବେ ବିଗତ ଦିନର ଇତିହାସ ଯଦି ଦେଖିବା, କରାଚୀରେ ସର୍ବାଧିକ ହିନ୍ଦୁ ମନ୍ଦିରକୁ ଟାର୍ଗେଟ କରାଯାଇଛି।

ବାଲ୍ମିକୀ ମନ୍ଦିର ମରାମତି

ପାକିସ୍ତାନର ଲାହୋର ସହରରେ ୧୨୦୦ ବର୍ଷର ପୁରୁଣା ମନ୍ଦିର ‘ବାଲ୍ମିକୀ ମନ୍ଦିର’ର ମରାମତି କାମ ହେବ । ଏହି ମନ୍ଦିରରେ ପୂଜା କରିବା ପାଇଁ ହିନ୍ଦୁମାନଙ୍କୁ  ଦୀର୍ଘ ଦିନ ଧରି ସଂଗ୍ରାମ କରିବାକୁ ପଡ଼ିଥିଲା। ସଂଖ୍ୟାଲଘୁମାନଙ୍କର ପୂଜାସ୍ଥଳୀ ଉପରେ ନଜର ରଖିଥିବା ସଂଘୀୟ ସଂସ୍ଥା ଇଭେକ୍ୟୁଇ ଟ୍ରଷ୍ଟ ପ୍ରପର୍ଟି ବୋର୍ଡ (ଇଟିପିବି) ଲାହୋରର ପ୍ରସିଦ୍ଧ ଅନାରକଲୀ ବଜାର ନିକଟରେ ଥିବା ବାଲ୍ମିକୀ ମନ୍ଦିର ଜବରଦଖଲ ଗତ ମାସରେ ଇସାଇ ପରିବାର ଠାରୁ ନେଇଥିଲେ । ଲାହୋରରେ କୃଷ୍ଣମନ୍ଦିର ବ୍ୟତୀତ ବାଲ୍ମିକୀ ମନ୍ଦିର ଖୋଲା ରହିଥାଏ । ହିନ୍ଦୁ ଧର୍ମ ଗ୍ରହଣ କରିଥିବା ଦାବି କରିଥିବା ଇସାଇ ପରିବାର ବିଗତ ୨୦ ବର୍ଷ ଧରି କେବଳ ବାଲ୍ମିକୀ ଜାତିର ହିନ୍ଦୁମାନଙ୍କୁ ମନ୍ଦିର ପୂଜାର କରିବାକୁ ଦେଉଥିଲେ । ଇଟିପିବିର ମୁଖପାତ୍ର ଅମିର ହାଶମୀ କହିଛନ୍ତି ଯେ, ଆଗାମୀ ଦିନରେ ମାଷ୍ଟର ପ୍ଲାନ ଭାବେ ବାଲ୍ମିକୀ ମନ୍ଦିରର ମରାମତି କାମ ହେବ ।

ବାବ୍ରୀ ଘଟଣା ବେଳେ ବାଲ୍ମିକୀ ମନ୍ଦିରକୁ ଆକ୍ରମଣ

ଉତ୍ତରପ୍ରଦେଶର ଅଯୋଧ୍ୟାରେ ୧୯୯୨ ମସିହାରେ ବାବ୍ରୀ ମସଜିଦ୍ ଭଙ୍ଗାରୁଜା ସମୟରେ ପାକିସ୍ତାନରେ ବ୍ୟାପକ ଭାବେ ମନ୍ଦିରଗୁଡ଼ିକ ଭଙ୍ଗାରୁଜା ହୋଇଥିଲା। ଏହି ସମୟରେ ବାଲ୍ମିକୀ ମନ୍ଦିରକୁ ମଧ୍ୟ ଟାର୍ଗେଟ କରାଯାଇଥିଲା। ଏହି ମନ୍ଦିରରେ ଭଗବାନ କୃଷ୍ଣ ଓ ବାଲ୍ମିକୀ ମୂର୍ତ୍ତି ଭଙ୍ଗାଯାଇଥିଲା । ଏହା ବ୍ୟତୀତ ମନ୍ଦିରରେ ନିଆଁ ଲଗାଯାଇଥିଲା । ସେହି ଦିନଠାରୁ ମନ୍ଦିର ଜରାଜୀର୍ଣ୍ଣ ଅବସ୍ଥାରେ ପଡ଼ିଥିଲା। ଏବେ ଏହାର ମରାମତି ହେବା ନେଇ ଗଣମାଧ୍ୟମରେ ଖବର ପ୍ରକାଶ ପାଇଲା ପରେ ପାକିସ୍ତାନର ସଂଖ୍ୟାଲଘୁମାନଙ୍କ ମଧ୍ୟରେ ଉତ୍ସାହ ଦେଖାଯାଇଛି।

ବାଂଲାଦେଶରେ ବି ଆକ୍ରମଣ

ଭଗବାନ କୌଣସି ସ୍ବତନ୍ତ୍ର ଗୋଷ୍ଠୀର ଲୋକଙ୍କ ପାଇଁ ନୁହଁନ୍ତି। କିନ୍ତୁ ଲୋକଙ୍କର ମାନସିକତା ଯୋଗୁଁ ବିଶ୍ବରେ ଏଭଳି ଭାବନା ସୃଷ୍ଟି ହୋଇଛି। ମନପସନ୍ଦରେ ଲୋକେ ନିଜର ଉପାସନା ସ୍ଥାନ ପ୍ରତିଷ୍ଠା କରୁଛନ୍ତି। କିନ୍ତୁ ଅତ୍ୟାଧୁନିକ ଯୁଗରେ ଧର୍ମ ନାଁରେ ହିଂସା କରାଯିବା ଏକ ଘୃଣ୍ୟ କାମ କୁହାଯିବ। ପ୍ରମାଣ ଯଦିଓ ନାହିଁ, ତଥାପି କୁହାଯାଇଥାଏ ଯେ, ଅଷ୍ଟମ ଶତାଦ୍ଦୀ ଠାରୁ ବିଶ୍ବବ୍ୟାପୀ ହିନ୍ଦୁ, ବୌଦ୍ଧ ଓ ଜୈନମାନଙ୍କର ୪୭ ହଜାର ମନ୍ଦିର ଭଙ୍ଗାଯାଇଛି। ଏହି ଧର୍ମକୁ ବିରୋଧ କରି ଅନ୍ୟ ଏକ ଧର୍ମର ଲୋକେ ମନ୍ଦିରଗୁଡ଼ିକ ଭଙ୍ଗାରୁଜା କରିଛନ୍ତି। ୧୯୯୨ରେ ବାଂଲାଦେଶର ଚିତାଗଂଗ ଜିଲ୍ଲାର ଫତିକଚାରି ଓ ମିରେଶ୍ବରୀ ଗାଁରେ ୧୧ଟି ହିନ୍ଦୁ ମନ୍ଦିର ଭଙ୍ଗାଯାଇଥିଲା। ସେହି ସମୟରେ ୧୦ ଜଣଙ୍କୁ ହତ୍ୟା କରାଯାଇଥିଲା।

RELATED ARTICLES

LEAVE A REPLY

Please enter your comment!
Please enter your name here

Most Popular

Recent Comments