ଭୁବନେଶ୍ୱର: ପାକିସ୍ତାନରେ ପ୍ରେମର ନୂଆ ରଂଗ ଲାଗିଛି । ଏଠାକାର ଯୁବକଙ୍କ ପ୍ରତି ଆକର୍ଷିତ ହୋଇ ବିଦେଶିନୀମାନେ ପହଂଚିଯାଉଛନ୍ତି । ସୋସିଆଲ ମିଡିଆରୁ ଚିହ୍ନିଥିବା ପାକିସ୍ତାନୀ ଯୁବକଙ୍କ ସାଥୀ ହୋଇ ରହିବାକୁ ଚାହିଁଛନ୍ତି ଭାରତୀୟ ଓ ଚୀନ ଯୁବତୀ । ଅଳ୍ପ କିଛି ଦିନ ମଧ୍ୟରେ ଏଭଳି ପରିସ୍ଥିତି ଦେଖାଯାଇଥିବା ଗଣମାଧ୍ୟମରେ ଖବା ପ୍ରକାଶିତ ହୋଇଛି । ସିମା ହାଇଦର ଓ ଅଂଜୁଙ୍କ ଭଳି ସୀମା ଅତିକ୍ରମ କରି ଚୀନର ଜଣେ ଯୁବତୀ ପାକିସ୍ତାନୀ ଯୁବକଙ୍କ ସହିତ ସ୍ନାପଚାଟର ଜାଲରେ ପଡ଼ି ବିବାହ କରିବାକୁ ପାକିସ୍ତାନର ଖାଇବର ପଖତୁନଖାରେ ପହଂଚିଛନ୍ତି । ଉଭୟଙ୍କର ବନ୍ଧୁତା ସାମାଜିକ ଗଣମାଧ୍ୟମ ମାଧ୍ୟମରେ ହୋଇଥିଲା । ପରେ ଏହା ପ୍ରେମରେ ପରିଣତ ହୋଇଥିଲା । ଚୀନ ଯୁବତୀ ହେଲେ ଗାଓ ଫେଙ୍ଗ୍ । ଚୀନ ଯୁବତୀ ଫେଙ୍ଗ୍ ଗତ ସପ୍ତାହରେ ୩ ମାସ ଯାତ୍ରୀ ଭିସା ନେଇ ପାକିସ୍ତାନର ଗିଲଗିଟ ରାସ୍ତାରେ ଇସଲାମାବାଦରେ ପହଂଚିଥିଲେ । ୨୧ ବର୍ଷୀୟ ଯୁବତୀଙ୍କୁ ୧୮ ବର୍ଷୀୟ ଜାଭେଦ ନିଜ ସାଥିରେ ନେଇଛନ୍ତି, ଯିଏ ଆଫଗାନିସ୍ତାନର ସୀମା ସନ୍ମିକଟ ଆଦିବାସୀ ଜିଲ୍ଲା ବାଜୌର ନିବାସୀ ଅଟନ୍ତି ।
ସୀମାକୁ ଲାଗିଥିବା ବାଜୌର ଜିଲ୍ଲାରେ ସୁରକ୍ଷା ସ୍ଥିତିକୁ ଦୃଷ୍ଟିରେ ରଖି ଜାଭେଦ ଫେଙ୍ଗକୁ ନିଜ ଗୃହନଗର ଯିବା ବଦଳରେ ଲୋଅର ଦୀର ଜିଲ୍ଲା ସମରବାଗ ତହସିଲରେ ନିଜର ମାମୁଙ୍କ ଘରକୁ ଯିବାକୁ କୁହାଯାଇଛି । ପୁଲିସ କହିବା ଅନୁସାରେ ଗତ ୩ ବର୍ଷ ମଧ୍ୟରେ ସ୍ନାପଚାଟ ଜରିଆରେ ଉଭୟଙ୍କର ସଂପର୍କ ଆରମ୍ଭ ହୋଇଥିଲା । ପରେ ଏହା ପ୍ରେମରେ ପରିବର୍ତ୍ତନ ହୋଇଥିଲା । ଜାଭେଦଙ୍କ ସଂପର୍କୀୟ ଇଜ୍ଜୁତୁଲ୍ଲା କହିଛନ୍ତି ଯେ, ଗାଓ ଇସଲାମ ଧର୍ମ ଗ୍ରହଣ କରିବା ପରେ ବୁଧବାର ଜାଭେଦଙ୍କ ସହିତ ନିକାହ କରିଛନ୍ତି ଏବଂ ତାଙ୍କର ନାମ କିସ୍ୱା ରଖାଯାଇଛି ।
ପାକିସ୍ତାନ ଗଲେ ଚୀନ ଯୁବତୀ
ଜାଭେଦ ବାଜୌର ଡିଗ୍ରି କଲେଜରେ କମ୍ପ୍ୟୁଟ ସାଇନ୍ସ ପାଠ ପଢ଼ୁଛନ୍ତି ଓ ଚୀନରେ ଗାଓଙ୍କ ସହିତ କୋର୍ଟରେ ବିବାହ କରିବେ । ଗାଓ କିଛି ଦିନ ପରେ ଚୀନ ଫେରିଯିବେ । ଜାଭେଦ ପାକିସ୍ତାନରେ ରହିବେ । ସେ ପାକିସ୍ତାନରେ ନିଜ ଶିକ୍ଷା ପୂରା କରିବା ପରେ ଚୀନ ଯିବେ । ଏଥି ପାଇଁ ପାଖାପାଖି ୧ ବର୍ଷ ଲାଗିପାରେ । ଏହା ପୂର୍ବରୁ ଗାଓଙ୍କ ସମରବାଗରେ ରହିବା ସମୟରେ ଲୋଅର ଦୀର ଜିଲ୍ଲାର ପୁଲିସ ଅଧିକାରୀ ଜିୟାଉଦ୍ଦୀନ ଗଣମାଧ୍ୟମକୁ କହିଥିଲେ ଯେ, ଉଭୟଙ୍କର ପୂରା ସୁରକ୍ଷା ବ୍ୟବସ୍ଥା କରାଯାଇଥିଲା । ମାତ୍ର ମହରମ ଓ ଆଞ୍ଚଳିକ ସୁରକ୍ଷା କାରଣରୁ ସେମାନଙ୍କୁ ଏଣେତେଣେ ବୁଲିବାକୁ ଅନୁମତି ଦିଆଯାଇ ନଥିଲା ।
ପାକିସ୍ତାନରେ ଭାରତୀୟ ଯୁବତୀ
ପ୍ରେମକୁ ଖୋଜିବା ପାଇଁ ପାକିସ୍ତାନ ଯିବା ଖବର ଏମିତି ଏକ ସମୟରେ ଆସିଛି, ଯେଉଁ ସମୟରେ ଭାରତୀୟ ଯୁବତୀଙ୍କୁ ନେଇ ପୂରା ଗଣମାଧ୍ୟମରେ ଜୋରଦାର ଚର୍ଚ୍ଚା ହେଉଛି । ରାଜସ୍ଥାନର ୩୪ ବର୍ଷୀୟ ବିବାହିତ ମହିଳା ଅଂଜୁ ପାକିସ୍ତାନ ପହଞ୍ଚି ଯାଇଛନ୍ତି । ଅଂଜୁ ନିଜର ୨୯ ବର୍ଷୀୟ ପାକିସ୍ତାନୀ ବନ୍ଧୁ ନସରୁଲ୍ଲାଙ୍କୁ ଭେଟିବା ପାଇଁ ଖାଇବର ପଖତୁନଖାର ଅପର ଦୀର ଜିଲ୍ଲା ଯାତ୍ରା କରିଥିଲେ । ସେ ଫେସବୁକ ମାଧ୍ୟମରେ ପ୍ରଥମେ ଯୋଗାଯୋଗ କରିଥିଲେ । ପରେ ଅଂଜୁ ଇସଲାମ ଧର୍ମ ଗ୍ରହଣ କରିଥିଲେ ବୋଲି ଗଣମାଧ୍ୟମରେ ଖବର ପ୍ରକାଶିତ ହେଉଛି। ନସରୁଲ୍ଲାଙ୍କୁ ବିବାହ କରି ନିଜର ନାମ ଫାତିମା କରିଥିଲେ। ଅନ୍ୟପଟରେ ପାକିସ୍ତାନରେ ବସି ଅଂଜୁ ସେହି ସବୁ ଦାବିକୁ ଖଣ୍ଡନ କରିଛନ୍ତି ଯାହାକୁ ନେଇ ଉଭୟ ଭାରତ ଓ ପାକିସ୍ତାନରେ ବେଶ ଚର୍ଚ୍ଚା ହେଉଛି । ଅଂଜୁ କହିଛନ୍ତି ସେ ନିଜ ବନ୍ଧୁଙ୍କୁ ଭେଟିବାକୁ ପାକିସ୍ତାନ ଆସିଛନ୍ତି । ସବୁ ବୈଧ ଦସ୍ତାବିଜ ସହ କିଛି ଦିନ ପାଇଁ ପାକିସ୍ତାନରେ ରହିବାକୁ ଆସିଛନ୍ତି ଓ ଖୁବ ଶିଘ୍ର ଭାରତ ଫେରିବେ ।
ଜୀବନର ଗତିପଥ ବଦଳାଉଛି ସାମାଜିକ ଗଣମାଧ୍ୟମ
ଅଜଣା ଲୋକଙ୍କ ସହିତ ବନ୍ଧୁତା ସ୍ଥାପନ କରିବାରେ ସାମାଜିକ ଗଣମାଧ୍ୟମର ବଳିଷ୍ଠ ଭୂମିକା ରହୁଛି । ଅନେକଙ୍କର ଜୀବନ ପଥ ବଦଳାଇ ଦେଉଛି। ଏହାରି ମାଧ୍ୟମରେ ଜଣେ ଅନ୍ୟକୁ ଆଭ୍ୟନ୍ତରୀଣ ଭାବେ ନ ହେଲେ ମଧ୍ୟ ବାହ୍ୟଜଗତରୁ ଜାଣିବାକୁ ପାଉଛନ୍ତି । ସାମାଜିକ ଗଣମାଧ୍ୟମର ପ୍ରୋଫାଇଲକୁ ଦେଖି ବ୍ୟକ୍ତି ସହିତ ବନ୍ଧୁ ବାନ୍ଧୁଛନ୍ତି । ଏହା ଯେତେବେଳେ ନିବିଡ଼ ହେଉଛି, ପ୍ରେମ ଓ ବିବାହରେ ପରିଣତ ହେଉଛି । ୪ଟି ସନ୍ତାନର ଜନନୀ ସୀମା ଗୁଲାମ ହାଇଦର ୨୨ ବର୍ଷୀୟ ହିନ୍ଦୁ ବ୍ୟକ୍ତି ସଚିନ ମୀନାଙ୍କ ସହିତ ରହିବା ପାଇଁ ଭାରତ ପଳାଇ ଆସିଛନ୍ତି । ସେ ୨୦୧୯ରେ ପବ୍ଜୀ ଖେଳିବା ସମୟରେ ସଚିନଙ୍କ ସହିତ ସଂପର୍କରେ ଆସିଥିଲେ । ସଚିନ ଦିଲ୍ଲୀ ଉପକଣ୍ଠ ଗ୍ରେଟର ନୋଏଡାର ରବୁପୁରା ଅଂଚଳରେ ରୁହନ୍ତି । ସେ ଏକ ଷ୍ଟୋରରେ ଚାକିରି କରନ୍ତି ।