Tuesday, September 17, 2024
Homeପିଏମ ସ୍ୱାନିଧି ଯୋଜନା: ପୁଣି ଅଣ୍ଟା ସଳଖାଇବେ ୩ ଲକ୍ଷ ରାସ୍ତାକଡ଼ର ବ୍ୟବସାୟୀ
Array

ପିଏମ ସ୍ୱାନିଧି ଯୋଜନା: ପୁଣି ଅଣ୍ଟା ସଳଖାଇବେ ୩ ଲକ୍ଷ ରାସ୍ତାକଡ଼ର ବ୍ୟବସାୟୀ

ନୂଆଦିଲ୍ଲୀ: କେନ୍ଦ୍ର ସରକାର ପିଏମ୍ ସ୍ୱାନିଧି ଯୋଜନା ଶୁଭାରମ୍ଭ କରିଛନ୍ତି । କରୋନା ଭାଇରସ ସଂକ୍ରମଣ ପରେ ବ୍ୟବସାୟ ହରାଇଥିବା ଅଥବା ଘୋର ପ୍ରଭାବିତ ହୋଇଥିବା ରାସ୍ତାକଡ଼ର ବ୍ୟବସାୟୀଙ୍କୁ ଏହି ଯୋଜନାରେ ସାମିଲ କରି ସେମାନଙ୍କୁ ମଜବୁତ କରିବାକୁ ଲକ୍ଷ୍ୟ ରଖିଛନ୍ତି । ଏଥି ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଭିଡିଓ କନଫେରନ୍ସିଂ ଜରିଆରେ ୩ ଲକ୍ଷ ରାସ୍ତାକଡ଼ର ବ୍ୟବସାୟୀଙ୍କୁ ଋଣ ପ୍ରଦାନ କରିଛନ୍ତି । ରାସ୍ତାକଡ଼ର ବ୍ୟବସାୟୀଙ୍କୁ ୧୦ ହଜାର ଟଙ୍କା ଲେଖାଏଁ ଋଣ ମିଳିପାରିଛି । ଏହି ଋଣ ଟଙ୍କା ବ୍ୟବସାୟୀମାନଙ୍କୁ କିସ୍ତି ଆକାରରେ ଏକ ବର୍ଷ ମଧ୍ୟରେ ଫେରସ୍ତ କରିବାକୁ ହେବ ।

ପ୍ରଧାନମନ୍ତ୍ରୀ ମୋଦୀ କ’ଣ କହିଲେ

-ମଧ୍ୟପ୍ରଦେଶର ରାୟସେନ ଜିଲ୍ଲାର ପରିବା ବିକାଳି ଚଗନଲାଲ ଦଳଚାନ୍ଦ ଓ ତାଙ୍କର ପତ୍ନୀ ଡିଜିଟାଲ ପେମେଣ୍ଟରେ ଆର୍ଥିକ କାରବାର କରୁଛନ୍ତି ।
-ଜଣେ ବ୍ୟବସାୟୀଙ୍କୁ ପରାମର୍ଶ ଦେଇଛନ୍ତି, ପ୍ଲାଷ୍ଟିକ ବୋତଳ ବଦଳରେ ମାଟି ପାତ୍ର ବ୍ୟବହାରରୁ ପାଣି ପିଅନ୍ତୁ ।
-ପିଏମ ସ୍ୱାନିଧି ଯୋଜନା ହେଉଛି କାଗଜପତ୍ର ବିହୀନ ଋଣ କାର୍ଯ୍ୟକ୍ରମ । ବ୍ୟବସାୟୀମାନେ ଡିଜିଟାଲ ପେମେଣ୍ଟବ୍ୟବହାର କରନ୍ତୁ ।
-ପିଏମ ସ୍ୱାନିଧି ଯୋଜନା ଲୋକଙ୍କର ଜୀବନରେଖାକୁ ପରିବର୍ତ୍ତନ କରିଛି । ଜୀବନକୁ ସରସ ସୁନ୍ଦର କରି ଗଢ଼ିତୋଳିଛି ।
-ଆଗ୍ରାର ଜଣେ ଫଳ ବ୍ୟବସାୟୀ ପ୍ରୀତିଙ୍କ ସକ କଥା ହୋଇ ପଚାରିଛନ୍ତି, ଲକଡାଉନ ସମୟରେ ସେ କେଉଁ ଅସୁବିଧାର ସମ୍ମୁଖୀନ ହୋଇଥିଲେ ।
-ଭାରତ ଆଜି ଆତ୍ମନିର୍ଭର ହେବା ସବୁଠୁ ବଡ଼ ଗୁରୁତ୍ୱ ବିଷୟ । ଏବେ ଆମକୁ ଜାଣିବାକୁ ମିଳୁଛି ଯେ, ସଂକଟ ସମୟରୁ କେମିତି ବର୍ତ୍ତିବା ।
-ଏକଦା ସମୟ ଥିଲା ରାସ୍ତାକଡ଼ର ବ୍ୟବସାୟୀ ବ୍ୟାଙ୍କକୁ ଯାଇପାରୁ ନଥିଲେ । କିନ୍ତୁ ଏବେ ବ୍ୟାଙ୍କ ତାଙ୍କ ପାଖକୁ ଯାଉଛି । ସେମାନଙ୍କୁ ମୁଁ ଶୁଭେଚ୍ଛା ଜଣାଉଛି ।
-କରୋନା ମହାମାରୀ ସମୟରେ ଗରିବ ଓ ହିତାଧିକାରୀଙ୍କୁ ସହଯୋଗ କରିଥିବା ବ୍ୟାଙ୍କ କର୍ମଚାରୀଙ୍କୁ ଶୁଭେଚ୍ଛା ଜଣାଉଛି ।

ଋଣ ପାଇଁ ଉତ୍ତର ପ୍ରଦେଶରେ ୫ ଲକ୍ଷ ୫୭ ହଜାର ଆବେଦନକାରୀ

ପିଏମ୍ ସ୍ୱାନିଧି ଯୋଜନାରୁ ଋଣ ପାଇବା ଲାଗି ଉତ୍ତର ପ୍ରଦେଶ ସରକାରଙ୍କୁ ୫ ଲକ୍ଷ ୫୭ ହଜାର ରାସ୍ତାକଡ଼ର ବ୍ୟବସାୟୀ ଋଣ ସହାୟତା ମାଗିଛନ୍ତି । ଦେଶର ଅନ୍ୟ କୌଣସି ରାଜ୍ୟରେ ଏତେ ପରିମାଣରେ ରାସ୍ତାକଡ଼ର ବ୍ୟବସାୟୀ ଋଣ ପାଇଁ ଆବେଦନ କରିନାହାନ୍ତି ।

କରୋନାରେ ଲକ୍ଷାଧିକ କ୍ଷୁଦ୍ର ବ୍ୟବସାୟୀ ପ୍ରଭାବିତ

ମାର୍ଚ୍ଚ ମାସ ଠାରୁ ଦେଶ କରୋନା ଭାଇରସ ପାଇଁ ଲକଡାଉନ ହେବା ପରେ ଲକ୍ଷାଧିକ କ୍ଷୁଦ୍ର ବ୍ୟବସାୟୀ, ଯେଉଁମାନେ କି ରାସ୍ତାକଡ଼ରେ ବେପାର କରି ପରିବାର ପୋଷୁଥିଲେ, ଘୋର ଅସୁବିଧାର ସମ୍ମୁଖୀନ ହୋଇଛନ୍ତି । ବିନା ରୋଜଗାରରେ ଘରେ ବସି ଖାଇବା ଦ୍ୱାରା ସାହୁକାର ଓ ମହାଜନ ପାଖରୁ ଋଣ ଆଣି ବ୍ୟାପକ ଆର୍ଥିକ ସଂକଟ ଦେଇ ଗତି କରୁଛନ୍ତି ।

ରାସ୍ତାକଡ଼ର ବ୍ୟବସାୟୀଙ୍କ ପାଇଁ ୫୦୦୦ କୋଟି ମଂଜୁର

କେନ୍ଦ୍ର ସରକାର ପିଏମ ସ୍ୱାନିଧି ଯୋଜନାରେ ରାସ୍ତାକଡ଼ର ବ୍ୟବସାୟୀଙ୍କୁ ଆର୍ଥିକ ସହଯୋଗ କରିବାକୁ ଚାହୁଁଛନ୍ତି । ଏଥିପାଇଁ ସେମାନଙ୍କର ଲାଗି ୫୦୦୦ କୋଟି ଟଙ୍କା ମଂଜୁର କରିଛନ୍ତି । ଏହି ଯୋଜନା ମୁତାବକ ହିତାଧିକାରୀମାନଙ୍କୁ ୭ ପ୍ରତିଶତ ସୁଧରେ ୧୦ ହଜାର ଟଙ୍କା ଋଣ ଦେବେ । ଏକ ବର୍ଷ ମଧ୍ୟରେ କିସ୍ତି ଆକରରେ ଏହି ଋଣ ଟଙ୍କା ଫେରାଇବାକୁ ହେବ ।

RELATED ARTICLES

LEAVE A REPLY

Please enter your comment!
Please enter your name here

Most Popular

Recent Comments