ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଭଗବାନ ଶିବଙ୍କୁ ବହୁତ ପାଆନ୍ତି। ଶିବ ଭକ୍ତିରେ ନିଜକୁ ସଂପୂର୍ଣ୍ଣ ଭାବରେ ସମର୍ପିତ କରିଦିଅନ୍ତି। ୨୦୧୪ ମସିହାରେ ମୋଦୀ ପ୍ରଧାନମନ୍ତ୍ରୀ ହେବା ପରେ ଏପର୍ଯ୍ୟନ୍ତ ୫ଥର କେଦାରନାଥ ଧାମରେ ପହଞ୍ଚିଛନ୍ତି। ମୋଦୀ ଯେତେବେଳେ କୌଣସି ଏକ ନୂଆ କାମ କରିବାକୁ ଯାଆନ୍ତି, ଏହା ପୂର୍ବରୁ କେଦାରନାଥଙ୍କୁ ସ୍ମରଣ କରନ୍ତି। ପ୍ରଧାନମନ୍ତ୍ରୀ ମୋଦୀ ଶୁକ୍ରବାର ପୂର୍ବାହ୍ନରେ କେଦାରନାଥଙ୍କୁ ପୂଚାର୍ଚ୍ଚନା, ରୁଦାଭିଷେକ, କରିଛନ୍ତି ଓ ଆରତୀ ଦେଇଛନ୍ତି। ଏଥି ସହିତ ମୋଦୀ ଭଗବାନ କେଦାରଙ୍କୁ ଚାଦର ଚଢ଼ାଇଛନ୍ତି। ବରଫାଚ୍ଛନ୍ନ ପାହାଡ଼ରେ ମୋଦୀ ଗୁମ୍ଫା ଭିତରେ ବହୁ ସମୟ ଧରି ଧ୍ୟାନମଗ୍ନରେ ବସିଛନ୍ତି। ରାଷ୍ଟ୍ରୀୟ ରାଜଧାନୀ ନୂଆଦିଲ୍ଲୀ ଠାରୁ ୪୫୨ କିଲୋମିଟର ଦୂରରେ ଅବସ୍ଥିତ ପବିତ୍ର ଧାର୍ମିକ ସ୍ଥଳୀ କେଦାରନାଥ ପୀଠରେ ପ୍ରଧାନମନ୍ତ୍ରୀ ମୋଦୀ ସକାଳ ୮ଟାରେ ପହଞ୍ଚିଥିଲେ।
ପ୍ରଧାନମନ୍ତ୍ରୀ ମୋଦୀ ନବନିର୍ମିତ ମୂଳ ଶଙ୍କରାଚାର୍ଯ୍ୟଙ୍କ ପ୍ରତିମା ଉନ୍ମୋଚନ କରିଛନ୍ତି। ଏହି ମୂର୍ତ୍ତିର ନିର୍ମାଣ କାର୍ଯ୍ୟ ୨୦୧୯ରେ ଆରମ୍ଭ ହୋଇଥିଲା। ୧୩ ଫୁଟ ଉଚ୍ଚ ଓ ୩୫ ଟନ୍ ଓଜନର ଏହି ମୂର୍ତ୍ତିକୁ ନିର୍ମାଣ କରିବା ପାଇଁ କାରିଗରମାନେ ବହୁତ ପରିଶ୍ରମ କରିଥିଲେ। ସୂଚନାଯୋଗ୍ୟ, ୨୦୧୩ ମସିହାରେ କେଦାରନାଥରେ ବଡ଼ଧରଣର ପ୍ରାକୃତିକ ବିପର୍ଯ୍ୟୟ ଆସିଥିଲା। ଏହି ବିପର୍ଯ୍ୟୟରେ କେଦାରନାଥର ବ୍ୟାପକ ହୋଇଯାଇଥିଲା। ପର୍ଯ୍ୟଟକଙ୍କୁ ଆକର୍ଷିତ କରୁଥିବା ଦେଶର ଅନ୍ୟତମ ଲୋକପ୍ରିୟ ଆଧ୍ୟାତ୍ମିକ ଓ ପ୍ରକୃତିକ ସୌନ୍ଦର୍ଯ୍ୟରେ ପରିପୂର୍ଣ୍ଣ ସ୍ଥାନଟି ଶ୍ରୀହୀନ ହୋଇଯାଇଥିଲା। କେଦାରନାଥ ବିପର୍ଯ୍ୟୟର ପାଖାପାଖି ୧ ବର୍ଷ ପରେ ନରେନ୍ଦ୍ର ମୋଦୀ ଦେଶର ପ୍ରଧାନମନ୍ତ୍ରୀ ହୋଇଥିଲେ। ମୋଦୀ ପ୍ରଥମ ଗସ୍ତ ପରଠାରୁ କେଦାରନାଥରେ ଏପର୍ଯ୍ୟନ୍ତ ଏକାଧିକ ପ୍ରକଳ୍ପର ବିକାଶ କାମ ଜାରି ରହିଛି। ଏହାରି ମଧ୍ୟରେ ମୋଦୀ ୨୫୦ କୋଟି ଟଙ୍କା ବିନିଯୋଗରେ ନିର୍ମିତ ବିଭିନ୍ନ ପ୍ରକଳ୍ପର ଲୋକାର୍ପଣ କରିଛନ୍ତି। ସେହିପରି ୧୫୦ କୋଟି ଟଙ୍କା ପ୍ରକଳ୍ପର ଶିଳାନ୍ୟାସ କରିଛନ୍ତି। କେଦାରନାଥର ସମସ୍ତ ବିକାଶମୂଳକ କାର୍ଯ୍ୟ ଶେଷ ହେବା ପରେ ଦର୍ଶକ ଓ ପର୍ଯ୍ୟଟକଙ୍କୁ ଆକର୍ଷିତ କରିବ।
ମୋଦୀଙ୍କ କାର୍ଯ୍ୟକ୍ରମ ଲାଇଭ୍
କେଦାରନାଥରେ ପହଂଚିବା ପରେ ମୋଦୀଙ୍କୁ ଉତ୍ତରାଖଣ୍ଡ ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀ ସ୍ବାଗତ କରିଥିଲେ। ପୂଜାର୍ଚ୍ଚନା ପରେ ଆଦି ଶଙ୍କରାଚାର୍ଯ୍ୟଙ୍କ ପ୍ରତିମାକୁ ଉନ୍ମୋଚନ କରିଥିଲେ। ଏହା ପରେ ମନ୍ଦିର ସାମ୍ନାରେ ନିର୍ମିତ ମୁଖ୍ୟ ମଂଚରେ ସମ୍ବୋଧିତ କରିଥିଲେ।ମୋଦୀଙ୍କ କେଦାରନାଥ କାର୍ଯ୍ୟକ୍ରମକୁ ଲାଇଭ୍ କରାଯାଇଥିଲା। ଏହାକୁ ଦେଶର ଜଣାଶୁଣା ଆଧ୍ୟାତ୍ମିକ ସ୍ଥଳ ସହିତ ଯୋଡ଼ାଯାଇଥିଲା। ମୋଦୀ କେଦାରନାଥରେ ବିଭିନ୍ନ କାର୍ଯ୍ୟକ୍ରମର ଲୋକାର୍ପଣ କରୁଥିବା ବେଳେ ଏହାର ସିଧାପ୍ରସାରଣ କରାଯାଇଥିଲା।
କେଦାରନାଥରୁ ମୋଦୀଙ୍କ ସମ୍ବୋଧନ
‘ଜୟ ବାବା କେଦାର, ଜୟ ବାବା କେଦାର’ରୁ ମୋଦୀଙ୍କ ଅଭିଭାଷଣ ଆରମ୍ଭ ହୋଇଥିଲା। ଆମ ଦେଶ ବିଶାଳ ଓ ମହାନ ଋଷି ପରଂପରା ରହିଛି। ଭାରତର କୋଣ ଅଣୁକୋଣରେ ମୁନି ଋଷିମାନେ ଆଧ୍ୟାତ୍ମିକ ଚେତନାକୁ ଜାଗ୍ରତ କରୁଛନ୍ତି। ବାବା କେଦାରନାଥଙ୍କ ଶରଣରେ ଯେତେବେଳେ ଆସିଛି, ଏଠାକାର କୋଣ କୋଣରେ ଜଡ଼ିତ ହୋଇଯାଇଥାଏ। ଏଠାକାର ପରିବେଶ ଭିନ୍ନ ଅନୁଭୂତି ପ୍ରଦାନ କରିଥାଏ। କାଲି ସୈନିକଙ୍କ ସହିତ ଦୀପାବଳି ପାଳନ କରିଥିଲି, ଆଜି ସୈନିକଙ୍କ ଜନ୍ମଭୂମିକୁ ଆସିଛି। ଆଦି ଶଙ୍କରାଚାର୍ଯ୍ୟ ଚାରିଧାମକୁ ସ୍ଥାପନା କରିଥିଲେ। ସେହିପରି ଦ୍ବାଦଶ ଜ୍ୟୋର୍ତିଲିଙ୍ଗକୁ ନୂଆ ପରିଚୟ ଦେଇଥିଲେ। ମାନବ ଜାତିର କଲ୍ୟାଣ ପାଇଁ ନିଜକୁ ସମର୍ପିତ କରିଥିଲେ।
ଭଗବାନଙ୍କ କୃପାରୁ ସବୁ ସମ୍ଭବ
ପ୍ରାକୃତିକ ବିପର୍ଯ୍ୟୟରେ କେଦାରନାଥରେ ଯାହା କ୍ଷତି ହୋଇଥିଲା, ତାହା କହିବାକୁ ଗଲେ ଅକଳ୍ପନୀୟ। ଏକଦା ଚିନ୍ତା କରାଯାଉଥିଲା ଯେ, କ’ଣ କେଦାରନାଥ ପୁନଃଜୀବନ ପାଇବ। କିନ୍ତୁ ମୋ ମନ କହୁଥିଲା ପୂର୍ବାପେକ୍ଷା ଅଧିକ ଆକର୍ଷଣୀୟ ହୋଇପାରିବ ବୋଲି ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି। କିନ୍ତୁ ଏହି ବିକାଶ କାମ ଭଗବାନ କୋଦରଙ୍କ ଆଶୀର୍ବାଦ ଯୋଗୁଁ ସମ୍ଭବ ହୋଇପାରିଛି। ଏହି ଆଦି ଭୂମିରେ ଶାଶ୍ବତ ସହିତ ଆଧିନିକତାର ସ୍ପର୍ଶ ଦିଆଯାଇଛି। ଭଗବାନଙ୍କ କୃପାର ଏହା ହେଉଛି ଫଳ।
ଆଦି ଶଙ୍କରାଚାର୍ଯ୍ୟଙ୍କ ବାଣୀ
ଯିଏ କଲ୍ୟାଣ କରେ ସେ ହେଉଛନ୍ତି ଶଙ୍କର। ଋଷି ଶଙ୍କର ଜନସାଧାରଣଙ୍କ କଲ୍ୟାଣରେ ନିଜକୁ ସମର୍ପିତ କରିଥିଲେ। ନିଜର ଚେତନାକୁ ଭାରତ ଓ ବିଶ୍ବ ପାଇଁ ସମର୍ପିତ କରିଥିଲେ। ଭାରତ ଯେତେବେଳେ ନିଜର ଅଖଣ୍ଡତାକୁ ହରାଉଥିଲା, ସେହି ସମୟରେ ଶଙ୍କରାଚାର୍ଯ୍ୟ ଦେଖୁଥିଲେ। ରାଗ-ମୋହ, କ୍ରୋଧ, ଲୋଭକୁ ତ୍ୟାଗ କରିବାକୁ ହେବ। ଆଦି ଶଙ୍କରାଚାର୍ଯ୍ୟ କହିଛନ୍ତି ଯେ, ଜାତିଭେଦ ଠାରୁ ଦୂରରେ ରହିବା ଆମ ପରଂପରା ରହିଛି।