Friday, October 4, 2024
Homeପୂରଣ ହେଲା ୩୬ ବର୍ଷର ସ୍ୱପ୍ନ, ସୁବର୍ଣ୍ଣରେଖାରୁ ପାଣି ପାଇଲେ ଚାଷୀ
Array

ପୂରଣ ହେଲା ୩୬ ବର୍ଷର ସ୍ୱପ୍ନ, ସୁବର୍ଣ୍ଣରେଖାରୁ ପାଣି ପାଇଲେ ଚାଷୀ

ଭୁବନେଶ୍ୱର: ବର୍ଷାର ଅଭାବରେ ଚାଷୀକୁଳ ସ୍ୱର୍ଗକୁ ଅନାଇ ବସିଛି । ଦୀର୍ଘ ଦେଢ଼ ମାସ ହେବ ନିଅଣ୍ଟିଆ ବର୍ଷା ହୋଇଥିବାରୁ ରାଜ୍ୟର ଲକ୍ଷାଧିକ ଚାଷୀ ହାତବାନ୍ଧି ବସିଛନ୍ତି । ରାଜ୍ୟରେ ଜଳସେଚନ ବ୍ୟବସ୍ଥା ପର୍ଯ୍ୟାପ୍ତ ପରିମାଣରେ ନଥିବାରୁ ଚାଷକାମରେ ବାଧା ପହଂଚୁଛି । କିନ୍ତି ରାଜ୍ୟ ସରକାର ମୟୂରଭଂଜ ଜିଲ୍ଲାବାସୀଙ୍କୁ ଆଶ୍ୱସ୍ତି ଦେଇଛନ୍ତି । ମୟୂରଭଂଜ ଜିଲ୍ଲାର ଲକ୍ଷାଧିକ ଚାଷୀଙ୍କ ଦୀର୍ଘ ଦିନର ସ୍ୱପ୍ନ ପୂରା ହୋଇଛି । ବର୍ଷ ୧୯୮୪ ମସିହାରେ ଆରମ୍ଭ ହୋଇଥିବା ସୁବର୍ଣ୍ଣରେଖା ଅତିରିକ୍ତ ଜଳସେଚନ ପ୍ରକଳ୍ପକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଜୁଲାଇ ୧୯ ତାରିଖରେ ଲୋକାର୍ପଣ କରିଛନ୍ତି । ମୁଖ୍ୟମନ୍ତ୍ରୀ ଭିଡିଓ କନଫରେନସିଂ ଜରିଆରେ ଭୁବନେଶ୍ୱରରୁ ଏହି ପ୍ରକଳ୍ପର ଉଦ୍‌ଘାଟନ କରିଛନ୍ତି । ବାରିପଦାର କାଠପାଳ ନିକଟସ୍ଥ କୁରୁଡିହି ଠାରେ ଜଳସେଚନ ପାଇଁ ଗେଟ ଖୋଲାଯାଇଛି ।

ବିଳମ୍ବରେ ହେଉ ପଛେ ମୟୂରଭଂଜ ଜିଲ୍ଲାର ଲକ୍ଷାଧିକ ଚାଷୀଙ୍କୁ ସୁବର୍ଣ୍ଣରେଖା ଜଳ ପ୍ରକଳ୍ପରୁ ପାଣି ମିଳିଛି । ଜିଲ୍ଲାର ୧୫ ହଜାର ୩୫୯ ହେକ୍ଟର ଜମିରେ ଜଳସେଚନ ହେବ । ଏହି ପ୍ରକଳ୍ପରୁ ବାରିପଦା, ମୋରଡ଼ା, ରାସଗୋବିନ୍ଦପୁର, ଶୁଳିଆପଦା ଏବଂ ବେତନଟୀ ବ୍ଲକର ୯୪ଟି ଗାଁର ଜମିକୁ ପାଣି ମାଡ଼ିବ । ଚାଷୀଙ୍କ ଖେତରେ ସୁନା ଫଳିବ । ଚାଷୀମାନଙ୍କର ରୋଜଗାର ବଢ଼ିବା ସହିତ ସେମାନଙ୍କର ରୋଜଗାର ବଢ଼ିବ । ସୁବର୍ଣ୍ଣରେଖା ଜଳସେଚନ ପ୍ରକଳ୍ପରୁ ୧୧ ଶହ କିଲୋମିଟର କେନାଲ ମାଧ୍ୟମରେ ଚାଷୀଙ୍କ ପାଖକୁ ପାଣିମାଡ଼ିବ । ସେଥିରୁ ଏପର୍ଯ୍ୟନ୍ତ କିଛି ଶେଷ ହୋଇଥିବା ବେଳେ ଅନ୍ୟ ସ୍ଥାନରେ ନିର୍ମାଣ କାମ ଜାରି ରହିଛି ।

ସୁବର୍ଣ୍ଣରେଖା ପ୍ରକଳ୍ପ: ଜୀବନରେଖା

ସୁବର୍ଣ୍ଣରେଖା ଜଳସେଚନ ପ୍ରକଳ୍ପ ହେଉଛି ମୟୂରଭଂଜ ଜିଲ୍ଲାବାସୀଙ୍କ ପାଇଁ ଜୀବନରେଖା । ଜିଲ୍ଲାର ସର୍ବବୃହତ୍ତ ନଦୀ ଉପରେ ମୟୂରଭଂଜବାସୀଙ୍କ ଜୀବନ ନିର୍ଭର କରିଥାଏ । କାରଣ ସୁବର୍ଣ୍ଣରେଖା ନଦୀର ଜଳ ଚାଷୀଙ୍କୁ ପାଣି ଯୋଗାଇବା ସହିତ ଏଠାରୁ ମତ୍ସ୍ୟଜୀବୀମାନେ ମାଛ ଧରି ଏହାକୁ ବଜାରରେ ବିକ୍ରି କରି ପରିବାର ପୋଷିଥାନ୍ତି । ଏହି ପ୍ରକଳ୍ପ ମାଧ୍ୟମରେ ଜିଲ୍ଲାର ସାରସକଣା, ବାଙ୍ଗିରିପୋଷୀ, କୁଳିଅଣା, ବାରିପଦା, ଶ୍ୟାମାଖୁଣ୍ଟା, ବଡ଼ସାହି, ଶୁଳିଆପଦା ଓ ମୋରଡ଼ାର ୨୦ ହଜାରରୁ ଅଧିକ ହେକ୍ଟରକୁ ଜଳସେଚନ ସୁବିଧା ହୋଇପାରିଛି । ଏହାରି ମଧ୍ୟରେ ଅତିରିକ୍ତ ୧୫ ହଜାର ୩୫୯ ହେକ୍ଟର ଜମିକୁ ଜଳସେଚନ ସୁବିଧା ଦିଆଯାଇଛି । ସରକାର ୨୦୨୪ ସୁଦ୍ଧା ଏହି ପ୍ରକଳ୍ପର କାର୍ଯ୍ୟ ଶେଷ କରିବାକୁ ଲକ୍ଷ୍ୟ ରଖିଛନ୍ତି ।

ମୟୂରଭଂଜ ଓ ବାଲେଶ୍ୱର ଚାଷୀ ଉପକୃତ

ପ୍ରକଳ୍ପର ଶୁଭାରମ୍ଭ ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି, ଆଜି ମୟୂରଭଂଜ ଏବଂ ସାରା ଓଡ଼ିଶା ପାଇଁ ଏଖ ଖୁସିର ଦିନ । ସୁବର୍ଣ୍ଣରେଖା ଜଳସେଚନ ପ୍ରକଳ୍ପର କେନାଲ ସିଷ୍ଟମରୁ ୧୫ହଜାର ୩୫୯ ହେକ୍ଟର ଚାଷ ଜମିକୁ ପାଣି ଛଡ଼ାଯାଇଛି । ମୟୂରଭଂଜର ଜମିରେ ସୁନାର ଫସଲ ଫଳିବ । ସୁବର୍ଣ୍ଣରେଖା ଜଳସେଚନ ପ୍ରକଳ୍ପ ଦ୍ୱାରା ମୟୂରଭଂଜ ଓ ବାଲେଶ୍ୱରର ୧.୦୯ ଲକ୍ଷ ହେକ୍ଟର ଜମିକୁ ଜଳସେଚନର ସୁବିଧା ମିଳିବ ।

ଜଳସେଚନକୁ ପ୍ରଥମିକତା: ମୁଖ୍ୟମନ୍ତ୍ରୀ

ମୁଖ୍ୟମନ୍ତ୍ରୀ ନବୀନ କହିଛନ୍ତି ଯେ, ସରକାର ଜଳସେଚନକୁ ପ୍ରାଥମିକତା ଦେଇଛନ୍ତି । ଆଗାମୀ ଖରିଫ ଋତୁରେ ମୟୂରଭଂଜର ଦେଓ ଜଳସେଚନ ପ୍ରକଳ୍ପରୁ ୧୦ ହଜାର ହେକ୍ଟର ଜମିକୁ ପାଣି ଯୋଗାଇ ଦିଆଯିବ । ସେହିପରି ଆଗାମୀ ୨ରୁ ୩ ବର୍ଷ ମଧ୍ୟରେ ସରକାର ୧୫ଟି ଜଳସେଚନ ପ୍ରକଳ୍ପର ନିର୍ମାଣ ଶେଷ କରିବାକୁ ଲକ୍ଷ୍ୟ ରଖିଛନ୍ତି । ସମାହୋରେ ନବୀନ କହିଛନ୍ତି ଯେ, ଜଳ ଏକ ଅମୂଲ୍ୟ ସଂପଦ । ତେଣୁ ଏହାର ସଦ୍‌ବିନିଯୋଗ ହେବା ଦରକାର । ଜଳକୁ ଉପଯୁକ୍ତ ଭାବେ ବ୍ୟବହାର କରି ମାନବ ସମ୍ବଳର ବିକାଶରେ ଲଗାଯାଇପାରିବ । ରାଜ୍ୟ ସରକାର ସବୁବେଳେ ଚାଷୀଙ୍କ ସହିତ ଅଛି । ଚାଷୀଙ୍କ ଉନ୍ନତି ପାଇଁ କାମ କରୁଛି । କାଳିଆ ଯୋଜନାରେ ୬୭ ଲକ୍ଷ ଚାଷୀ ଉପକାର ପାଉଛନ୍ତି । ସରକାରଙ୍କ କୃଷି କଲ୍ୟାଣ କାମ ଯୋଗୁଁ ଚାଷୀ ଆଜି ସମ୍ମାନର ସହ ବଂଚୁଛି । ଚାଷୀକୁ ତାର ଅଧିକାର ଦେବା ପର୍ଯ୍ୟନ୍ତ ଆମେ ଉଦ୍ୟମ ଜାରି ରଖିବୁ ବୋଲି ନବୀନ କହିଛନ୍ତି ।

RELATED ARTICLES

LEAVE A REPLY

Please enter your comment!
Please enter your name here

Most Popular

Recent Comments