Friday, September 13, 2024
Homeପ୍ରେମୀଯୁଗଳଙ୍କ ପାଇଁ କଷ୍ଟ ପାଉଛନ୍ତି ପରିବାର
Array

ପ୍ରେମୀଯୁଗଳଙ୍କ ପାଇଁ କଷ୍ଟ ପାଉଛନ୍ତି ପରିବାର

ଭୁବନେଶ୍ବର: ଜଣେ ପୁରୁଷ ସହିତ ଅନ୍ୟ ଏକ ମହିଳା ଯେତେବେଳେ ସାମାଜିକ ବନ୍ଧନରେ ବାନ୍ଧି ହୋଇଥାଏ, ତାହା ହିଁ ବିବାହ। ଯୁଗ ଯେତେ ବି ଅତ୍ୟାଧୁନିକ ହେଉ ନା କାହିଁକି, ବିବାହର ପରିଭାଷା ହେଉଛି ସ୍ବାମୀ-ସ୍ତ୍ରୀ ମଧ୍ୟରେ ସଂପର୍କକୁ ମଜବୁତ କରିବାର ଏକ ବଳିଷ୍ଠ ମାଧ୍ୟମ। ଜଣେ ଅନ୍ୟର ସୁଖ-ଦୁଃଖରେ ଭାଗିଦାରୀ ହେବ। ଆଉ ଭାରତୀୟ ପରଂପରାରେ ବିବାହ ପରିଭାଷା ପାର୍ଶ୍ଚ୍ୟାତ ଦେଶ ତୁଳନାରେ ଅଧିକ ଗୁରୁତ୍ବପୂର୍ଣ୍ଣ ରହିଛି। ବିଦେଶରେ ବ୍ୟକ୍ତିଙ୍କ ପସନ୍ଦ ପାଇଁ ବିବାହ କରାଯାଉଥିବା ବେଳେ ଆମ ଦେଶରେ ଏକ ସଂପର୍କ ଗଢ଼ିବା ଲାଗି ହେଉଛି। ତେବେ ସମୟ ବଦଳିବା ସହିତ ବିବାହର ଅର୍ଥ ବଦଳି ଯାଇଛି। ଆଜିର ଯୁବପୀଢ଼ି ପାର୍ଶ୍ଚାତ୍ୟ ଦେଶକୁ ଅନୁକରଣ କରି ସାମାନ୍ୟ କଥା କଥାକେ ବୈବାହିକ ସଂପର୍କ ଭାଙ୍ଗି ଦେଉଛନ୍ତି।

ବିଦେଶରେ ଜଣେ ପୁରୁଷ ହେଉ ଅଥବା ମହିଳା, ସେମାନେ ଏକାଧିକ ଥର ବିବାହ କରିଥାନ୍ତି। କଥା କଥାକେ ସେମାନେ ଦାମ୍ପତ୍ୟ ଜୀବନ ଭାଙ୍ଗି ଦେଇଥାନ୍ତି ବିବାହକୁ କେନ୍ଦ୍ର କରି ଥାନାକୁ କ୍ବଚିତ ମାମଲା ଆସିଥାଏ। ସେଠାରେ ଲୋକେ ମନ ଇଚ୍ଛାରେ ସଂପର୍କ ଭାଙ୍ଗନ୍ତି ଆଉ ଗଢ଼ନ୍ତି ମଧ୍ୟ। କିନ୍ତୁ ଭାରତରେ ଏହା ବିଦେଶ ପରି ନୁହେଁ। ଏଠାକାର ଲୋକଙ୍କର ମାନସିକତା ଓ ସରକାରୀ ବ୍ୟବସ୍ଥା ଭିନ୍ନ, ଯେଉଁଥି ପାଇଁ ସ୍ବାମୀ-ସ୍ତ୍ରୀଙ୍କୁ ନେଇ ଲକ୍ଷ ଲକ୍ଷ ମାମଲା କୋର୍ଟରେ ବିଚାର ହେଉଛି। କିନ୍ତୁ କିଛି ମାମଲା ଥାନା କୋର୍ଟକୁ ନଯାଇ ନିଜ ଭିତରେ ସୀମିତ ରଖନ୍ତି। କିନ୍ତୁ ଏସବୁ ଭିତରେ ପ୍ରତିଦିନ ଭଲ ପାଇବା, ଶାରୀରିକ ସଂପର୍କ ରଖିବା ଓ ବିବାହକୁ ନେଇ ଆତ୍ମହତ୍ୟାଭଳି ଘଟଣା ସାଧାରଣ ହୋଇଯାଇଛି। ସତେ ଯେପରି ଏଭଳି ଲୋକଙ୍କ ପାଇଁ ବିବାହ ଏକ ଖେଳଘର ଭଳି। ତେବେ ୨ ଜଣଙ୍କ ଭଲପାଇବା ଓ ସ୍ବାର୍ଥ ପାଇଁ ନିଜ ପରିବାର ଓ ଅନ୍ୟ ପରିବାର ଲୋକଙ୍କ ଆଖିରୁ ଲୁହ ଗଡୁଛି।

ଟୁଙ୍ଗୁରୁ-ବର୍ଷା ବିବାଦ

ରାଜଧାନୀ ଭୁବନେଶ୍ବରସ୍ଥିତ ଏକ ବସ୍ତିରେ ରହୁଥିବା ଜଣେ ଅଟୋ ଚାଳକ ଟୁଙ୍ଗୁରୁ ଭୋଳ ଓ ବିବାହିତା ମହିଳା ବର୍ଷାଙ୍କ ପ୍ରେମ କାହାଣୀକୁ ନେଇ ୟୁଟ୍ୟୁବରମାନେ ପ୍ରବଳ ଟଙ୍କା ରୋଜଗାର କରୁଛନ୍ତି। ଗଂଜାମ ଜିଲ୍ଲା ପାତ୍ରପୁର ଓ ହିଞ୍ଜିଳିକାଟୁ ଅଞ୍ଚଳର ଯୁବକ-ଯୁବତୀଙ୍କ ପ୍ରେମ କାହାଣୀ ନେଇ ରାଜ୍ୟ ସାରା ଚର୍ଚ୍ଚା ହୋଇଛି। ୨୦୨୦ ମସିହାରେ କରୋନା ସମୟରେ ହୋଇଥିବା ପ୍ରଥମ ଦେଖାସାକ୍ଷାତ ପରେ ବର୍ଷାଙ୍କ ପ୍ରେମରେ ପଡ଼ିଯାଇଥିଲେ ଅବିବାହିତ ଯୁବକ ଟୁଙ୍ଗୁରୁ ଭୋଳ। ଏହି ଅଭିଯୋଗ ଆଣିଛନ୍ତି ବର୍ଷା। କିନ୍ତୁ ଟୁଙ୍ଗୁରୁ ଏହାକୁ ଖଣ୍ଡନ କରୁଛନ୍ତି। ସ୍ବାମୀ ଓ ସନ୍ତାନକୁ ଛାଡ଼ି ବର୍ଷା ମଧ୍ୟ ଟୁଙ୍ଗୁରୁଙ୍କୁ ବିବାହ କରିବା ପାଇଁ ନିକଟରେ ଏକ ଥାନାର ଜିଦ୍ ଧରିଥିଲେ, ଯାହାକି ସାମାଜିକ ଗଣମାଧ୍ୟମରେ ଚର୍ଚ୍ଚା ହେଉଛି।  

କନ୍ୟାଦାନ ପୂର୍ବରୁ ଝିଅଙ୍କୁ ଅପହରଣ

ଚଳିତ ମାସ ୨୨ ତାରିଖରେ ବିହାରର ଫଶରବିସଗଂଜ ଜିଲ୍ଲାର ଗୋଢ଼ୀହାରେରେ ଜଣେ ଶ୍ରମିକଙ୍କ ଝିଅର ବିବାହକୁ ନେଇ କାନ୍ଦିଛନ୍ତି। ଶ୍ରମିକ ଜଣକ କନ୍ୟାଦାନ କରିବାର ଅଳ୍ପ ସମୟ ପୂର୍ବରୁ ତାଙ୍କ ଝିଅକୁ ପ୍ରେମିକ ନେଇ ଫେରାର ହୋଇଯାଇଛି। ସବୁଠାରୁ କ୍ଷୋଭର ବିଷୟ ହେଲା ଯେ, ବରଯାତ୍ରୀ ଘର ସାମ୍ନାରେ ପହଞ୍ଚିବା ପୂର୍ବରୁ କନ୍ୟାକୁ ଗାଁର ଜଟେ ଯୁବକ ଅପହରଣ କରିଥିଲା। କନ୍ୟା ଆଉ ନ ଫେରିବାରୁ ବର ଶିଶୁପାଳ ହୋଇ ଫେରିଥିଲା।  ଅପହରଣ କରାଯାଇଛି । ଶୋଭାଯାତ୍ରା ବନ୍ଦ ହୋଇଯାଇଛି । ରଂଗୀନ ଆଲୋକକୁ ବନ୍ଦ କରିଦିଆଯାଇଛି । ସକାଳ ୩ଟା ପର୍ଯ୍ୟନ୍ତ ବରପକ୍ଷ ଲୋକେ କନ୍ୟାକୁ ଅପେକ୍ଷା କଲେ । କିନ୍ତୁ ଅପହରଣକାରୀମାନେ କନ୍ୟାକୁ ଛାଡ଼ି ନଥିଲେ । କନ୍ୟାର ପିତା ସଂଜୟ ପାସୱାନ କହିଛନ୍ତି ଯେ, ସେ ବହୁତ କଷ୍ଟରେ ଝିଅର ବିବାହ ପାଇଁ ବିବାହ ଠିକ୍ କରିଥିଲେ । ସେ ଠେଲାରେ ବ୍ୟବସାୟ କରି ପରିବାର ପୋଷୁଥିଲେ । ସଂପର୍କୀୟଙ୍କ ଠାରୁ କରଜ କରି ବିବାହ କରୁଥିଲେ । ସମସ୍ତ ପ୍ରସ୍ତୁତି ଶେଷ ହୋଇଥିଲା । ସଂପର୍କୀୟମାନେ ଆସିଥିଲେ।  

ଶାଶୁ-ଜ୍ବାଇଁ ପ୍ରେମ!

ସେହିପରି ରାଜସ୍ଥାନର ବାଡମେର ଜିଲ୍ଲାରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ଶାଶୁଙ୍କୁ ନେଇ ଫେରାର ହୋଇଥିବା ଯୁବକ ଆତ୍ମହତ୍ୟା କରିଛି। ଉଭୟଙ୍କ ସଂପର୍କ ମା’-ପୁଅ ଭଳି ହୋଇଥିଲେ ମଧ୍ୟ ଶାଶୁ-ଜ୍ବାଇଁ ନିଜର ହିତାହିତ ଜ୍ଞାନ ଭୁଲିଯାଇଛନ୍ତି। ମହିଳା ଜଣଙ୍କର ନିଜ ଝିଅର ସୁଖ ପ୍ରତି ଆଦୌ ଚିନ୍ତା ନକରି ପଳାୟନ କରିଥିଲେ। ଶେଷରେ ଲୋକଲଜ୍ଜା ଭୟରେ ଆତ୍ମହତ୍ୟା କରିଦେଇଥିଲେ ବୋଲି ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚା ହେଉଛି। କିନ୍ତୁ ସେମାନଙ୍କ (ହୋତାରାମ ଭିଲ (୨୫) ଏବଂ  ନେମାରାମ (୩୮))ର ମୃତୁର କାରଣ ସ୍ପଷ୍ଟ ହୋଇନାହିଁ।

RELATED ARTICLES

LEAVE A REPLY

Please enter your comment!
Please enter your name here

Most Popular

Recent Comments