Monday, October 14, 2024
Homeଅନ୍ୟାନ୍ୟଫ୍ୟୁଚର ରେଡି ଭାରତ - ଓଡ଼ିଶା ସଂସ୍କରଣ ଡଜିଟାଲ ଗଭର୍ଣ୍ଣାନ୍ସ ସମ୍ମିଳନୀ ଆୟୋଜିତ

ଫ୍ୟୁଚର ରେଡି ଭାରତ – ଓଡ଼ିଶା ସଂସ୍କରଣ ଡଜିଟାଲ ଗଭର୍ଣ୍ଣାନ୍ସ ସମ୍ମିଳନୀ ଆୟୋଜିତ

ଭୁବନେଶ୍ୱର,୧୯/୦୫/୨୦୨୩: ଆଜି ଇଲେଟ୍‌ସ ଏବଂ ମାଇକ୍ରୋସପଫ ଇଣ୍ଡିଆ ମିଳିତ ଆନୁକୂଲ୍ୟରେ ଭୁବନେଶ୍ୱରରେ ‘ ଫ୍ୟୁଚର ରେଡି ଭାରତ – ଓଡ଼ିଶା ସଂସ୍କରଣ’ ଅନୁଷ୍ଠିତ ହୋଇଯାଇଛି । ଉଦ୍‌ଘାଟନୀ ଉତ୍ସବରେ ବିଜ୍ଞାନ ଓ ବୈଷୟିକ ମନ୍ତ୍ରୀ ଶ୍ରୀ ଅଶୋକ ଚନ୍ଦ୍ର ପଣ୍ଡା, ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ପ୍ରମୁଖ ଉପଦେଷ୍ଟା ଶ୍ରୀ ଅସିତ ତ୍ରିପାଠୀ, ଇଲେକେଫାନିକ୍ସ ଏବଂ ସୂଚନା ପ୍ରଯୁକ୍ତି ବିଦ୍ୟା ବିଭାଗର ପ୍ରମୁଖ ଶାସନ ସଚିବ ଶ୍ରୀ ମନୋଜ କୁମାର ମିଶ୍ର, ସୂଚନା ଓ ପ୍ରଯୁକ୍ତିବିଦ୍ୟା ବିଭାଗର ଉପଦେଷ୍ଟା ଅନୁଭବ ପଟ୍ଟନାୟକ, ଇଲେଟ୍‌ସ ଟେକ୍ନୋମେଡ଼ିଆ ପ୍ରତିଷ୍ଠାତା ଡଃ. ରବି ଗୁପ୍ତା, ମାଇକ୍ରୋସପଫ ଇଣ୍ଡିଆ ନିର୍ଦ୍ଦେଶକ ଅଭିଷେକ ବୋଷ ଏବଂ ଅନ୍ୟ ପଦାଧିକାରୀମାନେ ଉପସ୍ଥିତ ଥିଲେ ।

ଆଜିର ପ୍ରତିଯୋଗିତାମୂଳକ ଡିଜିଟାଲ୍‌ ଦୁନିଆରେ ବ୍ୟକ୍ତିବିଶେଷ ଓ ସମ୍ପ୍ରଦାୟର ବିକାଶ ପାଇଁ ଗୁଣାତ୍ମକ ଶିକ୍ଷାର ଉପଲବ୍ଧତା ଅତ୍ୟନ୍ତ ଜରୁରୀ। ଏହି ସମାବେଶର ମୁଖ୍ୟ ଶୀର୍ଷକ ଭାବେ ‘ରାଜ୍ୟରେ ଶିକ୍ଷାଦାନ ପ୍ରଣାଳୀ, ବୈଷୟିକ ଶିକ୍ଷା ଏବଂ ଅଭିବୃଦ୍ଧି’  ବିଷୟରେ ଆଲୋକପାତ କରାଯାଇଥିଲା । ଶିକ୍ଷା କ୍ଷେତ୍ରରେ ସକାରାତ୍ମକ ପରିବର୍ତ୍ତନ ଆଣିବା ଏବଂ ଡିଜିଟାଲ୍‌ ଯୁଗର ଆହ୍ୱାନକୁ ନଜରରେ ରଖି ଛାତ୍ରଛାତ୍ରୀମାନଙ୍କ ପ୍ରସ୍ତୁତି ନିମନ୍ତେ କାର୍ଯ୍ୟପନ୍ଥା ନିର୍ଦ୍ଧାରଣ କରିବା ଏହି ଦିନିକିଆ କାର୍ଯ୍ୟକ୍ରମର ମୁଖ୍ୟ ଉଦ୍ଦେଶ୍ୟ ଥିଲା ।

ରାଜ୍ୟ ତଥା ରାଜ୍ୟ ବାହାରୁ ଅନେକ ଶିକ୍ଷାବିତ୍‌, ବୈଷୟିକ ବିଶେଷଜ୍ଞ ଏବଂ ପ୍ରତିଷ୍ଠିତ ବ୍ୟକ୍ତି ଏହି ସମାବେଶରେ ଅଂଶଗ୍ରହଣ କରିଥିଲେ । ଏଥିରେ ଯୋଗ ଦେଇଥିବା ପ୍ରମୁଖ ଅତିଥିମାନେ ନିଜର ସୂଚନାତ୍ମକ ଓ ପ୍ରେରଣାଦାୟୀ ଚିନ୍ତାଧାରା ଉପସ୍ଥାପନ କରିଥିଲେ । ରାଜ୍ୟ ସରକାରଙ୍କ ପ୍ରତିଶ୍ରୁତିବଦ୍ଧତା ପାଇଁ ଓଡ଼ିଶା ଆଜି ଦେଶର ସର୍ବୋତ୍କୃଷ୍ଟ ବୈଷୟିକ କେନ୍ଦ୍ର ଭାବେ ସ୍ୱତନ୍ତ୍ର ପରିଚୟ ପାଇପାରିଛି । ଦେଶର ଅଗ୍ରଣୀ ବୈଷୟିକ ଅନୁଷ୍ଠାନମାନେ ବୈଷେୟିକ ଶିକ୍ଷା କ୍ଷେତ୍ରରେ ଓଡ଼ିଶାକୁ ପ୍ରମୁଖ ରାଜ୍ୟ ଭାବେ ମାନ୍ୟତା ପ୍ରଦାନ କରିଛନ୍ତି (Odisha-Skill Capital of Tech World) । ଏହା ବ୍ୟତୀତ ଓଡ଼ିଶାର ବୈଷୟିକ ଶିକ୍ଷାକ୍ଷେତ୍ରରେ ହୋଇଥିବା ଉନ୍ନତି ସାମୂହିକ ନୁହେଁ ବରଂ ଏହା ଉଲ୍ଲେଖନୀୟ ରୂପାନ୍ତରଣ (Trasformation) ବୋଲି ପ୍ରମୁଖ ଶାସନ ସଚିବ ଶ୍ରୀ ମନୋଜ କୁମାର ମିଶ୍ର ତାଙ୍କ ଅଭିଭାଷଣରେ ଉଲ୍ଲେଖ କରିଥିଲେ ।

ମାଇକ୍ରୋସଫଫ ଇଣ୍ଡିଆର ବିଶେଷଜ୍ଞ ସ୍ୱାତୀ କୌଶଲ ସମସ୍ତଙ୍କ ପାଇଁ ଉପଲବ୍ଧ ଶିକ୍ଷାରେ ପ୍ରଯୁକ୍ତିବିଦ୍ୟାର ଭୂମିକା ଉପରେ ଏକ ଆକର୍ଷଣୀୟ ଉପସ୍ଥାପନା କରିଥିଲେ । ଏହି ଉପସ୍ଥାପନାରେ ସେ ବିବିଧ ଦକ୍ଷତା ଥିବା ବ୍ୟକ୍ତିମାନଙ୍କୁ ସଶକ୍ତ କରିବା କ୍ଷେତ୍ରରେ ପ୍ରଯୁକ୍ତିବିଦ୍ୟାର ଭୂମିକା ଉପରେ ଆଲୋକପାତ କରିଥିଲେ । ଏହି କର୍ମଶାଳାରେ ୪ ଗୋଟି ଶୀର୍ଷକରେ ଆଲୋଚନା କରାଯାଇଥିଲା । ଏଥିରେ ୧୫ରୁ ଊଦ୍ଧ୍ୱର୍ ବକ୍ତା ସେମାନଙ୍କର ଅଭିଜ୍ଞତା ଉପସ୍ଥାପନ କରିଥିଲେ । ବକ୍ତାମାନଙ୍କ ମଧ୍ୟରେ ଏନ୍‌ଆଇସି, ଓଡ଼ିଶାର ଉପମହାନିର୍ଦ୍ଦେଶକ ଡ. ଆର.କେ.ଦାସ, ଓକେସିଏଲ୍‌ର ଏମ୍‌ଡି ମନୋରଞ୍ଜନ ପୁଥାଲ ପ୍ରମୁଖ ଉପସ୍ଥିତ ଥିଲୋ

RELATED ARTICLES

LEAVE A REPLY

Please enter your comment!
Please enter your name here

Most Popular

Recent Comments