Monday, October 14, 2024
Homeଖବରପ୍ରମୁଖ ଖବରବଣଭୋଜି: ଖୁସି ତୁଳନାରେ ସତର୍କତା ଜରୁରୀ

ବଣଭୋଜି: ଖୁସି ତୁଳନାରେ ସତର୍କତା ଜରୁରୀ

ଭୁବନେଶ୍ବର: କ୍ୟାଲେଣ୍ଡର ବର୍ଷ-୨୦୨୨ ସରିଛି। ନୂଆବର୍ଷ-୨୦୨୩କୁ ନେଇ ମନରେ କେତେ ଆଶା ଓ ଉଦ୍ଦୀପନା ଜନ୍ମିଥିବା ବେଳେ ଡିସେମ୍ବର ୨୦୨୨ରେ ଯୁବବର୍ଗ ଭୋଜି ଓ ବଣଭୋଜିରେ ବିତାଇଛନ୍ତି। ମାସର ବୁଧବାର, ଶୁକ୍ରବାର ଓ ରବିବାର ଦିନ ପର୍ଯ୍ୟଟନସ୍ଥଳୀରେ ଭାରି ଗହଳି ଲାଗିଛି। ୨୦୨୩ ଜାନୁଆରି ମାସସାରା ପର୍ଯ୍ୟଟନସ୍ଥଳୀ ଗୁଡ଼ିକରେ ଗହଳି ରହିବ। ଉତ୍ସାହର ମାହୋଲ ଦେଖିବାକୁ ମିଳିବ। ବିଶେଷ କରି ବୁଧବାର, ଶୁକ୍ରବାର ଓ ରବିବାର ଦିନ ଯୁବବର୍ଗର ଲୋକେ ବଣଭୋଜିରେ ମାତିବେ। ତେବେ କ୍ୟାଲେଣ୍ଡରର ୧୨ ମାସ ଯେତେବେଳେ ଶେଷ ହୋଇଯାଏ, ଏହା ପୁଣି ନୂଆବର୍ଷ ନାମରେ ୧୨ଟି ମାସ ଆସିଥାଏ। ଏହାକୁ ନେଇ ମାତ୍ରାଧିକ ଉତ୍ସାହିତ ହେବାର କୌଣସି ଯଥାର୍ଥ ନାହିଁ। ଜୀବନର ପ୍ରତ୍ୟେକ ମୁହୂର୍ତ୍ତକୁ ନୂଆ ରୂପ ଦିଆଯାଇପାରିବ।

ଦାୟିତ୍ବହୀନତା ଯୋଗୁଁ ଦୁର୍ଘଟଣା

ଅବସର ସମୟରେ ନିତ୍ୟକର୍ମମୟ ଜୀବନରୁ ବାହାରି ବାହାରକୁ ବୁଲିଯିବା ବା ବଣଭୋଜି କରିଯିବା ଭଲ କଥା। କିନ୍ତୁ ବାହାରକୁ ଯିବା ପୂର୍ବରୁ ସତର୍କତା ଅବଲମ୍ବନ ପୂର୍ବରୁ ସୁରକ୍ଷିତ ଭାବେ ଘରକୁ ଫେରି ଆସିବା ଆହୁରି ଗୁରୁତ୍ବପୂର୍ଣ୍ଣ ଦାୟିତ୍ବ ହେବା ଦରକାର। କିନ୍ତୁ କ୍ଷୋଭର ବିଷୟ ଯେ, ବିଗତ ଦିନରେ ବଣଭୋଜି ସମୟରେ ରାଜ୍ୟରେ ଅଘଟଣ ଓ ଦୁର୍ଘଟଣା କାରଣରୁ ଅନେକଙ୍କ ଜୀବନ ଯାଇଛି। ସେହିପରି ବହୁଲୋକ ଦୁର୍ଘଟଣାର ଶିକାର ହୋଇ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି। ସବୁଠାରୁ ଗୁରୁତ୍ବପୂର୍ଣ୍ଣ କଥା ହେଲା ଯେ, ବଣଭୋଜିସ୍ଥଳକୁ ଯିବା ଓ ଫେରିବା ସମୟରେ ଦୁର୍ଘଟଣା ଯେପରି ନ ଘଟେ ସେଥି ପ୍ରତି ଯତ୍ନବାନ ହେବା ଦରକାର। ସେହିପରି ବଣଭୋଜିସ୍ଥଳୀରେ ଯେପରି ଅଘଟଣ ନଘଟେ ସେଥିପ୍ରତି ନଜର ରଖାଯିବା ଉଚିତ। ଯେଉଁମାନେ ଭୋଜି କରିବାକୁ ଯାଉଛନ୍ତି, ଭୋିଜିସ୍ଥଳର ଉପଯୁକ୍ତ ହେପାଜତ କରିବା ଦରକାର। ଭୋଜିସ୍ଥଳ ପୂର୍ବରୁ ଯେଉଁଭଳି ଭାବେ ସଫାସୁତୁରା ଥିଲା, ସେହିଭଳି ରଖିବା ଦରକାର।

ସୁରକ୍ଷା ପ୍ରତି ସଚେତନତା ନାହିଁ

ଯୁବ ଗୋଷ୍ଠୀ ଯେତେବେଳେ ବଣଭୋଜି କରିବାକୁ ଯାଉଛନ୍ତି, ପାହାଡ଼ ଉପରେ ସେଲ୍ଫି ନେଉଛନ୍ତି। ଜଳପ୍ରପାତ ଅଥବା ସମୁଦ୍ରରେ ଗାଧୋଉଛନ୍ତି। ଜଙ୍ଗଲ ଭିତରେ ମନଇଚ୍ଛାା ବୁଲୁଛନ୍ତି। କିନ୍ତୁ ସେମାନଙ୍କର ସେଠାରେ ଭୌଗଳିକସ୍ଥିତି ସଂପର୍କିତ ସାଧାରଣଜ୍ଞାନ ନଥାଏ। ଅନ୍ୟପଟରେ ସେମାନଙ୍କ ସୁରକ୍ଷା ସୁନିଶ୍ଚିତ କରିବାକୁ କେହି ନାହାନ୍ତି। ରାଜ୍ୟ ସରକାର ମଧ୍ୟ ବଣଭୋଜି ଓ ପର୍ଯ୍ୟଟନସ୍ଥଳୀରେ ସାଧାରଣ ଜୀବନ ସୁରକ୍ଷା ସୁନିଶ୍ଚିତ କରିବା ପାଇଁ କୌଣସି ସ୍ବତନ୍ତ୍ର ନିୟମ ଜାରି କରିନାହାନ୍ତି ବା ସେଠାରେ ଗାଇଡ ରଖି ନାହାନ୍ତି।

ନିଘା ରଖନ୍ତିନି କର୍ତ୍ତୃପକ୍ଷ

ବଣଭୋଜିରେ ସ୍କୁଲ-କଲେଜ ପିଲାମାନେ ମଧ୍ୟ ଜଡ଼ିତ ରହୁଛନ୍ତି। କିନ୍ତୁ ବିଦ୍ୟାଳୟ, କଲେଜ କର୍ତ୍ତୃପକ୍ଷ ମଧ୍ୟ ପିଲାଙ୍କ ସମ୍ପର୍କରେ ତଥ୍ୟ ରଖୁନାହାନ୍ତି। ଘରୁ ବାହାରିବା ପରେ ଛାତ୍ରଛାତ୍ରୀ ବିଦ୍ୟାଳୟ ଓ ମହାବିଦ୍ୟାଳୟକୁ ଆସିଲେ ନା ଅନ୍ୟ କୁଆଡ଼େ ଗଲେ? ସେ ଖବର କେହି ରଖୁନାହାନ୍ତି। ଏସବୁ ଭିତରେ କିଛି ବର୍ଷ ହେଲା କେଉଁଠି ସମୁଦ୍ରରେ ବୁଡ଼ି ଛାତ୍ରଙ୍କ ଜୀବନ ଗଲାଣି ତ ଆଉ କେଉଁଠି ପାହାଡ଼ରୁ ଖସି କିଏ ଆହତ ହୋଇଛନ୍ତି। ଜଳପ୍ରପାତରେ ମଧ୍ୟ ବହୁ ଲୋକଙ୍କର ଜୀବନ ଯାଇଛି। ପିକ୍ନିକ୍ ଋତୁ ଆରମ୍ଭ ହୋଇଥିବାରୁ ପିଲାମାନଙ୍କ ସୁରକ୍ଷା ନେଇ ପୁଣିଥରେ ପ୍ରଶ୍ନ ଉଠିଛି।

ଡିସେମ୍ବର ୩ୟ ରବିବାର ସ୍ମରଣୀୟ

୨୦୨୩ ମସିହାରେ ବଣଭୋଜିସ୍ଥଳୀରେ ଅନେକଗୁଡ଼ିଏ ଘଟଣା ଦୁର୍ଘଟଣା ଘଟିଛି। ମାତ୍ର ଗତ ୧୭ ତାରିଖ ଦିନ ଘଟିଥିବା ଦୁର୍ଘଟଣା ସ୍ମରଣୀୟ ହୋଇ ରହିବ।  କାରଣ ଘଟଣା ଦିନ ଅପରାହ୍ଣରେ ବଣଭୋଜି ସାରି ଅଟୋରେ ଘରକୁ ଫେରୁଥିବା ବୋଳେ ୨ଟି ପରିବାରର ୫ ଜଣଙ୍କର ମୃତ୍ୟୁ ହୋଇଥିଲା। ସୁନ୍ଦରଗଡ଼ ସଦରଥାନା ଅଧୀନ ବଗିଚାପଡ଼ାର ୨ଟି ପରିମାରର ଲୋକେ ତେଲେନଡିହି ସରସ୍ବତୀ ନାଳକୁ ଭୋଜି କରିବାକୁ ଯାଇଥିଲେ। ସେମାନେ ଅପରାହ୍ଣ ପ୍ରାୟ ସାଢ଼େ ୩ଟାରେ ଭୋଜି ସାରି ଏକ ଅଟୋରେ ଘରକୁ ଫେରୁଥିଲେ। ଫେରିବା ବାଟରେ ସେମାନଭ୍କୁ ଏକ ହାଇୱା ଭାରସାମ୍ୟ ହରାଇ ଶକ୍ତ ଧକ୍କା ଦେଇଥିଲା। ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ, ହାଇୱାଟି ଅଟୋକୁ ଚାପି ଦେଇ ବିଲ ଭିତରକୁ ଓଲଟି ପିଡ଼ିବା ପରେ ଟ୍ରଲିରୁ ଏହାର ଇଞ୍ଜିନ ଛିଣ୍ଡିପଡ଼ି ଅଲଗା ହୋଇଯାଇଥିଲା। ମୃତକମାନେ ଥିଲେ ଟାଉନଥାନା ବଗିଚାପଡ଼ା ନିବାସୀ।

RELATED ARTICLES

LEAVE A REPLY

Please enter your comment!
Please enter your name here

Most Popular

Recent Comments