Wednesday, September 11, 2024
Homeବଦଳୁଛି ରାଉରକେଲା
Array

ବଦଳୁଛି ରାଉରକେଲା

ରାଉରକେଲା: ସ୍ମାର୍ଟ ସିଟି ରାଉରକେଲାର ଅସଲ ଚିତ୍ର ବଦଳିବାରେ ଲାଗିଛି। ରାଉରକେଲା ଉପରେ ଲୋକଙ୍କର ଥିବା ଧାରଣା ଉପର ଦିନକୁ ଦିନ ସନ୍ଦେହ ଦୂର ହେଉଛି। ରାଉରକେଲା ସହର ଦେଶର ସୁନ୍ଦର, ସମୃଦ୍ଧ ଓ ବିକାଶଶୀଳ ଦେଶ ଗୁଡ଼ିକର ତାଲିକାରେ ଯୋଡ଼ି ହେଉଛି। ପୂର୍ବାପେକ୍ଷା ଅପରାଧ, ଚୋରି, ଡକାୟତି, ରାହଜାନୀ ହ୍ରାସ ପାଇବାରେ ଲାଗିଛି। ଏକଦା ରାଉରକେଲାର ନାମ ଶୁଣିଲେ ମନରେ ଭିନ୍ନ ଚିନ୍ତାଧାରା ଆସୁଥିଲା। ଓଡ଼ିଶାର ସୀମାବର୍ତ୍ତୀ ସହର ଏବଂ ଝାଡ଼ଖଣ୍ଡ ଓ ପଶ୍ଚିମବଙ୍ଗରୁ ଅପରାଧୀମାନେ ପଳାୟନ କରି ରାଉରକେଲାରେ ସୁରକ୍ଷିତ ଭାବେ ରହିପାରୁଥିଲେ। ଏହି ଅପରାଧୀମାନେ ବିଭିନ୍ନ ଅସାମାଜିକ କାର୍ଯ୍ୟରେ ଲିପ୍ତ ରହି ରାଉରକେଲାକୁ ଅଧିକ କଳଙ୍କିତ କରୁଥିଲେ ।

ତେବେ ବିଗତ କିଛି ବର୍ଷ ହେବ ରାଉରକେଲା ଦେଶର ବିକଶିତ ସହର ଭିତରେ ଯୋଡ଼ି ହୋଇପାରିଛି। ଇସ୍ପାତ ସହର ନାମରେ ଜଣାଶୁଣା ରାଉରକେଲାରେ ଇସ୍ପାତ କାରଖାନା ଓ ଜାତୀୟ ପ୍ରଯୁକ୍ତିବିଦ୍ୟା ସଂସ୍ଥାନ (ଏନ୍‌ଆଇଟି) ପ୍ରତିଷ୍ଠା ହେବା ପରେ ରାଉରକେଲାକୁ ଦେଶବିଦେଶରୁ ଲୋକେ ଆସୁଛନ୍ତି। ସେ୍‌ଲ ରାଉରକେଲା ଏବଂ ଏନ୍‌ଆଇଟି ବିଶ୍ବର ବିକାଶରେ ମଧ୍ୟ ପ୍ରତକ୍ଷ୍ୟ ଓ ପରୋକ୍ଷା ଭାବେ ଯୋଡ଼ି ହୋଇଯାଇଛି। ରାଉରକେଲାର ହନୁମାନ ବାଟିକା ଓ ବେଦବ୍ୟାସ୍ ଭଳି ପର୍ଯ୍ୟଟନ ସ୍ଥଳୀକୁ ଦୈନିକ ପର୍ଯ୍ୟଟକଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି।

ସୁନ୍ଦର ରାଉରକେଲା

ଏକଦା ଅପରାଧ ପାଇଁ ଜଣାଶୁଣା ଥିବା ରାଉରକେଲା ୨୦୧୫ ମସିହାରେ ସ୍ମାର୍ଟ ସିଟିର ମାନ୍ୟତା ହାସଲ କରିଛି। ସେହିଦିନ ଠାରୁ ରାଉରକେଲା ସହର ଆହୁରି ସୁନ୍ଦର ଭାବେ ଗଢ଼ି ହୋଇଛି। ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ରାଉରକେଲାର ସୌନ୍ଦର୍ଯ୍ୟକରଣ ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି। ସ୍ଥାନୀୟ ପ୍ରଶାସନର ପରିବର୍ତ୍ତିତ ମନୋବୃତ୍ତି ଯୋଗୁଁ ସହରର ବିକାଶ କାମ ତ୍ବରାନ୍ବିତ ହୋଇପାରୁଛି। ସରକାର ଓ ପ୍ରଶାସନ ବ୍ୟତୀତ ସହରର ଅନ୍ୟ ବେସରକାରୀ ସଂସ୍ଥା ମଧ୍ୟ ରାଉରକେଲାକୁ ସ୍ବଚ୍ଛ ରଖିବା ଦିଗରେ କାମ କରୁଛନ୍ତି। ଏପରିକି ବ୍ୟକ୍ତିଗତ ସ୍ତରରେ ମଧ୍ୟ ସହରକୁ ସ୍ବଚ୍ଛତା ରଖିବା ପାଇଁ ପ୍ରୟାସ ଜାରି ରହିଛି।

ସ୍ବଚ୍ଛତା ପାଇଁ ପୁରସ୍କାର

ଏବେ ଭାରତ ସରକାରଙ୍କ ଗୃହ ନିର୍ମାଣ ଏବଂ ସହରାଞ୍ଚଳ ବିକାଶ ମନ୍ତ୍ରାଳୟ  ସୁନ୍ଦରଗଡ଼ ଜିଲ୍ଲାକୁ ରାଜ୍ୟରେ ଶ୍ରେଷ୍ଠ ଜିଲ୍ଲା ଭାବେ ମାନ୍ୟତା ଦେଇଛନ୍ତି । ସହରାଞ୍ଚଳରେ ପରିମଳ ପରିଚାଳନା କ୍ଷେତ୍ରରେ ସଫଳତା ପାଇଁ ସୁନ୍ଦରଗଡ଼କୁ ଏହି ପରିଚୟ ମିଳିଥିବା ବେଳେ ରାଉରକେଲା ‘ଆବର୍ଜନାମୁକ୍ତ ସହର’ ବର୍ଗରେ ଓଡ଼ିଶାର ପ୍ରଥମ ସହର ଭାବେ ‘ୱାନ୍ ଷ୍ଟାର’ ମାନ୍ୟତା ପାଇଛି। ସ୍ୱଚ୍ଛ ସର୍ବେକ୍ଷଣ-୨୦୨୧ରେ ସର୍ବଭାରତୀୟ ସ୍ତରରେ ରାଉରକେଲା ୫୭ତମରେ ରହିଛି। ଏହି କାର୍ଯ୍ୟକ୍ରମରେ ୧ ଲକ୍ଷରୁ ୧୦ ଲକ୍ଷ ଜନସଂଖ୍ୟା ବିଶିଷ୍ଟ ଦେଶର ୩୭୨ଟି ସହରକୁ ସର୍ଭେରେ ସାମିଲ କରାଯାଇଥିଲା।

ସ୍ବଚ୍ଛ ହେଉଛି ରାଉରକେଲା

ବିଗତ କିଛି ବର୍ଷରେ ରାଉରକେଲା ଅଧିକ ସୁନ୍ଦର ଦେଖାଯାଉଛି। ବାହାର ରାଜ୍ୟରୁ ବୁଲିବାକୁ ଆସୁଥିବା ଲୋକେ ଏଠାକାର ସୁନ୍ଦରତାରେ ଆକର୍ଷିତ ହେଉଛନ୍ତି। ଭାରତ ସରକାରଙ୍କ ସ୍ୱଚ୍ଛ ସର୍ବେକ୍ଷଣ ତାଲିକାରେ ରାଉରକେଲା ୨୦୨୦ରେ ୧୫୬ତମ ସ୍ଥାନରେ ଥିଲା ବେଳେ ୨୦୧୯ରେ ୩୫୩ତମ ସ୍ଥାନରେ ରହିଥିଲା। କିନ୍ତୁ ଏବେ ସହରର ପରିମଳ ପରିଚାଳନା କ୍ଷେତ୍ରରେ ଉନ୍ନତି ଆସିଥିବାରୁ ୫୭ତମ ରାଙ୍କରେ ପହଞ୍ଚି ପାରିଛି । ସହରାଞ୍ଚଳରେ ଅତ୍ୟାଧୁନିକ ପରିମଳ ପରିଚାଳନା କ୍ଷେତ୍ରରେ ସୁନ୍ଦରଗଡ଼ ଜିଲ୍ଲା ୫୭.୫୪ ସ୍କୋର କରି ଓଡ଼ିଶାରେ ପ୍ରଥମ ସ୍ଥାନ ହାସଲ କରିଛି। ସ୍ୱଚ୍ଛ ସର୍ବେକ୍ଷଣ-୨୦୨୧ କାର୍ଯ୍ୟକ୍ରମରେ ସୁନ୍ଦରଗଡ଼ ଜିଲ୍ଲା ସହିତ ଦେଶର ୧୩ଟି ରାଜ୍ୟର ୬୫୯ଟି ଜିଲ୍ଲା ଭାଗ ନେଇଥିଲେ ।

ଇନ୍ଦୋର ୧ ନମ୍ବର ସହର

କେନ୍ଦ୍ର ସରକାରଙ୍କ ବାର୍ଷିକ ସ୍ବଚ୍ଛତା ସର୍ଭେକ୍ଷଣରେ ମଧ୍ୟପ୍ରଦେଶର ଇନ୍ଦୋରକୁ ଲଗାତାର ୫ମ ବର୍ଷ ଦେଶର ସବୁଠାରୁ ସ୍ବଚ୍ଛ ସହର ଘୋଷିତ କରାଯାଇଛି। ସ୍ବଚ୍ଛ ସର୍ଭେକ୍ଷଣ ପୁରସ୍କାର ୨୦୨୧ରେ ୨ୟ ସ୍ଥାନ ହାସଲ କରିଛି ଗୁଜରାଟର ସୁରତ। ସେହିଭଳି ଆନ୍ଧ୍ରପ୍ରଦେଶର ବିଜୟୱାଡାକୁ ଏହି ତାଲିକାରେ ୩ୟ ସ୍ଥାନ ମିଳିଛି। ରାଷ୍ଟ୍ରପତି ରାମନାଥ କୋବିନ୍ଦ ଶନିବାର ସ୍ବଚ୍ଛ ସର୍ଭେକ୍ଷଣ ପୁରସ୍କାର ପ୍ରଦାନ କରିଛନ୍ତି।  

RELATED ARTICLES

LEAVE A REPLY

Please enter your comment!
Please enter your name here

Most Popular

Recent Comments