ବର୍ତ୍ତମାନ ସୁଦ୍ଧା ୧.୫ କୋଟିରୁ ଊର୍ଦ୍ଧ୍ଵ ନମୁନା ପରୀକ୍ଷା

0
423

ନୂଆଦିଲ୍ଲୀ: ସାରା ଦେଶରେ ଏପର୍ଯ୍ୟନ୍ତ ୧,୫୪,୨୮,୧୭୦ କୋଭିଡ-୧୯ ନମୁନା ପରୀକ୍ଷା କରାଯାଇଛି। କେବଳ ଗତ ୨୪ ଘଣ୍ଟା ମଧ୍ୟରେ ୩,୫୨,୮୦୧ ନମୁନା ପରୀକ୍ଷା କରାଯାଇଛି। ମିଳିଥିବା ସୂଚନା ଅନୁସାରେ ଏବେ ୧୦ ଲକ୍ଷ ଜନସଂଖ୍ୟାରେ ୧୧୧୭୯.୮୩ ନମୁନା ପରୀକ୍ଷା କରାଯାଉଛି। ବର୍ତ୍ତମାନ ସୁଦ୍ଧା ୧୨୯୦ଟି ପରୀକ୍ଷାଗାରରେ ଏହି ପରୀକ୍ଷଣ କରାଯାଉଛି। ଆଇସିଏମଆର ଦ୍ଵାରା ସ୍ଵୀକୃତ ଆରଟି-ପିସିଆର ପରୀକ୍ଷାଗାର ଅତ୍ୟାଧୁନିକ ନମୁନା ପରୀକ୍ଷଣରେ ମୁଖ୍ୟ ଆୟୁଧ ହୋଇଥିବା ବେଳେ ଦେଶରେ ବର୍ତ୍ତମାନ ସରକାରୀ କ୍ଷେତ୍ରରେ ୮୯୭ ଓ ଘରୋଇ କ୍ଷେତ୍ରରେ ୩୯୩ଟି ପରୀକ୍ଷାଗାର କାର୍ଯ୍ୟ କରୁଛି।

LEAVE A REPLY

Please enter your comment!
Please enter your name here