Wednesday, November 13, 2024
Homeବାତ୍ୟାରେ ଭାସିଗଲା ଲକ୍ଷାଧିକ କଇଁଛଙ୍କ ଅଣ୍ଡା
Array

ବାତ୍ୟାରେ ଭାସିଗଲା ଲକ୍ଷାଧିକ କଇଁଛଙ୍କ ଅଣ୍ଡା

ଭୁବନେଶ୍ୱର: ପ୍ରକୃତିର ଅନ୍ୟତମ ମୂଲ୍ୟବାନ୍‌ ସାମୁଦ୍ରିକ ଜୀବ ଅଲିଭ୍‌ ରିଡ୍‌ଲେଙ୍କ ଜୀବନ ସଂକଟ ଦେଇ ଗତିକରୁଛି। ପ୍ରତିବର୍ଷ ଲକ୍ଷ ଲକ୍ଷ ଅଲିଭ୍‌ ରିଡ୍‌ଲେ ମୃତ୍ୟୁର ସାମ୍ନା କରୁଛନ୍ତି। ଏଥି ପାଇଁ ପ୍ରାକୃତିକ ଓ କୃତ୍ରିମ ଅଘଟଣ ଦାୟୀ ବୋଲି ପ୍ରାଣୀ ବିଶେଷଜ୍ଞ ମତ ଦିଅନ୍ତୁ। ଓଡ଼ିଶାର  ଗଞ୍ଜାମ ଜିଲ୍ଲା ଋଷିକୁଲ୍ୟା ମୁହାଣ ଓ ଚନ୍ଦ୍ରଭାଗା ବେଳାଭୂମିରେ ପ୍ରତିବର୍ଷ ଲକ୍ଷ ଲକ୍ଷ ଅଲିଭ୍‌ ରିଡ୍‌ଲେଙ୍କ ମୃତ୍ୟୁ ହେଉଛି।    ଏଥିରୁ ଲକ୍ଷାଧିକ ଅଲିଭ୍‌ ଜନ୍ମ ନେବା ପୂର୍ବରୁ ମୃତ୍ୟୁ ହୋଇଯାଆନ୍ତି। ଅର୍ଥାତ ଋଷିକୁଲ୍ୟା ମୁହାଣରେ ବିଗତ କିଛି ବର୍ଷ ହେଲା ଜୁଆର ଯୋଗୁଁ ଅଣ୍ଡାଗୁଡ଼ିକ ଭାସି ଯାଉଛି।

ଚଳିତ ବର୍ଷ ଋଷିକୁଲ୍ୟା ମୁହାଣରେ ରେକର୍ଡ଼ ସଂଖ୍ୟକ ଅଲିଭ୍‌ ରିଡ୍‌ଲେ ଗଣଅଣ୍ଡାଦାନ କରିଥିଲେ। ପ୍ରାଣୀ ବିଶେଷଜ୍ଞଙ୍କ କହିବା ଅନୁସାରେ  ପ୍ରାୟ ସାଢ଼େ ୫ଲକ୍ଷରୁ ଅଧିକ କଇଁଛ ଗଣଅଣ୍ଡାଦାନ ପ୍ରକ୍ରିୟାରେ ସାମିଲ ହୋଇଥିଲେ। ଏହି ଅଣ୍ଡାଗୁଡ଼ିକ ଆଉ କିଛିଦିନ ପରେ ଫୁଟି ଛୁଆ ବାହାରିଥାନ୍ତା। ଛୁଆଗୁଡ଼ିକ ସମୁଦ୍ର ଆଡ଼କୁ ମୁହାଁଇଥାନ୍ତେ। ହେଲେ ବାତ୍ୟା ‘ଅସାନି’ ସବୁ ଉଜାଡ଼ି ଦେଇଛି। ବାତ୍ୟା ପ୍ରଭାବରେ ଉଚ୍ଚ ଜୁଆର ଯୋଗୁ ଋଷିକୁଲ୍ୟା ମୁହାଣ ପୁରୁଣାବନ୍ଧରୁ ପୋଡ଼ମ୍ପେଟା ପର୍ଯ୍ୟନ୍ତ ବିଭିନ୍ନ ସ୍ଥାନରେ ସମୁଦ୍ର ପାଣି ବେଳାଭୂମି ଉପରେ ମାଡ଼ିଯାଇଛି। ଫଳରେ, ଲକ୍ଷାଧିକ କିଇଁଛ ଅଣ୍ଡା ନଷ୍ଟ ହୋଇଯାଇଛି। ଏପରିକି ଅଣ୍ଡାଗୁଡ଼ିକ ଜୁଆର ପାଣିରେ ସମୁଦ୍ର ଭିତରକୁ ଭାସି ଯାଇଛି।

ଅଲିଭ୍‌ଙ୍କୁ ନେଇ ସରକାରଙ୍କ ଚିନ୍ତା

ଅଲିଭ୍‌ ରିଡ୍‌ଲେଙ୍କ ସୁରକ୍ଷା ଉପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗୁରୁତ୍ୱ ଦେଇଛନ୍ତି। ବିରଳ ପ୍ରଜାତିର କଇଁଛଙ୍କ ସୁରକ୍ଷା ପାଇଁ ପୂର୍ବରୁ ରାଜ୍ୟ ସରକାର ପଦକ୍ଷେପ ନେଇଛନ୍ତି। ଗତବର୍ଷ କେନ୍ଦ୍ରାପଡ଼ା ଜିଲ୍ଲା ଗହିରମଥାରେ ୧.୪୮ କୋଟି କଇଁଛ ଅଣ୍ଡାରୁ ଛୁଆ ଫୁଟିଥିଲେ। ଓଡ଼ିଶା ଉପକୂଳରେ ବିରଳ ପ୍ରଜାତିର କଇଁଛ ଓ ସେମାନଙ୍କ ବସା ଯେପରି ସୁରକ୍ଷିତ ରହିପାରିବେ ସେଥିପ୍ରତି ଗୁରୁତ୍ୱ ଦେବାକୁ ଆହ୍ଵାନ ଦେଇଛନ୍ତି। ସୂଚନାଯୋଗ୍ୟ ଯେ ଏପ୍ରିଲ ମାସ ଶେଷ ସପ୍ତାହ ଠାରୁ ଗହିରମଥା ସମେତ ଓଡ଼ିଶା ଉପକୂଳର ଅନ୍ୟ ସ୍ଥାନଗୁଡ଼ିକରେ ଅଲିଭ୍‌ ରିଡ୍‌ିଲେ କଇଁଛଙ୍କ ଅଣ୍ଡା ଦାନ ପ୍ରକ୍ରିୟା ଆରମ୍ଭ ହୋଇଥାଏ। ଏହା  ମେ’ ଶେଷ ପର୍ଯ୍ୟନ୍ତ ଚାଲିଥାଏ। ଏହି ପ୍ରକ୍ରିୟା ଶେଷ ପର୍ଯ୍ୟାୟରେ ପହଞ୍ଚିଥିବାରୁ ଅଣ୍ଡା ଓ ଛୁଆଙ୍କ ସୁରକ୍ଷା ଏବେ ଚିନ୍ତାର ବିଷୟ ପାଲଟିଛି। ବସାରେ ଥିବା ଅଣ୍ଡାଗୁଡ଼ିକ ଯେପରି ସୁରକ୍ଷିତ ଭାବେ ଫୁଟିବ ଏବଂ ଛୁଆ ସମୁଦ୍ରକୁ ଯିବେ ସେଥିପ୍ରତି ପ୍ରାଥମିକତା ଦେବାକୁ ରାଜ୍ୟ ସରକାରଙ୍କ ପକ୍ଷରୁ ସମସ୍ତ ବନ ଅଧିକାରୀଙ୍କୁ ନିର୍ଦେଶ ଦିଆଯାଇଛ।

୨୦୨୦ ଅଲିଭ୍‌ଙ୍କ ପାଇଁ ଆଶୀର୍ବାଦ

୨୦୨୦ ମସିହାରେ କୋଭିଡ୍‌-୧୯ କାରଣରୁ ଓଡ଼ିଶା ସମେତ ଦେଶରେ ଯେତେବେଳେ କଟକଣା ଲାଗୁ ହେଲା, ସେହିବର୍ଷ ଅଲିଭ୍‌ ରିଡ୍‌ଲେଙ୍କ ପାଇଁ ଆଶୀର୍ବାଦ ସଦୃଶ ହୋଇଥିଲା। ୭ଲକ୍ଷରୁ ଅଧିକ ଅଲିଭ୍‌ ରିଡ୍‌ଲେ ଓଡ଼ିଶା ଉପକୂଳରେ ଅଣ୍ଡା ଦେଇଥିଲେ। ଟ୍ରଲର୍‌ ମାଡ଼ରେ କଇଁଛଙ୍କ ମୃତ୍ୟୁ ହୋଇନି କି ଦୁର୍ବୃତ୍ତଙ୍କ ଦ୍ୱାରା ଅଣ୍ଡା ଫଟା ଯାଇ ନଥିଲା। କଟକଣା ଯୋଗୁଁ ଲୋକେ ଅଧିକାଂଶ ସମୟ ଘରେ ରହିବା ଯୋଗୁଁ କଇଁଛ ସମେତ ଅନ୍ୟ ପ୍ରାଣୀମାନେ ମଧ୍ୟ ସୁରକ୍ଷିତ ଥିଲେ। ଲକ୍‌ଡାଉନ୍‌ ଯୋଗୁଁ ଲୋକେ ବେଳାଭୂମିକୁ ଯାଉ ନଥିଲେ। ଫଳରେ କଇଁଛମାନେ ସେହିବର୍ଷ ସୁରକ୍ଷିତ ରହିଥିଲେ।

RELATED ARTICLES

LEAVE A REPLY

Please enter your comment!
Please enter your name here

Most Popular

Recent Comments