Monday, October 14, 2024
Homeବାହାରେ ବର୍ଷା-ଭୁସ୍ଖଳନ, ଓଡ଼ିଶାରେ ନିଅଣ୍ଟିଆ ବର୍ଷା
Array

ବାହାରେ ବର୍ଷା-ଭୁସ୍ଖଳନ, ଓଡ଼ିଶାରେ ନିଅଣ୍ଟିଆ ବର୍ଷା

ଭୁବନେଶ୍ୱର: ଆଷାଢ଼ ମାସ ଶେଷ ହୋଇସାରିଛି । କିନ୍ତୁ ଗ୍ରୀଷ୍ମଋତୁ ଭଳି ଗରମ ଅନୁଭୂତ ହେଉଛି । ଆଷାଢ଼ରେ ନିଅଣ୍ଟିଆ ବର୍ଷା ଯୋଗୁଁ ଖରାଦିନ ଭଳି ଲାଗୁଛି । ବିଳମ୍ବରେ ଆସିଥିବା ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ କେବଳ ରାଜ୍ୟବାସୀଙ୍କ ଦୃଦୟକୁ ଛୁଇଁ ଦେଇ ଅନ୍ତଧ୍ୟାନ ହୋଇଯାଇଛି । ଓଡ଼ିଶାମାଟିକୁ ଭଲଭାବରେ ଭିଜାଇପାରି ନାହିଁ । ଏହି କାରଣରୁ ଏବେବି ଗ୍ରୀଷ୍ମଲହରି ଓ ପ୍ରବଳ ଖରା ଜାରି ରହୁଛି । ସନ୍ଧ୍ୟା ସମୟରେ ଅସ୍ତବ୍ୟସ୍ତ ଲାଗୁଛି । ଚାଷୀକୁଳ ଚିନ୍ତାରେ ପଡ଼ିଯାଇଛି । ରାଜ୍ୟର ଅଧିକାଂଶ ସ୍ଥାନରେ ଧାନବୁଣା କାମ ଆରମ୍ଭ ହୋଇପାରି ନାହିଁ । ଏପର୍ଯ୍ୟନ୍ତ ଚାଷ କାର୍ଯ୍ୟ ଯେଉଁଭଳି ଭାବେ ଅଗ୍ରଗ୍ରତି ହେବା କଥା, ତାହା ହୋଇପାରି ନାହିଁ । ବର୍ଷା ହେଉଛି ମୂଳ କାରଣ । ଅନ୍ୟପଟରେ ବାହାର ରାଜ୍ୟରେ ପ୍ରବଳ ବର୍ଷା ହୋଇଛି । ବର୍ଷା ଯୋଗୁଁ ବନ୍ୟା ଓ ଭରବଳନ ଯୋଗୁଁ ଅନେକ ଲୋକଙ୍କର ମୃତ୍ୟୁ ହୋଇସାରିଥିଲା ବେଳେ ଯାତାୟତ ପ୍ରଭାବିତ ହୋଇଛି ।

ଚଳିତ ବର୍ଷ କେରଳକୁ ବିଳମ୍ବରେ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ପହଞ୍ଚି ଥିଲା । କେରଳକୁ ଜୁନ ୯ ତାରିଖରେ ମୌସୁମୀ ଆସିଥିଲା ବେଳେ ଓଡ଼ିଶାରେ ଆହୁରି ଅଧିକ ବିଳମ୍ବ ହୋଇଥିଲା । ରାଜ୍ୟରେ ଜୁନ ୨୦ରେ ପ୍ରଥମ ମୌସୁମୀ ବର୍ଷା ହୋଇଥିଲା । ଏହା ରାଜ୍ୟବ୍ୟାପୀ ସଂପ୍ରସାରିତ ହେବାକୁ ପ୍ରାୟ ୫ ଦିନ ଲାଗିଥିଲା । କିନ୍ତୁ ଅଳ୍ପ କିଛି ସ୍ଥାନରେ ଭଲ ବର୍ଷା ହେବା ପରେ ମୌସୁମୀର ବଡ଼ଧରଣର ପ୍ରଭାବ ରହି ନଥିଲା । ଫଳରେ କମ୍ ପରିମାଣର ବର୍ଷା ମାଟିକୁ ଭେଦ କରିପାରି ନଥିଲା । ଏହି କାରଣରୁ ଚାଷୀଙ୍କ ସମେତ ସମସ୍ତେ ବର୍ଷାକୁ ଅପେକ୍ଷା କରିଛନ୍ତି । କିଛି ଦିନ ପୂର୍ବରୁ ରାଜସ୍ଥାନରେ ପ୍ରବଳ ବର୍ଷା ହୋଇଥିଲା । ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଥିଲା । ସେଠକାର ଲୋକେ ବର୍ଷା ଯୋଗୁଁ ଅସ୍ତବ୍ୟସ୍ତ ହୋଇପଡ଼ିଥିଲେ । କିନ୍ତୁ ଉପକୂଳବର୍ତ୍ତୀ ରାଜ୍ୟ ହୋଇଥିଲେ ବି ନିଅଣ୍ଟିଆ ବର୍ଷା ଲୋକଙ୍କର ଚିନ୍ତା ବଢ଼ାଉଛି ।

ବନ୍ୟାରେ ୩୫ ମୃତ


ଗୁଜରାଟରେ ପ୍ରବଳ ବର୍ଷା ଯୋଗୁଁ ୧୦ ଜଣଙ୍କର ମୃତ୍ୟୁ ହୋଇସାରିଛି । ରାଜ୍ୟର ଜୁନାଗଡ଼, କଚ୍ଛ, ଜାମନଗର, ଭଲସାଡ, ମେହସନା, ସୁରତ ଏବଂ ନଭସାରୀ ଜିଲ୍ଲାରେ ପ୍ରବଳ ବର୍ଷା କାରଣରୁ ବନ୍ୟାସ୍ଥିତି ଦେଖାଯାଇଛି । ଏଠାରେ ଏସ୍‌ଡିଆରଏଫ୍‌ର ଉଦ୍ଧାରକାରୀ ଟିମ୍ ଏବଂ ରିଲିଫ କାର୍ଯ୍ୟ ତ୍ୱରାନ୍ୱିତ କରାଯାଇଛି । ହିମାଚଳ ପ୍ରଦେଶରେ ବର୍ଷା ଯୋଗୁଁ ୨୪ ଜଣଙ୍କର ମୃତ୍ୟୁ ହୋଇସାରିଛି । ଦିଲ୍ଲୀରେ ଜଣେ ଅଟୋ ଚାଳକ ଡ୍ରେନ୍‌ରେ ଖସିପଡ଼ିବାରୁ ମୃତ୍ୟୁ ହୋଇଛି । ଅର୍ଥାତ ତିନି ରାଜ୍ୟରେ ବର୍ଷା ଯୋଗୁଁ ୩୫ ଜଣଙ୍କର ମୃତ୍ୟୁ ହୋଇସାରିଛି ।

ବଦ୍ରୀନାଥ ଯାତ୍ରା ବନ୍ଦ

ପାହାଡ଼ ଠାରୁ ସମତଳ  ଅଞ୍ଚଳ ପର୍ଯ୍ୟନ୍ତ ମୌସୁମୀ ନିଜର ପ୍ରଭାବ ଦେଖାଉଛି । ଉତ୍ତରାଖଣ୍ଡରେ ପ୍ରବଳ ବର୍ଷା କାରଣରୁ ଭୂସ୍ଖଳନ ଘଟଣା ଦେଖିବାକୁ ମିଳିଛି । ରାଜ୍ୟର ଲାମବଗଡ଼ରେ ଜଳସ୍ତର ବଢ଼ିବା ଏବଂ ଭୂସ୍ଖଳନ କାରଣରୁ ସଡ଼କ ଦବିଯିବା କାରଣରୁ ବଦ୍ରୀନାଥ ଜାତୀୟ ରାଜପଥକୁ ଅସ୍ଥାୟୀ ଭାବେ ବନ୍ଦ କରିଦିଆଯାଇଛି । ମୌସୁମୀ ଅନେକ ସ୍ଥାନରେ ବିପର୍ଯ୍ୟୟ ଭାବେ ଛିଡ଼ା ହୋଇଛି । ବଦ୍ରୀନାଥ ଜାତୀୟ ରାଜପଥ ଛିନକା ନିକଟରେ ସଡ଼କ ଉପରେ କ୍ରମାଗତ ଭାବେ ପଥର ଖସିବା କାରଣରୁ ବାରମ୍ବାର ଯାତାୟତ ବାଧାପ୍ରାପ୍ତ ହେଉଛି । ପାଣିପାଗ ବିଭାଗ ପକ୍ଷରୁ ଜାରି ହୋଇଥିବା ବୁଲେଟିନ ଅନୁସାରେ ଡେରାଡୁନ, ନୈନିତାଲ, ପିଥୋରାଗଡ଼, ବାଗେଶ୍ୱର, ଟିହରୀ, ପୈରୀ ଓ ଚମୋଲୀରେ ଆହୁରି ବର୍ଷା ହେବ । ତେଣୁ ବର୍ଷାର ପରିମାଣ ବଢ଼ିବା କାରଣରୁ ବନ୍ୟା ସମେତ ସମ୍ବେଦନଶୀଳ ସ୍ଥାନରେ ଭୂସ୍ଖଳନ ହେବାର ଆଶଙ୍କା ରହିଛି ।

RELATED ARTICLES

LEAVE A REPLY

Please enter your comment!
Please enter your name here

Most Popular

Recent Comments