ଭୁବନେଶ୍ବର: ଗାନ୍ଧୀ ପରିବାରର ଖୁବ୍ ଘନିଷ୍ଠ କଂଗ୍ରେସ ନେତା ଓ ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ କମଲନାଥ ଖୁବ୍ ଶୀଘ୍ର ଭାରତୀୟ ଜନତା ପାର୍ଟି (ବିଜେପି)ରେ ସାମିଲ ହୋଇପାରନ୍ତି। ଭୋପାଳରୁ ରାଷ୍ଟ୍ରୀୟ ରାଜଧାନୀ ନୂଆଦିଲ୍ଲୀରେ ଶନିବାର ପହଞ୍ଚିଥିବା କମଳନାଥଙ୍କୁ ଯେତେବେଳେ ବିଜେପିରେ ଯୋଗଦେବା ନେଇ ପ୍ରଶ୍ନ କରାଯାଇଥିଲା ଯେ, ଗଣମାଧ୍ୟମକୁ ସନ୍ତୁଷ୍ଟ ଉତ୍ତର ଦେଇପାରି ନଥିଲେ। ଅର୍ଥାତ ସ୍ବୀକାର କଲେନି କି ମନା ମଧ୍ୟ କରିପାରିଲେ ନାହିଁ। ଅନ୍ୟପଟରେ କମଳନାଥ ବିଜେପିରେ ଯୋଗଦେବା ନେଇ କଂଗ୍ରେସ ଖଣ୍ଡନ କରିଛି।
ମଧ୍ୟପ୍ରଦେଶ କଂଗ୍ରେସ ପ୍ରମୁଖ ଜିତୁ ପଟୱାରୀ କହିଛନ୍ତି, ଗଣମାଧ୍ୟମରେ କମଳନାଥ ବିଜେପିରେ ଯୋଗଦେବା ନେଇ ଗୁଜବ ପ୍ରଚାର ହେଉଛି। ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀ କମଳନାଥଙ୍କୁ ନିଜର ‘ତୃତୀୟ ପୁଅ’ କହିଥିଲେ। କମଳନାଥଙ୍କ ସଂପର୍କରେ ଏହି ପ୍ରକାରର ଚର୍ଚ୍ଚାର କୌଣସି ଯୁକ୍ତିଯୁକ୍ତ ହେବ ନାହିଁ। ୧୯୮୦ ମସିହାରେ କମଳନାଥ ଯେତେବେଳେ ନିର୍ବାଚନ ଲଢ଼ିଥିଲେ ଇନ୍ଦିରା ଗାନ୍ଧୀ ସେହି ସମୟରେ ଛିନ୍ଦୱାଡାରେ ଏକ ବିଶାଳ ଜନସଭାକୁ ସମ୍ବୋଧିତ କରିଥିଲେ। ସମ୍ବୋଧନ ଆଳରେ ସେ କମଳନାଥଙ୍କୁ ତୃତୀୟ ପୁତ୍ର ଭାବେ ଉପସ୍ଥାପନା କରିଥିଲେ। ତେଣୁ ଇନ୍ଦିରାଙ୍କ ତୃତୀୟ ପୁତ୍ର ବିଜେପିରେ ସାମିଲ ହେବାର ସ୍ବପ୍ନ ଦେଖିପାରିବେ କି?
ଇନ୍ଦିରାଙ୍କ ତୃତୀୟ ପୁତ୍ର
କମଳନାଥ ପ୍ରଥମ ଥର ୧୯୮୦ ମସିହାରେ ୭ମ ଲୋକସଭା ପାଇଁ ନିର୍ବାଚିତ ହୋଇଥିଲେ। ଏହା ପରେ ସେ ଛିନ୍ଦୱାଡାରୁ ୯ଥର ଲୋକସଭାକୁ ନିର୍ବାଚିତ ହୋଇଛନ୍ତି। ବର୍ତ୍ତମାନ ପରିପ୍ରେକ୍ଷୀରେ ସେ ଛିନ୍ଦୱାଡାରୁ ବିଧାୟକ ଅଛନ୍ତି। ତାଙ୍କର ପୁଅ ନକୁଳନାଥ ସ୍ଥାନୀୟ ସାଂସଦ ଅଟନ୍ତି। ୭୭ ବର୍ଷୀୟ କମଳନାଥ ରାଜ୍ୟସଭା ଆସନ ନମିଳିବାରୁ ଅସନ୍ତୁଷ୍ଟ ଥିଲେ ଏବଂ ବିଧାନସଭା ନିର୍ବାଚନରେ ହାରିବା ପରେ ରାହୁଲ ଗାନ୍ଧୀ ମଧ୍ୟ ତାଙ୍କୁ ସମର୍ଥନ ଦେଲେ ନାହିଁ। ଅନ୍ୟପଟରେ ଶ୍ରୀ ପଟୱାରୀ ସେହି ଖବରକୁ ଖଣ୍ଡନ କରିଛନ୍ତି ଯେ, କଂଗ୍ରେସରୁ ରାଜ୍ୟସଭା ଟିକେଟ ଦିଆଯିବାରୁ ମନା କରିବାରକୁ କମଳନାଥ ଅସନ୍ତୁଷ୍ଟ ଥିଲେ। ସେ କହିଛନ୍ତି, କମଳନାଥ ରାଜ୍ୟସଭା ପାଇଁ କଂଗ୍ରେସର ପ୍ରାର୍ଥୀ ଭାବେ ଆଶୋକ ସିଂହଙ୍କ ନାମକୁ ପ୍ରସ୍ତିବିତ କରିଥିଲେ, ଯାହାକୁ କି ପାର୍ଟିର ନେତାମାନେ ସର୍ବସମ୍ମତି ରୂପେ ସମର୍ଥନ କରିଥିଲେ।
ସଂଜୟଙ୍କ ସହ କମଳନାଥଙ୍କ ଭଲ ସଂପର୍କ
ଶନିବାର ଅପରାହ୍ଣରେ ଦିଲ୍ଲୀ ପହଞ୍ଚି ଥିବା କମଳନାଥ ଗଣମାଧ୍ୟମକୁ କହିଛନ୍ତି, ଯଦି ସେହିଭଳି କିଛି ହୁଏ, ତା’ହେଲେ ପ୍ରଥମେ ଗଣମାଧ୍ୟମକୁ ସୂଚନା ଦେବି। କମଳନାଥ ହେଉଛନ୍ତି ଜଣେ ଚତୁର ରାଜନୀତିଜ୍ଞ। ସେ ଗାନ୍ଧୀ ପରିବାରର ତିନି ପିଢ଼ି ସହିତ କାମ କରିଛନ୍ତି। ସେ ମଧ୍ୟପ୍ରଦେଶ ରାଜନୀତି ସହିତ ୧୯୭୯-୮୦ ମସିହାରୁ ଜଡ଼ିତ ଅଛନ୍ତି। ତେଣୁ ଇନ୍ଦିରା ଗାନ୍ଧୀ କମଳନାଥଙ୍କୁ ନିଜର ତୃତୀୟ ପୁତ୍ର କହିଥିଲେ। ଏକ ଶ୍ଲୋଗାନ ‘ଇନ୍ଦିରାଙ୍କ ଦୁଇ ହାତ, ସଂଜୟ ଗାନ୍ଧୀ ଓ କମଳ ନାଥ’ ପର୍ଯ୍ୟନ୍ତ ଯୋଡ଼ି ହୋଇଥିଲା। ପଟୱାରୀ କହିଛନ୍ତି, ୧୯୭୦ ଦଶକରେ ନାଥ ଓ ସଂଜୟ ଗାନ୍ଧୀଙ୍କ ବନ୍ଧୁତ୍ବ ବହୁତ ଭଲ ଥିଲା।
କଂଗ୍ରେସ ସହ କମଳନାଥଙ୍କ ନିବିଡ ସଂପର୍କ
ମଧ୍ୟପ୍ରଦେଶ ବିଧାନସଭା ନିର୍ବାଚନକୁ ମନେ ପକାଇ ଜିତୁ ପଟୱାରୀ କହିଛନ୍ତି, ଦୁଇ ମାସ ପୂର୍ବରୁ କଂଗ୍ରେସର ପ୍ରତ୍ୟେକ କର୍ମକର୍ତ୍ତାଙ୍କୁ ସେ ମୁଖ୍ୟମନ୍ତ୍ରୀ ହେବାକୁ ବହୁ ପରିଶ୍ରମ କରିଥିଲେ। ୨୦୨୦ରେ ଜ୍ୟୋତିରାଦିତ୍ୟ ସିନ୍ଧିଆ ଯେତେବେଳେ ବିଜେପିରେ ସାମିଲ ହୋଇଥିଲେ, ସେହି ସମୟରେ କମଳନାଥ ପଥର ଭଳି ଛିଡ଼ା ହୋଇଥିଲେ। ବରିଷ୍ଠ ନେତା ଦିଗ୍ବିଜୟ ସିଂହ କହିଛନ୍ତି, ନେହରୁ-ଗାନ୍ଧୀ ପରିବାର ସହିତ ନିଜର ରାଜନୈତିକ କ୍ୟାରିୟର ଆରମ୍ଭ କରିଥିବା କମଳନାଥ କେବେବି ଦଳ ଛାଡ଼ିପାରିବେନି। ଯେଉଁ ବ୍ୟକ୍ତି ଗାନ୍ଧୀ ଓ ନେହରୁ ପରିବାର ସହିତ ନିଜର ରାଜନୈତିକ କ୍ୟାରିୟର ଆରମ୍ଭ କରିଥିଲେ, ସେ କେମିତି ପାର୍ଟି ଛାଡ଼ିବେ।
କଂଗ୍ରେସର ଅଶୋକ ଚୌହ୍ବାନ ବିଜେପିରେ
ତେବେ ରାଜନୀତିରେ ସବୁ ସମ୍ଭବ। ଆଜିର ନେତା କାଲି ଅନ୍ୟ ଦଳରେ ନଥିବା ତାହା କେହି କହିପାରିବେ ନାହିଁ। ନିର୍ବାଚନ ପୂର୍ବରୁ ନେତାଙ୍କ ଦଳବଦଳ ଏକ ସାଧାରଣ କଥା। କେନ୍ଦ୍ରରେ ବିଜେପି ପରିଚାଳିତ ଏନ୍ଡିଏ ସରକାର ଏବେ କେବଳ ଭାରତରେ ନୁହେଁ। ବରଂ ବିଶ୍ବରେ ମଧ୍ୟ ସୁଖ୍ୟାତି ଅର୍ଜନ କରିଛି। ବିଶ୍ବର ଶକ୍ତିଶାଳୀ ରାଷ୍ଟ୍ରଗୁଡ଼ିକ ମୋଦୀ ସରକାରକୁ ପ୍ରଶଂସା ଓ ଶୁଭେଚ୍ଛା ଜଣାଉଛନ୍ତି। ନିକଟରେ ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବରଷ୍ଠ କଂଗ୍ରେସ ନେତା ଅଶୋକ ଚହ୍ବାଣ ବିଜେପିରେ ଯୋଗଦେଇଥିଲେ।