ଭୁବନେଶ୍ୱର: ଏସିଆ ମହାଦେଶର ଦ୍ଵିତୀୟ ବୃହତ୍ତମ ଜୈବମଣ୍ଡଳ ତଥା ହାତୀ ଓ ବାଘଙ୍କ ପାଇଁ ବିଶ୍ୱରେ ପ୍ରସିଦ୍ଧି ଲାଭ କରିଥିବା ‘ଶିମିଳିପାଳ’ ଅଭୟାରଣ୍ୟ ନିଆଁ ଲାଗି ଜଳୁଛି। ପ୍ରାୟ ୩ ହଜାର ବର୍ଗ କିଲୋମିଟର ପର୍ଯ୍ୟନ୍ତ ବ୍ୟାପିଥିବା ଏହି ଅଭୟାରଣ୍ୟର କିଛି ସ୍ଥାନରେ ଜଳୁଥିବା ନିଆଁକୁ ବିଶ୍ୱ ଦେଖୁଛି। ଜାତୀୟ ଗଣମାଧ୍ୟମରେ ଖବର ପ୍ରକାଶ ଓ ସାମାଜିକ ଗଣମାଧ୍ୟମରେ ଶିମିଳିପାଳ ଜଳୁଥିବା ଫଟୋ ଭାଇରାଲ ହୋଇଛି। ଦୀର୍ଘ ଏକ ସପ୍ତାହରରୁ ଅଧିକ ଦିନ ହେବ ଲାଗିଥିବା ନିଆଁର ଝାସରେ ଔଷଧୀୟ ବୃକ୍ଷ ସମତେ ଅନ୍ୟାନ୍ୟ ଲକ୍ଷ ଲକ୍ଷ ଗଛ ପୋଡ଼ି ପାଉଁଶ ହୋଇଯାଉଛି। ସେହିପରି ଅଭୟାରଣ୍ୟର ନୀରିହ ଜୀବ ଜନ୍ତୁ ଓ ସରୀସୃପମାନେ ମଧ୍ୟ ପ୍ରାଣ ହରାଉଛନ୍ତି। ମୋଟାମୋଟି ଭାବେ କହିବାକୁ ଗଲେ ଜୈବମଣ୍ଡଳର ବ୍ୟାପକ କ୍ଷତି ହୋଇଛି।
ଅଭୟାରଣ୍ୟରେ ଥିବା ଏସଟିଆର (ଉତ୍ତର) ଓ (ଦକ୍ଷିଣ) ସହିତ ବାରିପଦା, ରାଇରଙ୍ଗପୁର ଓ କରିଆ ୱାଇଲଡ଼ ଲାଇଫ ଡ଼ିଭିଜନରେ ଥିବା ମୋଟ ୧୭ଟି ରେଞ୍ଜରେ ନିଆଁକୁ ଆୟ କରିବା ପାଇଁ ସ୍ୱତନ୍ତ୍ର ଭାବେ ଟିମ ଗଠନ କରାଯାଇଛି । ପ୍ରତ୍ୟେକ ଟିମରେ ଜଣେ ଡ଼େପୁଟୀ ରେଂଜର, ଫରେଷ୍ଟର, ଫରେଷ୍ଟଗାର୍ଡ଼, ପ୍ରଟେକସନ ଆସିଷ୍ଟାଣ୍ଟ ସହିତ ବନ କର୍ମଚାରୀ ରହିଛନ୍ତିି ଏବଂ ୨୧୦ଟି ଏୟାର ବ୍ଲୁୟାର ମେସିନକୁ କାର୍ଯ୍ୟରେ ଲଗାଯାଇଛି । ଫରେଷ୍ଟ ପ୍ରଟେକ୍ସନ ମ୍ୟାନେଜମେଣ୍ଟ ଏହାକୁ ସିଧାସଳଖ ଭାବେ ନିୟନ୍ତ୍ରଣ କରୁଥିବା ବେଳେ ଉତ୍ତରାଖଣ୍ଡର ଡେରାଡ଼ୁନସ୍ଥିତ ୱାଇଲଡ଼ ଲାଇଫ ଟ୍ରଷ୍ଟ ଅଫ ଇଣ୍ଡିଆ ଜିପିଏସ ସେନସିଂ ମୋଡ଼ରେ ଶିମିଳିପାଳ ଅଭୟାରଣ୍ୟକୁ ନିରିକ୍ଷଣ କରୁଛନ୍ତିି।
ଜୀବନ-ଜୀବିକା ପ୍ରଭାବିତ
ପ୍ରଥମେ ବେତନଟୀ, ରାସଗୋବିନ୍ଦପୁର, ମୋରଡ଼ା, ଉଦଳା ଭଳି ବନାଞ୍ଚଳରେ ଲାଗିଥିଲା। ପରେ ପରେ ଏହା ଶିମିଳିପାଳର କୋର୍ ଅଞ୍ଚଳକୁ ମଧ୍ୟ ଅଗ୍ରସର ହୋଇଥିଲା। ନିଆଁ ଜଳୁଥିବାରୁ ଶିମିଳିପାଳରେ ରହୁଥିବା ବାଘ ଓ ହାତୀ ସମେତ ଅନ୍ୟାନ୍ୟ ବିରଳ ପ୍ରାଣୀଙ୍କ ଜୀବନ ପ୍ରତି ବିପଦ ଅବସ୍ଥାରେ ଅଛନ୍ତି। ବନାଞ୍ଚଳରେ ଥିବା ସବୁଜିମା ଏବଂ ଦୁର୍ଲଭ ବନଜାତ ସାମଗ୍ରୀକୁ ନେଇ ମଧ୍ୟ ବିପଦ ଦେଖାଦେଇଛି। ମୟୂରଭଞ୍ଜରେ ଅଧିକାଂଶ ଜନଜାତି ବନଜାତ ସାମଗ୍ରୀ ସଂଗ୍ରହ କରି ସେମାନଙ୍କର ପରିବାର ପ୍ରତିପୋଷଣ କରିଥାଆନ୍ତି। ମାତ୍ର ଏହି ବନାଗ୍ନି ସେମାନଙ୍କର ଜୀବନ ଜୀବିକାକୁ ମଧ୍ୟ ବିପଦକୁ ଠେଲିଦେଇଛି।
ବାରିପଦାରେ ନିଆଁ ଲିଭାଯାଉଥିବା ଅଭିଯୋଗ
ଶିମିଳିପାଳ ଅଭୟାରଣ୍ୟରେ ନିଆଁ ଲାଗିଛନ୍ତି। କିନ୍ତୁ ଅଧିକାରୀମାନେ ବାରିପଦାରେ ବସି ଶିମିଳିପାଳ ଟାଇଗର୍ ରିଜର୍ଭ (ଏସ୍ଟିଆର୍)ର ନିଆଁକୁ ଆୟତ କରୁଥିବା ସାଧାରଣରେ ଅଭିଯୋଗ ହୋଇଛି। ତୃଣମୂଳ ସ୍ତରରେ ନିୟୋଜିତ ଥିବା କର୍ମଚାରୀଙ୍କ ସମସ୍ୟା ସମ୍ପର୍କରେ ଅବଗତ ନରହି, ଏସି ଚାମ୍ବରରେ ବସି ଶିମିଳିପାଳରେ ନିଆଁ ଆୟତରେ ଥିବା ବାରିପଦା ଏସ୍ଟିଆର ଉପନିର୍ଦ୍ଦେଶକ ଗାଲୁଆମି କରୁଥିବା ଭଞ୍ଜସେନା ଉପାଧ୍ୟକ୍ଷ ନିମାଁଇ ତ୍ରିପାଠୀ ଅଭିଯୋଗ କରିଛନ୍ତି। ଏସ୍ଟିଆର ଯଜ୍ଞଦତ୍ତ ପତି ନିଜ ଟୁଇଟର୍ ଆକାଉଣ୍ଟରେ ବାରିପଦାର ତାପମାତ୍ରା ଅଧିକ ଥିବା ଏକ ତଥ୍ୟାତ୍ମକ ଚିତ୍ର ପୋଷ୍ଟ କରିଛନ୍ତି। ଶ୍ରୀ ପତି ଏହା ଦ୍ୱାରା ଦର୍ଶାଇବାକୁ ଚାହୁଁଛନ୍ତି ଯେ ଅତ୍ୟଧିକ ତାପମାତ୍ର ଜଙ୍ଗଲରେ ନିଆଁ ଲାଗିବାର ଅନ୍ୟତମ କାରଣ ହୋଇପାରେ।
ଉଦ୍ବେଗ ପ୍ରକାଶ କଲେ କେନ୍ଦ୍ରମନ୍ତ୍ରୀ
ଦୀର୍ଘ ଏକ ସପ୍ତାହରୁ ଅଧିକ ସମୟ ହେବ ଶିମିଳିପାଳ ଅଭୟାରଣ୍ୟରେ ନିଆଁ ଲାଗିବା ନେଇ ଭଞ୍ଜବଂଶର ଉତ୍ତରାଧୀକାରୀ ଅକ୍ଷୀତା ମଞ୍ଜରୀ ଭଞ୍ଜଦେଓ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ହସ୍ତକ୍ଷେପ ନିମନ୍ତେ ଦୃଷ୍ଟି ଆକର୍ଷଣ କରିଥିଲେ। ଏନେଇ ସେ କେନ୍ଦ୍ର ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଉଦ୍ବେଗ ପ୍ରକାଶ କରିଥିଲେ। ଘଟଣା ସଂପର୍କରେ ଅବଗତ ହେବା ପରେ କେନ୍ଦ୍ର ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ପ୍ରକାଶ ଜାଭଡେକର ତଦନ୍ତ ନିର୍ଦ୍ଦେଶ ଦେଇଥିଲେ।
ଶିମିଳିପାଳ ଅମୂଲ୍ୟ ସଂପଦ
ଶିମିଳିପାଳ ଅଭୟାରଣ୍ୟ ଅଗ୍ନିକାଣ୍ଡ ଜନିତ ପରିସ୍ଥିତି ସମ୍ପର୍କରେ ଏକ ଉଚ୍ଚସ୍ତରୀୟ ବୈଠକରେ ସମୀକ୍ଷା କରି ମୁଖ୍ୟମନ୍ତ୍ରୀ ନୀବନ ପଟ୍ଟନାୟକ କହିଛନ୍ତି ଯେ, ଏହା କେବଳ ଓଡିଶା ଅଥବା ଭରତର ନୁହେଁ, ବରଂ ବିଶ୍ୱର ଏକ ଅମୂଲ୍ୟ ସମ୍ପଦ। ତେଣୁ ଏହାର ସୁରକ୍ଷା ପାଇଁ ସତର୍କ ରହିବା ସହ ପ୍ରତିଷେଧ ମୂଳକ ପଦକ୍ଷେପ ଗ୍ରହଣ କରିଯିବାର ଆବଶ୍ୟକତା ରହିଛି।