Tuesday, September 10, 2024
Homeବିଳାସମୟ ଜୀବନ ଜିଇଁବା ଆଶା
Array

ବିଳାସମୟ ଜୀବନ ଜିଇଁବା ଆଶା

ଭୁବନେଶ୍ବର: ସାମାଜିକ ଗଣମାଧ୍ୟମ, ବିବାହ ୱେବ୍ସାଇଟ୍ରେ ଚିହ୍ନା ପରିଚିତ, ବନ୍ଧୁତା, ପ୍ରେମ ପରେ ଅଦ୍ଭୁତ ଘଟଣାଗୁଡ଼ିକ ଘଟିଯାଉଛି। ଅନେକ ଲୋକ ଠକାମୀ ଓ ହନିଟ୍ରାପ୍ ଭଳି ଫାଶରେ ଫସିଯାଉଛନ୍ତି। ଯୁବତୀ ହୁଅନ୍ତୁ କି ଯୁବକ କେହି ବାଦ୍ ପଡ଼ୁ ନାହାନ୍ତି। ଏମିତି ପ୍ରତିଦିନ ଘଟଣା ଘଟୁଛି। ଶହ ଶହ ଯୁବକ ଯୁବତୀ ଶିକାର ହେଉଥିଲେ ମଧ୍ୟ ଲୋକଲଜ୍ଜା ଭୟରେ ଅଭିଯୋଗ କରିବାକୁ ଆସିପାରୁ ନାହାନ୍ତି। ତେବେ ନେତା ଓ ବ୍ୟବସାୟୀମାନେ ଅଧିକ ବ୍ଲାକମେଲିଂର ଶିକାର ହେଉଛନ୍ତି। ଏମାନଙ୍କ ପାଖରେ ଅଧିକ ପାଖରେ ଅଧିକ ଟଙ୍କା ଥିବା ଭାବି ବ୍ଲାକମେରମାନେ ଟାର୍ଗେଟ କରିଥାନ୍ତି। ଏମାନେ ପର ଅର୍ଥରେ ବିଳାସମୟ ଜୀବନ ଜିଇଁବାକୁ ଭଲ ପାଆନ୍ତି। ସେଥିପାଇଁ ଅସାଧୁ ଉପାୟରେ ଟଙ୍କା ରୋଜଗାର କରିବାକୁ ଚିନ୍ତା କରିଥାନ୍ତି।

ଧନ-ସଂପତ୍ତି ଓ ଟଙ୍କା ଲାଳସାରେ ଆଜିକାଲିର ଯୁବତୀମାନେ ନେତା ଓ ବ୍ୟବସାୟୀଙ୍କୁ ଟାର୍ଗେଟ କରୁଛନ୍ତି। ଏଥି ପାଇଁ ସେମାନେ ବହୁତଳକୁ ଖସିଯିବାକୁ ମଧ୍ୟ ପଛାନ୍ତି ନାହିଁ। ଯୁବତୀଙ୍କ କଥାରେ ରାଜନେତା ଓ ସିନେ ପ୍ରଯୋଜକ ମଧ୍ୟ ଫସିଯାଉଛନ୍ତି। ଏମିତି ଘଟଣା ବାରମ୍ବାର ଘଟୁଥିଲେ ମଧ୍ୟ ଅନ୍ୟମାନେ କିଛି ଶିଖିପାରୁ ନାହାନ୍ତି। ବ୍ଲାକମେଲିଂ କରୁଥିବା ଅଭିଯୋଗରେ ଭୁବନେଶ୍ୱରର ଜଣେ ସୁନ୍ଦରୀ ଯୁବତୀଙ୍କୁ ପୁଲିସ ଗିରଫ କରିଛି। ପୁଲିସ ଯେଉଁ ଯୁବତୀଙ୍କୁ ଗିରଫ କରିଛି, ସେ ବିବାହିତା ବୋଲି କୁହାଯାଉଛି। ପୁଲିସ ଅଭିଯୁକ୍ତ ନାଁରେ ଏକାଧିକ ଧାରାରେ ମାମଲା ରୁଜୁ କରିଥିବା ଜଣାପଡ଼ିଛି। ହନୀଟ୍ରାପ୍ ଜାଲରେ ମଧ୍ୟ ଅନେକଗୁଡ଼ିଏ ଲୋକ ଫସିଯାଉଛନ୍ତି।

ଯୁବତୀଙ୍କ ବିଳାସମୟ ଘର

ଖଣ୍ଡଗିରି ଥାନାରେ ହୋଇଥିବା ଅଭିଯୋଗ ଅନୁସାରେ ଯୁବତୀ ଜଣକ ଫେସବୁକ ମାଧ୍ୟମରେ ପ୍ରଥମେ ବନ୍ଧୁତା ଓ ପରେ ପ୍ରେମାଳାପ କରୁଥିଲେ। ସେ ନେତା, ପୂର୍ବତନ ମନ୍ତ୍ରୀ ଓ ବ୍ୟବସାୟୀଙ୍କୁ ଟାର୍ଗେଟ କରୁଥିଲେ। ସୋସିଆଲ ମିଡିଆରେ ବନ୍ଧୁତା ହେବା ପରେ ଫୋନ ନମ୍ବର ମାଗି କଥା ହେଉଥିଲେ। ଏହାପରେ ସେ ନିଜ ଘରକୁ ଅତିଥି ଭାବେ ସେମାନଙ୍କୁ ଡାକୁଥିଲେ ଏବଂ କୌଶଳ କ୍ରମେ ଦୁର୍ବଳ  ମୁହୂର୍ତ୍ତର ଭିଡିଓ ଉତ୍ତୋଳନ କରୁଥିଲେ। ପରେ ସେ ସେହି ଭିଡିଓକୁ ଦେଖାଇ ବ୍ଲାକମେଲିଂ କରି ଯୁବତୀ ମୋଟା ଅଙ୍କର ଅର୍ଥ ଆଦାୟ କରୁଥିଲେ। ଗିରଫ ସମୟରେ ପୁଲିସ ଯୁବତୀଙ୍କ ଘର ଦେଖି ତାଜୁବ ହୋଇଯାଇଥିଲା। କାରଣ ବିଶାଳ ଅଟ୍ଟାଳିକା, ଦାମୀ ଆସବାବ ପତ୍ର ସହ ଘରର ସାଜସଜ୍ଜାରେ ଆଭିଜାତ୍ୟର ଝଲକ ଦେଖିବାକୁ ମିଳିଛି।  ଯୁବତୀଙ୍କ ଠାରୁ  ପୁଲିସ୍ ୨ଟି ପେନ୍ଡ୍ରାଇଭ୍ ଓ ୨ଟି ମୋବାଇଲ୍ ଜବତ କରିଛି ବୋଲି କୁହାଯାଉଛି।

ସଂରପଂଚଙ୍କୁ ବ୍ଲାକମେଲିଂ

ନିଜକୁ ଟିଭି ସାମ୍ବାଦିକ କରି ଜଣେ ସରପଞ୍ଚଙ୍କୁ ୨୦ ହଜାର ଟଙ୍କା ଚାନ୍ଦା ଦାବି ହୋଇଛି ନବରଂଗପୁର ଜିଲ୍ଲା ଚନ୍ଦାହାଣ୍ଡି ଅଞ୍ଚଳରେ।  ଶରଧାପୁର ପଞ୍ଚାୟତ ସରପଞ୍ଚ ଲେବନୀ ମାଝୀଙ୍କୁ ପାଟଖଲିଆ ଗ୍ରାମର ଚତୁର ଗହୀର (୩୦) ନାମକ ଜଣେ ଯୁବକ ନିଜକୁ ଟିଭି ସାମ୍ବାଦିକ କହି ୨୦ ହଜାର ଟଙ୍କା ଚାନ୍ଦା ଦାବି କରିବା ସହ ତାଙ୍କ ନାମରେ ଭିଡିଓ ଭାଇରାଲ କରି ଦେବାର ଧମକ ଦେଇଥିବା ଅଭିଯୋଗ ହୋଇଛି। ଏନେଇ ଶ୍ରୀମତୀ ମାଝୀ ଚନ୍ଦାହାଣ୍ଡି ଥାନାରେ ଏତଲା ଦେଇ ଥାନା ଅଧିକାରୀ ଉମେଶ ଚନ୍ଦ୍ର ନାୟକ ଗଣମାଧ୍ୟମକୁ ପ୍ରକାଶ କରିଛନ୍ତି। ଅଭିଯୋଗରେ ଶ୍ରୀମତୀ ମାଝୀ କହିଛନ୍ତି ଯେ, ଚତୁର ଗହୀର ଗତ ୧ ତାରିଖ ଦିନ ଶରଧାପୁର ପଂଚାୟତ ସରପଞ୍ଚଙ୍କୁ ଫୋନରେ ୨୦ ହଜାର ଟଙ୍କା ବଟି ମାଗିଥିଲା। ପୁଲିସ ମାମଲାର ଅଧିକ ତଦନ୍ତ ଜାରି ରଖିଛି।  

RELATED ARTICLES

LEAVE A REPLY

Please enter your comment!
Please enter your name here

Most Popular

Recent Comments