Saturday, January 18, 2025
Homeବିଶ୍ବର ବୃହତ୍‌ ହକି ଷ୍ଟାଡିୟମ କେଉଁଠି?
Array

ବିଶ୍ବର ବୃହତ୍‌ ହକି ଷ୍ଟାଡିୟମ କେଉଁଠି?

ଭୁବନେଶ୍ବର: ହକି ବିଶ୍ବକପ୍-୨୦୨୩ ପାଖେଇ ଆସୁଛି। ମାତ୍ର ୭ ଦିନ ପରେ ଓଡ଼ିଶାରେ ହକି ମହାକୁମ୍ଭ ଆରମ୍ଭ ହୋଇଯିବ। ଏଥି ପାଇଁ ଖେଳାଳି, ପ୍ରଶିକ୍ଷକ, ପ୍ରଶଂସକ, ଦର୍ଶକ, ପ୍ରଶାସନ ଓ ସରକାର ପ୍ରସ୍ତୁତ ହୋଇସାରିଛନ୍ତି। ହକି ବିଶ୍ବକପ୍କୁ ସଫଳତାର ରୂପ ଦେବା ପାଇଁ ରାଜ୍ୟ ସରକାର ବଳ କଷୁଛନ୍ତି। କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି। ପ୍ରଚାର ପ୍ରସାର ବି ଜୋରଦାର ଚାଲିଛି। ରାଜ୍ୟବ୍ୟାପି ‘ବିଶ୍ବକପ୍ ଟ୍ରଫି’କୁ ଭ୍ରମଣ କରାଇ ଲୋକଙ୍କ ମନରେ କ୍ରୀଡ଼ାର ଭାବନା ସୃଷ୍ଟି କରୁଛନ୍ତି। ୨୦୧୮ ବିଶ୍ବକପ୍ ତୁଳନାରେ ୨୦୨୩ର କାର୍ଯ୍ୟକ୍ରମ ବ୍ୟୟବହୁଳ ହୋଇପାରିଛି।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଜାନୁଆରି ୫ ତାରିଖରେ ରାଉରକେଲା ଠାରେ ବିର୍ସା ମୁଣ୍ଡା ହକି ଷ୍ଟାଡିୟମ ଉଦ୍ଘାଟନ କରିଛନ୍ତି। ଓଡ଼ିଶା ସରକାର ଓ ମୁଖ୍ୟମନ୍ତ୍ରୀ ବିର୍ସାମୁଣ୍ଡା ଷ୍ଟାଡିୟମକୁ ବିଶ୍ବର ସର୍ବବୃହତ ହକି ଷ୍ଟାଡିୟମ ବୋଲି କହିଛନ୍ତି। ରାଜ୍ୟର ଖବରକାଗଜରର ମୁଖ୍ୟ ପୃଷ୍ଠାରେ ମଧ୍ୟ ସର୍ବବୃହତ ଷ୍ଟାଡିୟମ ବୋଲି ବିଜ୍ଞାପନ ପ୍ରକାଶ ପାଇଛି। କେବଳ ଅନ୍ଧ ଭାବେ ଭୋଟ ଦେଉଥିବା ସାଧାରଣ ନାଗରିକ ଏହାକୁ ସତ ଭାବୁଥିବା ବେଳେ ସୋସିଆଲ ମିଡିଆରେ ୟୁଜର ଟିପ୍ପଣୀ ଦେଉଛନ୍ତି।

କ୍ରୀଡା  ଇତିହାସରେ ସ୍ଵର୍ଣ୍ଣିମ  ଅଧ୍ୟାୟ
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗୁରୁବାର କହିଥିଲେ ଯେ, ସାରା ଓଡିଶା ପାଇଁ ଆଜି ଆନନ୍ଦ ଓ ଉତ୍ସବର ଦିନ। ଖୁସିର ଦିନ। ଆଜି ରାଉରକେଲା ଠାରେ ବିଶ୍ବର ସର୍ବବୃହତ ହକି ଷ୍ଟାଡିଅମ, ବିର୍ସା ମୁଣ୍ଡା ହକି ଷ୍ଟାଡିଅମ ଆନୁଷ୍ଠାନିକ ଭାବେ ଜନସାଧାରଣଙ୍କ ଉଦ୍ଦେଶ୍ୟରେ ଉତ୍ସର୍ଗ କରିଛନ୍ତି। ବିଶ୍ଵ  କ୍ରୀଡା  ଇତିହାସରେ ଏକ  ସ୍ଵର୍ଣ୍ଣିମ  ଅଧ୍ୟାୟ ଯୋଡ଼ି ହୋଇଛି। ହକିକୁ ଭଲ ପାଉଥିବା ସମସ୍ତଙ୍କୁ, ଖେଳାଳି, ସାଧାରଣ ଜନତା, ଓଡ଼ିଶାର ହକିପ୍ରେମୀ ଦେଶର ହକି କ୍ରୀଡାବିତ୍ ସମସ୍ତଙ୍କ ଉଦ୍ଦେଶ୍ୟରେ ଏହି ଷ୍ଟାଡିୟମକୁ ମୁଁ ଉତ୍ସର୍ଗ କରୁଛି। ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଆଗାମୀ ଅନେକ ଯୁଗ ପର୍ଯ୍ୟନ୍ତ ଏହି ଷ୍ଟାଡିୟମ ଆମର ମୁକୁଟମଣି ହୋଇ ହକି ପ୍ରତି ଭାରତୀୟ ମାନଙ୍କର ଭାବାବେଗ ଓ ଭଲପାଇବାକୁ ପରିପ୍ରକାଶ କରିଚାଲିବ। ଏହା ଭାରତୀୟ ହକିର ଏନ୍ତୁଡିଶାଳା ହୋଇ ରହିବ। ୧୨୦  କୋଟି  ଟଙ୍କା  ଖର୍ଚ୍ଚରେ ରେକର୍ଡ  ପନ୍ଦର  ମାସ  ସମୟ  ମଧ୍ୟରେ  ଏହି  ଷ୍ଟାଡିୟମ୍  ନିର୍ମିତ  ହୋଇଛି।  

ଲାହୋର ଷ୍ଟାଡିୟମ ବୃହତ
ରାଜ୍ୟ ସରକାର ବର୍ଷେରୁ ଅଧିକ ସମୟ ହେଲା କହି ଆସୁଛନ୍ତି ଯେ, ରାଉରକେଲାରେ ବୃହତ ହକି ଷ୍ଟାଡିୟମ ନିର୍ମାଣ କରୁଛନ୍ତି। ଏହା ହେଉଛି ରାଜ୍ୟ ସରକାର ନିଜର ବାହଦୂରୀ। କାରଣ ସରକାର ଦେଶ ଓ ଦୁନିଆକୁ ଦେଖୁ ନାହାନ୍ତି। ରାଉରକେଲା ତୁଳନାରେ ଭାରତ ଓ ବିଦେଶରେ ବଡ଼ ବଡ଼ ହକି ଷ୍ଟାଡିୟମ ଅଛି ତାହା ସରକାରଙ୍କୁ ଜଣାନାହିଁ। ୱେବ୍ସାଇଟ୍ ଅଲିମ୍ପିକ୍ସ ଡଟ୍ କମ୍ ଅନୁସାରେ ପାକିସ୍ତାନର ଲାହୋରରେ ବିଶ୍ବର ସର୍ବବୃହତ ହକି ଷ୍ଟାଡିୟମ ଅଛି, ନ୍ୟାସନାଲ ହକି ଷ୍ଟାଡିୟମ ନାଁରେ ଜଣାଶୁଣା ଏଥିରେ ୪୫ ହଜାର ଦର୍ଶକ ବସିପାରିବାର ବ୍ୟବସ୍ଥା ରହିଛି। ଗଦ୍ଦାଫୀ ଷ୍ଟାଡ଼ିୟମ ନାଁରେ ଜଣାଶୁଣା ଏହା ୧୯୮୨ ମସିହାରେ ନିର୍ମିତ ହୋଇଥିଲା। ନିସ୍ତାର କ୍ରୀଡ଼ା ପରିସରର ଏକ ଅଂଶରେ ଗଦ୍ଦାଫୀ କ୍ରିକେଟ ଷ୍ଟାଡିୟମ ଓ ପଂଜାବ ଆଥଲେଟିକ୍ସ ଷ୍ଟାଡିୟମ ଅଛି। ୧୯୯୦ ପୁରୁଷ ହକି ବିଶ୍ବକପ ଏହି ଷ୍ଟାଡିୟମରେ ଖେଳାଯାଇଥିଲା।  

ଚଣ୍ଡିଗଡ଼ ହକି ଷ୍ଟାଡିୟମ
ଓଡ଼ିଶା ସରକାର ଜାଣି ନଥିବେ ଯେ, ଚଣ୍ଡିଗଡ଼ରେ ଭାରତର ସର୍ବବୃହତ ହକି ଷ୍ଟାଡିୟମ ରହିଛି। ୧୯୬୦ ମସହିାରେ ନିର୍ମିତ ହୋଇଥିବା ଏହି ଷ୍ଟାଡିୟମରେ ୩୦ ହଜାର ଦର୍ଶକ ବସିବା ଭଳି ବ୍ୟବସ୍ଥା ରହିଛି। ୪୦ ଏକର ଜମିରେ ବିସ୍ତୃତ ଖେଳ ପରିସରରେ ହକି ଷ୍ଟାଡିୟମ ହେଉଛି ଏକ ଅଂଶ ବିଶେଷ। ଏଠାରେ ମୋଟ ୪୨ଟି କ୍ରୀଡ଼ା ପରିସର ରହିଛି। ୨୦୦୭ ମସିହାରେ ଏହାର ନବକଳେବର କରାଯାଇଛି। ନବ ନିର୍ମିତ ରାଉରକେଲାରେ ବିର୍ସା ମୁଣ୍ଡା ହକି ଷ୍ଟାଡିୟମରେ ୨୦ ହଜାର ଦର୍ଶକ ବସିପାରିବେ।  

RELATED ARTICLES

LEAVE A REPLY

Please enter your comment!
Please enter your name here

Most Popular

Recent Comments