Thursday, March 20, 2025
Homeବେଆଇନ୍‌ ଟଙ୍କାରେ ବିଳାସମୟ ଜୀବନ
Array

ବେଆଇନ୍‌ ଟଙ୍କାରେ ବିଳାସମୟ ଜୀବନ

ଭୁବନେଶ୍ବର: ଭୁବନେଶ୍ୱର: ବେଆଇନ୍‌ କାରବାରର ସୀମା ଟପିଛି। ଅଧିକାରୀ ଓ କର୍ମଚାରୀମାନେ ଦୁର୍ନୀତି ସହ ସଂପର୍କ ଶେଷ କରିପାରୁ ନାହାନ୍ତି। ଆଇନ୍‌ କାନୁନର ଅଣଦେଖା ହେଉଛି। ସରକାରୀ ବାବୁ ମାନେ ସାଧାରଣ ଜନତାଙ୍କର ସମ୍ପତ୍ତି ଲୁଟିବାରେ ବ୍ୟସ୍ତ ରହୁଛନ୍ତି। ଏହାର ମୂଳ କାରଣ ହେଲା ସରକାରଙ୍କ ଦୁର୍ବଳତା କୁହାଯାଇପାରିବ। ବେଆଇନ ଭାବରେ ଟଙ୍କା ରୋଜଗାର କରି ବଳାସମୟ ଜୀବନଯାପନ କରୁଛନ୍ତି। ରାଜ୍ୟ ସରକାର ଯଦିଓ ଦୁର୍ନୀତିଗ୍ରସ୍ତ ଅଧିକାରୀ ଓ କର୍ମଚାରୀଙ୍କ ବିରୋଧରେ କଡ଼ା ଆଭିମୁଖ୍ୟ ଗ୍ରହଣ କରୁଛନ୍ତି, ତଥାପି ଏହା ସମୁଦ୍ରକୁ ଶଙ୍ଖେ ଭଳି। ପ୍ରତ୍ୟେକ କାର୍ଯ୍ୟାଳୟରେ ଦୁର୍ନୀତି। ସରକାରୀ ଚାକିରିଆମାନେ ନିଜକୁ ସେବକ ଭାବନ୍ତି ନାହିଁ। ନିଜକୁ ମାଲିକ ମନେ କରନ୍ତି। ଅନେକ କର୍ମଚାରୀ ଜନସାଧାରଣଙ୍କୁ ମଣିଷ ଭଳି ବ୍ୟବହାର ମଧ୍ୟ କରନ୍ତି ନାହିଁ।

ରାଜଧାନୀ ଭୁବନେଶ୍ୱରର ହାବିଲଦାର ଓ କନଷ୍ଟେବଳ ସଂଘର ସଂପାଦକ ପ୍ରସନ୍ନ ବେହେରା, ଢେଙ୍କାନାଳ ଜିଲ୍ଲା ପର୍ଜଙ୍ଗ ଥାନା ଅନ୍ତର୍ଗତ ମହାବିରୋଡ଼ ପୋଲିସ ଫାଣ୍ଡି ଅଧିକାରୀ ତଥା ଏସ୍‌ଆଇ ସମରେନ୍ଦ୍ର ସାମଲ ଓ ପୁରୀ ଜିଲ୍ଲା ନିମାପଡ଼ା ତହସିଲଦାର ରାମଚନ୍ଦ୍ର ଜେନା ଆଦି ବିଗତ ୧୦ ଦିନ ମଧ୍ୟରେ ଭିଜିଲାନ୍‌ସ ହାତରେ ଧରାପଡ଼ି ଚର୍ଚ୍ଚାକୁ ଆସିଛନ୍ତି। ଏହି ୩ ସରକାରୀବାବୁ କୋଟିପତି। ଏମାନଙ୍କ ମଧ୍ୟରେ ପ୍ରସନ୍ନ ବେହରାଙ୍କ ସ୍ଥାବର ଅସ୍ଥାବର ସଂପତ୍ତି ସର୍ବାଧିକ। ପୋଲିସ ବିଭାଗରେ ବଡ଼ ପଦବିରେ ନଥିଲେ ବି ଭିଜିଲାନ୍ସ ଦ୍ବାରା ଚଢ଼ଉ ପରେ ଜଣାପଡ଼ିଛି ଯେ, ପ୍ରସନ୍ନଙ୍କ ମୋଟ ସଂପତ୍ତିର ମୂଲ୍ୟ ଥିଲା ପାଖାପାଖି ୭ କୋଟି ଟଙ୍କା। ପ୍ରସନ୍ନ ତାଙ୍କ ଚାକିରି ଜୀବନରେ ପ୍ରବଳ ଟଙ୍କା ରୋଜଗାର କରିଛନ୍ତି, ଯାହାକି ତାଙ୍କର ଉତ୍ତୋରତ୍ତୋର ୪ଟି ପିଢ଼ୀ ବସିଖାଇଲେ ବି ସରିବ ନାହିଁ।

ଜମି କିସମ ବଳାଇଲେ ମିଳେ ଲାଞ୍ଚ

ତହସିଲଦାର ରାମଚନ୍ଦ୍ର ଜେନାଙ୍କ ନାମ ଯେପରି କାମ କିନ୍ତୁ ତାହା ନୁହେଁ। ତହସିଲଦାରଙ୍କ ନାଁ ବାପା-ମା’ ରାମଚନ୍ଦ୍ର ରଖିଥିଲେ ମଧ୍ୟ ସେ ଦୁର୍ନୀତି ମାଧ୍ୟମରେ ଟଙ୍କା ସଂଗ୍ରହ କରିବାରେ ଧୁରନ୍ଧର ଥିଲେ। ସବୁଠାରୁ ବଡ଼ କଥା ହେଲା ଯେ, ରାମଚନ୍ଦ୍ରଙ୍କୁ ସାନଭାଇ ଲକ୍ଷ୍ମଣ ଭଲ ସହଯୋଗ କରୁଥିଲେ। ରାମଚନ୍ଦ୍ର ବେଆଇନ ଭାବେ ଲୋଙ୍କ ଠାରୁ ଜମି ପଟ୍ଟା ଦେବାରେ ଓ ଜମି କିସମ ପରିବର୍ତନ କରିବା ବେଳେ ଅସତ୍‌ ଉପାୟ ଅବଳମ୍ବନ କରି ଟଙ୍କା ଆଣୁଥିଲେ। ଏହି ଟଙ୍କା ନିଜ ନାଁରେ ଅଥବା ନିଜ ସ୍ତ୍ରୀ-ପୁତ୍ରଙ୍କ ନାଁରେ ନରଖି ସାନଭାଇକୁ ଦେଉଥିଲେ। ଏହି ବାବୁ ଜଣକ ନାଁରେ ନାମରେ ପୂର୍ବରୁ ମଧ୍ୟ ଦୁଇଟି ମାମଲା ରହିଛ। ଗୋଟିଏ ମାମଲାରେ ଚାର୍ଜସିଟ ମଧ୍ୟ କରାଯାଇସାରିଛି। ତଥାପି ରାମଚନ୍ଦ୍ରଙ୍କ ପ୍ରକୃତି ପରିବର୍ତ୍ତନ ହୋଇନାହିଁ। ତହସିଲଦାର ରାମଚନ୍ଦ୍ର ଜେନାଙ୍କ ନାଁରେ ୫ଟି ପାନ୍‌କାର୍ଡ ମଧ୍ୟ ରହିଛି।  

କୋଟିପତି ପୋଲିସ ଏସ୍‌ଆଇ

ଆୟବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ଦ୍ୱାରା ଗିରଫ ହୋଇଥିବା ପୋଲିସ ଏସ୍‌ଆଇ ସମରେନ୍ଦ୍ର ହେଉଛନ୍ତି ଜଣେ କୋଟିପତି। ତାଙ୍କ ନାଁରେ ଢ଼େଙ୍କାନାଳ କଣ୍ଟାନାଳୀରେ ୨ଟି ଅତ୍ୟାଧୁନିକ ଘର, ଯାହାର ମୂଲ୍ୟ ୯୯ଲକ୍ଷ ଟଙ୍କା, ୧୦ ଲକ୍ଷ ଟଙ୍କାର ସୁନା ଗହଣା, ୮ଟି ବ୍ୟାଙ୍କ ଆକାଉଣ୍ଟରେ ୧୬ ଲକ୍ଷ ଟଙ୍କା, ଫାର୍ମ ହାଉସ କେନ୍ଦୁପଡ଼ା ୧୬ ଲକ୍ଷ ପ୍ଲାନଟେସନ, ନଗଦ ୯୭ ହଜାର ଟଙ୍କା, ୨ ଲକ୍ଷ ଟଙ୍କାର ଆସବାବପତ୍ର ଆଦି ଥିଲା। ଭିଜିଲାନ୍ସ ଏହାକୁ ଜବତ କରିବା ସହ ଏସଆଇ ସମରେନ୍ଦ୍ର ସାମଲଙ୍କୁ ଗିରଫ କରିଛି।  

ଚାକିରିରୁ ତଡ଼ା ଖାଇଲେ କନଷ୍ଟେବଳ

କୁବେର ରୂପି ଚାକିରିରୁ ବହିଷ୍କୃତ କନଷ୍ଟେବଳ ପ୍ରସନ୍ନ କୁମାର ବେହେରା ହେଉଛନ୍ତି ୬ କୋଟି ୯୭ ଲକ୍ଷ ୧୫ ହଜାର ଟଙ୍କାର ମାଲିକ ଥିଲେ। ଭିଜିଲାନ୍‌ସକୁ ମିଳିଥିବା ସୂଚନା ଅନୁସାରେ ପ୍ରସନ୍ନଙ୍କ ସଂପତ୍ତି ତାଙ୍କର ଆୟଠାରୁ ପ୍ରାୟ ୨୨୧ ଗୁଣା ଅଧିକ। ପ୍ରସନ୍ନ କୁମାର ବେହେରା ଏବଂ ତାଙ୍କ ପତ୍ନୀଙ୍କ ବିରୋଧରେ ମାମଲା ରୁଜୁ ହୋଇଛି। ଡୁମଡୁମାରେ ୦.୨୫୦ ଏକର ଜମିକୁ ପ୍ରସନ୍ନ ୨୦୧୯ ମସିହାରେ ୧ କୋଟି ୪୬ ଲକ୍ଷ ୬୦ ହଜାର ଟଙ୍କାରେ କିଣିଥିଲେ। ସେ ଯେଉଁ ଫର୍ଣ୍ଣିଚର ସୋକ୍ଷରୁମ ଓ ବେସମେଣ୍ଟ  କରିଛନ୍ତି, ଏହା ୧୮ ହଜାର ବର୍ଗଫୁଟ ଜାଗାରେ ବ୍ୟାପିରହିଛି। ସୂଚନାଯୋଗ୍ୟ, କନେଷ୍ଟବଳ ପ୍ରସନ୍ନ ବେହେରା ସାଉଥ୍‌ ସିଟି ହୋଟେଲ ବିନା ଲାଇସେନ୍ସରେ ବିଳମ୍ବିତ ରାତ୍ରୀ ଯାଏଁ ଚାଲୁଥିଲା। କୋଭିଡ ସମୟରେ ଏହା ବେଆଇନ ହୋଇଥିଲେ ବି ପ୍ରସନ୍ନଙ୍କ ପ୍ରଭାବ ଯୋଗୁଁ ବାର୍‌ ଚାଲୁଥିଲା।

RELATED ARTICLES

LEAVE A REPLY

Please enter your comment!
Please enter your name here

Most Popular

Recent Comments