Monday, September 9, 2024
Homeବଡ଼ଦାଣ୍ଡ ନିକଟ ଘର ଛାତ ଉପରୁ ରଥଯାତ୍ରା ଦେଖିପାରିବେନି ଶ୍ରଦ୍ଧାଳୁ
Array

ବଡ଼ଦାଣ୍ଡ ନିକଟ ଘର ଛାତ ଉପରୁ ରଥଯାତ୍ରା ଦେଖିପାରିବେନି ଶ୍ରଦ୍ଧାଳୁ

ଭୁବନେଶ୍ୱର: ରଥଯାତ୍ରା ପାଖେଇ ଆସୁଛି । ଆଉ ମାତ୍ର ଏକ ସପ୍ତାହ ପରେ ଶ୍ରୀଜିଉମାନେ ରଥରୁଢ଼ ହୋଇ ମାଉସୀ ଘରକୁ ଯିବେ । ଏଥି ପାଇଁ ଶ୍ରୀକ୍ଷେତ୍ରରେ ଜୋରଦାର ପ୍ରସ୍ତୁତି ଚାଲିଛି । ସରକାର, ସ୍ଥଶନୀୟ ପ୍ରଶାସନ ଓ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି ରଥଯାତ୍ରା ସଂପର୍କିତ ବିଭିନ୍ନ ସେବାୟତମାନେ ନିଜ ନିଜ କାମକୁ ଜୋରଦାର କରିଦେଇଛନ୍ତି । ରଥ ନିର୍ମାଣ କାମ ଅଧିକାଂଶ ଶେଷ ହୋଇଯାଇଛି । ବାକି କାମ ଏକ ସପ୍ତାହ ମଧ୍ୟରେ ଶେଷ ହୋଇଯିବ । କିନ୍ତୁ କ୍ଷୋଭର ବିଷୟ ଯେ, ରଥଯାତ୍ରା ନେଇ ଗତବର୍ଷ ଭଳି ଏଥର ମଧ୍ୟ ଭକ୍ତଙ୍କ ମନରେ ଉତ୍ସାହ ନାହିଁ । ଏହାର କାରଣ ହେଲା ଯେ, ବହୁତ ଉତ୍କଣ୍ଠା ଥିଲେ ମଧ୍ୟ ଭକ୍ତମାନେ ଶ୍ରୀକ୍ଷେତ୍ର ଯାଇ ମହାପ୍ରଭୁଙ୍କର ଏହି ବାର୍ଷିକ ଯାତ୍ରାରେ ଅଂଶଗ୍ରହଣ କରିପାରିବେ ନାହିଁ ।

କୋଭିଡ-୧୯ ମହାମାରୀ ଯୋଗୁଁ ୨୦୨୦ ଭଳି ଏବର୍ଷ ମଧ୍ୟ ବ୍ୟାପକ କଟକଣାରେ ଶ୍ରୀକ୍ଷେତ୍ରରେ ରଥଯାତ୍ରାର ଆୟୋଜନ ହେଉଛି । ରଥଯାତ୍ରା ସମୟରେ ବାହାର ଜିଲ୍ଲା ଅଥବା ଅନ୍ୟ ରାଜ୍ୟର ଭକ୍ତଙ୍କୁ ପୁରୀ ବାରଣ ହୋଇଛି । ରଥଯାତ୍ରା ସମୟରେ ପୁରୀ ଦଣ୍ଡରେ କେବଳ ଚୟନିତ ସେବାୟତ, ପୋଲିସ ଓ ପ୍ରଶାସନର ଉପସ୍ଥିତି ରହିବ । ରଥଯାତ୍ରା ସମୟରେ ପୁରୀର ଲୋକେ ଘର ଭିତରେ ରହିବେ । ବଡ଼ଦାଣ୍ଡରେ ୧୪୪ ଧାରା ଲାଗୁ ହେବ । ୧୪୪ ଧାରା ଓ କୋଭିଡ କଟକଣା ପାଳନ କରୁନଥିବା ଅମାନିଆଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯିବ ।

ରଥଯାତ୍ରା: ଭକ୍ତଶୂନ୍ୟ ହେବ ବଡ଼ଦାଣ୍ଡ

ରଥଯାତ୍ରା ସମୟରେ ବଡ଼ଦାଣ୍ଡରେ ୧୪୪ ଧାରା ଲାଗୁ ହେବ । ପ୍ରଶାସନ ଓ ପୋଲିସ ସ୍ଥାନୀୟ ଲୋକଙ୍କର ଉପରେ ନଜର ରଖିବ । ରଥଯାତ୍ରାରେ ବଡ଼ଦାଣ୍ଡ ଓ ଏହାର କଡ଼ରେ ଥିବା କୋଠାଗୁଡ଼ିକରେ ମଧ୍ୟ ପ୍ରବଳ ଭିଡ ଦେଖାଯାଇଥିାଏ । ଏଥର କିନ୍ତୁ ଏହା ଶୂନ୍ୟ ରହିବ । ଭକ୍ତ ଶୂନ୍ୟ ପରିବେଶରେ ମହାପ୍ରଭୁ ଶ୍ରୀମନ୍ଦିରରୁ ଶ୍ରୀଗୁଣ୍ଡିଚା ମନ୍ଦିରକୁ ଯିବେ । ଭକ୍ତମାନେ ଛାତ ଉପରେ ବି ରହିପାରିବେ ନାହିଁ ବୋଲି ପୁରୀ ଜିଲ୍ଲାପାଳ ସମର୍ଥ ବର୍ମା ସୂଚନା ଦେଇଛନ୍ତି ।

ପ୍ରଶାସନ ବଦଳାଇଲା ନିଷ୍ପତ୍ତି

ସୂଚନାଯୋଗ୍ୟ ଲୋକେ ନିଜ ଛାତ ଉପରୁ ରଥଯାତ୍ରା ଦେଖିପାରିବେ ବୋଲି ପୂର୍ବରୁ ପ୍ରଶାସନ ପକ୍ଷରୁ କୁହାଯାଇଥିଲା । କିନ୍ତୁ ଏବେ ପ୍ରଶାସନ ନିଜର ନିଷ୍ପତ୍ତି ବଦଳାଇଛି । ପୁରୀରେ ଘର ସାମ୍ନାରେ ଶ୍ରୀଜିଉଙ୍କ ରଥ ଯାଉଥିବା, କିନ୍ତୁ ଭକ୍ତ ଓ ଜଗନ୍ନାଥପ୍ରେମୀ ଘରୁ ବାହାରିପାରିବେ ନାହିଁ । ଯେଉଁମାନେ ପ୍ରକୃତରେ ଭକ୍ତ ଓ ଜଗନ୍ନାଥପ୍ରେମୀ, ସେମାନଙ୍କୁ ହିଁ କଷ୍ଟ ଲାଗିବ । ଭକ୍ତଙ୍କୁ ଏଥର ଟେଲିଭିଜନ ମାଧ୍ୟମରେ ଶ୍ରୀଗୁଣ୍ଡିଚା ଯାତ୍ରାର ସିଧାପ୍ରସାରଣ ଦେଖିବାକୁ ହେବ ।

କୋଭିଡ କଟକଣାରେ ରଥଯାତ୍ରା

ରଥଯାତ୍ରା ନେଇ ଏଥର ଅନ୍ୟ ଏକ ବଡ଼ ଖବର ହେଲା ଯେ, କେବଳ ସେବାୟତମାନେ ହିଁ ଶ୍ରୀଜିଉମାନଙ୍କର ରଥକୁ ଟାଣିବେ । ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କ୍ରିଷନ କୁମାର ଶନିବାର ଗଣମାଧ୍ୟମକୁ ଏହି ସୂଚନା ଦେଇଛନ୍ତି । ସେ କହିଛନ୍ତି, କୋଭିଡ-୧୯ କଟକଣା ମଧ୍ୟରେ ରଥଯାତ୍ରାର ଆୟୋଜନ ହେବ । ଏଥି ପାଇଁ ରାଜ୍ୟ ସରକାର ନିର୍ଦ୍ଦେଶ ଦେଇଛନ୍ତି । ରଥଯାତ୍ରାରେ ଯାହା ହେବ, ସେବାୟତଙ୍କ ଦ୍ୱାରା ହିଁ ସଂପାଦିତ କରାଯିବ । ଅଧିକାରୀ ଓ ସେବାୟତମାନଙ୍କର କୋଭିଡ ପରୀକ୍ଷା ହେବ । ସେମାନଙ୍କର ଟିକାକରଣ ହୋଇସାରିଛି । ସାନିଟାଇଜର ବ୍ୟବସ୍ଥା ହୋଇଛି । ରଥଯାତ୍ରାରେ ସାମିଲ ହେବାକୁ ଥିବା ବ୍ୟକ୍ତିମାନଙ୍କୁ ମାସ୍କ ଓ ଗାମୁଛା ଦିଆଯିବ ।

RELATED ARTICLES

LEAVE A REPLY

Please enter your comment!
Please enter your name here

Most Popular

Recent Comments