Saturday, January 18, 2025
Homeଭୁଲିଗଲା ମାତୃତ୍ବ; ସନ୍ତାନର ଜୀବନ ନେଲା ମା’
Array

ଭୁଲିଗଲା ମାତୃତ୍ବ; ସନ୍ତାନର ଜୀବନ ନେଲା ମା’

ଭୁବନେଶ୍ବର: ସନ୍ତାନ ପାଇଁ ମା’ର ସ୍ନେହ-ମମତା ବିଶ୍ବର ଯେକୌଣସି ଜିନିଷ ଠାରୁ ବୃହତ୍ତ। ମା’ର ସ୍ନେହ-ମମତା ଆଗରେ ଅନ୍ୟ କୌଣସି ବସ୍ତୁକୁ ତୁଳନା କରାଯାଇପାରିବ ନାହିଁ। ସନ୍ତାନ ପାଇଁ ସବୁଠାରୁ ବଡ଼ ଜିନିଷ ହେଉଛି ତା’ର ମା। ଏଇଥି ପାଇଁ ସନ୍ତାନକୁ ସାମାନ୍ୟ ଯନ୍ତ୍ରଣା ହେଲେ ସେହ୍ନମୟୀ ମା’ର ଆଖିରୁ ଲୁହ ବାହାରି ଯାଇଥାଏ। କାରଣ ମା’ ସନ୍ତାନକୁ ଜନ୍ମ ଦେବା ପୂର୍ବରୁ ଦଶମାସ ନିଜ ଗର୍ଭରେ ଧରିଥାଏ। ସେହି ସମୟରେ କେତେ କଷ୍ଟ ପାଇଥାଏ। କେବଳ ସେତିକି ନୁହେଁ। ବରଂ ଶିଶୁ ଜନ୍ମ ହେବା ପରଠାରୁ ସେ ଭଲ ମଣିଷଟିଏ ହେବା ପର୍ଯ୍ୟନ୍ତ ମା’ର ଭୂମିକା ସ୍ବର୍ଗ ପରି ମହାନ। ଏହାକୁ କେହି ଅସ୍ବୀକାର କରିପାରିବେ ନାହିଁ। କିନ୍ତୁ କ୍ଷୋଭର ବିଷୟ ହେଲା ଯେ, ଆମ ସମାଜରେ ଏମିତି କିଛି ମା’ ଅଛନ୍ତି ଯେଉଁମାନେ କି କଳଙ୍କର ଅଧ୍ୟାୟ ସୃଷ୍ଟି କରୁଛନ୍ତି।

ରାସ୍ତାକଡ଼ରୁ ନବଜାତ ଶିଶୁ ଉଦ୍ଧାର, ଡାକ୍ତରଖାନା ପଛପଟ ପରିତ୍ୟକ୍ତ ସ୍ଥାନରେ ନବଜାତର କ୍ରନ୍ଦନ, ନବଜାତକୁ ଝୁଣିଦେଲା କୁକୁର ଆଦି ଖବର ଆମେ ଗଣମାଧ୍ୟମରୁ ଜାଣିବାକୁ ପାଉଛେ। ଏଭଳି ଶିଶୁମାନଙ୍କୁ କେହି ଜଣେ ମା’ ଜନ୍ମ ଦେଉଛି। କିନ୍ତୁ ନିଜେ ଖୁସିରେ ରହିବା ପାଇଁ ଓ ଲୋକହସାରୁ ବର୍ତ୍ତିବା ପାଇଁ ଏଭଳି ଘୃଣ୍ୟ କାମ କରୁଛି। ସବୁଠାରୁ ବଡ଼ ଦୁଃଖର ବିଷୟ ହେଲା ଯେ, ଶିଶୁକୁ ବଡ଼ କଲା ପରେ ବିଷ ଦେଇ ହତ୍ୟା କରିବା ପାଇଁ ଉଦ୍ୟମ କରିବା ଅଥବା କୂଅକୁ ଫିଙ୍ଗି ଦେବା ଘଟଣା। ବିଗତ କିଛି ଦିନ ମଧ୍ୟରେ ରାଜ୍ୟର ବିଭିନ୍ନ ସ୍ଥାନରେ ଏଭଳି ଅଭାବୀନୟ ଖବର ଦେଖିବାକୁ ମିଳିଛି।

ତିନି ପିଲାଙ୍କୁ କୂଅରେ ଫିଙ୍ଗିଲା ମା’

ଚଳିତ ମାସ ୨ ତାରିଖର ଘଟଣା। ଗଂଜାମ ଜିଲ୍ଲା ଶେରଗଡ଼ର ଜଣେ ପିଶାଚୀ ମା’ଙ୍କ କାହାଣୀ ସାରା ଓଡ଼ିଶାକୁ ଦୋହଲାଇ ଦେଇଥିଲା। ରାତି ପ୍ରାୟ ୧ଟାରେ ନିଘୋଡ଼ ନିଦ୍ରାରେ ପିଲାମାନେ ଶୋଇଥିବା ବେଳେ ଉନ୍ମକ୍ତ ରୂପ ଧାରଣ କରିଥିଲା ମା’। ଗୋଟିଏ ପରେ ଗୋଟିଏ ସନ୍ତାନକୁ କୂଅରେ ଫିଙ୍ଗିବା ଆରମ୍ଭ କରିଥିଲା। ପିଶାଚୀ ମା’ ଜଣକ କୁନିକୁନି ୩ଟି ପିଲାଙ୍କୁ କୂଅରେ ଫିଙ୍କି ଦେଇ ଶେଷରେ ନିଜେ କୂଅକୁ ଡେଇଁ ପଡ଼ିଥିଲା। ସ୍ବାମୀ ଓ ସ୍ତ୍ରୀ ମଧ୍ୟରେ ହୋଇଥିବା କଳହ ଯୋଗୁଁ ଦେଢ଼ ବର୍ଷର ଝିଅ, ୫ ବର୍ଷର ପୁଅ ଓ ୧୦ ବର୍ଷର ବଡ଼ ଝିଅ ମଧ୍ୟରାତ୍ରିରେ କୂଅରେ ଭାସିଥିଲେ। ରାତି ଅଧରେ ବଡ଼ ଝିଅର ଚିକ୍ରାର ଶୁଶି ଧାଇଁ ଆସିଥିଲେ ପାଖ ପଡ଼ୋଶୀ । କୂଅରେ ଭାସୁଥିବା ମା’-ଝିଅକୁ ଉଦ୍ଧାର କରି ଡାକ୍ତରଖାନା ନେଇଥିଲେ। ଏଥିରୁ ଶିଶୁକନ୍ୟା ଓ ଶିଶୁପୁତ୍ରଙ୍କର ମୃତ୍ୟୁ ଘଟିଥିଲା। ୧୦ ବର୍ଷର ଝିଅ ମୃତ୍ୟୁମୁଖରୁ ବର୍ତ୍ତି ଯାଇଥିଲା ବେଳେ ମା’ ଗିରଫ ହୋଇ ଜେଲରେ ଅଛି।  

ଛଳନା କରି ବଢ଼ିଲା ସନ୍ତାନଙ୍କୁ ବିଷ ଦେଲା ମା’

ଗତ ଜୁନ୍ ମାସରେ ମୟୂରଭଞ୍ଜ ଜିଲ୍ଲା ବଡ଼ପଥରା ପଞ୍ଚାୟତ ଗୋଭେଇ ଗାଁ ଏଭଳି ଏକ ଅଭାବନୀୟ ଘଟଣା ଘଟିଥିଲା। ଗୋଭେଇ ଗ୍ରାମର ବିଧବା ମହିଳା ମଙ୍ଗୁଳି ସିଂ (୩୭) ସ୍ବାମୀଙ୍କ ମୃତ୍ୟୁର ୧୦ ବର୍ଷ ପରେ ପାପ ସମ୍ପର୍କରୁ ୬ ମାସର ଗର୍ଭବତୀ ହୋଇଥିଲା। ନିଜ ପାପ ସଂପର୍କ ଲୁଚାଇବାକୁ ଯାଇ ବଡ଼ଫେଣି ଗ୍ରାମର ଜଣେ ସଂପର୍କୀୟଙ୍କ ଘରକୁ ବୁଲିବାକୁ ଯିବା କହି ପୁଅଝିଅଙ୍କୁ ସାଙ୍ଗରେ ନେଇଥିଲା ମଙ୍ଗୁଳି’। ରାକ୍ଷସୀ ମା’ର ଯୋଜନାକୁ ଜାଣି ନପାରି ଝିଅ ରାଇବରୀ (୧୬) ଓ ପୁଅ ବୟେଜ (୧୨) ପଛେପଛେ ଯାଇଥିଲେ। ପ୍ରବଳ ଖରାରେ ତଣ୍ଟି ଶୁଖିଯାଉଥିବା ବେଳେ ବାଟରେ ଏକ ନିଛାଟିଆ ପଡ଼ିଆରେ ଥକ୍କା ମେଣ୍ଟାଇବା କହି ପୁଅ-ଝିଅଙ୍କୁ ବସାଇଥିଲା। ପରେ କୌଶଳ କ୍ରମେ ବିଷ ମିଶିଥିବା ପାଣି ପିଇବାକୁ ଦେଇଥିଲା। ବିଷ ମିଶା ପାଣି ପିଇ ଝିଅର ମୃତ୍ୟୁ ଘଟିବା ପରେ ପୁଅକୁ ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ଘଟଣା ଜଣାପଡ଼ିବା ପରେ ମଙ୍ଗୁଳିକୁ ପୁଲିସ ଗିରଫ କରିଛି।  

ଦେଢ଼ବର୍ଷର ଶିଶୁକୁ ତଣ୍ଟି ଚିପିଲା ମା’

ଜୁଲାଇ ୨ ତାରିଖ ରାତି କେନ୍ଦ୍ରାପଡ଼ା ଜିଲ୍ଲାରେ ମଧ୍ୟ ଏକ ଅଭାବନୀୟ ଘଟଣା ଘଟିଥିଲା। ଆଳି ଥାନା ଅନ୍ତର୍ଗତ ପଦନିପାଳ ଗାଁରେ ଜଣେ ମହିଳା ନିଜେ ଜନ୍ମ କଲା ଦେଢ଼ବର୍ଷର ନିଷ୍ପାପ ଶିଶୁକନ୍ୟାକୁ ତଣ୍ଟିଚିପି ହତ୍ୟା କରିଥିଲା। ରାତିରେ ମା’ ପାଖରେ ଦେଢ଼ବର୍ଷର ଶିଶୁକନ୍ୟା ଓ ତିନି ବର୍ଷର ପୁଅ ଶୋଇଥିଲେ। ହେଲେ ପରଦିନ ସକାଳୁ ସମସ୍ତେ ଉଠିବା ପରେ ଦେଖିଥିଲେ ଯେ, ଶିଶୁକନ୍ୟାର ନାକରୁ ରକ୍ତସ୍ରାବ ହେଉଛି। ସଙ୍ଗେ ସଙ୍ଗେ ଶିଶୁକନ୍ୟାକୁ ଧରି ଜେଜେ ମା’ ବାସନ୍ତୀ ମହାନ୍ତି ଓ ଜେଜେ ବାପା ଅଶୋକ ମହାନ୍ତି ସ୍ଥାନୀୟ କଣ୍ଡିଆହାଟ ସ୍ୱାସ୍ଥ୍ୟ ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ରକୁ ନେଇଥିଲେ। ହେଲେ ଡାକ୍ତର ତାଙ୍କୁ ମୃତ୍ୟୁ ଘୋଷଣା କରିଥିଲେ। ଏହାପରେ ତାର ମା’ ଶିଶୁକନ୍ୟାକୁ ହତ୍ୟା କରିଥିବା ନେଇ ଥାନାରେ ଅଭିଯୋଗ କରିଥିଲେ।

RELATED ARTICLES

LEAVE A REPLY

Please enter your comment!
Please enter your name here

Most Popular

Recent Comments