Friday, September 13, 2024
Homeମନ୍ତ୍ରୀ କହିଲେ ତାଙ୍କ ସଂପତ୍ତି କେତେ?
Array

ମନ୍ତ୍ରୀ କହିଲେ ତାଙ୍କ ସଂପତ୍ତି କେତେ?

ଭୁବନେଶ୍ବର: ଜୀବ ଜଗତରେ ଭଲରେ ବଞ୍ଚିବାର ଲୋଭ ସମସ୍ତଙ୍କ। ମନୁଷ୍ୟ ଏବଂ ପ୍ରାଣୀଙ୍କ କ୍ଷେତ୍ରରେ ଏହା ଅଧିକ ପ୍ରଯୁଜ୍ୟ। ପ୍ରାଣୀମାନେ ଅନ୍ୟର ଅଧିନରେ ପରିଚାଳିତ ହେଉଥିବାରୁ ସେଗୁଡ଼ିକ ନିଜର ଇଚ୍ଛା ଥାଇ ମଧ୍ୟ ଉପାୟ ଶୂନ୍ୟ ହୋଇଥାନ୍ତି। ମାତ୍ର ମନୁଷ୍ୟ ନିଜେ ନିଜକୁ ନିୟନ୍ତ୍ରିତ କରିପାରୁ ଥିବାରୁ ବିଳାସପୂର୍ଣ୍ଣ ଜୀବନ ଜିଇଁବାକୁ ଇଚ୍ଛା କରିଥାଏ। ତେବେ ନିଜ ସ୍ବାଧୀନତା ଏବଂ ବିଳାସମୟ ଜୀବନ ବଞ୍ଚିବା ପାଇଁ ସବୁଠାରୁ ବଡ଼ ଜିନିଷ ହେଲା ପାଖରେ ଅର୍ଥ ଥିବା ଦରକାର।

ଆଜିର ଦିନରେ ଅର୍ଥ ହିଁ ସବୁ କିଛି। ପାଖରେ ଅର୍ଥ ଥିଲେ ମୁର୍ଖଙ୍କୁ ମଧ୍ୟ ଉଚ୍ଚ ଶିକ୍ଷିତ ବ୍ୟକ୍ତି ସମ୍ମାନ ଜଣାଇବ। ଅପରପକ୍ଷେ ରାଜା ଦରିଦ୍ର ପାଲଟିଗଲେ, ତାଙ୍କୁ ମଧ୍ୟ ସାଧାରଣ ଲୋକେ ରାସ୍ତା ଛାଡ଼ିବେ ନାହିଁ। ତେଣୁ ଭଲରେ ବଂଚିବା ପାଇଁ ପ୍ରତ୍ୟେକ ମନୁଷ୍ୟ ନିଜର ସଂପତ୍ତିକୁ ବଢ଼ାଇବା ପାଇଁ ଉଦ୍ୟମ କରନ୍ତି। ତାହା ରାଜନେତା ହେଉ ବା ସରକାରୀ ଚାକିରିଆ ହେଉ। ଚାଷୀ, ବ୍ୟବସାୟୀ, ଭିକାରୀ, ସାଧୁସନ୍ଥ ମଧ୍ୟ ସଂପତ୍ତି ବଢ଼ାଇବା ପାଇଁ ବ୍ୟସ୍ତ ହୋଇପଡ଼ିଥାନ୍ତି।

ନବୀନଙ୍କ କାର ମୂଲ୍ୟ ୬ ହଜାର

ନିକଟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ତାଙ୍କର କ୍ୟାବିନେଟରେ ଥିବା ମନ୍ତ୍ରୀମାନଙ୍କର ସଂପତ୍ତି ତାଲିକା ପ୍ରକାଶ ପାଇଛି। ମୁଖ୍ୟମନ୍ତ୍ରୀ ନବୀନଙ୍କ ପାଖରେ ମୋଟ ୬୪ କୋଟି ଟଙ୍କାର ସ୍ଥାବର ଓ ଅସ୍ଥାବର ସଂପତ୍ତି ଥିବା ଜଣାପଡ଼ିଛି। ୧୯୮୦ ମସିହାରେ ନିମିର୍ତ ଏକ ଆମ୍ବାସାଡାର କାର ନବୀନଙ୍କ ପାଖରେ ରହିଛି। ବର୍ତ୍ତମାନ ଏହି କାରର ମୂଲ୍ୟ ୬ ହଜାର ୪୩୪ ଟଙ୍କା, ଯାହାକି କ୍ରୀଡ଼ା ପାଇଁ ବ୍ୟବହାର ହେଉଥିବା ଏକ ସାଇକେଲ ମୂଲ୍ୟ ଠାରୁ ବି କମ୍। କାରଣ ବଜାରରେ ସ୍ପୋର୍ଟସ ପାଇଁ ଉଦ୍ଦିଷ୍ଟ ୯୦ ହଜାର ଟଙ୍କିଆ ସାଇକେଲ ମିଳୁଛି।

ମନ୍ତ୍ରୀଙ୍କ ନାହିଁ ଚାରିଚକିଆ ଗାଡ଼ି

ନବୀନଙ୍କ କ୍ୟାବିନେଟର ସବୁଠାରୁ ଧନୀ ମନ୍ତ୍ରୀ ହେଉଛନ୍ତି ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସ। ତାଙ୍କର ସ୍ଥାବର ଓ ଅସ୍ଥାବର ସଂପତ୍ତିର ମୂଲ୍ୟ ହେଉଛି ପ୍ରାୟ ୩୪ କୋଟି ଟଙ୍କା। ତାଙ୍କ ପାଖରେ ବିଭିନ୍ନ ବ୍ରାଣ୍ଡର ନାମିଦାମି ୬୫ଟି ଗାଡି ରହିଛି। ଏଥିରୁ ସେ କୋଭିଡ ସମୟରେ କିଣିଛନ୍ତି ୧୮ଟି ଗାଡି କିଣିଥିଲେ। ନବ ଦାସଙ୍କ ପାଖରେ ଯେଉଁ ତିନୋଟି ବନ୍ଧୁକ ରହିଛି, ଏହାର ମୂଲ୍ୟ ୩ଲକ୍ଷ ୫୫ ହଜାର ଟଙ୍କା।ବୈଷୟିକ ଶିକ୍ଷା ଓ ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ପ୍ରୀତି ରଞ୍ଜନ ଘଡାଇଙ୍କ ପାଖରେ ପ୍ରାୟ ୧୦ କୋଟି ଟଙ୍କା ମୂଲ୍ୟର ସ୍ଥାବର ଓ ଅସ୍ଥାବର ସମ୍ପତି ଅଛି। ରାଜସ୍ବ ମନ୍ତ୍ରୀ ପ୍ରମିଳା ମଲ୍ଲିକଙ୍କ ପାଖରେ ରହିଛି ୪.୫ କୋଟି ଟଙ୍କା ମୂଲ୍ୟର ସ୍ଥାବର ଓ ଅସ୍ଥାବର ସଂପତ୍ତି। କିନ୍ତୁ ଉଭୟ ପ୍ରୀତି ରଂଜନ ଏବଂ ପ୍ରମିଳା ମଲ୍ଲିକଙ୍କ ପାଖରେ କୌଣସି ଚାରି ଚକିଆ ଗାଡି ନାହିଁ ।  

ଅସାଧୁ ଉପାଛୟରେ ସଂପତ୍ତି ଠୁଳ

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ ତାଙ୍କର କ୍ୟାବିନେଟ ମନ୍ତ୍ରୀମାନେ ନିଜ ନିଜର ସଂପତ୍ତି ତାଲିକା ଦେଇଥିବା ବେଳେ ରାଜ୍ୟ ସରକାରଙ୍କ କର୍ମଚାରୀମାନେ କାହିଁକି ସେମାନଙ୍କର ସଂପତ୍ତି ତାଲିକା ଦେବେ ନାହିଁ ବୋଲି ବୁଦ୍ଧିଜୀବୀ ମହଲରେ ଚର୍ଚ୍ଚା ହେଉଛି। ରାଜ୍ୟରେ ସରକାରୀ ବାବୁମାନଙ୍କର ସଂପତ୍ତି ବହୁମାତ୍ରାରେ ବଢ଼ି ଯାଇଛି। ଭିଜିଲାନ୍ସ ବିଭାଗ ଯେତେବେଳେ ଚଢ଼ଉ କରୁଛନ୍ତି, ସେହି ସମୟରେ ବାବୁମାନଙ୍କର ସଂପତ୍ତି ଧରାପଡୁଛି। ବିଗତ ଦିନରେ କିଛି ବାବୁ ଧରାପଡ଼ିଛନ୍ତି, ଯେଉଁମାନଙ୍କର ଆୟ ତୁଳନାରେ ସଂପତ୍ତି ଢେର ଅଧିକ। ପ୍ରକୃତରେ ଏହି ସଂପତ୍ତି ହେଉଛି ସାଧାରଣ ଜନତାଙ୍କର। ସରକାରଙ୍କ ଦୁର୍ବଳ ନେତୃତ୍ବର ସୁଯୋଗ ନେଇ କିଛି ଅସାଧୁ କର୍ମଚାରୀ ସଂପତ୍ତି ଜୁଟାଇବାରେ ବ୍ୟସ୍ତ ରହିଥାନ୍ତି। ଏଥି ପାଇଁ ସେମାନେ ନିଜର କର୍ତ୍ତବ୍ୟକୁ ଭୁଲି ଯାଇଥାନ୍ତି।

ନେତା ଦେଉନାହାନ୍ତି ସଂପତ୍ତି ତାଲିକା

୨୦୨୦ ମସିହାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏକ ଟୁଇଟ୍ କରିଥିଲେ। ଏଥିରେ ସେ ନିର୍ଦ୍ଦେଶ ଦେଇଥିଲେ ଯେ, ସରପଞ୍ଚଙ୍କଠୁ ଆରମ୍ଭ କରି ମୁଖ୍ୟମନ୍ତ୍ରୀ ଓ ମୁଖ୍ୟ ଶାସନ ସଚିବଙ୍କ ଯାଏଁ ସମସ୍ତଙ୍କ ସ୍ଥାବର ଅସ୍ଥାବର ସମ୍ପତ୍ତି ସର୍ବସାଧାରଣରେ ପ୍ରକାଶ କରାଯିବ। ଏହି ସମ୍ପତ୍ତି ତାଲିକା ଲୋକ ଦେଖିବେ। ଓ୍ୱେବସାଇଟରେ ସମସ୍ତ ତଥ୍ୟ ପ୍ରକାଶ ପାଇବ। ଏପରିକି ୨୦୧୯ରେ ଲୋକାୟୁକ୍ତ ଆଇନରେ ସଂଶୋଧନ ଅଣାଯିବା ପରେ ସରକାର ଯେଭଳି ଚାହିଁବେ ସେମିତି ଫର୍ମାଟରେ ସବୁ ସରକାରୀ କର୍ମଚାରୀ ସମ୍ପତ୍ତି ତାଲିକା ଦେବେ ବୋଲି ଆଇନ ହୋଇଛି। କିନ୍ତୁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ଏଯାଏଁ ପାଳନ ହୋଇପାରି ନାହିଁ। ପଦ ଓ ପଦବିରେ ଥିବା ନେତାମାନେ ନିଜର ସଂପତ୍ତିକୁ ଜନସାଧାରଣରେ ହିସାବ ଦେଉ ନାହାନ୍ତି।  

RELATED ARTICLES

LEAVE A REPLY

Please enter your comment!
Please enter your name here

Most Popular

Recent Comments