Wednesday, November 13, 2024
Homeଖବରମହାଶିବରାତ୍ରୀ:ଉତ୍ସବମୁଖର ଶିବାଳୟ

ମହାଶିବରାତ୍ରୀ:ଉତ୍ସବମୁଖର ଶିବାଳୟ

ଭୁବନେଶ୍ବର: ମହାଶିବରାତ୍ରୀ ପାଇଁ ଶୈବପୀଠଗୁଡ଼ିକ ଚଳଚଞ୍ଚଳ ହୋଇଉଠିଛି। ଶିବରାତ୍ରୀରେ ଉଜାଗର ରହି ଶ୍ରଦ୍ଧାଳୁମାନେ ହରପାର୍ବତୀଙ୍କୁ ପୂଜାର୍ଚ୍ଚନା କରିବାକୁ ବ୍ୟାକୁଳ ହୋଇପଡ଼ିଛନ୍ତି। ଶିବାଳୟଗୁଡ଼ିକରେ ଆଧ୍ୟାତ୍ମିକ ପରିବଶେ ସୃଷ୍ଟି ହୋଇଛି। ରାଜ୍ୟର ପ୍ରସିଦ୍ଧ ଶିବମନ୍ଦିରରେ ବ୍ୟାପକ ବ୍ୟବସ୍ଥା କରାଯାଇଛି। ଭୁବନେଶ୍ବରସ୍ଥିତ ଲିଙ୍ଗରାଜ, ପୁରୀର ଲୋକନାଥ ମନ୍ଦିର, ଢେଙ୍କାନାଳର କପିଳାସସ୍ଥିତ ଚନ୍ଦ୍ରଶେଖର, ଯାଜପୁର ଜିଲ୍ଲା ଚଣ୍ଡିଖୋଲସ୍ଥିତ ମହାବିନାୟକ, ସମ୍ବଲପୁରର ହୁମାସ୍ଥିତ ବିମଳେଶ୍ବର, ବଲାଙ୍ଗୀର ଜିଲ୍ଲା ହରିଶଙ୍କର ମନ୍ଦିର, କୋରାପୁଟ ଜିଲ୍ଲା ବୈପାରୀଗୁଡ଼ାର ଗୁପ୍ତେଶ୍ବର ମନ୍ଦିରରେ ଜାଗର ପାଇଁ ଭକ୍ତ ଉତ୍ସାହିତ ଅଛନ୍ତି। 

ସନାତନ ଧର୍ମର ସବୁ ପର୍ବପର୍ବାଣୀରେ କୌଣସି ଦେବୀ-ଦେବତାଙ୍କୁ ପୂଜାର୍ଚ୍ଚନା କରାଯାଇଥାଏ। ସେହିଭଳି ଶିବରାତ୍ରୀର ପର୍ବ ଭଗବାନ ଶିବଙ୍କ ଉଦ୍ଦେଶ୍ୟରେ ସମର୍ପିତ। ଏହି ପର୍ବରେ ଦେବଦେବ ମହାଦେବ ଓ ମା’ ପାର୍ବତୀଙ୍କ ପୂଜାର୍ଚ୍ଚନା ହୋଇଥାଏ। ଶ୍ରଦ୍ଧାଳୁମାନେ ବ୍ରତ ରଖିଥାନ୍ତି। ଧାର୍ମିକ ମାନ୍ୟତା ଅନୁସାରେ ଏହି ବ୍ରତ ପରିବାରରେ ସୁଖସମୃଦ୍ଧି ବୃଦ୍ଧି କରିଥାଏ। ଏଥି ସହିତ ଭଗବାନ ଶିବ ଓ ପାର୍ବତୀଙ୍କ ଆଶୀର୍ବାଦ ପ୍ରାପ୍ତ ହୋଇଥାଏ। କିନ୍ତୁ ଅନେକ ଲୋକଙ୍କୁ ଜଣା ନଥିବ ଯେ, ବର୍ଷରେ କେତେଥର ଶିବରାତ୍ରୀ ପର୍ବ ପାଳନ ହୋଇଥାଏ।

ବର୍ଷକୁ ୧୨ଟି ଶିବରାତ୍ରୀ

ଶିବରାତ୍ରୀ ପର୍ବ ଅଧିକ ଗୁରୁତ୍ବ। କିନ୍ତୁ ଫାଲଗୁନ ମାସ ଶୁକ୍ଲପକ୍ଷରେ ଆୟୋଜନ ହେଉଥିବା ଶିବରାତ୍ରୀ ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ। ଏହି ଶିବରାତ୍ରୀକୁ ମହାଶିବରାତ୍ରୀ କୁହାଯାଇଥାଏ। ଧାର୍ମିକ ମାନ୍ୟତା ଅନୁସାରେ ଫାଲ୍ଗୁନ ମାସର କୃଷ୍ଣ ପକ୍ଷ ଚତୁର୍ଦ୍ଦଶୀ ତିଥିରେ ଭଗବାନ ଶିବ ଓ ପାର୍ବତୀଙ୍କ ବିବାହ ହୋଇଥିଲା। ଏହି କାରଣରୁ ଏହି ତିଥିକୁ ମହାଶିବରାତ୍ରୀ ଭାବେ ଉତ୍ସାହିତ ସହିତ ପାଳନ କରାଯାଇଥାଏ। ପ୍ରତି ମାସର କୃଷ୍ଣପକ୍ଷ ଚତୁଦ୍ଦର୍ଶୀ ତିଥିରେ ଶିବରାତ୍ରୀ ପାଳନ କରାଯାଇଥାଏ। ଏହାକୁ ମାସିକ ଶିବରାତ୍ରୀ ଭାବେ ଗଣତି କରାଯାଇଥାଏ। ଏଭଳି ଭାବେ ବର୍ଷକ ମଧ୍ୟରେ ମୋଟ ୧୨ଟି ଶିବରାତ୍ରୀ ପାଳନ କରାଯାଇଥାଏ। କିନ୍ତୁ ବର୍ଷକରେ ଗୋଟିଏ ମହାଶିବରାତ୍ରୀ ପାଳନ କରାଯାଏ। ତେଣୁ ଏହି ଦିନରେ ଭଗବାନ ମହାଦେବ ଓ ମା’ ପାର୍ବତୀଙ୍କୁ ସ୍ବତନ୍ତ୍ର ଭାବେ ପୂଜାର୍ଚ୍ଚନା ସହିତ ବ୍ରତ କରାଯାଇଥାଏ ।

ଶିବଙ୍କ ମନ୍ତ୍ର ଜପରୁ ଲାଭ

ଚଳିତ ବର୍ଷ ଫାଲଗୁନ ମାସ କୃଷ୍ଣ ପକ୍ଷ ଚତୁର୍ଦ୍ଦଶୀ ତିଥିର ଆରମ୍ଭ ୨୦୨୪ ମାର୍ଚ୍ଚ ୮ ତାରିଖ ରାତି ୯ଟା ୫୭ରୁ ଆରମ୍ଭ ହେବ। ଏହି ତିଥି ମାର୍ଚ୍ଚ ୯ ସନ୍ଧ୍ୟା ୬ଟା ୧୭ ମିନିଟରେ ଶେଷ ହେବ। ତେଣୁ ମାର୍ଚ୍ଚ ୮ ତାରିଖରେ ମହାଶିବରାତ୍ରୀ ପର୍ବ ପାଳନ କରାଯିବ। ପୁରାଣ ଅନୁସାରେ ମହାଶିବରାତ୍ରୀ ପୂଜା ସମୟରେ ଭଗବନା ଶିବଙ୍କ ମନ୍ତ୍ର ଜପ କଲେ ଲାଭ ହୋଇଥାଏ। ଭଗବାନ ଶିବଙ୍କ ମନ୍ତ୍ର
-ଓଃ ନମଃ ଶିବାୟ
-ଓଃ ତ୍ରୟମ୍ବକ ଯଜାମହେ ସୁଗନ୍ଧି ପୁଷ୍ଟିବର୍ଦ୍ଧନମ୍।
-ଉର୍ବାରୁକମିବ ବନ୍ଧନାମ ମୃତ୍ୟୋର୍ମୁକ୍ଷୀୟ ମାମୃତାତ୍।।

ମହାଶିବରାତ୍ରୀ ପୂଜା ବିଧି

ମହାଶିବରାତ୍ରୀ ଦିନ ଭଗବାନ ଶିବଙ୍କ ମୂର୍ତ୍ତିକୁ ପଞ୍ଚାମୃତରେ ସ୍ନାନ କରନ୍ତୁ। ଏହା ପରେ ୮ କଳସୀରେ ଜଳ ସ୍ନାନ କରାନ୍ତୁ। ଏହି ଅବସରରେ ପୂରା ରାତି ଦୀପ ଜଳାନ୍ତୁ। ଚନ୍ଦନ-ତିଲକ ଲଗାନ୍ତୁ। ବେଲପତ୍ର, ଭାଙ୍ଗ, ଦୁଦୁରା, ଆଖୁ ରସ, ତୁଳସୀ, ଫଳ, ମିଠା, ମିଠାପାନ ରଖନ୍ତୁ। ଶେଷରେ କେଶରଯୁକ୍ତ କ୍ଷୀର ଭୋଗ ଲଗାଇ ପ୍ରସାଦ ବାଣ୍ଟନ୍ତୁ। ଓଃ ନମୋ ଭଗବତେ  ରୁଦ୍ରାକ୍ଷ, ଓଃ ନମଃ ଶିବାୟ ରୁଦ୍ରାକ୍ଷ ଶମ୍ଭବାୟ ଭବାନୀପତୟେ ନମୋ ନମଃ ମନ୍ତ୍ର ଜପ କରନ୍ତୁ। ଏହି ଦିନ ନିଶ୍ଚିତ ଭାବେ ଶିବପୁରାଣ ପାଠ କରନ୍ତୁ। ମହାଶିବରାତ୍ରୀ ଦିନ ରାତିରେ ଉଜାଗର ରହିବାର ପରଂପରା ମଧ୍ୟ ରହିଛି। ମହାଶିବରାତ୍ରୀରେ ଭଗବାନ ଶିବଙ୍କୁ ତିନିଟି ପତ୍ର ଥିବା ବେଲପତ୍ର ଅର୍ପଣ କରନ୍ତୁ। ଭଗବାନ ଶିବଙ୍କ ପ୍ରିୟ ଦ୍ରବ୍ୟ ହେଉଛି ଭାଙ୍ଗ। ଏଥି ପାଇଁ କ୍ଷୀରରେ ଭାଙ୍ଗ ମିଶାଇ ଶିବଲିଙ୍ଗରେ ଚଢ଼ାନ୍ତୁ। ଦୁଦୁରା ଓ ଆଖୁ ରସ ଶିବଙ୍କୁ ଅର୍ପଣ କରନ୍ତୁ। ଏହା ଦ୍ବାରା ଜୀବନରେ ସୁଖପ୍ରାପ୍ତି ହୋଇଥାଏ। ଜଳରେ ଗଂଗାଜଳ ମିଶାଇ ଶିବଲିଙ୍ଗରେ ଚଢ଼ାଇଲେ, ମନରେ ଶାନ୍ତି ଆସିଥାଏ।



RELATED ARTICLES

LEAVE A REPLY

Please enter your comment!
Please enter your name here

Most Popular

Recent Comments