Tuesday, February 11, 2025
Homeମେଜର୍‌ ଧ୍ୟାନଚାନ୍ଦଙ୍କୁ ଆଉ ଏକ ବଡ଼ ସମ୍ମାନ
Array

ମେଜର୍‌ ଧ୍ୟାନଚାନ୍ଦଙ୍କୁ ଆଉ ଏକ ବଡ଼ ସମ୍ମାନ

ନୂଆଦିଲ୍ଲୀ: ହକିର ପ୍ରବାଦ ପୁରୁଷ ମେଜର ଧ୍ୟାନଚାନ୍ଦଙ୍କୁ ପୁଣି ଏକ ବଡ଼ ସମ୍ମାନ ମିଳିଛି। ସ୍ୱର୍ଗତ  ଧ୍ୟାନଚାନ୍ଦଙ୍କ ନାଁରେ ବିଶ୍ୱର ସର୍ବବୃହତ୍ତ କ୍ରୀଡ଼ା ବିଶ୍ୱବିଦ୍ୟାଳୟ ନିର୍ମାଣ ପାଇଁ ଭୂମିପୂଜନ ହୋଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଜାନୁଆରୀ ୨ ତାରିଖରେ ଏହି ଐତିହାସିକ କାମ କରିଛନ୍ତି। ଉତ୍ତର ପ୍ରଦେଶର ମେରଠ ଠାରେ ନିର୍ମାଣ ହେବାକୁ ଥିବା ଏହି କ୍ରୀଡ଼ା ବିଶ୍ୱବିଦ୍ୟାଳୟର ମୁଖ୍ୟ ଉଦ୍ଦେଶ୍ୟ ରହିବ ପିଲାମାନଙ୍କୁ ଉନ୍ନତ ଖେଳାଳି ଭାବେ ଗଢ଼ି ତୋଳିବା। ଅନ୍ତର୍ଜାତୀୟ ସ୍ତରରେ ଖେଳାଳିଙ୍କୁ ମୁକାବିଲା କରିବା ପାଇଁ ଏଠାରେ ଆବଶ୍ୟକ ତାଲିମ ପ୍ରଦାନ କରିବା। ଦେଶର ସର୍ବବୃହତ୍ତ ଜନସଂଖ୍ୟା ବିଶିଶ୍ଟ ରାଜ୍ୟରୁ ଅନ୍ତର୍ଜାତୀୟ ସ୍ତରୀୟ ଖେଳାଳିଙ୍କ ସଂଖ୍ୟା ବଢ଼ାଇବା ହେଉଛି ଏହି ବିଶ୍ୱବିଦ୍ୟାଳୟର ଅନ୍ୟତମ ଉଦ୍ଦେଶ୍ୟ। ଅଲିମ୍ପିକ୍‌, ଏସୀୟ କ୍ରୀଡ଼ାରେ ଉତ୍ତରପ୍ରଦେଶର ସ୍ଥାନ ପଂଜାବ, ହରିୟାଣା ତୁଳନାରେ ବହୁତ କମ୍‌। ତେଣୁ ଏଠାରେ ରାଜ୍ୟ ସରକାର କ୍ରୀଡ଼ାକୁ ଅଧିକ ପ୍ରୋତ୍ସାହନ ଦେଇ ସୁନାମ ଆଣିବାକୁ ଉଦ୍ୟମ କରିଛନ୍ତି।

ସ୍ରଦ୍ଧାନା ସହରର ସଲାଓ୍ଵା ଓ କାଇଲି ଗାଁରେ ମେଜର ଧ୍ୟାନଚାନ୍ଦ କ୍ରୀଡ଼ା ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା ହେବ। ଖେଳ ଓ ଖେଳାଳିଙ୍କର ଆବଶ୍ୟକତାକୁ ଦୃଷ୍ଟିରେ ରଖି ଏହାର ଭିତ୍ତିଭୂମି ନିର୍ମାଣ ହେବ। କ୍ରୀଡ଼ା ମାଧ୍ୟମରେ କ୍ୟାରିୟର ଗଢ଼ିବାକୁ ଏହି ବିଶ୍ୱବିଦ୍ୟାଳୟରେ ଶିକ୍ଷା ଦିଆଯିବ। ଅତ୍ୟାଧୁନିକ ସୁବିଧା ଥାଇ ଖେଳାଳିମାନଙ୍କୁ ସୁବିଧା ଯୋଗାଇ ଦିଆଯିବ। ସିନ୍ଥେଟିକ୍‌ ହକି ପଡ଼ିଆ, ଫୁଟବଲ ପଡ଼ିଆ, ବାସ୍କେଟବଲ, ଭଲିଭଲ, ହ୍ୟାଣ୍ଡବଲ୍‌, କବାଡ୍ଡି, ଲନ୍‌ ଟେନିସ୍‌ କୋର୍ଟ, ଜିମ୍ନାସିୟମ ହଲ୍‌, ସନ୍ଥେଟିକ୍‌ ଦୈଡ଼ ଷ୍ଟାଡିୟମ୍‌, ସୁଇମିଂ ପୁଲ, ବହୁମୂଖୀ ହଲ୍‌ ଏବଂ ସାଇକ୍ଲିଂ ଭେଲୋଡ୍ରୋମ୍‌ ଆଦି କ୍ରୀଡ଼ା ପାଇଁ ଭିତ୍ତିଭୂମି ରିହବ। ସେହିପରି ସୁଟିଂ, ସ୍କ୍ଵାସ, ଜିମ୍ନାଷ୍ଟିକ୍‌, ୱେଟ୍‌ଲିଫ୍ଟିଙ୍ଗ, ଆର୍ଚେରୀ, ଆଦି ଖେଳର ବିକାଶ ପାଇଁ ଭିତ୍ତିଭୂମି ନିର୍ମାଣ ହେବ। ଏଠାରେ ୫୪୦ ମହିଳା ଓ ୫୪୦ ପୁରୁଷଙ୍କୁ ତାଲିମ ଦେବା ପାଇଁ ବ୍ୟବସ୍ଥା ରହିବ।  

ବିଶ୍ୱସ୍ତରୀୟ ତାଲିମ ବ୍ୟବସ୍ଥା

ଅତ୍ୟାଧୁନିକ ସୁବିଧାଯୁକ୍ତ ଏହି କ୍ରୀଡ଼ା ବିଶ୍ୱବିଦ୍ୟାଳୟର ନିର୍ମାଣ ପାଇଁ ୭୦୦ କୋଟି ଟଙ୍କା ଖର୍ଚ୍ଚ ହେବ। ଏହା ବିଶ୍ୱର ଶ୍ରେଷ୍ଠ କ୍ରୀଡ଼ା ବିଶ୍ୱବିଦ୍ୟାଳୟ ଭାବେ ଗଢ଼ି ତୋଲିବାକୁ ଲକ୍ଷ୍ୟ ରଖାଯାଇଛି। ଏହି ଅବସରରେ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ବର୍ଷ ଆରମ୍ଭରୁ ମେରଠ ଆସିବା ମୋ ପାଇଁ ସୌଭାଗ୍ୟର କଥା। ଭାରତ ଇତିହାସରେ ମେରଠ କେବଳ ଏକ ସାଧାରଣ ସହର ନୁହେଁ, ବରଂ ମେରଠ ଆମ ପାଇଁ ସଂସ୍କୃତି ଓ ସାମର୍ଥ୍ୟର ଗୁରୁତ୍ୱପୂର୍ଣ୍ଣ କେନ୍ଦ୍ର। ମେରଠ ଦେଶର ଏକ ଏବଂ ମହାନ ସନ୍ତାନ ମେଜର ଧ୍ୟାନଚାନ୍ଦଙ୍କ କର୍ମସ୍ଥଳୀ ଥିଲା। କିଛି ମାସ ପୂର୍ବରୁ କେନ୍ଦ୍ର ସରକାର ଦେଶର ସର୍ବବୃହତ୍ତ କ୍ରୀଡ଼ା ପୁରସ୍କାର ମେଜରଙ୍କ ନାଁରେ କରିଥିଲେ। ମେରଠର କ୍ରୀଡ଼ା ବିଶ୍ୱବିଦ୍ୟାଳୟ ମେଜର ଧ୍ୟାନ ଚାନ୍ଦଙ୍କୁ ସମର୍ପିତ କରାଯାଉଛି।

ଧ୍ୟାନ ଚାନ୍ଦଙ୍କ ଜନ୍ମସ୍ଥଳୀରେ ବିଶ୍ୱବିଦ୍ୟାଳୟ

ହକି ଇତିହାସରେ ମେଜର ଧ୍ୟାନ ଚାନ୍ଦଙ୍କୁ କ୍ରୀଡ଼ା ପ୍ରେମୀ କେବେ ଭୁଲି ପାରିବେ ନାହିଁ। ଧ୍ୟାନ ଚାନ୍ଦଙ୍କ କର୍ମସ୍ଥଳୀରେ ଏହି ବିଶ୍ୱବିଦ୍ୟାଳୟ କରି ସରକାର ଏକ ମାଇଲଖୁଣ୍ଟ ସ୍ଥାପନ କରିଛନ୍ତି। ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ଯେ, ମେରଠର ଏହି ଅଞ୍ଚଳ ସ୍ୱାଧୀନତା ଭାରତକୁ ମଧ୍ୟ ନୂତନ ମାର୍ଗଦର୍ଶନ କରିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିଭାଇଥିଲା। ରାଷ୍ଟ୍ରର ଲାଗି ସମ୍ମାନ, ରାଷ୍ଟ୍ର ଭକ୍ତିର ଉଦାହରଣ ଏହି ଅଞ୍ଚଳ ସର୍ବଦା ପ୍ରଜ୍ୱଳିତ କରିଛି। ନରୁରପୁର ପୂର୍ବତନ ପ୍ରଧାନମନ୍ତ୍ରୀ ଚୌଧୁରୀ ଚରଣ ସିଂହ ଭାବେ ଦେଶକୁ ଏକ ବଡ଼ ଦୂରଦୃଷ୍ଟି ନେତୃତ୍ୱ ଦେଇଥିଲା। ଏହି ପ୍ରେରଣାସ୍ଥଳୀର ବନ୍ଦନା କରୁଛି। ମେରଠ ଏବଂ ଏହି ଅଞ୍ଚଳକୁ ଅଭିନନ୍ଦନ କରୁଛି।

ଅଲିମ୍ପିକ୍ସରେ ଭାରତର ସ୍ଥାନ

ଲୋକ ସଂଖ୍ୟା ଦୃଷ୍ଟିରୁ ଭାରତର ସ୍ଥାନ ବିଶ୍ୱରେ ୨ୟ। କିନ୍ତୁ କ୍ରୀଡ଼ା କ୍ଷେତ୍ରରେ ଆମେ ବିଶ୍ୱର ଅନେକ ଛୋଟ ରାଷ୍ଟ୍ର ତୁଳନାରେ ବହୁ ପଛରେ। କ୍ରିକେଟ୍‌, ହକି ଓ ପାରାଅଲିମ୍ପିକ୍ସକୁ ବାଦ୍‌ ଦେଲେ ଅନ୍ୟ କ୍ରୀଡ଼ାରେ ଭାରତର ସ୍ଥିତି ସେତେ ମଜବୁତ୍‌ ନୁହେଁ। ଗତବର୍ଷ ଟୋକିଓ ଅଲିମ୍ପିକ୍ସରେ ଭାରତର ପ୍ରଦର୍ଶନ ଏହାକୁ ପ୍ରମାଣିତ କରୁଛି। ଲୋକସଂଖ୍ୟା ଦୃଷ୍ଟିରୁ ଆମେରିକା ଭାରତ ତୁଳନାରେ ବହୁତ ଛୋଟ। କିନ୍ତୁ କ୍ରୀଡ଼ା କ୍ଷେତ୍ରରେ ସେମାନେ ଆମଠାରୁ ବହୁ ଆଗରେ। ଟୋକିଓ ଅଲିମ୍ପିକ୍ସରେ ଆମେରିକାକୁ ୩୯ଟି ସ୍ୱର୍ଣ୍ଣ, ୪୧ଟି ରୌପ୍ୟ ଓ ୩୩ଟି କାଂସ୍ୟ ପଦକ ମିଳିଥିଲା। ଆମେରିକା ପଦକ ତାଲିକାରେ ୧ ନମ୍ବରରେ ଥିଲା ବେଳେ ଭାରତର ସ୍ଥାନ ୪୮ରେ। ଭାରତକୁ ଗୋଟିଏ ସ୍ୱର୍ଣ୍ଣ, ୨ଟି ରୌପ୍ୟ ଓ ୪ଟି କାଂସ୍ୟ ପଦକ ମିଳିଥିଲା। 

RELATED ARTICLES

LEAVE A REPLY

Please enter your comment!
Please enter your name here

Most Popular

Recent Comments