Tuesday, September 10, 2024
Homeଯବାନଙ୍କୁ ମଧ୍ୟପ୍ରଦେଶ ସରକାର ଏମିତି ଦିଅନ୍ତି ସମ୍ମାନ
Array

ଯବାନଙ୍କୁ ମଧ୍ୟପ୍ରଦେଶ ସରକାର ଏମିତି ଦିଅନ୍ତି ସମ୍ମାନ

ଭୁବନେଶ୍ୱର: ଯବାନଙ୍କ ଜୟ ସବୁବେଳେ। ପୂର୍ବତନ ପ୍ରଧାନମନ୍ତ୍ରୀ ଲାଲ ବାହାଦୂର ଶାସ୍ତ୍ରୀ ଏହା କହିଥିଲେ। ସ୍ୱର୍ଗତ ଶାସ୍ତ୍ରୀ କହିଥିଲେ- ଜୟ ଯବାନ ଓ ଜୟ କିଷାନ। ଚାଷୀ ଦେଶକୁ ଖାଦ୍ୟ ଯୋଗାଉଉଛି ସ ଯବାନ ସୁରକ୍ଷା ପ୍ରଦାନ କରୁଛି। ଯବାନ ଦେଶ ସୁରକ୍ଷା ପାଇଁ ନିଜ ଜୀବନକୁ ବାଜି ଲଗାଇବାକୁ ଆଦୌ କୁଣ୍ଠାବୋଧ କରୁ ନାହାନ୍ତି। ନିଜ ପରିବାର ପାଇଁ ଯେତିକି ଚିନ୍ତା କରି ନଥାଏ, ତା’ ଠାରୁ କେଇ ଗୁଣା ଅଧିକ ଭାବିଥାଏ ରାଷ୍ଟ୍ର ସ୍ୱାର୍ଥ ପାଇଁ। ତେଣୁ ଯବାନ ଓ ଯବାନଙ୍କ ପରିବାର ପ୍ରତି ଆମେ ସମସ୍ତେ ମଙ୍ଗଳ କାମନା କରିବାର ଆବଶ୍ୟକତା ରହିଛି।

ଚଳିତ ମାସ ୮ ତାରିଖରେ ତାମିଲନାଡୁର କନ୍ନୁରରେ ସେନାର ବିମାନ ଦୁର୍ଘଟଣାଗ୍ରସ୍ତ ହେବାର ଦେଶର ପ୍ରଥମ ସିଡିଏସ୍‌ ବିପିନ ରାଓ୍ଵତ, ତାଙ୍କ ପତ୍ନୀ ଓ ୧୧ ଜଣ ଯବାନ ସହିଦ ହୋଇଥିଲେ। ସହିଦ୍‌ ଯବାନଙ୍କୁ ରାଷ୍ଟ୍ରୀୟ ସମ୍ମାନର ସହିତ ଶ୍ରଦ୍ଧାଞ୍ଜଳି ଦିଆଯାଇଛି। ତେବେ ସହିଦ ଯବାନଙ୍କୁ ଶ୍ରଦ୍ଧାଞ୍ଜଳି ଦେଇଦେଲେ ରାଷ୍ଟ୍ରର କର୍ତ୍ତବ୍ୟ ଶେଷ ହୋଇ ନାହିଁ। ସବୁଠାରୁ ବଡ଼ କଥା ହେଲା ସହିଦ୍‌ ପରିବାର ଚଳିବ କେମିତି। ଏଥି ପାଇଁ ସରକାରୀ ସ୍ତରରେ ଉପଯୁକ୍ତ ବ୍ୟବସ୍ଥା କରାଯିବା ଦରକାର ଅଛି। ମଧ୍ୟପ୍ରଦେଶ ସରକାର ସହିଦ ଯବାନଙ୍କୁ ଉପଯୁକ୍ତ ସମ୍ମାନ ଦେଇଛନ୍ତି। ବିମାନ ଦୁର୍ଘଟଣାରେ ସହିଦ ହୋଇଥିବା ନାୟକ ଜିତେନ୍ଦ୍ର କୁମାର ବର୍ମାଙ୍କ ପରିବାରବର୍ଗଙ୍କୁ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହାନ ୧ କୋଟି ଟଙ୍କାର ଅନୁକମ୍ପା ରାଶି ସହ ତାଙ୍କ ପତ୍ନୀଙ୍କ ପାଇଁ ସରକାରୀ ଚାକିରି ଘୋଷଣା କରିଛନ୍ତି।

କ’ଣ କହିଲେ ମଧ୍ୟପ୍ରଦେଶ ସରକାର

ସହିଦ୍‌ ଜିତେନ୍ଦ୍ର ବର୍ମାଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇ ଶିବରାଜ୍‌ କହିଛନ୍ତି, ସହିଦଙ୍କ ପତ୍ନୀ, ଝିଅ ସୁନୀତାଙ୍କ ପରିବାରକୁ ୧ କୋଟି ଟଙ୍କାର ଅନୁକମ୍ପା ରାଶି ଦିଆଯିବ। ତାଙ୍କ ନାମରେ ଏକ ବିଦ୍ୟାଳୟକୁ ‘ଅମର ସହିଦ ଜିତେନ୍ଦ୍ର କୁମାର ବିଦ୍ୟାଳୟ’ ନାମରେ ନାମିତ କରାଯିବ। ଜନ୍ମଗ୍ରାମ ‘ଧାମନ୍ଦା’ରେ ସହିଦ୍‌ଙ୍କ ସ୍ମୃତିରେ ଏକ ସ୍ମାରକୀ ନିର୍ମାଣ କରାଯିବ। ମୁଖ୍ୟମନ୍ତ୍ରୀ ଚୌହାନ କହିଛନ୍ତି, ସହିଦ ଜିତେନ୍ଦ୍ର କୁମାରଜୀ କେବଳ ଧାମନ୍ଦାଙ୍କ ଗର୍ବ ନୁହେଁ ବରଂ ମଧ୍ୟପ୍ରଦେଶ ଏବଂ ସମଗ୍ର ଦେଶର ଗର୍ବ ମଧ୍ୟ।

ଓଡ଼ିଆ ଯବାନ ରାଣାପ୍ରତାପ

ହେଲିକପ୍ଟଟ ଦୁର୍ଘଟଣାର ସିଡିଏସ୍‌ ବିପିନ୍‌ ରାୱତଙ୍କ ସହ ଓଡ଼ିଆ ଯବାନ ରାଣାପ୍ରତାପ ଦାସ ମଧ୍ୟ ସହିଦ୍‌ ହୋଇଥିଲେ। ଶନିବାର ସ୍ୱର୍ଗତ ସହିଦ ଯବାନଙ୍କ ପାର୍ଥିବ ଶରୀର ଅନୁଗୁଳ ଜିଲ୍ଲା ତାଳଚେର ବ୍ଲକ ଅନ୍ତର୍ଗତ କୃଷ୍ଣଚନ୍ଦ୍ରପୁର ଗାଁ ମଶାଣିରେ ପଞ୍ଚଭୂତରେ ଲୀନ ହୋଇଛି। କୃଷ୍ଣଚନ୍ଦ୍ରପୁର ଗାଁରେ ପାର୍ଥିବ ଶରୀର ପହଞ୍ଚିବା ପରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଥିଲା। ପ୍ରାୟ ୫ ହଜାର ଲୋକଙ୍କର ଉପସ୍ଥିତିରେ ସହିଦ ଯବାନଙ୍କୁ ରାଷ୍ଟ୍ରୀୟ ସମ୍ମାନର ସହିତ ଗାର୍ଡ ଅଫ୍‌ ଅର୍ନର ଦିଆଯାଇଥିଲା। ସଂପର୍କୀୟ, ଶୁଭେଚ୍ଛୁ ଓ ସ୍ଥାନୀୟ ଲୋକ ଶ୍ମଶାନରେ ଅନ୍ତିମ ସମ୍ମାନ ଜଣାଇଥିଲେ। ସମସ୍ତଙ୍କ ଆଖିରୁ ଲୁହ ଗଡ଼ିଯାଉଥିଲା। ରାଣାପ୍ରତାପଙ୍କ ମରଶରୀର ଯେତେବେଳେ ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିଲା, ମୁଖ୍ୟମନ୍ତ୍ରୀ ଓ ଅନ୍ୟ ମନ୍ତ୍ରୀମାନେ ମଧ୍ୟ ଶ୍ରଦ୍ଧାଞ୍ଜଳି ଦେଇଥିଲେ। ତେବେ ରାଜ୍ୟ ସରକାର ଏଯାଏଁ ସହିଦ ପରିବାର ପ୍ରତି କିଛି ଘୋଷଣା କରି ନାହାନ୍ତି।  

ସାହସୀ ଥିଲେ ରାଣାପ୍ରତାପ

ରାଜସ୍ଥାନର ମେଓ୍ଵାରର ମହାରାଜା ପରି ଓଡ଼ିଆ ଯବାନ ରାଣାପ୍ରତାପ ଶକ୍ତିଶାଳୀ, ସାହସୀ ଓ ପରାକ୍ରମୀ ଥିଲେ। ଆକାଶକୁ ଘର କରିଥିଲେ। ଆକାଶରେ ତାଙ୍କର ଜୀବନ ଚାଲିଯାଇଥିଲା। ଭାରତୀୟ ବାୟୁସେନାର ହେଲିକପ୍ଟଟ ଦୁର୍ଘଟଣାରେ ତାଙ୍କ ମୃତ୍ୟୁ ଖବର ଜଣାପଡ଼ିବା ପରେ କୃଷ୍ଣଚନ୍ଦ୍ରପୁର କାନ୍ଦୁଛି। ଶ୍ରୀବତ୍ସ ଦାସ ସାଉଥ ବଲଣ୍ଡା ନୀଳକଣ୍ଠେଶ୍ୱର ମହାବିଦ୍ୟାଳୟରେ ମୁଖ୍ୟ କିରାଣି ଭାବେ କାର୍ଯ୍ୟ କରୁଥିଲେ। ତେଣୁ ପୁଅ ରାଣାପ୍ରତାପଙ୍କୁ ଗାଁ ସ୍କୁଲରେ ପାଠ ପଢ଼ାଇ ବାୟୁସେନାରେ ଯୋଗଦେବା ପାଇଁ ସେ ସ୍ୱପ୍ନ ଦେଖୁଥିଲେ।  ସୈନିକ ହେବା ଲକ୍ଷ୍ୟ ନେଇ ରାଣା ହାଇସ୍କୁଲରେ  ପଢ଼ିବା ସମୟରେ ଏନସିସିରେ ଭର୍ତ୍ତି ହୋଇଥିଲେ। ଯୁକ୍ତ ଦୁଇରେ ସଫଳତାର ସହ ଉତ୍ତୀର୍ଣ୍ଣ ହେବା ପରେ ଅନୁଗୁଳ ସରକାରୀ ସ୍ୱଂୟଶାସିତ ମହାବିଦ୍ୟାଳୟରେ ଯୁକ୍ତ ୩ ବିଜ୍ଞାନରେ ନାମ ଲେଖାଇ ପଦାର୍ଥ ବିଜ୍ଞାନ ସମ୍ମାନ ବିଭାଗରେ ପାଠ ପଢିଥିଲେ। କଲେଜରେ ପଢିବା ସମୟରେ ସେ ବାୟୁସେନାରେ ନିଯୁକ୍ତି ପାଇ ଯାଇଥିଲେ।

RELATED ARTICLES

LEAVE A REPLY

Please enter your comment!
Please enter your name here

Most Popular

Recent Comments