Thursday, March 20, 2025
Homeରଂଗୀନ ଜୀବନ ପାଇଁ ଚର୍ଚ୍ଚାରେ ଶେନ୍ ୱାର୍ଣ୍ଣ
Array

ରଂଗୀନ ଜୀବନ ପାଇଁ ଚର୍ଚ୍ଚାରେ ଶେନ୍ ୱାର୍ଣ୍ଣ

ଭୁବନେଶ୍ୱର: ଅଷ୍ଟ୍ରେଲିଆ କ୍ରିକେଟ୍‌ର ଯାଦୁକର ସ୍ପିନର ଶେନ୍ ୱାର୍ଣ୍ଣଙ୍କ ପରଲୋକ ହୋଇଯାଇଛି । ଥାଇଲାଣ୍ଡରେ ସେ ଶୁକ୍ରବାର ୫୨ ବର୍ଷ ବୟସରେ ଶେଷନିଃଶ୍ୱାସ ତ୍ୟାଗ କରିଛନ୍ତି । ଦୃଦଘାତ କାରଣରୁ ତାଙ୍କର ମୃତ୍ୟୁ ହୋଇଛି । ଶେନ୍ ୱାର୍ଣ୍ଣଙ୍କ ପରଲୋକ ଖବର ଯେତେବେଳେ ଗଣମାଧ୍ୟମରେ ପ୍ରକାଶ ପାଇଲା, କ୍ରିକେଟକୁ ଭଲ ପାଉଥିବା ଏବଂ ତାଙ୍କର ପ୍ରଶଂସକମାନେ ଏହାକୁ ସହଜରେ ଗ୍ରହଣ କରିପାରି ନଥିଲେ । କାରଣ ଶେନ୍ ୱାର୍ଣ୍ଣଙ୍କ ବୋଲିଂ ଶୈଳୀ ଅନ୍ୟମାନଙ୍କ ଠାରୁ ଥିଲା ଭିନ୍ନ । ବଲକୁ ସେ ମ୍ୟାଜିକ ଶୈଳୀରେ ଫିଙ୍ଗୁଥିଲେ । କ୍ରିଜ୍‌ରେ ଷ୍ଟ୍ରାଇକ୍‌ରେ ଥିବା ବ୍ୟାଟ୍ସମ୍ୟାନ୍‌ଙ୍କୁ ଚକିତ କରିପକାଉଥିଲେ । ବ୍ୟାଟ୍ସମ୍ୟାନ ଭାବୁଥିବେ ବଲଟି ବାହାରକୁ ଯାଉଛି, କିନ୍ତୁ ଏହା ଭୁଲ ପ୍ରମାଣିତ କରିଦେଉଥିଲେ ଶେନ ୱାର୍ଣ୍ଣ । ବାହାରକୁ ଯାଉଥିବା ବଲ, ବୁଲିପଡ଼ି ଷ୍ଟମ୍ପରେ ପହଞ୍ଚି ଯାଉଥିଲା । ଖେଳାଳିଙ୍କୁ ପାଭଲିଅନକୁ ଫେରିଆସିବାକୁ ପଡୁଥିଲା ।

କଙ୍ଗାରୁ ଦେଶର ଶେନ୍ ୱାର୍ଣ୍ଣ ନିଜର କ୍ରିକେଟ କ୍ୟାରିୟର ପାଇଁ ଯେତିକି ଚର୍ଚ୍ଚା ହୋଇଥିଲେ, ତା’ଠାରୁ ଅଧିକ ବ୍ୟକ୍ତିଗତ ଜୀବନକୁ ନେଇ ଆଲୋଚିତ ହେଉଥିଲେ । ଶେନ୍ ୱାର୍ଣ୍ଣ ଓ ତାଙ୍କର ପ୍ରେମ ଜୀବନ ନେଇ ମଧ୍ୟ ଅନେକ ଥର ଗଣମାଧ୍ୟମରେ ଚର୍ଚ୍ଚା ହୋଇଥିଲା । ଅଷ୍ଟ୍ରେଲିଆର ସାମ୍ବାଦିକ ପଲ ବ୍ୟାରି ମହାନ କ୍ରିକେଟରଙ୍କ ରଂଗୀନ ଜୀବନ ଉପରେ ଏକ ପୁସ୍ତକରେ ଲେଖିଛନ୍ତି । ତାଙ୍କର ଦାବି ଅନୁସାରେ ଶେନ୍ ୱାର୍ଣ୍ଣ ୧୦୦୦ ମହିଳାଙ୍କ ସହିତ ସଂପର୍କ ରଖିଥିଲେ । ବ୍ୟାରି ପୁସ୍ତକ ‘ସ୍ପୁନ ଆଉଟ’ରେ ଲେଖିଛନ୍ତି ଯେ, ଶେନ୍ ୱାର୍ଣ୍ଣ ୧୦୦୦ ମହିଳାଙ୍କ ସହିତ ସଂପର୍କ ରଖିଥିଲେ । କିନ୍ତୁ ସେ ୫ ଥର ଧରାପଡ଼ିଥିଲେ । ଶେନ୍ ୱାର୍ଣ୍ଣଙ୍କ ଜଣେ ନିକଟତରଙ୍କ ସୂତ୍ରରୁ ସେ ଏହା ଜାଣିବାକୁ ପାଇଥିଲେ । ୱାର୍ଣ୍ଣଙ୍କ ବନ୍ଧୁ କହିଥିଲେ ଯେ, ଶେନ୍ ୱାର୍ଣ୍ଣ ୧୦୦୦ ମହିଳାଙ୍କ ସହିତ ସଂପର୍କ ରଖିଥିଲେ । କିନ୍ତୁ ୫ ଥର ଧରାପଡ଼ିଥିଲେ । ଲେଖକଙ୍କ ଦାବିକୁ କିନ୍ତୁ ଶେନ୍ ୱାର୍ଣ୍ଣ ମିଛ କହିଥିଲେ ।

ହରାଇଥିଲେ ଅଧିନାୟକ ପଦ

ଜୀବନକୁ ସରସ ଓ ସୁନ୍ଦର କରିବା ପାଇଁ ଶେନ୍ ୱାର୍ଣ୍ଣ ବହୁତ ଭଲ ପାଉଥିଲେ । ଅନ୍ୟ କ୍ରିକେଟରଙ୍କ ତୁଳନାରେ ଶେନ୍ ୱାର୍ଣ୍ଣଙ୍କ ଜୀବନଶୈଳୀ ଭିନ୍ନ ଥିଲା । ବର୍ଷ ୨୦୦୦ରେ ବ୍ରିଟିଶ ନର୍ସ ଡୋନା ରାଇଟ ଅଭିଯୋଗ ଆଣିଥିଲେ ଯେ, ଶେନ୍ ୱାର୍ଣ୍ଣ ଅଶ୍ଲୀଳ ଇଙ୍ଗିତ କରିଥିଲେ । ଅଭିଯୋଗ ଥିଲା ଯେ, ଶେନ୍ ୱାର୍ଣ୍ଣ ଫୋନରେ ଅଭଦ୍ର କଥା ହୋଇଥିଲେ ଏବଂ ଅଶ୍ଲୀଳ ମେସେଜ ମଧ୍ୟ କରିଥିଲେ । ଏହି ଅଭିଯୋଗ ପରେ ଶେନ୍ ୱାର୍ଣ୍ଣଙ୍କୁ ଅଧିନାୟକ ପଦ ହରାଇବାକୁ ପଡ଼ିଥିଲା ।

ହଲିଉଡ ଅଭିନେତ୍ରୀଙ୍କ ସହ ସଂପର୍କ

ମହିଳାଙ୍କ ପ୍ରତି ନିଜର ଭାବନାକୁ କାବୁ କରିପାରୁ ନଥିଲେ ଶେନ୍ ୱାର୍ଣ୍ଣ । ଅନେକ ଥର ଏହା ଜଣାପଡ଼ିଛି । ବର୍ଷ ୨୦୦୫ରେ ଶେନ୍ ୱାର୍ଣ୍ଣ ଇଂଲଣ୍ଡରେ ଏଶେଜ ସିରିଜ ଖେଳିବାକୁ ପହଞ୍ଚିଥିଲେ । ସେହି ସମୟରେ ଖବର ଆସିଥିଲା ଯେ, ଶେନ୍ ୱାର୍ଣ୍ଣ ଜଣେ ଛାତ୍ରୀ ଲୌରା ସେୟର୍ସ ଓ କେରୀ କଲିମୋର ନାଁରେ ଜଣେ ମହିଳାଙ୍କ ସଂପର୍ଶରେ ଆସିଥିଲେ । ଏହାକୁ ନେଇ ଗଣମାଧ୍ୟମରେ ଚର୍ଚ୍ଚା ଜୋର ଧରିଥିଲା । ବ୍ରିଟିଶ ଅଭିନେତ୍ରୀ ଲିଜ ହର୍ଲେ ଓ ପ୍ଲେବଏ ମଡେଲ ଏମିଲି ଷ୍ଟକ ସମେତ ଅନେକ ମହିଳାଙ୍କ ସହ ସଂପର୍କ ଥିଲା । ପର୍ଣ୍ଣ ଷ୍ଟାରଙ୍କ ସହିତ ସଂପର୍କ ରହିବା ନେଇ ମଧ୍ୟ ଶେନ୍ ୱାର୍ଣ୍ଣ ଚର୍ଚ୍ଚାକୁ ଆସୁଥିଲେ । ୨୦୧୩ରେ ଶେନ୍ ୱାର୍ଣ୍ଣଙ୍କ ନାମ ହଲିଉଡ ଷ୍ଟାର ଲିଜ ହର୍ଲେଙ୍କ ସହିତ ଜଡ଼ିତ ହୋଇଥିଲା । ୨୦୧୧ରେ ଉଭୟଙ୍କ ନିବନ୍ଧ ହୋଇଥିଲା । କିନ୍ତୁ କଥା ଆଗକୁ ବଢ଼ି ନଥିଲା । ୨୦୧୩ ଡିସେମ୍ବର ୧୭ରେ ଡବ୍ଲ୍ୟୁଏଚଓ ମାଗାଜିନ ଉଭୟଙ୍କ ସଂପର୍କ ଶେଷ ହୋଇଥିବା କହିଥିଲା । ମାତ୍ର ଏହା ପରେ ବି ଉଭୟଭଙ୍କୁ ଏକାଠି ଦେଖାଯାଉଥିଲା ।  

ପର୍ଣ୍ଣ ଷ୍ଟାରଙ୍କୁ ମାଡ ମାରିଥିଲେ?

୨୦୧୭ ମସିହାରେ ଶେନ ୱାର୍ଣ୍ଣଙ୍କ ଉପରେ ପର୍ଣ୍ଣ ଷ୍ଟାର ୱଲେରୀ ଫକ୍ସଙ୍କ ହାତାହାତୀ ହୋଇଥିଲା । ଲଣ୍ଡନର ନାଇଟ କ୍ଲବରେ ଏହି ଘଟଣା ହୋଇଥିବା ନେଇ ଚର୍ଚ୍ଚା ହୋଇଥିଲା । ୱଲେରୀ ଫକ୍ସ ସେହି ସମୟରେ ଆଘାତ ପାଇଥିବା ନେଇ ନିଜର ଫଟୋ ସୋସିଆଲ ମିଡିଆେରେ ପୋଷ୍ଟ କରିଥିଲେ । କ୍ୟପସନରେ ସେ ଲେଖିଥିଲେ ଯେ, ଆପଣ ଜଣେ ଜଣାଶୁଣା ଲୋକ । କିନ୍ତୁ ଏହାର ଏହାର ଅର୍ଥ ନୁହେଁ ଯେ, କୌଣସି ମହିଳାଙ୍କ ଉପରକୁ ହାତ ଉଠାଇବେ । ସେହିପରି ଅଷ୍ଟ୍ରେଲିଆ ଟିଭି ଅଭିନେତ୍ରୀ ଜେସିକା ପାୱାର ମଧ୍ୟ ଶେନ୍ ୱାର୍ଣ୍ଣଙ୍କ ବିରୋଧରେ ସ୍ୱର ଉଠାଇଥିଲେ । ତାଙ୍କ ଅଭିଯୋଗ ଅନୁସାରେ ଶେନ୍ ୱାର୍ଣ୍ଣ ତାଙ୍କୁ ଅଶ୍ଲୀଳ ମେସେଜ ପଠାଇଥିଲେ ।

RELATED ARTICLES

LEAVE A REPLY

Please enter your comment!
Please enter your name here

Most Popular

Recent Comments