Tuesday, September 10, 2024
Homeରାଜ୍ୟର ମହିଳା ପ୍ରକୃତରେ ସଶକ୍ତ କି?
Array

ରାଜ୍ୟର ମହିଳା ପ୍ରକୃତରେ ସଶକ୍ତ କି?

ଭୁବନେଶ୍ବର: ଭାରତର ଜାତୀୟ ଅପରାଧ ରେକର୍ଡ ବ୍ୟୁରୋ ଅନୁସାରେ ପ୍ରତି ୩ ମିନିଟରେ ମହିଳାଙ୍କ ବିରୋଧରେ ଅପରାଧ ହେଉଛି। ଦୈନିକ ପାଖାପାଖି ୯୪ ଜଣ ମହିଳା ଦୁଷ୍କର୍ମର ଶିକାର ହେଉଛନ୍ତି। ଯୌତୁକ ପାଇଁ ବିବାହିତ ମହିଳାଙ୍କୁ ପିଟିପିଟି ହତ୍ୟା ଅଥବା ନିଆଁ ଲଗାଇ ଦିଆଯାଉଛି।  ପ୍ରତି ୬ ଘଣ୍ଟାରେ ଜଣେ ମହିଳା ବେକରେ ଦଉଡ଼ି ଦେଇ ଜୀବନ ହାରୁଛନ୍ତି। ମହିଳାଙ୍କ ପ୍ରତି ହିଂସା ଏତିକିରେ ଶେଷ ହୋଇନାହିଁ। ଭୃଣହତ୍ୟା, ଚିକିତ୍ସାରେ ଅବହଳୋ, ବାଲ୍ୟ ବିବାହ, ବଳପୂର୍ବକ ବିବାହ, ଯୌନ ନିର୍ଯାତନା ପ୍ରମୁଖ ସମସ୍ୟା ରହୁଛି। ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ମହିଳା ସଶକ୍ତୀକରଣ ନେଇ ଡେଙ୍ଗୁରା ପିଟୁଥିଲେ ବି ବାସ୍ତବରେ ଆମ ସମାଜର ମା’ମାନେ କେତେ ସୁରକ୍ଷିତ ଅଛନ୍ତି, ତୃଣମୂଳସ୍ତରରେ ବସବାସ କରୁଥିବା ଲୋକେ ହିଁ ଜାଣିଛନ୍ତି।

ରାଜ୍ୟ ସରକାରଙ୍କ କହିବା ଅନୁସାରେ ଓଡ଼ିଶାର ମହିଳାମାନେ ସଶକ୍ତୀକରଣ ହୋଇପାରୁଛନ୍ତି। ମହିଳାମାନେ ଟଙ୍କା ରୋଜଗାର କରି ପରିବାର ଚଳାଉଛନ୍ତି। ସେମାନଙ୍କର ଦ୍ବାରା ଉତ୍ପାଦିତ ସାମଗ୍ରୀ କେବଳ ରାଜ୍ୟରେ ନୁହେଁ, ବରଂ ବାହାରକୁ ମଧ୍ୟ ରପ୍ତାହନୀ ହେଉଛି। ମହିଳାମାନେ ରାଜ୍ୟର ବିକାଶରେ ସହାୟକ ହୋଇପାରୁଛନ୍ତି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରାୟତଃ ତାଙ୍କର ସମ୍ବୋଧନରେ ଏହା ବାରମ୍ବାର କହୁଛନ୍ତି। କିନ୍ତୁ ସୁସ୍ଥ ମନରେ ଚିନ୍ତା କରିବାକୁ ହେବ ଯେ, ମିସନ ଶକ୍ତି ଓ ସ୍ବୟଂ ସହାୟକ ଗୋଷ୍ଠୀରେ ସାମିଲ ହୋଇ ନଥିବା ମହିଳାମାନେ କେତେ ସଶକ୍ତୀକରଣ ହୋଇପାରିଛନ୍ତି? ଓଡ଼ିଶାର ଜନତା ବିଗତ ଦିନରେ ପୁରୀ ଜିଲ୍ଲା ବ୍ରହ୍ମଗିରି ଅଞ୍ଚଳରେ ବହୁଚର୍ଚ୍ଚିତ ଆୟୁର୍ବେଦିକ୍ ଡାକ୍ତର ମାଧବୀଲତା, ରାୟଗଡ଼ା ଜିଲ୍ଲା ଟିକିରିର ଶିକ୍ଷୟିତ୍ରୀ ଇତିଶ୍ରୀ ପ୍ରଧାନ, କୋରାପୁଟ ଜିଲ୍ଲାର କୁନ୍ଦୁଲି ପୀଡ଼ିତା, କଳାହାଣ୍ଡି ଜିଲ୍ଲା ମହାଲିଙ୍ଗ ପବ୍ଲିକ ସ୍କୁଲ ଶିକ୍ଷୟିତ୍ରୀ ମମିତା ମେହେର, ଯାଜପୁର ଜିଲ୍ଲା ହରିଦାସପୁର ଭିଏଲଡବ୍ଲୁ ସ୍ମିତାରାଣୀ ବିଶ୍ବାଳ ମାମଲା ଦେଖିଛନ୍ତି।  

ରାଜ୍ୟର ସବୁ ମହିଳା ଶକ୍ତ କି?

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି ଯେ, ମହିଳା ସଶକ୍ତୀକରଣ ବିନା କୌଣସି ସମାଜ, ଦେଶ କି ରାଜ୍ୟ ଆଗକୁ ବଢିପାରିବ ନାହିଁ। ବିଜେଡି ମହିଳା ରାଜ୍ୟ କାର୍ଯ୍ୟକାରିଣୀ ବୈଠକରେ ନବୀନ କହିଛନ୍ତି, ମହିଳା ସଶକ୍ତୀକରଣ ମୋ ପାଇଁ ସବୁବେଳେ ପ୍ରାଥମିକତା ରହି ଆସିଛି। କାରଣ ମହିଳା ସଶକ୍ତୀକରଣ କେବଳ ଏକ ସ୍ଲୋଗାନ ନୁହେଁ ଏହା ପ୍ରଗତିର ମନ୍ତ୍ର। ଓଡ଼ିଶାର ମା ମାନେ ସଶକ୍ତ ହୋଇଛନ୍ତି । ବିକାଶର ସବୁ କ୍ଷେତ୍ରରେ ସେମାନଙ୍କ ଭୂମିକା ସ୍ପଷ୍ଟ ବାରି ହୋଇ ପଡୁଛି । ଓଡ଼ିଶାର ବିକାଶରେ ଏବେ ଭାଗିଦାରୀ ସାଜିଛନ୍ତି ମହିଳା। ମା’ ମାନେ ଏବେ ଗାଁ ଗାଁ ରେ ନେତୃତ୍ୱ ନେଇଛନ୍ତି। ପଞ୍ଚାୟତରେ ବିକାଶ କଥା ବୁଝୁଛନ୍ତି। ମିଶନ ଶକ୍ତି ଆଜି ମା ମାନଙ୍କର ଶକ୍ତିକେନ୍ଦ୍ର ହୋଇପାରିଛି । ଧାନ ସଂଗ୍ରହ ଠାରୁ ଆରମ୍ଭ କରି ସହରରେ ଆହାର ସେଣ୍ଟର ପରିଚାଳନା, ମିଟର ରିଡିଂ, ଜଳ ସାଥୀ, ୫-ଟି ରୂପାନ୍ତରିତ ସ୍କୁଲର ରକ୍ଷାଣବେକ୍ଷଣ ଭଳି ଦାୟିତ୍ୱକୁ ମା’ ମାନେ ଭଲ ଢଙ୍ଗରେ ବୁଝୁଛନ୍ତି । ଗାଁ ପୋଖରୀରେ ମାଛ ଚାଷ କରୁଛନ୍ତି, ମିଶନ ଶକ୍ତି କାଫେ ଜରିଆରେ ପୋଷକ ତତ୍ତ୍ୱର ବାର୍ତ୍ତା ଦେଉଛନ୍ତି।

ଦୁର୍ଗମ ଅଂଚଳର ଗର୍ଭବତୀଙ୍କ ଚିନ୍ତା କରନ୍ତୁ ସରକାର

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତାଙ୍କର ସମ୍ବୋଧନରେ ମିଶନ ଶକ୍ତି ଓ ମହିଳା ସ୍ବୟଂ ସେବକ ସଂଘର ସଦସ୍ୟଙ୍କ କଥା କହୁଛନ୍ତି। ରାଜ୍ୟରେ ଉପାନ୍ତ ତଥା ଦୁର୍ଗମ ଅଞ୍ଚଳରେ ଆମ୍ବୁଲାନ୍ସ ଯାଇ ପାରୁ ନଥିବା ବେଳେ ଗର୍ଭବତୀ ମହିଳା ହେଉ ବା ରୋଗୀଣା ମା’ ମାନଙ୍କୁ ଲୋକମାନେ ପାହାଡ଼ ଚଢ଼ି ଯେତେବେଳେ ୫ କିମି ଦୂରରେ ଥିବା ଡାକ୍ତରଖାନାକୁ ପହଞ୍ଚାଉଛନ୍ତି, ସେକଥା କହୁ ନାହାନ୍ତି। ମହିଳାମାନେ ଯେତେବେଳେ ଦୁଷ୍କର୍ମ, ହତ୍ୟା, ନିର୍ଯାତନାର ଶିକାର ହେଉଛନ୍ତି, ସେହି ସମୟରେ ମୁହଁ ଖୋଲୁ ନାହାନ୍ତି। ସେହି ସମୟରେ ମହିଳା ସଶକ୍ତୀକରଣ କେଉଁ ଆଡେ ଯାଇଥାଏ, ତାହା ବୁଦ୍ଧିଜୀବୀଙ୍କୁ ବିସ୍କିତ କରୁଛି। ରାଜ୍ୟ ବାହାରେ କେତେ ମହିଳା ଦାଦନ ଖଟିବାକୁ ଯାଇ ସେଠାରେ ନିର୍ଯାତିତ ହୋଇଥାନ୍ତି। ଆନ୍ଧ୍ର ପ୍ରଦେଶ ଓ ତେଲେଙ୍ଗାନାର ଇଟାଭାଟିରେ କାମ କଲାବେଳେ କଅଁଳା ଶିଶୁକୁ ଗଛ ମୂଳରେ ଶୁଆଇ ଦେଇଥିବା ମହିଳାଙ୍କ ବିଷୟରେ ରାଜ୍ୟ ସରକାର କେବେ ଚିନ୍ତା କରିଛନ୍ତି କି?

ଦୁର୍ନୀତିଗ୍ରସ୍ତ ମହିଳା ଅଧିକାରୀ

ରାଜ୍ୟର ମହିଳା ଅଧିକାରୀମାନେ ପୁରୁଷଙ୍କ ଭଳି ଘୋର ଦୁର୍ନୀତିରେ ବୁଡ଼ି ରହୁଛନ୍ତି। ମହିଳା ଓ ଶିଶୁଙ୍କ ବିକାଶ ପାଇଁ ଥିବା ବିଭାଗଗୁଡ଼ିକରେ କାର୍ଯ୍ୟରତ ଅନେକ ମହିଳା କର୍ମଚାରୀମାନେ ମଧ୍ୟ ଏଥିରେ ସାମିଲ ଅଛନ୍ତି। ବିଗତ ଦିନରେ ଅନେକଗୁଡ଼ିଏ ମହିଳା ଅଧିକାରୀମାନେ ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି। ଏଥିରେ ଅଛନ୍ତି ଏକାଧିକ ସିଡିପିଓ, ଥାନା ଆଇଆଇସି ଓ ଅନ୍ୟ ବିଭାଗରେ କାର୍ଯ୍ୟରତ ଅଧିକାରିଣୀ। ରାଜ୍ୟ ସରକାର ମହିଳା ସଶକ୍ତୀକରଣ ନେଇ ଡେଙ୍ଗୁରା ବଜାଉଥିବା ବେଳେ ଲାଞ୍ଚ ଟଙ୍କା ଗ୍ରହଣ କରୁଥିବା ବେଳେ ଭିଜିଲାନ୍ସ ବିଭାଗ ଶୁକ୍ରବାର ୨ ଜଣ ମହିଳା ଅଧିକାରୀଙ୍କୁ ଜାଲରେ ପକାଇଛି। ବଲାଙ୍ଗୀର ସମଗ୍ର ଶିକ୍ଷା ଅଭିଯାନର ଜେଣ୍ଡର୍ କୋଡିନେଟର୍ ପୁଷ୍ପାଙ୍ଗିନୀ ଯୋଶୀ ୩୧ ହଜାର ଓ ବୌଦ୍ଧ ଜିଲ୍ଲା ହରଭଙ୍ଗା ଥାନା ଆଇଆଇସି ପୁଷ୍ପଲତା ରାଉତରାୟ ୧ ଲକ୍ଷ ଟଙ୍କା ଲାଞ୍ଚ ନେଇ ଧରାପଡ଼ିଛନ୍ତି।

RELATED ARTICLES

LEAVE A REPLY

Please enter your comment!
Please enter your name here

Most Popular

Recent Comments