Sunday, February 9, 2025
Homeରାଜ୍ୟର ୪ ସହରକୁ ବିମାନ ସଂଯୋଗ
Array

ରାଜ୍ୟର ୪ ସହରକୁ ବିମାନ ସଂଯୋଗ

ଭୁବନେଶ୍ବର: ଓଡ଼ିଶାରେ ଗମନାଗମନ ଓ ଯାତାୟତ ବ୍ୟବସ୍ଥାରେ ଉନ୍ନତି ଆସିଛି। ସଡ଼କ, ରେଳ, ଜଳ ଓ ଅକାଶ ପଥର କ୍ରମାଗତ ଭାବେ ବିକଶିତ ହୋଇପାରିଛି। ବିଶେଷ ଭାବେ ବିଗତ କିଛି ବର୍ଷ ମଧ୍ୟରେ ରାଜ୍ୟର ଯାତାୟତ ବ୍ୟବସ୍ଥାରେ ଅନେକ ପରିବର୍ତ୍ତନ ଆସିଛି। ସମ୍ବଲପୁର-କଟକ ୫୫ ନମ୍ବର ଜାତୀୟ ରାଜପତ ସମେତ ଅନ୍ୟ କିଛି ପ୍ରକଳ୍ପକୁ ବାଦ୍ ଦେଲେ ରାଜ୍ୟରେ ଗମନାଗମନ ବ୍ୟବସ୍ଥାରେ ଉନ୍ନତି ଆସିଛି। ରାଜ୍ୟର ୪ଟି ସହରକୁ ଆକାଶ ପଥ ଯୋଡ଼ିପାରିଛି। ମାତ୍ର ଅଢ଼େଇ ମାସ ଭିତରେ ଓଡ଼ିଶାର ୨ଟି ସହର(ଜୟପୁର ଓ ରାଉରକେଲା)କୁ ବିମାନ ସଂଯୋଗ ହୋଇପାରିଛି। ଏହା ପୂର୍ବରୁ ୨୦୧୮ ସେପ୍ଟେମ୍ବର ୨୨ରେ ଭୁବନେଶ୍ବରରୁ ଝାରସୁଗୁଡ଼ାକୁ ବିମାନ ସେବା ଆରମ୍ଭ ହୋଇଥିଲା।

ରାଜ୍ୟବାସୀଙ୍କ ପାଇଁ ଖୁସିର ଖବର ହେଲା ଯେ, ମାତ୍ର ୪ ବର୍ଷ ୪ ମାସ ଭିତରେ ରାଜ୍ୟରେ ୩ଟି ବିମାନବନ୍ଦର କାର୍ଯ୍ୟକ୍ଷମ ହୋଇପାରିଛି। ଓଡ଼ିଶାର ପ୍ରଥମ ବିମାନ ବନ୍ଦର ‘ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦର ୧୯୬୨ ମସିହା ଏପ୍ରିଲ ୧୭ ତାରିଖରେ ଲୋକାର୍ପିତ ହୋଇଥିଲା। ତେବେ ଆବଶ୍ୟକତାକୁ ଦୃଷ୍ଟିରେ ରଖି ତଥା ରାଜ୍ୟକୁ ବାହାରକୁ କମ ସମୟରେ ଲୋକଙ୍କର ଯାତାୟତର ଦରକାର ଥିବାରୁ ସମୟ କ୍ରମେ ଅନ୍ୟ ୩ଟି ବିମାନବନ୍ଦର କାର୍ଯ୍ୟକ୍ଷମ କରାଯାଇଛି। କେନ୍ଦ୍ର ସରକାରଙ୍କ ପଦକ୍ଷେପ ଯୋଉଁ ଓଡ଼ିଶାରେ ୪ଟି ବିମାନବନ୍ଦରରୁ ଏବେ ବିମାନ ଚଳାଚଳ ହୋଇପାରିଛି।

ରାଉରକେଲାକୁ ସିଧାସଳଖ ବିମାନ

ଭୁବନେଶ୍ୱରରୁ ରାଉରକେଲାକୁ ବିମାନ ସେବା ଜାନୁଆରୀ ୭ ତାରିଖ ଠାରୁ ଆରମ୍ଭ ହୋଇଛି। ଏହା ଦୁଇ ମହାନଗର ବ୍ୟତୀତ ରାଜ୍ୟବାସୀଙ୍କ ପାଇଁ ଖୁସିର ଖବର। ରାଉରକେଲାରୁ ଭୁବନେଶ୍ବର ଯାତାୟତ ପାଇଁ ଯେଉଁ ଦୀର୍ଘ ସମୟର ଟ୍ରେନ୍ ଓ ବସ୍ରେ ଯାତ୍ରା କରିବାକୁ ପଡୁଥିଲା, ଧନିକ ଶ୍ରେଣୀର ଲୋକଙ୍କୁ ସେହି ଅସୁବିଧାର ସାମ୍ନା କରିବାକୁ ପଡ଼ିବ ନାହିଁ। କାରଣ ରାଉରକେଲା ଯିବା ପାଇଁ ଏଣିକି ଆଉ ଭୁବନେଶ୍ବର-ଝାରସୁଗୁଡ଼ା ବିମାନର ଆବଶ୍ୟକତା ପଡ଼ିବ ନାହିଁ। ଯାତ୍ରୀ ଭୁବନେଶ୍ବରରୁ ସିଧାସଳଖ ରାଉରକେଲାରେ ପହଂଚିପାରିବେ। ସେହିପରି ଜୟପୁରରୁ ଭୁବନେଶ୍ବର ଓ ଆନ୍ଧ୍ରପ୍ରଦେଶର ବିଶାଖାପାଟନମ ବିମାନ ଚଳାଚଳ କରୁଛି। ପୂର୍ବରୁ ଝାରସୁଗୁଡ଼ାରୁ ଭୁବନେଶ୍ବର, ଦିଲ୍ଲୀ ଓ କୋଲକାତା ବିମାନ ସେବା ଜାରି ରହିଛି।

କେନ୍ଦ୍ରକୁ ଗୁରୁତ୍ବ ଦିଏନି ରାଜ୍ୟ

ରାଉରକେଲାକୁ ବିମାନ ଉଡାଣ ପାଇଁ କେନ୍ଦ୍ର  ସରକାରଙ୍କ ବଡ଼ ଯୋଗଦାନ ରହିଛି। କିନ୍ତୁ ରାଜ୍ୟ ସରକାର କେନ୍ଦ୍ରକୁ ଗୁରୁତ୍ବ ଦେଇନାହାନ୍ତି। ବିମାନ ଶୁଭାରମ୍ଭ କାର୍ଯ୍ୟକ୍ରମ ପାଇଁ ଗଣମାଧ୍ୟମରେ ଦିଆଯାଇଥିବା ପୃଷ୍ଟା ପୃଷ୍ଟା ବିଜ୍ଞାପନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଫଟୋ ନଥିଲା। ସେହିପରି ଶୁଭାରମ୍ଭ କାର୍ଯ୍ୟକ୍ରମରେ ଲାଗିଥିବା ପୋଷ୍ଟରରେ ପ୍ରଧାନମନ୍ତ୍ରୀଙ୍କ ଫଟୋ ନଥିବାରୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କ୍ଷୋଭ ପ୍ରକାଶ କରିଛନ୍ତି। ବିଦେଶ ଗସ୍ତ (ବାଲି)ରେ ଥିବା ବେଳେ ପ୍ରଧାନମନ୍ତ୍ରୀ ମୋଦୀ କଟକର ଐତିହାସିକ ବାଲିଯାତ୍ରା କଥା ଉଠାଇଥିଲେ। ଅନ୍ତର୍ଜାତୀୟ ମଞ୍ଚରେ ପ୍ରଧାନମନ୍ତ୍ରୀ ଓଡ଼ିଶା କଥା ଉଠାଇଥିଲେ। କିନ୍ତୁ ରାଜ୍ୟ ସରକାର ପ୍ରଧାନମନ୍ତ୍ରୀଙ୍କୁ ଅତିକମରେ ଧନ୍ୟବାଦ ମଧ୍ୟ ଜଣାଇପାରିଲେ ନାହିଁ।  

ଧନ୍ୟବାଦ ଜଣାଇଲେ ପରିବହନ ମନ୍ତ୍ରୀ

ଧର୍ମେନ୍ଦ୍ରଙ୍କ ଅଭିଯୋଗ ନେଇ ରାଜ୍ୟ ପରିବହନ ମନ୍ତ୍ରୀ ଟୁକୁନି ସାହୁ କହିଛନ୍ତି, ବିରୋଧୀଙ୍କ କାମ ହେଲା ଅଭିଯୋଗ କରିବା। ୨୨ ବର୍ଷର ଶାସନରେ ମୁଖ୍ୟମନ୍ତ୍ରୀ ନବୀନ ଉନ୍ନତି ପରେ ଉନ୍ନତି କରୁଛନ୍ତି। ସେ ସବୁ ବେଳେ ଲୋକଙ୍କ ପାଇଁ କାମ କରୁଛନ୍ତି। ସେଥିପାଇଁ ସେ ଆଜି ଜନ ସାଧାରଣଙ୍କ ହୃଦୟରେ ସେ ଅଛନ୍ତି। ରାଉରକେଲାକୁ ବିମାନ ଉଡାଣ ପାଇଁ ପଶ୍ଚିମ ଓଡ଼ିଶାର ବହୁ ଦିନର ଦାବି ଥିଲା। ଏହା ପୂରଣ ହୋଇଛି। ରାଉରକେଲାରୁ ୧୨ ତାରିଖ ଠାରୁ ବାଣିଜ୍ୟିକ ବିମାନ ନିୟମିତ ଭାବେ ଚାଲିବ। ଏଥିପାଇଁ ମୁଖ୍ୟମନ୍ତ୍ରୀ ଓ ଭାରତ ସରକାରଙ୍କ ସହଯୋଗ ଲାଗି ଧନ୍ୟବାଦ ଦେଉଛି।

RELATED ARTICLES

LEAVE A REPLY

Please enter your comment!
Please enter your name here

Most Popular

Recent Comments