Tuesday, September 17, 2024
Homeଅନ୍ୟାନ୍ୟରୋଜଗାର ମେଳା କାର୍ଯ୍ୟକ୍ରମରେ ଆସନ୍ତାକାଲି (ମେ ୧୬) ପ୍ରାଧାନ ମନ୍ତ୍ରୀ ବିଭିନ୍ନ ସରକାରୀ ପଦ ଓ...

ରୋଜଗାର ମେଳା କାର୍ଯ୍ୟକ୍ରମରେ ଆସନ୍ତାକାଲି (ମେ ୧୬) ପ୍ରାଧାନ ମନ୍ତ୍ରୀ ବିଭିନ୍ନ ସରକାରୀ ପଦ ଓ ପ୍ରତିଷ୍ଠାନରେ ନୂଆ ନିଯୁକ୍ତି ପାଇଥିବା ୭୧ ହଜାର ଯୁବାକ ଯୁବତୀଙ୍କୁ ନିଯୁକ୍ତିପତ୍ର ପ୍ରଦାନ କରିବେ ।

ନୂଆଦିଲ୍ଲୀ, ୧୫/୫ (ପିଆଇବି): ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆସନ୍ତାକାଲି (ମେ ୧୬) ଅନୁଷ୍ଠିତ ହୋଇଥିବା ରୋଜଗାର ମେଳା କାର୍ଯ୍ୟକ୍ରମରେ ନୂତନ ନିଯୁକ୍ତି ପାଇଥିବା ପ୍ରାୟ ୭୧ ଯୁବକ ଯୁବତୀଙ୍କୁ ନିଯୁକ୍ତି ପତ୍ର ପ୍ରଦାନ କରିବେ । ଏହି କାର୍ଯ୍ୟକ୍ରମ ଭିଡିଓ କନ୍‌ଫରେନ୍ସିଂ ବ୍ୟବସ୍ଥା ଆୟୋଜିତ ହେବ । ଆସନ୍ତକାଲି ପୂର୍ବହ୍ନ ୧୦ଟା ୩୦ମିନିଟ୍ ସମୟରେ ପ୍ରଧାନମନ୍ତ୍ରୀ ଏହି ନିଯୁକ୍ତିପତ୍ର ପ୍ରଦାନ କରିବା ସହିତ ନବନିଯୁକ୍ତ କର୍ମଚାରୀମାନଙ୍କୁ ମଧ୍ୟ ଉଦ୍‌ବୋଧନ ଦେବେ । ବିଭିନ୍ନ ପରୀକ୍ଷାରେ କୃତକାର୍ଯ୍ୟ ହୋଇଥିବା ଏହି ୭୧ ହଜାର ପରୀକ୍ଷାର୍ଥୀ ବିଭିନ୍ନ ସରକାରୀ ପଦ ଓ ସରକାରୀ ଅନୁଷ୍ଠାନରେ ନିଯୁକ୍ତି ପାଇବାକୁ ଯୋଗ୍ୟ ବିବେଚିତ ହୋଇଛନ୍ତି ।
ଏହି ରୋଜଗାର ମେଳା ଦେଶର ୪୫ଟି ସ୍ଥାନରେ ଆୟୋଜିତ ହୋଇଛି । କେତେକ ପ୍ରାଦଶିକ ସରକାର ଓ କେନ୍ଦ୍ରଶାସିତ ଅଞ୍ଚଳରେ ବିଭିନ୍ନ ପାଦ ପାଇଁ ହୋଇଥିବା କର୍ମଚାରୀ ନିଯୁକ୍ତି ପରୀକ୍ଷାରେ କୃତକାର୍ଯ୍ୟ ପରୀକ୍ଷାର୍ଥୀଙ୍କ୍‌ୁ ମଧ୍ୟ ଏହି ରୋଜଗାର ମେଳାରେ ନିଯୁକ୍ତି ପତ୍ର ପ୍ରଧାନମନ୍ତ୍ରୀ ଆଭାସୀ ବ୍ୟବସ୍ଥାରେ ପ୍ରଦାନ କରବେ । ଯେଉଁ ସବୁ ପଦ ପାଇଁ ନିଯୁକ୍ତିପତ୍ର ପ୍ରଦାନ କରାଯିବ ସେଥିରେ ରହିଛି ଗ୍ରାମୀଣ ଡାକସେବା, ଡାକ ଇନିସ୍‌ପେକ୍ଟର, କମର୍ସିଆଲ-କମ-ଟିକେଟ କ୍କର୍କ, ଟ୍ରାକ୍ ମେଣ୍ଟେନରସ , ସହକାରୀ ଇନିସ୍‌ପେକ୍ଟର,ନର୍ସିଂ ଅଫିସର, ସହକାରୀ ନିରାପତ୍ତା ଅଧିକାର. ଟିକସ ସହାୟକ, ସହକାରୀ ପ୍ରବର୍ତ୍ତନ ଅଧିକାରୀ, ସହକାରୀ ଅଡିଟ୍ ଅଫିସର,ଡିଭିଜିନାଲ ଆକାଉଣ୍ଟା, ଅଡିଟର,କନେଷ୍ଟେବଲ, ସହକାରୀ କମାଣ୍ଡାଣ୍ଟ, ପ୍ରିନ୍ସିପାଲ, ଟ୍ରେନ୍‌ଡ ଗ୍ରାଜୁଏଟ୍ ଟିଚର୍ସ, ସହକାରୀ ରେଜିଷ୍ଟ୍ରାର ଓ ସହକାରୀ ପ୍ରଫେସର ।


ନିଯୁକ୍ତି ସୃଷ୍ଟିକୁ ସର୍ବାଧିକ ଗୁରୁତ୍ୱ ଦେବା ପାଇଁ ପ୍ରଧାନମନ୍ତ୍ରୀ ଯେଉଁ ଅଙ୍ଗୀକାର ପ୍ରକାଶ କରିଥିଲେ ରୋଜଗାର ମେଳା ତାହାର ଏକ ଅଂଶବିଶେଷ । ଏହି ରୋଜଗାର ମେଳା ଅଧିକ ନିଯୁକ୍ତି ସୃଷ୍ଟି କରିବାରେ ସହାୟକ ହେବ । ଯଥାର୍ଥ କର୍ମ ନିଯୁକ୍ତ ଯୋଗାଣରେ ପ୍ରମୁଖ ଗ୍ରହଣ କରିବ ବୋଲି ଆଶା କରାଯାଏ । ଯଥା କର୍ମ ନିଯୁକ୍ତି ଓ ରୋଜଗାର ପାଇଲେ ଯୁବ ସଶକ୍ତ ହେବା ସହିତ ଜାତୀୟ ବିକାଶ ପ୍ରକ୍ରିୟାରେ ଯଥାର୍ଥ ସହଯ୍ଧେଜ୍ଞ ଯୋଗାଇ ପାରିବେ ।
ନବନିଯୁକ୍ତ କର୍ମଚାରୀମାନେ ମଧ୍ୟ କର୍ମଯୋଗୀ ପ୍ରାରମ୍ଭ ମାଧ୍ୟରେ ନିଜକୁ ଦେବାରେ ସୁଯୋଗ ପାଇବେ । ଏହି କାର୍ମଯୋଗୀ ପ୍ରାରମ୍ଭ ଏକ ଅନ୍‌ଲାଇନ ଓରିଏଣ୍ଟସନ ପାଠ୍ୟକ୍ରମ । ବିଭିନ୍ନ ବିଭାଗର ସବୁ ନବନିଯୁକ୍ତି ସରକାରି କର୍ମଚାରୀ ଏହି ଓରିଓଣ୍ଟେସନ ପାଠ୍ୟକ୍ରମରେ ଭାଗ ନେଇ ପ୍ରାରମ୍ଭିକ ତାଲିମ ଦେବାକୁୁ ବାଧ୍ୟ । ଯାହା ଦ୍ୱାରା ସେମାନଙ୍କର କାର୍ମିକ ଓ ଶଙ୍ଖଲା ବଢିବ ଏବଂ ସେମାନେ ସରକାରୀ କାର୍ଯ୍ୟ ଓ ଏହାର ସମ୍ପାଦନା ସମ୍ପର୍କରେ ଭଲଭାବରେ ଅବଗତ ହେବେ ।

RELATED ARTICLES

LEAVE A REPLY

Please enter your comment!
Please enter your name here

Most Popular

Recent Comments