Tuesday, September 10, 2024
Homeଲାଲକିଲ୍ଲାରେ ହିଂସ୍ର ରୂପ ଧରିଲେ ଚାଷୀ ନେତା, ବିପୁଳ ସଂପତ୍ତି କ୍ଷୟକ୍ଷତି
Array

ଲାଲକିଲ୍ଲାରେ ହିଂସ୍ର ରୂପ ଧରିଲେ ଚାଷୀ ନେତା, ବିପୁଳ ସଂପତ୍ତି କ୍ଷୟକ୍ଷତି

ଭୁବନେଶ୍ୱର: ଦିଲ୍ଲୀ ସୀମାର ସିଂଘୁ, ଟିକରି ଓ ଗାଜିପୁରରେ ଚାଷୀ ସଂଗଠନର ଆନ୍ଦୋଳନ ଜାରି ରହିଛି । ଗତ ନଭେମ୍ବର ୨୬ ତାରିଖ ଠାରୁ ଆରମ୍ଭ ହୋଇଥିବା ଏହି ଆନ୍ଦୋଳନ ୭୨ତମ ସାଧାରଣତନ୍ତ୍ର ଦିବସରେ ଆହୁରି ଭୟଙ୍କର ସ୍ଥିତି ଉପୁଜିଛି । କେନ୍ଦ୍ର ସରକାରଙ୍କ ୩ଟି କୃଷି ଆଇନକୁ ବିରୋଧରେ ହୋଇଥିବା ଆନ୍ଦୋଳନକୁ ରାଜନୀତି ପ୍ରବେଶ କରିବା ପରେ ଏବେ ଏହା ବିଦେଶରୁ ମଧ୍ୟ ଆକ୍ରମଣ ପାଇଁ ଷଡ଼ଯନ୍ତ୍ର ହୋଇଥିବା ଜାତୀୟ ଗଣମାଧ୍ୟମ ରିପୋର୍ଟ କରିଛି । କୁହାଯାଉଛି ଯେ, ଖଲିସ୍ତାନୀ ସମର୍ଥକମାନେ ଚାଷୀ ଆନ୍ଦୋଳକୁ ଅଧିକ ତୀବ୍ର କରିଛନ୍ତି । ଚାଷୀ ଆନ୍ଦୋଳନ ଗତକାଲି ଆକ୍ରମଣରେ ପରିଣତ ହୋଇଛି । ଫଳରେ ସରକାରୀ ଓ ଘରୋଇ ସଂସ୍ଥାର ପ୍ରବଳ କ୍ଷତି ହୋଇଥିବା ପରିଲକ୍ଷିତ ହୋଇଛି ।
ଦିଲ୍ଲୀରେ ଚାଷୀମାନଙ୍କ ଟ୍ରାକ୍ଟର ରାଲି ଏକ ସୁନିୟୋଜିତ ଆକ୍ରମଣ ପାଇଁ ଷଡ଼ଯନ୍ତ୍ର ବୋଲି କୁହାଯାଉଛି । ଯଦି ଚାଷୀମାନେ ଟ୍ରାକ୍ଟରରେ ରାଲି କରିଥାନ୍ତେ ତା’ହେଲେ ଶାନ୍ତିପୂର୍ଣ୍ଣ ହୋଇଥାନ୍ତା । କିନ୍ତୁ ଏହି ରାଲିର ଉଦ୍ଦେଶ୍ୟ ନିଶ୍ଚିତ ଭାବେ ଭିନ୍ନ କିଛି ଥିଲା, ଯେଉଁଥି ପାଇଁ ଆନ୍ଦୋଳନ ସମୟରେ ଉପଦ୍ରବ ସୃଷ୍ଟି ହୋଇଥିଲା । ପ୍ରଦର୍ଶନକାରୀଙ୍କ ଲକ୍ଷ୍ୟ ଥିଲା ରାଲି ନାଁରେ ସାଧାରଣ ସଂପତ୍ତିକୁ ବ୍ୟାପକ ନଷ୍ଟ କରିବା । ଆନ୍ଦୋଳନ ଯୋଗୁଁ ଦିଲ୍ଲୀ ପୋଲିସକୁ ନାକେଦମ ହେବାକୁ ପଡ଼ିଥିଲା । ଦିଲ୍ଲୀ ପୋଲିସ ପୂର୍ବରୁ ସତର୍କ ଥାଇ ମଧ୍ୟ ଏତେ ବଡ଼ ଘଟଣା ଘଟିଗଲା । ସତର୍କ ନଥିଲେ ସ୍ଥିତି ଭୟଙ୍କର ହୋଇଥାନ୍ତା ବୋଲି ବୁଦ୍ଧିଜୀବୀମାନେ ମତ ଦେଉଛନ୍ତି ।

ଚାଷୀ ଭାଙ୍ଗିଲେ ୮ଟି ବସ, ୧୭ଟି ଗାଡ଼ି

ରାଲି ସମୟରେ ଚାଷୀମାନେ ଉତ୍ତେଜିତ ହୋଇଥିଲେ । ସମଗ୍ର ବିଶ୍ୱରେ ଏବେ କରୋନା ବଡ଼ ଚିନ୍ତା ପାଲଟି ଥିବା ବେଳେ ଏହାକୁ ମଧ୍ୟ ଅଣଦେଖା କରିଥିଲେ । ଦିଲ୍ଲୀ ପୋଲିସର ଜଣେ ବରିଷ୍ଠ ଅଧିକାରୀ ଜାତୀୟ ଗଣମାଧ୍ୟମକୁ କହିଛନ୍ତି ଯେ, ରାଜ୍ୟର ଯେଉଁ ଜିଲ୍ଲାରେ ହିଂସା ଦେଖାଯାଇଛି, ସେଠାରେ ମାମଲା ରୁଜୁ କରାଯିବ । ଉପଦ୍ରବକାରୀଙ୍କୁ ଖୁବ ଶୀଘ୍ର ଚିହ୍ନଟ କରାଯିବ । ପୋଲିସ ବିଭିନ୍ନ ଥାନାରେ ଏପର୍ଯ୍ୟନ୍ତ ୧୫ଟି ମାମଲା ରୁଜୁ କରିସାରିଛି । ଇଷ୍ଟର୍ନ ରେଂଜରେ ୪ଟି, ଦ୍ୱାରକାର ବାବା ହରିଦାସ ନଗର, ନଜଫଗଡ଼, ଏକ ଉତ୍ତମ ନଗର ପାଣ୍ଡବ ନଗର, ସୀମାପୁରୀ ଥାନା ଓ ଗାଜୀପୁର ଥାନାରେ ୨ଟି ମାମଲା ରୁଜୁ ହୋଇଛି । ପୋଲିସ କହିଛି ଯେ, ପ୍ରଦର୍ଶନକାରୀମାନେ ୮ଟି ବସ୍‌, ୧୭ଟି ଗାଡ଼ି, ୪ କଣ୍ଟେନର ଓ ୩୦୦ରୁ ଅଧିକ ବେରିକେଡ ଭାଙ୍ଗିଛନ୍ତି । ସେହିପରି ଆକ୍ରମଣରେ ପ୍ରାୟ ୩୦୦ ପୋଲିସ କର୍ମୀ ଆହତ ହୋଇଛନ୍ତି ।

ଟ୍ରାକ୍ଟର ପରେଡରେ ଖଲିସ୍ତାନୀ ଲିଙ୍କ!

ଟ୍ରାକ୍ଟର ପରେଡ ସହିତ ଖଲିସ୍ତାନୀ ଲିଙ୍କ ରହିଥିବା ସନ୍ଦେହ କରାଯାଉଛି । ଆଉ ଏଭଳି ଅଭିଯୋଗ ଆଣିଛନ୍ତି କଂଗ୍ରେସର ଲୁଧିଆନାରୁ ସାଂସଦ ରଭନୀତ ସିଂହ ବିଟୁ । ଆତଙ୍କବାଦୀ ସଂଗଠନ ଶିଖ ଫର ଜଷ୍ଟିସ (ଏସ୍‌ଏଫ୍‌ଜେ) ସହିତ ଜଡ଼ିତ ଖଲିସ୍ତାନୀମାନେ ଜଡ଼ିତ । ଦିନକ ପୂର୍ବରୁ ସେମାନେ ଆନ୍ଦୋଳନକୁ ହାଇଜ୍ୟାକ୍ କରିଥିଲେ । ଦୀପ ସିନ୍ଧୁଙ୍କ ନେତୃତ୍ୱରେ ଏସ୍‌ଏଫ୍‌ଜେର ସଦସ୍ୟ ସୋମବାର ବିଳମ୍ବିତ ରାତି ଦିଲ୍ଲୀରେ ଚାଷୀଙ୍କ ଷ୍ଟେଜକୁ ଆସିଥିଲେ । ବୈଠକରେ ନିର୍ଦ୍ଧାରଣ କରିଥିଲେ ଯେ, ସାଧାରଣତନ୍ତ୍ର ଦିବସରେ ଲାଲକିଲ୍ଲାରେ ପତାକା ଉଡାଇବେ ।

ଚାଷୀ ଆନ୍ଦୋଳନ ନେଇ ପାକିସ୍ତାନ କହିଲା…

ଚାଷୀଙ୍କ ହ୍ରିଂସକ ଆନ୍ଦୋଳନ ନେଇ ପାକିସ୍ତାନ ମୁହଁ ଖୋଲିଛି । ପାକିସ୍ତାନର ବିଦେଶ ମନ୍ତ୍ରୀ ଶାହା ମହମ୍ମଦ କ୍ୟୁରେସି କହିଛନ୍ତି ଯେ, ଭାରତ ସରକାର ଚାଷୀଙ୍କ ସ୍ୱର ବନ୍ଦ କରିବାରେ ବିଫଳ ହୋଇଛନ୍ତି । ଚାଷୀଙ୍କ ସହିତ ପୂରା ଭାରତର ଜନତା ଛିଡ଼ା ହୋଇଛନ୍ତି । ସେହିପରି ପାକିସ୍ତାନର ବିଜ୍ଞାନ ଏବଂ ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ ଫବାଦ ଚୌଧୁରୀ ଏକ ଟୁଇଟ କରି କହିଛନ୍ତି ଯେ, ବିଶ୍ୱକୁ ଭାରତ ସରକାରଙ୍କ ବିରୋଧରେ ସ୍ୱର ଉଠାଇବା ଆବଶ୍ୟକତା ରହିଛି ।

ଶାନ୍ତିପୂର୍ଣ୍ଣ ଆନ୍ଦୋଳନରେ ବିଜୟ

ସ୍ୱରାଜ ଇଣ୍ଡିଆର ଅଧ୍ୟକ୍ଷ ଯୋଗେନ୍ଦ୍ର ଯାଦବଙ୍କ କହିବା ଅନୁସାରେ ଚାଷୀଙ୍କ ଟ୍ରାକ୍ଟର ରାଲିରେ ଯେଉଁ ଉପଦ୍ରବ ଦେଖାଗଲା, ତାହା ନିନ୍ଦନୀୟ । ଏହି ଘଟଣା ଲଜ୍ଜାଜନକ । ଏହି ଘଟଣାକୁ ନେଇ ମୋତେ ଲାଜ ଲାଗୁଛି । ପ୍ରଦର୍ଶନର ଅଂଶବିଶେଷ ହେବା ନାଁରେ ପ୍ରଦର୍ଶନକାରୀମାନେ ଉପଦ୍ରବ ସୃଷ୍ଟି କରିଛନ୍ତି । ସେ କହିଛନ୍ତି ଯେ, ହିଂସା ଯେକୌଣସି ଆନ୍ଦୋଳନରେ ଖରାପ ପ୍ରଭାବ ପକାଇଥାଏ । ମୁଁ ଏବେ କହିପାରିନି ନାହିଁ ଯେ, ଏହା ଚାଷୀ କରିଛନ୍ତି କି ନାହିଁ । କିନ୍ତୁ ମୁଁ ସବୁବେଳେ ଅପିଲ କରୁଛି ଯେ, ସିଧା ରାସ୍ତାରେ ଯାଆନ୍ତୁ । ସିଧା ରାସ୍ତାରୁ ତଳକୁ ଖସନ୍ତୁ ନାହିଁ । କାରଣ ଶାନ୍ତିପୂର୍ଣ୍ଣ ଭାବେ ପରିଚାଳିତ ହେଉଥିବା ଆନ୍ଦୋଳନ ଜିତିବାରେ ସହାୟକ ହୋଇଥାଏ ।

RELATED ARTICLES

LEAVE A REPLY

Please enter your comment!
Please enter your name here

Most Popular

Recent Comments