Wednesday, November 13, 2024
Homeଅନ୍ୟାନ୍ୟସାଧାରଣ ଜନତାଙ୍କ କଲ୍ୟାଣ ପ୍ରଶାସନିକ ଅଧିକାରୀଙ୍କ ମୂଳମନ୍ତ୍ର ହେଉ

ସାଧାରଣ ଜନତାଙ୍କ କଲ୍ୟାଣ ପ୍ରଶାସନିକ ଅଧିକାରୀଙ୍କ ମୂଳମନ୍ତ୍ର ହେଉ

କାର୍ଯ୍ୟକ୍ଷେତ୍ରରେ ମାନବୀୟ ସ୍ପର୍ଶ ରଖି ଜନସାଧାରଣଙ୍କ ଆସ୍ଥାଭାଜନ ହେବା ପାଇଁ ପ୍ରୋବେସନାରୀ ଓଡ଼ିଶା ପ୍ରଶାସନିକ ସେବା ଅଧିକାରୀଙ୍କୁ ମନ୍ତ୍ରୀ ଶ୍ରୀ ସ୍ୱାଇଁଙ୍କ ପରାମର୍ଶ

ଭୁବନେଶ୍ୱର, ୨୦/୦୫/୨୦୨୩: ସାଧାରଣ ଜନତାଙ୍କ କଲ୍ୟାଣ ପ୍ରଶାସନିକ ଅଧିକାରୀଙ୍କ ମୂଳମନ୍ତ୍ର ହେଉ । ରାଜ୍ୟ ସରକାରଙ୍କ ଦ୍ୱାରା ପ୍ରବର୍ତ୍ତିତ ‘୫-ଟି’ ରାଜ୍ୟ ପ୍ରଶାସନ କ୍ଷେତ୍ରରେ ଅତ୍ୟନ୍ତ ପ୍ରଭାବଶାଳୀ ହୋଇ ପାରିଥିବାବେଳେ ସରକାରଙ୍କ ଦ୍ୱାରା କାର୍ଯ୍ୟକାରୀ ହେଉଥିବା ବିଭିନ୍ନ ଯୋଜନାକୁ ‘୫-ଟିି’ ଆଧାରରେ କାର୍ଯ୍ୟକାରୀ କରି ଜନସାଧାରଣଙ୍କ ସମୂହ କଲ୍ୟାଣ ହାସଲ କରିବା ଦିଗରେ ପ୍ରଶାସନିକ ଅଧିକାରୀମାନେ ବ୍ରତୀ ହୁଅନ୍ତୁ ବୋଲି କୃଷି ଓ କୃଷକ ସଶକ୍ତିକରଣ, ମତ୍ସ୍ୟ ଓ ପ୍ରାଣୀସଂପଦ ବିକାଶ ମନ୍ତ୍ରୀ ଶ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ କହିଛନ୍ତି ।
ଆଜି ଗୋପବନ୍ଧୁ ଏକାଡେମୀ ଅଫ୍‌ ଆଡ୍‌ମିନିଷ୍ଟ୍ରେସନ୍‌ଠାରେ ଆୟୋଜିତ ପ୍ରଶିକ୍ଷଣ କାର୍ଯ୍ୟକ୍ରମରେ ପ୍ରୋବେସନାରୀ ଓଡ଼ିଶା ପ୍ରଶାସନିକ ସେବାର ଅଧିକାରୀମାନଙ୍କୁ ଉଦ୍‌ବୋଧନ ଦେବା ଅବସରରେ ମନ୍ତ୍ରୀ ଶ୍ରୀ ସ୍ୱାଇଁ କହିଲେ ଯେ ପ୍ରଶାସନିକ ଅଧିକାରୀମାନେ ଜନସାଧାରଣ ଓ ରାଜ୍ୟ ସରକାରଙ୍କ ମଧ୍ୟରେ ସେତୁ ରୂପେ କାର୍ଯ୍ୟ କରିଥାଆନ୍ତି । ଜନସାଧାରଣଙ୍କ ସମସ୍ୟାକୁ ହୃଦୟଙ୍ଗମ କରି ବିଧିବ୍ୟବସ୍ଥା ମଧ୍ୟରେ ନିରପେକ୍ଷତା ଅବଲମ୍ବନ କରି ସେମାନଙ୍କର ସମସ୍ୟାର ସମାଧାନ ଦିଗରେ ଅଧିକାରୀମାନେ କାର୍ଯ୍ୟ କରିବା ଉଚିତ । କାର୍ଯ୍ୟକ୍ଷେତ୍ରରେ ସମ୍ବେଦନଶୀଳତା ଓ ମାନବୀୟ ସ୍ପର୍ଶ ରହିଲେ ଅଧିକାରୀମାନେ ସଫଳ ହେବା ସହିତ ଜନସାଧାରଣଙ୍କ ଆସ୍ଥାଭାଜନ ହୋଇ ପାରିବେ । ସଂପ୍ରତି ପ୍ରଶାସନିକ କ୍ଷେତ୍ରରେ ଓ ଏହାର ଆଭିମୁଖ୍ୟରେ ବ୍ୟାପକ ପରିବର୍ତ୍ତନ ଆସିଛି । ପ୍ରଶାସନିକ କ୍ଷେତ୍ରରେ ସେମାନଙ୍କୁ ଉନ୍ନୟନ ପ୍ରଶାସକ ଭାବରେ କାର୍ଯ୍ୟକରିବାକୁ ପଡ଼ିବ ରାଜ୍ୟ ସରକାର ଶିକ୍ଷା, ସ୍ୱାସ୍ଥ୍ୟ, କୃଷି, ମହିଳା ସଶକ୍ତିକରଣ, ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତିଙ୍କ କଲ୍ୟାଣ ଆଦି ଉପରେ ସର୍ବାଧିକ ପ୍ରାଧାନ୍ୟ ଦେଉଥିବାବେଳେ ଜନସାଧାରଣଙ୍କ ସହିତ ସମନ୍ୱୟ ରଖି ଏସବୁ କାର୍ଯ୍ୟକୁ ତ୍ୱରାନ୍ୱିତ କରିବା ପାଇଁ ମନ୍ତ୍ରୀ ଶ୍ରୀ ସ୍ୱାଇଁ ପରାମର୍ଶ ଦେଇଥିଲେ।
ସଂପ୍ରତି ଡାକ୍ତରୀ, ଇଂଜିନିୟରିଂ, ମ୍ୟାନେଜ୍‌ମେଣ୍ଟ, କୃଷି ଆଦି ବିଭିନ୍ନ ବୈଷୟିକ କ୍ଷେତ୍ରରେ ତାଲିମପ୍ରାପ୍ତ ଯୁବକଯୁବତୀମାନେ ଅଧିକ ସଂଖ୍ୟାରେ ପ୍ରଶାସନିକ ସେବା କ୍ଷେତ୍ରକୁ ଆକର୍ଷିତ ହେଉଥିବାବେଳେ ବୈଷୟିକ କ୍ଷେତ୍ରରେ ସେମାନଙ୍କର ପାରଦର୍ଶିତା ଓ ଜ୍ଞାନ ଯୋଜନା ପ୍ରସ୍ତୁତ ଓ ପ୍ରଣୟନ କ୍ଷେତ୍ରରେ ଅତ୍ୟନ୍ତ ଉପାଦେୟ ସାବ୍ୟସ୍ତ ହେଉଛି ବୋଲି ଶ୍ରୀ ସ୍ୱାଇଁ ମତପ୍ରକାଶ କରିଥିଲେ । କାର୍ଯ୍ୟକ୍ଷେତ୍ରର ଦକ୍ଷତା, ନୀତିନିୟମର ଅନୁପାଳନ ଏବଂ ନିରପେକ୍ଷତା ଅବଲମ୍ବନ କରି ଜନସାଧାରଣଙ୍କ ସେବା ଓ ବିଶେଷ କରି ସମାଜର ସମ୍ବେଦନଶୀଳ ବର୍ଗଙ୍କ ସେବା କରିବା ପ୍ରଶାସନିକ ଅଧିକାରୀଙ୍କ ମୂଳ ଲକ୍ଷ୍ୟ ହେଉ ବୋଲି ମନ୍ତ୍ରୀ ଶ୍ରୀ ସ୍ୱାଇଁ କହିଛନ୍ତିା


ସଂପ୍ରତି ରାଜ୍ୟ ସରକାର ଅନେକଗୁଡ଼ିଏ ନାଗରିକକୈନ୍ଦି୍ରକ ସେବା କାର୍ଯ୍ୟକାରୀ କରୁଥିବାବେଳେ ଏହାର ଲାଭ ଯେପରି ଉଦ୍ଦିଷ୍ଟ ବର୍ଗର ହିତାଧିକାରୀଙ୍କ ନିକଟରେ ଠିକ୍‌ ସମୟରେ ଓ ଠିକଣା ଭାବେ ପହଞ୍ଚିପାରିବ ସେଥିପ୍ରତି ସଜାଗ ଦୃଷ୍ଟିଦେବା ଆବଶ୍ୟକ ‘ମୋ ସରକାରୀ ମାଧ୍ୟମରେ ଜନସାଧାରଣଙ୍କ ପ୍ରତିକି୍ରୟା ସଂଗ୍ରହ କରି ଆବଶ୍ୟକୀୟ ପଦକ୍ଷେପ ନେବା ଦିଗରେ ପ୍ରଶାସନିକ ଅଧିକାରୀମାନେ ସ୍ୱତନ୍ତ୍ର ଧ୍ୟାନଦେବା ପାଇଁ ମନ୍ତ୍ରୀ ଶ୍ରୀ ସ୍ୱାଇଁ ପରାମର୍ଶ ଦେଇଥିଲେ । କାର୍ଯ୍ୟକ୍ରମରେ ଗୋପବନ୍ଧୁ ଏକାଡେମୀ ଅଫ୍‌ ଆଡ୍‌ମିନିଷ୍ଟ୍ରେସନ୍‌ର ମହାନିର୍ଦ୍ଦେଶକ ଶ୍ରୀ ରାଜକୁମାର ଶର୍ମା, ଅତିରିକ୍ତ ମହାନିର୍ଦ୍ଦେଶକ ଶ୍ରୀ ମନୀଷ ଅଗ୍ରୱାଲ ଏବଂ ଅତିରିକ୍ତ କମିଶନର ଶ୍ରୀ ହିମାଂଶୁ ଭୂଷଣ ପଣ୍ଡା ପ୍ରମୁଖ ବକ୍ତବ୍ୟ ରଖିଥିଲେ ।

RELATED ARTICLES

LEAVE A REPLY

Please enter your comment!
Please enter your name here

Most Popular

Recent Comments