ଭୁବନେଶ୍ୱର: ରାୟଗଡ଼ା ଜିଲ୍ଲାର ଦୋରାଗୁଡ଼ା ସ୍ଥିତ ଆଦିତ୍ୟ ବିର୍ଲା ପବ୍ଲିକ୍ ସ୍କୁଲ୍ ସ୍ଥାପିତ ହେବା ପରଠାରୁ ବିଦ୍ୟାଳୟର ଛାତ୍ରଛାତ୍ରୀମାନେ ପାଠପଢ଼ା ସହିତ ଅନ୍ୟାନ୍ୟ କ୍ଷେତ୍ରରେ ପାରଦର୍ଶିତା ହାସଲ କରି ବିଦ୍ୟାଳୟ ପାଇଁ ଅନେକ ସୁନାମ ଆଣିଛନ୍ତି । ନିକଟରେ ସିବିଏସ୍ଇ ଇଂଲିଶ ରିଡିଂ ଚ୍ୟାଲେଞ୍ଜ୍୨୦୧୯-୨୦ରେ ଉଲ୍ଲେଖନୀୟ ପ୍ରଦର୍ଶନ କରି ଏହି ସ୍କୁଲର ଦୁଇ ଜଣ ବିଦ୍ୟାର୍ଥୀ ସ୍କୁଲ୍ ପାଇଁ ଗୌରବ ଆଣିଛନ୍ତି । ଏହି ଚ୍ୟାଲେଞ୍ଜ୍ର ଫଳ ୨୦୨୦ ଅକ୍ଟୋବର ୨୬ରେ ପ୍ରକାଶ ପାଇଥିଲା ।
ରିତାୟନ୍ ମିଶ୍ର (ନବମ ଶ୍ରେଣୀ) ଓ ଆଦର୍ଶ ପାଣ୍ଡେ (ଦଶମ ଶ୍ରେଣୀ) ସିବିଏସ୍ଓ ପକ୍ଷରୁ ୨୦୨୦ ଫେବ୍ର୍ରୁଆରିରେ ଆୟୋଜନ କରାଯାଇଥିବା ଇଂଲିଶ ରିଡିଂ (ପଢ଼ିବା) ଚ୍ୟାଲେଞ୍ଜ୍ରେ ଚିତାକର୍ଷକ ପ୍ରଦର୍ଶନ କରି ସ୍କୁଲ୍ ପାଇଁ ଗୌରବ ଆଣିଛନ୍ତି ବୋଲି ପ୍ରିନ୍ସିପାଲ୍ ଶ୍ରୀଯୁକ୍ତ ଏଲ୍ ଏନ୍ ଦାଶ କହିଛନ୍ତି । ସିବିଏସ୍ଇ ପକ୍ଷରୁ ଆୟୋଜନ କରାଯାଇଥିବା ଲିଖିତ ପରୀକ୍ଷାରେ ଅନୁଷ୍ଠିତ ଅନଲାଇନ୍ ପରୀକ୍ଷାରେ ୫୩ ଜଣ ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଥିଲେ ଯେଉିଁଥିରେ ଛାତ୍ରଛାତ୍ରୀମାନଙ୍କ ବୁଝିବା, ହସ୍ତକ୍ଷେପ କରିବା, ଶବ୍ଦକୋଷ, ଅନୁଶୀଳନ ଏବଂ ପ୍ରତିଫଳନ ଦକ୍ଷତା ଜାଣିବା ପାଇଁ ସେମାନଙ୍କୁ ବିବିଧ ପ୍ରଶ୍ନର ଉତର ଦେବାକୁ ପଡ଼ିଥିଲା ବୋଲି ଶ୍ରୀଯୁକ୍ତ ଦାଶ କହିଛନ୍ତି ।
ଓଡ଼ିଶା, ଛତିଶଗଡ଼ ଓ ପଶ୍ଚିମବଂଗ (ଭୁବନେଶ୍ୱର ଅଂଚଳ)ର ସମସ୍ତ ସିବିଏସ୍ଇ ସ୍କୁଲ୍ ମଧ୍ୟରେ ଏବିପିଏସ୍ର ଦୁଇ ଜଣ ଛାତ୍ରଛାତ୍ରୀ ୧୨ ଜଣ ବିଜେତାଙ୍କ ମଧ୍ୟରେ ସ୍ଥାନ ସୁରକ୍ଷିତ କରିଥିଲେ । ସ୍କୁଲର ଏଭଳି ଉଦାହରଣ ସୃଷ୍ଟିକାରୀ ପ୍ରଦର୍ଶନକୁ ନେଇ ସମସ୍ତ ଛାତ୍ରଛାତ୍ରୀ, ଅଭିଭାବକ ଓ ଶିକ୍ଷକ ଶିକ୍ଷୟିତ୍ରୀ ଗଭୀର ସନ୍ତୋଷ ପ୍ରକଟ କରିଛନ୍ତି ।
ଶ୍ରୀଯୁକ୍ତ ଏନ୍ ନାଗେଶ, ୟୁନିଟ୍ ମୁଖ୍ୟ ଓ ସଭାପତି, ୟୁଏଆଇଏଲ, ଦୋରାଗୁଡ଼ା ଏହି ଉଲ୍ଳେଖନୀୟ ସଫଳତା ପାଇଁ ବିଜେତା, ପ୍ରିନସିପାଲ ଓ କର୍ମଚାରୀ ସମେତ ଅଭିଭାବକମାନଙ୍କୁ ଅଭିନନ୍ଦନ ଜଣାଇଛନ୍ତି ।