Tuesday, September 17, 2024
Homeସୀମା ଟପିଲା ଅମାନୁଷିକତା: ନାବାଳିକାକୁ ୨୨ ଦିନ ଯାଏଁ ଗଣଦୁଷ୍କର୍ମ
Array

ସୀମା ଟପିଲା ଅମାନୁଷିକତା: ନାବାଳିକାକୁ ୨୨ ଦିନ ଯାଏଁ ଗଣଦୁଷ୍କର୍ମ

ଭୁବନେଶ୍ୱର: ଐତିହାସିକ କଟକ ସହରରେ ଆଉ ଏକ ବଡ଼ ଅମାନୁଷିକ ଘଟଣା ଘଟିଛି । ଐତିହ୍ୟର ମୁକସାକ୍ଷୀ କଟକ ସହରର ଇତିହାସ ପୃଷ୍ଠାରେ ଯୋଡ଼ି ହୋଇଯାଇଛି ଆଉ ଏକ ଘୃଣ୍ୟକାମ । ପରିବାର ସହ ଅଶାନ୍ତି ସୃଷ୍ଟି ହେବା ପରେ ଘର ଛାଡ଼ିଥିବା ଜଣେ ୧୫ ବର୍ଷୀୟ ନାବାଳିକା ଗଣଦୁଷ୍କର୍ମର ଶିକାର ହୋଇଛି । ଅସହାୟ ହୋଇ ପଡ଼ିଥିବା ନାବାଳିକା ପ୍ରତି ସମାଜର ଉଦାର ତଥା ଦରଦୀ ସଭ୍ୟ ମଣିଷ ଭାବରେ ସହଯୋଗ କରିବା ବଦଳରେ ସହରର ୨ ଜଣ ବ୍ୟକ୍ତି ଏକ ଘର ଭିତରେ ରଖି ୨୨ ଦିନ ଯାଏଁ ଦୁଷ୍କର୍ମ କରିବା ଘଟଣା ନିଶ୍ଚିତ ଭାବେ ଦୁଃଖର ବିଷୟ । ରାକ୍ଷାସ ପ୍ରକୃତି ଧାରଣ କରିଥିବା କିଛି ମନୁଷ୍ୟଙ୍କ ପାଖରେ ତ ମାନବିକତା ନଥାଏ, ତାହା ସତ, କିନ୍ତୁ ଯେଉଁ ବାପା-ମା’ ସନ୍ତାନଟିଏ ପାଇବା ପାଇଁ କେତେଯେ କଷ୍ଟ ଅନୁଭବ କରିଥାନ୍ତି, ସେମାନେ ବି ନିଜର ନାବାଳିକା ଝିଅ କୁଆଡେ ଗଲା, ତାକୁ ନ ଖୋଜିବା ଆହୁରି ପରିତାପର ବିଷୟ ।

ପରିବାର ଲୋକଙ୍କ ଦ୍ୱାରା ଅନାଦର ହେବା ପରେ ଜଗତସିଂହପୁର ଜିଲ୍ଲା ତିର୍ତ୍ତୋଲ ଅଂଚଳର ନାବାଳିକା ଘର ଛାଡ଼ି କଟକ ସହରକୁ ଚାଲି ଆସିଥିଲା । କଟକର ପ୍ରଫେସର ପଡ଼ାରେ ଥିବା ନିଜର ଭଉଣୀ ପାଖରେ ଥିଲା । କିନ୍ତୁ ଭଉଣୀ ଘର ଲୋକେ ମଧ୍ୟ ନାବାଳିକା କିଛି କଷ୍ଟ ହେଲା ଭଳି କଥା କହିବାରୁ ସେଠାରୁ ଗାଁକୁ ପୁଣି ଥରେ ଯିବାକୁ ଚିନ୍ତା କରୁଥିବା ବେଳେ ମୁଖ୍ୟ ଅଭିଯୁକ୍ତ ସନ୍ତୋଷ କୁମାର ବେହେରା ହାବୁଡ଼ରେ ପଡ଼ି ଯାଇଥିଲା । କୁକୁଡା ଦୋକାନ ପରିଚାଳନା କରୁଥିବା ରାକେଶ ରାଉତ ସହିତ ମିଶି ନାବାଳିକାକୁ ସନ୍ତୋଷ ଦୁଷ୍କର୍ମ କରିଥିଲା ବୋଲି ସିଡବ୍ଲୁସି ଅଧ୍ୟକ୍ଷା ମନ୍ଦାକିନୀ ଜେମା ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ।

ବିବାହର ଆଶା ରଖିଥିଲା ନାବାଳିକା

ନାବାଳିକାକୁ ନେଇ ସନ୍ତୋଷ ନିଜ ଘରେ ରଖିଥିଲା । କିଛି ଦିନ ପାଇଁ ନାବାଳିକାକୁ ସନ୍ତୋଷ ଠିକ ଭାବେ ରଖିଥିଲା । କିନ୍ତୁ ସେ ଏକ ନିଦ୍ଦିଷ୍ଟ ଲକ୍ଷ୍ୟରେ ଥିଲା । ସେ ନାବାଳିକାକୁ ବିବାହ କରିବାକୁ ପ୍ରସ୍ତାବ ଦେଇଥିଲା । ସନ୍ତୋଷର ଆଶ୍ରା ପାଇଲା ପରେ ନାବାଳିକା ମଧ୍ୟ ବିବାହର ସ୍ୱପ୍ନ ଦେଖିଥିଲା । ଏଥି ପାଇଁ ସେ ସନ୍ତୋଷର ପ୍ରରୋଚନାରେ ଗାଁକୁ ଯାଇ ଆଧାରକାର୍ଡ କରିବାକୁ ଉଦ୍ୟମ କରିଥିଲା । କିନ୍ତୁ କିଛି ଦିନ ରହି ପୁଣି କଟକକୁ ଫେରି ଆସିଥିଲା । ମୋଟାମୋଟି ଭାବେ କହିବାକୁ ଗଲେ ନାବାଳିକା ଡରିଯାଇଥିବାରୁ ଅଭିଯୁକ୍ତମାନେ ଦୈନିକ ଦୈହିକ ସଂପର୍କ ରଖୁଥିଲେ । ନାବାଳିକାର ଭିଡିଓ ରେକର୍ଡିଂ ମଧ୍ୟ କରି ଧମକ ଦେଉଥିଲେ । କିନ୍ତୁ ଗତିରାଉତପାଟଣାସ୍ଥିତ ହନୁମାନ ମୂର୍ତ୍ତି ପାଖରେ ନାବାଳିକା ଗତ ୧୨ ତାରିଖ ସଂଧ୍ୟାରେ ବସି କାନ୍ଦୁଥିବା ବେଳେ ସେହି ରାସ୍ତା ଦେଇ ଯାଉଥିବା କିଛି ଦରଦୀ ଲୋକ ଦେଖିଥିଲେ । ସେମାନେ ପୁଲିସକୁ ସୂଚନା ଦେବା ପରେ ନାବାଳିକା ଉଦ୍ଧାର ହୋଇଥିଲା ।

ଗିରଫ ହେଲେ ୨ ଅଭିଯୁକ୍ତ


ପୁଲିସ ନାବାଳିକା ଗଣଦୁଷ୍କର୍ମ ଘଟଣାରେ ୨ ଜଣ ମୁଖ୍ୟ ଅଭିଯୁକ୍ତ ସନ୍ତୋଷ କୁମାର ବେହେରା ଓ ରାକେଶ ରାଉତକୁ ଗିରଫ କରିଥିବା ବେଳେ ଏହି ଘଟଣାକ୍ରମ ସଂପର୍କରେ ଅଧିକ ତଦନ୍ତ କରୁଛି । ତେବେ ଦୀର୍ଘ ୨୨ ଦିନ ଧରି ଜଣେ ନାବାଳିକାକୁ ଏଭଳି ଅମାନୁଷିକ କାର୍ଯ୍ୟ କରିଥିବା ଅଭିଯୁକ୍ତମାନଙ୍କ ବିରୋଧରେ କଡ଼ାକାର୍ଯ୍ୟାନୁଷ୍ଠାନ ନିଆଯାଉ ବୋଲି ବୁଦ୍ଧିଜୀବୀ ମହଲରେ ଦାବି ହେଉଛି । ପୋଲିସ କମିଶନର ଡ. ସୁଧାଂଶୁ ଷଡ଼ଙ୍ଗୀ କହିଛନ୍ତି, ୨ ଜଣ ଅଭିଯୁକ୍ତ ଗିରଫ ହୋଇଛନ୍ତି ଏବଂ ସେମାନଙ୍କ ନାଁରେ ଭାରତୀୟ ଦଣ୍ଡ ସହିଂତା ଓ ପକସୋ ଆଇନରେ ମାମଲା ରୁଜୁ ହୋଇଛି ।

କୁନ୍ଦୁଲି ଗଣଦୁଷ୍କର୍ମ ଘଟଣାକୁ ଭୁଲି ନାହାନ୍ତି ରାଜ୍ୟବାସୀ


ରାଜ୍ୟବାସୀ କରୋପୁଟ ଜିଲ୍ଲାର ବହୁଚର୍ଚ୍ଚିତ କୁନ୍ଦୁଲି ଗଣଦୁଷ୍କର୍ମ ଓ ଆତ୍ମହତ୍ୟା ଘଟଣାକୁ ଭୁଲିନାହାନ୍ତି । ତିନି ବର୍ଷ ପୂର୍ବରୁ ଅକ୍ଟୋବର ମାସରେ କୁନ୍ଦୁଲି ପୀଡ଼ିତା ଗଣଦୁଷ୍କର୍ମର ଶିକାର ହୋଇଥିଲେ । ସେ ନ୍ୟାୟ ନପାଇ ୨୦୧୮ ଜାନୁଆରୀ ୨୨ ତାରିଖ ରାତିରେ ଆତ୍ମହତ୍ୟା କରିଥିଲେ । ସେ ନିଜ ଘର ଭିତରେ ଓଢ଼ଣୀରେ ଫାଶୀ ଲଗାଇ ସବୁ ଦିନ ପାଇଁ ଆଖିବୁଜି ଦେଇଥିଲେ । ଏହି ଘଟଣାକୁ ନେଇ ରାଜ୍ୟସାରା ଦୀର୍ଘ ଦିନ ଯାଏଁ ଚର୍ଚ୍ଚା ହେଉଥିଲା । ମାମଲା ହାଇକୋର୍ଟ ପର୍ଯ୍ୟନ୍ତ ପହଂଚିଥିଲା । ତେବେ କଟକରେ ଗଣଦୁଷ୍କର୍ମର ଶିକାର ହୋଇଥିବା ନାବାଳିକାକୁ କିଭଳି ନ୍ୟାୟ ମିଳୁଛି ଦେଖିବାକୁ ବାକି ରହିଲା ।

RELATED ARTICLES

LEAVE A REPLY

Please enter your comment!
Please enter your name here

Most Popular

Recent Comments