Tuesday, February 18, 2025
Homeସୀମିତ ସେବାୟତରେ ଶାରଦୀୟ ଦୁର୍ଗାପୂଜା, ମଣ୍ଡପରେ ନାହିଁ ଗହଳି
Array

ସୀମିତ ସେବାୟତରେ ଶାରଦୀୟ ଦୁର୍ଗାପୂଜା, ମଣ୍ଡପରେ ନାହିଁ ଗହଳି

ଭୁବନେଶ୍ୱର: ଶରତ ଋତୁରେ ମା’ ଦୁର୍ଗା ଧରାବତରଣ କରିଛନ୍ତି । ହିଂସା, କ୍ରୋଧ ଓ ପାପ ବିନାଶକାରିଣୀ ମହୀଷାମର୍ଦ୍ଦିନୀଙ୍କୁ ମଣ୍ଡପରେ ଏବେ ପୂଜାର୍ଚ୍ଚନା କରାଯାଉଛି । ଆଜି ମା’ଙ୍କର ଅଷ୍ଟମୀ ପୂଜା । ଉଭୟ ପୀଠ ଓ ମଣ୍ଡପରେ ଭକ୍ତ ଓ ଶ୍ରଦ୍ଧାଳୁଙ୍କର ପ୍ରବଳ ଗହଳି ରହିବା କଥା । ଢୋଲ, ମହୁରୀ, ଘଣ୍ଟ, ଶଙ୍ଖ ଓ ଅନ୍ୟ ଶବ୍ଦରେ ମା’ଙ୍କ ପୂଜାସ୍ଥଳୀ ଗର୍ଜୀ ଉଠିବା କଥା । କିନ୍ତୁ ଦୁଃଖର ବିଷୟରେ ଚଳିତ ଥର ମା’ ଦୁର୍ଗାଙ୍କୁ ସୀମିତ ସେବାୟତଙ୍କ ମାଧ୍ୟମରେ ପୂଜା ପାଉଛନ୍ତି । ପୂଜାମଣ୍ଡ ଫିକା ପଡ଼ିଛି । ମା’ଙ୍କ ପାଖକୁ ସାଧାରଣ ଭକ୍ତ ଓ ଦର୍ଶକଙ୍କୁ ମନା ହୋଇଛି । ଗ୍ରାମାଂଚଳ ଓ ବସ୍ତି ଅଂଚଳରେ ଥିବା ପୀଠ ଓ ମଣ୍ଡପରେ ଯଦିଓ ସତର୍କତାର ସହିତ ମା’ଙ୍କ ଦର୍ଶନ କରିହେଉଛି, କିନ୍ତି ସହରାଂଚଳରେ ସଂପୂର୍ଣ୍ଣ ଓଲଟା । କାରଣ ପୂଜା କମିଟିଗୁଡ଼ିକ ପୌରପାଳିକା ତଥା ଜିଲ୍ଲା ପ୍ରଶାସନ ତରଫରୁ କଡ଼ା ଚେତାବନୀ ଦିଆଯାଇଛି ଯେ, ପୂଜା ମଣ୍ଡପଗୁଡ଼ିକରେ କୋଭିଡ-୧୯କୁ ଉଲ୍ଲଂଘନ କରାଯାଇପାରିବ ନାହିଁ ।

ପରଂପରା ବଂଚାଇ ଦୁର୍ଗାପୂଜା

କରୋନା ଭାଇରସ ସଂକ୍ରମଣ ଯୋଗୁଁ ସମଗ୍ର ବିଶ୍ୱ ଏକ ସଂକଟ ସମୟ ଦେଇ ଗତି କରୁଛି । ଓଡ଼ିଶା ମଧ୍ୟ ଏଥିରୁ ବାଦ ପଡ଼ିନାହିଁ । ଗତ ମାର୍ଚ୍ଚ ତୃତୀୟ ସପ୍ତାହ ଠାରୁ ଧାର୍ମିକ କାର୍ଯ୍ୟଗୁଡ଼ିକ ଘୋର ପ୍ରଭାବିତ ହୋଇଛି । ସରକାରଙ୍କ ଗାଇଡଲାଇନକୁ ପାଳନ କରି ଧର୍ମାନୁଷ୍ଠାନରେ ରୀତିନୀତି ପାଳନ ହେଉଛି । କିନ୍ତୁ ସାଧାରଣ ଭକ୍ତ ଓ ଶ୍ରଦ୍ଧାଳୁଙ୍କୁ ଧର୍ମାନୁଷ୍ଠାନକୁ ମନା ହୋଇଛି । ଏହି ଆଧାରରେ ଶାରଦୀୟ ଦୁର୍ଗାପୂଜା କେବଳ ପରଂପରାକୁ ବଂଚାଇବା ପାଇଁ ଅନୁଷ୍ଠିତ ହେଉଛି । ଇତିହାସକୁ ମନେପକାଇ ଦେଉଥିବା ବଡ଼ ବଡ଼ ତୋରଣ ଉଭାଇଯାଇଛି । ଚଳିତ ବର୍ଷ ନିରାଡମ୍ବର ଭାବରେ ମା’ଙ୍କର ମଣ୍ଡପକୁ ସଜ୍ଜିକରଣ କରାଯାଇଥିବା ବେଳେ ମଣ୍ଡପ ସମ୍ମୁଖରେ ଲାଗିଛି କୋଭିଡ ସଂପର୍କିତ ସୂଚନା ଫଳକ ।

ଦୁର୍ଗାପୂଜାରେ ନାହିଁ ଟ୍ରାଫିକ ସମସ୍ୟା

ଦୁର୍ଗାପୂଜା ସମୟରେ ରାଜଧାନୀ ଭୁବନେଶ୍ୱର ଓ କଟକରେ ପ୍ରବଳ ଉତ୍ସାହ ଦେଖାଯାଇଥାଏ । ଭୁବନେଶ୍ୱରରେ ସକାଳ ୮ଟାରୁ ରାତି ୧୧ଟା ଯାଏଁ ପୂଜାମଣ୍ଡପ ଗୁଡ଼ିକରେ ହଜାର ହଜାର ଭକ୍ତଙ୍କ ସମାଗମ ହୋଇଯାଇ । ଟ୍ରାଫିକ ଭିଡ ଯୋଗୁଁ, ୫ ମିନିଟର ରାସ୍ତା ଅତିକ୍ରମ କରିବାକୁ ଘଣ୍ଟାଏ ସମୟ ଲାଗିଥାଏ । ଏଥର କିନ୍ତୁ ସେସବୁ ସମସ୍ୟା ନାହିଁ । ସେହପରି ରାଉରକେଲା, ସମ୍ବଲପୁର, ବଲାଙ୍ଗୀର, ବ୍ରହ୍ମପୁର, ମୟୂରଭଂଜ, ବାଲେଶ୍ୱର, ଭଦ୍ରକ ଆଦି ସହରରେ ମଧ୍ୟ ଦୁର୍ଗାପୂଜା ସମୟରେ ମୁଖ୍ୟ ଛକଗୁଡ଼ିକରେ ପ୍ରବଳ ଭିଡ଼ ରହିଥାଏ ।

ବିବାଦ ସହ ଛତର ଯାତ୍ରା ଓ ବିରଜା ରଥଯାତ୍ରା

ମା’ଙ୍କ ପୂଜା ନେଇ ଚଳିତ ବର୍ଷ ମାମଲା କୋର୍ଟରେ ପହଂଚିଛି । କଳାହାଣ୍ଡି ଜିଲ୍ଲାର ଭବାନୀପାଟଣାସ୍ଥିତ ମା’ ମାଣିକେଶ୍ୱରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା ସଂପନ୍ନ ହୋଇଛି । ସେହିଭଳି ଯାଜପୁରର ଅଧିଷ୍ଠାତ୍ରୀ ଦେବୀ ମା’ ବିରଜାଙ୍କ ରଥଯାତ୍ରା ସୀମିତ ସେବାୟତଙ୍କୁ ନେଇ ଅନୁଷ୍ଠିତ ହୋଇପାରିଛି । ବିରଜାଙ୍କ ରଥଯାତ୍ରା ନେଇ ମାମଲା ହାଇକୋର୍ଟ ଯାଏଁ ପହଂଚିଥିଲା ।

ମାଁଙ୍କ ପୂଜାରେ ଧାରା ୧୪୪

ଚଳିତ ବର୍ଷ ମା’ଙ୍କ ପୂଜା କୋଭିଡ-୧୯ ଗାଇଡଲାଇନକୁ ଆଖି ଆଗରେ ରଖି ଆୟୋଜନ କରାଯାଇଥିବା ବେଳେ । ଉଭୟ ଜିଲ୍ଲା ପ୍ରଶାସନ ଓ ପୋଲିସ ପ୍ରଶାସନ ସୁରକ୍ଷାକୁ ଅଧିକ ଗୁରୁତ୍ୱ ଦେଉଛନ୍ତି । ପୋଲିସ ପ୍ରତିଟି ପୂଜା ମଣ୍ଡପ ଓ ଦେବୀ ପୀଠ ଉପରେ ନଜର ରଖିଛି । ଭବାନୀପାଟଣାରେ ମା’ଙ୍କ ଛତର ଯାତ୍ରା ସମୟରେ ପ୍ରଶାସନ ତରଫରୁ ୧୪୪ ଜାରି କରାଯାଇଥିଲା ।

ବେପାର ବି ବୁଡ଼ିଲା, କରୋନା ଛଡ଼ାଇ ନେଲା

ଦୁର୍ଗାପୂଜାରେ ବ୍ୟବସାୟୀମାନେ ଭଲ ବ୍ୟବସାୟ କରିଥାନ୍ତି । ଏଥର କିନ୍ତୁ କିଛି ରୋଜଗାର ହୋଇପାରିଲା ନାହିଁ । ଦୁର୍ଗାପୂଜା ମଣ୍ଡପକୁ ସଜାଉଥିବା ଟେଣ୍ଟ ହାଉସ ମାଲିକ ମାନେ ଲକ୍ଷାଧିକ ଟଙ୍କା ରୋଜଗାର କରିଥାନ୍ତି । ସେହିପରି ମେଲୋଡି ପାର୍ଟି, ଆର୍କିଷ୍ଟା ପାର୍ଟି, ବାଜାପାର୍ଟି, ଘଣ୍ଟୁଆ, ଶଙ୍ଖୁଆ ଦଳ, କଳାକାର, ମୀନାବଜାର ମାଲିକମାନେ ମଧ୍ୟ ପ୍ରବଳ କ୍ଷତିର ସମ୍ମୁଖୀନ ହୋଇଛନ୍ତି । ପୂଜା ସମୟରେ ଛୋଟ ଛୋଟ ବ୍ୟବସାୟୀ ମଧ୍ୟ ଭଲ ରୋଜଗାର କରିଥାନ୍ତି, ଯାହାକି ଏଥର ହୋଇପାରିଲା ନାହିଁ । ସେହପିରି ବାରିପଦା ସହରରେ ସବୁ ଦୁର୍ଗପୂଜା ମଣ୍ଡପରେ ୧୪୪ ଧାରା ଜାରି କରିଛି ପୋଲିସ ।

RELATED ARTICLES

LEAVE A REPLY

Please enter your comment!
Please enter your name here

Most Popular

Recent Comments