Wednesday, October 9, 2024
Homeସ୍କୁଲ ଖୋଲିବା ନେଇ ପୁଣି ନିଷ୍ପତ୍ତି ବଦଳିଲା: ଦ୍ୱନ୍ଦରେ ଅଭିଭାବକ ଓ ଛାତ୍ରଛାତ୍ରୀ
Array

ସ୍କୁଲ ଖୋଲିବା ନେଇ ପୁଣି ନିଷ୍ପତ୍ତି ବଦଳିଲା: ଦ୍ୱନ୍ଦରେ ଅଭିଭାବକ ଓ ଛାତ୍ରଛାତ୍ରୀ

ଭୁବନେଶ୍ୱର: ରାଜ୍ୟରେ ବିଦ୍ୟାଳୟ ଗୁଡ଼ିକ କେବେ ଖୋଲିବ ସେ ନେଇ ପୁଣି ଥରେ ଅନିଶ୍ଚିତତା ଦେଖାଯାଇଛି । ସରକାର କହିଛନ୍ତି ଯେ, ଏବେ ସ୍କୁଲ ଖୋଲିବ ନାହିଁ । ଦୀର୍ଘ ୮ ମାସ ପରେ ସ୍କୁଲ ଖୋଲିବା ନେଇ ବୁଧବାର ହୋଇଥିବା ନିଷ୍ପତ୍ତି ଗୁରୁବାର ବଦଳି ଯାଇଛି । ସରକାରଙ୍କ ଏହି ନଷ୍ପତ୍ତି ପରେ ଅଭିଭାବକ, ଛାତ୍ରଛାତ୍ରୀ ଓ ଶିକ୍ଷକମାନେ ଦ୍ୱନ୍ଦ୍ୱ୍ୱରେ ପଡ଼ିଯାଇଛନ୍ତି । ବୁଧବାର ସରକାରଙ୍କ ଘୋଷଣା ଆସିବା ପରେ କିଛି ଶିକ୍ଷକ, ଅଭିଭାବକ ଓ ଛାତ୍ରଛାତ୍ରୀ ନିଜ ସ୍ତରରେ ପ୍ରସ୍ତୁତି ଆରମ୍ଭ କରିଦେଇଥିଲେ । କିନ୍ତୁ ପୁଣି ଥରେ ସରକାର ନିଷ୍ପତ୍ତି ପରିବର୍ତ୍ତନ କରିବା ପରେ ସେମାନେ ଦ୍ୱନ୍ଦ୍ୱ୍ୱରେ ପଡ଼ିଯାଇଛନ୍ତି । କାରଣ ଏବେ ସରକାର କହିଛନ୍ତି, ଚଳିତ ମାସରେ ସ୍କୁଲ ଖୋଲିବା ନେଇ ନିଷ୍ପତ୍ତି ସାମୟିକ ସ୍ଥଗିତ ରଖାଯାଇଛି । ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଂଜନ ଦାଶ କହିଛନ୍ତି, କରୋନା ଭାଇରସ ସଂକ୍ରମଣକୁ ଦୃଷ୍ଟିରେ ରଖି ନିଷ୍ପତ୍ତିରେ ପରିବର୍ତ୍ତନ କରାଯାଇଛି । ଆସନ୍ତା ଡିସେମ୍ବରରେ କରୋନାର ୨ୟ ପର୍ଯ୍ୟାୟ ସଂକ୍ରମଣ ଆଶଙ୍କା ରହିଛି । ଏହି ସମୟରେ ଶୀତ ବଢ଼ିବାର ଆଶଙ୍କା ଅଛି । ତେଣୁ ଶୀତଋତୁରେ ଲୋକଙ୍କୁ ଅଧିକ ଥଣ୍ଡା ହେବାର ଆଶଙ୍କା ରହିଛି ।

ମନ୍ତ୍ରୀ ଶ୍ରୀ ଦାଶ କହିଛନ୍ତି, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବୁଧବାର କରୋନା ନେଇ ଏକ ସମୀକ୍ଷାରେ ରାଜ୍ୟବାସୀଙ୍କୁ ସତର୍କ ରହିବାକୁ ପରାମର୍ଶ ଦେଇଛନ୍ତି । ମୁଖ୍ୟମନ୍ତ୍ରୀ କହିଛନ୍ତି, ଡିସେମ୍ବରରେ କରୋନାର ୨ୟ ପର୍ଯ୍ୟାୟ ଆସିପାରେ । ସ୍ୱାସ୍ଥ୍ୟ ବିଭାଗକୁ ସ୍ୱତନ୍ତ୍ର ଗାଇଡଲାଇନ ପ୍ରସ୍ତୁତ ହେବା ପରେ ସ୍କୁଲ ଖୋଲିବା ନେଇ ନିଷ୍ପତ୍ତି ନିଆଯିବ । ଏହା ପୂର୍ବରୁ ବିଭାଗ ପକ୍ଷରୁ ଜଣାଇ ଦିଆଯିବ ବୋଲି ଶ୍ରୀ ଦାଶ କହିଛନ୍ତି ।

ଅନଲାଇନ୍ କ୍ଲାସ ଜାରି ରହିବ

ବୁଧବାର ଦିନ ମନ୍ତ୍ରୀ ସମୀର ରଂଜନ ଦାଶ ସୂଚନା ଦେଇ କହିଥିଲେ ଯେ, ନବମରୁ ଦ୍ୱାଦଶ ଶ୍ରେଣୀ ଯାଏଁ ସ୍କୁଲ ଖୋଲିବ । କିନ୍ତୁ ପିଲାମାନଙ୍କୁ ସ୍କୁଲ ପଠାଇବାର ଦାୟିତ୍ୱ ହେଉଛି ଅଭିଭାବକଙ୍କର । ଯେଉଁ ପିଲାମାନେ ସ୍କୁଲକୁ ଆସିବେ ନାହିଁ ସେମାନଙ୍କ ପାଇଁ ଅନ୍‌ଲାଇନ କ୍ଲାସ ଚାଲିଛି । ଜିଲ୍ଲାପାଳ ଓ ଜିଲ୍ଲା ଶିକ୍ଷା ଅଧିକାରୀଙ୍କ ସହିତ ମଧ୍ୟ ସ୍କୁଲ ଖୋଲିବା ନେଇ ଆଲୋଚନା କରାଯିବ ବୋଲି ମନ୍ତ୍ରୀ ଶ୍ରୀ ଦାଶ ସୂଚନା ଦେଇଥିଲେ ।

ବୁଦ୍ଧିଜୀବୀଙ୍କ ମତ: ପିଲାଙ୍କ ଜୀବନ ବଡ଼

କରୋନା ସଂକଟ କାଳରେ ଆଉ କିଛି ଦିନ ସ୍କୁଲ ନଖୋଲିଲେ ଭଲ । ବୁଦ୍ଧିଜୀବୀମାନଙ୍କ ମତରେ ସରକାର ପ୍ରଥମେ କୋମଳମତି ଛାତ୍ରଛାତ୍ରୀଙ୍କ ଜୀବନ ଚିନ୍ତା କରନ୍ତୁ ପରେ ପାଠକୁ ନେଇ ଚିନ୍ତା କରନ୍ତୁ । କିନ୍ତୁ ସ୍କୁଲ ଖୋଲିବା ଓ ନଖୋଲିବା ଭିତରେ ଯେଉଁ ନ୍ଦ୍ୱନ୍ଦ୍ୱ ଦେଖାଦେଉଛି ତାହା ଆଶ୍ଚର୍ଯ୍ୟର ବିଷୟ । ରାଜ୍ୟରେ ଏବେ ଦିନକୁ ପ୍ରାୟ ୧୫୦୦ ଜଣ କରୋନା ପଜିଟିଭ ଚିହ୍ନଟ ହେଉଛନ୍ତି । ଯଦି ପୂର୍ବ ଭଳି କରୋନା ନମୁନା ପରୀକ୍ଷା ହୁଅନ୍ତା, ତା’ହେଲେ ନିଶ୍ଚିତ ଭାବରେ ଏହି ସଂଖ୍ୟା ଆଉଟିକିଏ ଅଧିକ ରୁହନ୍ତା ।

ଫଳପ୍ରଦ ହୋଇପାରୁନି ଅନ୍‌ଲାଇନ୍ ଶିକ୍ଷା

କରୋନା ସଂକଟ ପାଇଁ ମାର୍ଚ୍ଚ ୧୭ ତାରିଖ ଠାରୁ ରାଜ୍ୟରେ ସ୍କୁଲ ଗୁଡ଼ିକ ବନ୍ଦ ରହିବା ପରେ ଜୁଲାଇ ମାସ ଠାରୁ ଅନ୍‌ଲାଇନରେ ପାଠପଢ଼ା ଚାଲିଛି । ଏହି ଅନଲାଇନ ଶିକ୍ଷା ଦୁର୍ଗମ ଅଂଚଳରେ ରହୁଥିବା ଛାତ୍ରଛାତ୍ରୀଙ୍କ ପାଇଁ ସୁଫଳ ହୋଇପାରି ନାହିଁ । ଆର୍ଥିକ କଷ୍ଟରେ ପଢୁଥିବା ପିଲା କେଉଁଠୁ ପାଇବ ସ୍ମାର୍ଟଫୋନ ଯେ, ସେ ଅନଲାଇନରେ ପାଠପଢ଼ିବ । ସେହିପରି ଆଦିବାସୀ ଅଧ୍ୟୁଷିତ ଅଂଚଳ, ଦୁର୍ଗମ ଅଂଚଳରେ ମୋବାଇଲ ନେଟୱାର୍କ ଆଉ ଏକ ସମସ୍ୟା । ଘରୋଇ ସ୍କୁଲ ଦ୍ୱାରା ଦିଆଯାଉଥିବା ଅନଲାଇନ ଶିକ୍ଷା ଏକ ପ୍ରକାର ସୁପରିଚାଳନା ଢଙ୍ଗରେ ହୋଇପାରୁଛି । ଅଫଲାଇନରେ ପାଠପଢ଼ା ଆରମ୍ଭ ଯେପର୍ଯ୍ୟନ୍ତ ହୋଇନାହିଁ ଗ୍ରାମାଂଚଳର ପିଲାମାନେ ଉପଯୁକ୍ତ ଶିକ୍ଷାରୁ ବଂଚିତ ରହିବେ ।

୧୬ରୁ ତାମିଲନାଡୁରେ ଖୋଲିବ ସ୍କୁଲ

କରୋନା କଟକଣା ମଧ୍ୟରେ ଉତ୍ତରାଖଣ୍ଡ ସମେତ କିଛି ରାଜ୍ୟରେ ନବମରୁ ଦ୍ୱାଦଶ ଶ୍ରେଣୀ ଯାଏଁ ସ୍କୁଲ ଖୋଲିଥିବା ବେଳେ ତାମିଲନାଡୁ ଓ ହରିୟାଣାରେ ସ୍କୁଲ ଖୋଲିପାରେ । କିନ୍ତୁ କର୍ଣ୍ଣାଟକ ସରକାର ନିକଟ ଭବିଷ୍ୟତରେ ସ୍କୁଲ ଖୋଲିବ ନାହିଁ ବୋଲି ସଂକେତ ଦେଇଛନ୍ତି । ସେହିପରି ଦିଲ୍ଲୀରେ ମଧ୍ୟ କରୋନା ସଂକ୍ରମଣ ବଢ଼ିଥିବାରୁ ଏବେ ସ୍କୁଲ ଖୋଲିବ ନାହିଁ ।

RELATED ARTICLES

LEAVE A REPLY

Please enter your comment!
Please enter your name here

Most Popular

Recent Comments