Tuesday, January 21, 2025
Homeସ୍ନେହାଙ୍କୁ ସ୍ନେହ ଦେଇ ଇଟାଲିରେ ବଢ଼ାଇବେ ବିଦେଶୀ ଦଂପତ୍ତି
Array

ସ୍ନେହାଙ୍କୁ ସ୍ନେହ ଦେଇ ଇଟାଲିରେ ବଢ଼ାଇବେ ବିଦେଶୀ ଦଂପତ୍ତି

ଭୁବନେଶ୍ୱର: ତିନି ବର୍ଷ ପୂର୍ବରୁ ପରିତ୍ୟକ୍ତ ସ୍ଥାନରେ ଛାଡ଼ି ଚାଲି ଯାଇଥିଲା ଜନ୍ମଦାତ୍ରୀ ମା’। ସେଠାରୁ ଉଦ୍ଧାର ହୋଇଥିଲା ଶିଶୁକନ୍ୟା ‘ସ୍ନେହା’। ୨୦୧୭ ଡିସେମ୍ବର ୪ ତାରିଖ ଦିନ ସ୍ନେହା ଉଦ୍ଧାର ହେବା ସମୟରେ କୁଆଁ କୁଆଁ ସ୍ୱରରେ ଡାକୁଥିଲା। ସେ ଯେଉଁ ସ୍ଥାନରୁ ଉଦ୍ଧାର ହୋଇଥିଲା, ସେହି ରାସ୍ତା ଦେଇ ଯାଉଥିବା ଲୋକେ ବିଚଳିତ ହୋଇ ପଡୁଥିଲେ। ସ୍ନେହାର ସୁରକ୍ଷା ନେଇ ଅନେକ ବିଭିନ୍ନ ଚିନ୍ତା କରୁଥିଲେ। ଜିଲ୍ଲା ପ୍ରଶାସନର ଉଦ୍ୟମରେ ସ୍ନେହାକୁ ବ୍ରହ୍ମପୁରସ୍ଥିତ ଉତ୍କଳ ବାଳାଶ୍ରମରେ ପାଳନ କରାଯାଉଥିଲା। କିନ୍ତୁ ସେଦିନର ସେହି ସ୍ନେହା ଇଟାଲି ଯିବ। ସେଠି ସେ ବିଦେଶୀ ପୋଷ୍ୟ ବାପା-ମା’ଙ୍କ କୋଳରେ ବଢ଼ିବ, ପଢ଼ିବ ଓ ବଡ଼ ମଣିଷ ହେବ ତାହା କେହି ଭାବି ନଥିଲେ। କିନ୍ତୁ ତାହା ଆଜି ସତ ହୋଇଛି। ଇଟାଲିର ବିଦେଶୀ ଦଂପତ୍ତି ନିକୋଲା ଗାମ୍ବାରୋ ଓ ଏଲିସା ୟୁବେଜିଓ ଓଡ଼ିଆ ଶିଶୁକନ୍ୟା ସ୍ନେହାକୁ ପୋଷ୍ୟ କନ୍ୟା ଭାବେ ଗ୍ରହଣ କରିଛନ୍ତି। ଜନ୍ମଦାତ୍ରୀ ମା’ ଯଦି ଏହି ଖବର ପାଇଥିବେ ନିଶ୍ଚିତ ଭାବରେ ମନେ ମନେ କାନ୍ଦୁଥିବେ।

ବିଦେଶକୁ ଗଲା ଓଡ଼ିଆ ଶିଶୁକନ୍ୟା

ଗଂଜାମ ଜିଲ୍ଲାରୁ ପୂର୍ବରୁ ୨ ଜଣ ଅନାଥ ଶିଶୁ ବିଦେଶକୁ ଯାଇଥିବା ବେଳେ ଏବେ ଇଟାଲିରେ ବଢ଼ିବ ସ୍ନେହା। ଜିଲ୍ଲା ପ୍ରଶାସନ ପକ୍ଷରୁ ଆଇନ ଅନୁଯାୟୀ ହସ୍ତାନ୍ତର ଲାଗି ଆବଶ୍ୟକୀୟ ପ୍ରକ୍ରିୟା ଶେଷ ହେବା ପରେ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେଙ୍କ ଜିଲ୍ଲା ମଙ୍ଗଳ ଅଧିକାରୀଙ୍କ ଉପସ୍ଥିତିରେ ଶିଶୁ କନ୍ୟା ସ୍ନେହାଙ୍କୁ ଇଟାଲି ଦମ୍ପତ୍ତିଙ୍କୁ ହସ୍ତାନ୍ତର କରିଛନ୍ତି।  

କେମିତି କରାଯାଏ ପୋଷ୍ୟ ସନ୍ତାନ ଗ୍ରହଣ

କୌଣସି ଶିଶୁକୁ ପୋଷ୍ୟ ସନ୍ତାନ ଭାବେ ଗ୍ରହଣ କରିବା ପାଇଁ ଏକ ସରକାରୀ ପ୍ରକ୍ରିୟା ଦେଇ ଗତି କରିବାକୁ ପଡ଼ିଥାଏ। ଏହା ସରିବା ପରେ ପୋଷ୍ୟ ସନ୍ତାନ ଗ୍ରହଣ କରିବା ବୈଧ ହୋଇଥାଏ। ଅଥଚ ଜେଲ ଯିବାକୁ ମଧ୍ୟ ପଡ଼ିପାରେ। ଏହି ଆଧାରରେ ସ୍ନେହାକୁ ବିଦେଶୀ ଦଂପତ୍ତିଙ୍କୁ ହସ୍ତାନ୍ତର କରାଯାଇଛି। ସ୍ପେସାଲ ଆଡପସନ୍‌ ସଂସ୍ଥା ଜରିଆରେ ସେମାନଙ୍କର ପୋଷ୍ୟତା ପାଇଁ କେନ୍ଦ୍ରୀୟ ପୋଷ୍ୟ ସମ୍ବଳ କେନ୍ଦ୍ରର ପୋର୍ଟାଲରେ ଅପଲୋଡ଼ କରାଯାଇଥିଲା। ପରବର୍ତ୍ତୀ  ସମୟରେ ସ୍ନେହାକୁ ଗଞ୍ଜାମ ଶିଶୁ ମଙ୍ଗଳ ସମିତି ଆଇନତଃ ମୁକ୍ତ ଘୋଷଣା କରିଥିଲେ। ସ୍ନେହା ପୋଷ୍ୟ ଭାବେ ଯେକୌଣସି ଦମ୍ପତିଙ୍କ ପାଖକୁ ଯାଇପାରିବ ବୋଲି ପୋର୍ଟାଲ୍‌ରେ ଜଣାଇ ଦିଆଯାଇଥିଲା।  

ଇଟାଲିରୁ ଗଂଜାମ ଯାତ୍ରା

ଦୀର୍ଘ ୧୫ ଦିନ ହେବ ଗାମ୍ବାରୋ ଓ ଏଲିସା ୟୁବେଜିଓ ଗଞ୍ଜାମ ଜିଲ୍ଲାର ଗୋପାଳପୁରସ୍ଥିତ ଏକ ହୋଟେଲରେ ରହୁଥିଲେ। ସେମାନେ ସ୍ନେହାକୁ  ସ୍ୱଦେଶ ନେବା ପାଇଁ ପୂର୍ବରୁ ଯୋଜନା ଓ ଆବଶ୍ୟକ ପଦକ୍ଷେପ ନେଇଥିଲେ। ଇଟାଲି ଦଂପତ୍ତି ସ୍ନେହାକୁ ପସନ୍ଦ କରିଥିବାରୁ ଆବଶ୍ୟକ କାଗଜପତ୍ର, ଉତ୍କଳ ବାଳାଶ୍ରମ ଏବଂ ଜିଲ୍ଲା ଶିଶୁ ସୁରକ୍ଷା କାର୍ଯ୍ୟାଳୟ ପ୍ରସ୍ତୁତ କରିଥିଲେ। ସମସ୍ତ କାଗଜପତ୍ର ଜିଲ୍ଲା ପ୍ରଶାସନ ପକ୍ଷରୁ ଯାଞ୍ଚ କରିବା ପରେ ସ୍ନେହାକୁ ଇଟାଲି ଦମ୍ପତ୍ତି ଙ୍କୁ ହସ୍ତାନ୍ତର କରାଯାଇଥିଲା। କିନ୍ତୁ ଶିଶୁ ମଙ୍ଗଳ କମିଟିର ପରାମର୍ଶ ଅନୁସାରେ ପିଲାଟିର ଉପଯୁକ୍ତ ଯତ୍ନ, ସୁରକ୍ଷା, ଶିକ୍ଷା ଓ ପରିପୁଷ୍ଟ ଖାଦ୍ୟ ପ୍ରତି ବିଶେଷ ଯନ୍ନବାନ ହେବାକୁ ହେବ। ସ୍ନେହା ନିଜର ପୋଷ୍ୟ ବାପା-ମା’ଙ୍କ ସହ ଫେବୃଆରୀ ପ୍ରଥମ ସପ୍ତାହରେ ଇଟାଲି ଯିବ।  

ସ୍ପେନ୍‌ ଯାଇଥିଲା ମାଲକାନଗିରି ଶିଶୁ

୨୦୧୮ ଜୁଲାଇ ୨ରେ ମାଲକାନଗିରି ଜିଲ୍ଲାରୁ ଏକ ୬ ବର୍ଷର ଆଦିବାସୀ ଶିଶୁପୁତ୍ରକୁ ପୋଷ୍ୟ ସନ୍ତାନ ଭାବେ ଗ୍ରହଣ କରିଥିଲେ ସ୍ପେନ ଦଂପତ୍ତି। ବାର୍ସିଲୋନାର ଇଭାନ ଓ ତାଙ୍କ ସ୍ତ୍ରୀ ସୁସାନା ଶିଶୁଟିକୁ ଦୁଇ ଦେଶର ସମସ୍ତ ନୀତି ନିୟମକୁ ପାଳନ କରି କୋରାପୁଟର ସ୍ୱତନ୍ତ୍ର ପୋଷ୍ୟ ସନ୍ତାନ କେନ୍ଦ୍ରରୁ ଶିଶୁକୁ ନେଇଥିଲେ। ଏହା ପୂର୍ବରୁ  ସେମାନେ ଶୁଶୁଟିର ପୈତୃକ ଗାଁ ମାଲକାନଗିରି ଦରିଗୁଡା  ଯାଇଥିଲେ। ଅନାଥ ଶିଶୁ ନୟନ ମାଡକାମୀ ୪ ବର୍ଷ ବୟସରୁ ଜନ୍ମିତ ବାପା-ମା’ଙ୍କୁ ହରାଇଥିଲା। 

RELATED ARTICLES

LEAVE A REPLY

Please enter your comment!
Please enter your name here

Most Popular

Recent Comments