Sunday, February 25, 2024
Homeସ୍ବାର୍ଥପର ସଂପର୍କ: ପ୍ରେମିକାଙ୍କୁ ଛୁରାମାଡ଼
Array

ସ୍ବାର୍ଥପର ସଂପର୍କ: ପ୍ରେମିକାଙ୍କୁ ଛୁରାମାଡ଼

ଭୁବନେଶ୍ବର: ପ୍ରେମ ଶାସ୍ବତ ଓ ଚିରନ୍ତନ। ଏହାକୁ କିଏ କେମିତି ରୂପ ଦେଇପାରୁଛନ୍ତି। ଯେଉଁମାନେ ବାସ୍ତବ ରୂପ ଦେଉଛନ୍ତି, ସେମାନଙ୍କ ପାଇଁ ଏହା ସ୍ବର୍ଗୀୟ ହୋଇପାରୁଛି। କିନ୍ତୁ ସ୍ବାର୍ଥକୁ ଗୁରୁତ୍ବ ଦେଉଥିବା ବ୍ୟକ୍ତି ବିଶେଷଙ୍କ ପାଇଁ ପ୍ରେମର ମୂଲ୍ୟ କିଛି ରହୁ ନାହିଁ। ବରଂ ସ୍ବାର୍ଥପର ପ୍ରେମରେ କଳଙ୍କ ଲାଗୁଛି। ହିଂସାକାଣ୍ଡ ଦେଖାଯାଉଛି। ହିଂସାକାଣ୍ଡରେ ସଂପୃକ୍ତ ବ୍ୟକ୍ତିଙ୍କୁ ଏପରିକି ହତ୍ୟା ଓ ଜେଲ ମଧ୍ୟ ଯିବାକୁ ପଡୁଛି। ତେବେ ପ୍ରେମ ଯେତେବେଳେ ବିଫଳ ହେଉଛି, ସେହି ସମୟରେ ପ୍ରେମିକା ବଳିପଡ଼ୁଛି। ଜନ୍ମଦାତ୍ରୀ ମା’ ଓ ଝିଅର ବାପାଙ୍କ ଆଖିରୁ ସବୁଦିନ ଲୁହ ଗଡ଼ୁଛି।

ପ୍ରେମରେ ନିଆଁ ଲାଗିଲା, ଛୁରାମାଡ଼

ଭୁବନେଶ୍ୱର ଯାଆଁଳାରେ ଥିବା ଏକ ଗାଡ଼ି ଶୋ ରୁମ୍ରେ ଯାଜପୁରର ଜଣେ ଯୁବତୀ କାମ କରୁଥିଲେ। ଏହାରି ମଧ୍ୟରେ ତାଙ୍କର ଜଟଣୀ ବାଛେରା ଅଞ୍ଚଳର ଏସ.କେ. କୁତୁବୁଦ୍ଦିନଙ୍କ ସହିତ ତାଙ୍କର ପ୍ରେମ ସମ୍ପର୍କ ଗଢ଼ି ଉଠିଥିଲା। ଉଭୟ ପରସ୍ପରକୁ ଭଲ ପାଉଥିଲେ ହେଁ କୌଣସି କାରଣରୁ ଦୀର୍ଘ ଦିନର ପ୍ରେମ ସମ୍ପର୍କରେ ଭଟା ପଡ଼ିଥିଲା। ତେବେ ଖୋର୍ଦ୍ଧା ଉପକଣ୍ଠ ବରୁଣେଇ ଅଞ୍ଚଳରେ ମଙ୍ଗଳବାର ଅପରାହ୍ଣରେ ଦୀର୍ଘ ଦିନରୁ ଭଲ ପାଇ ଆସୁଥିବା ପ୍ରେମିକାଙ୍କୁ ପ୍ରେମିକ ଛୁରାମାଡ଼ କରିଛି। ରକ୍ତରେ ହୋଲି ଖେଳିଛି ଖଳନାୟକରୂପୀ ପ୍ରେମିକ। ସ୍ବାର୍ଥରେ ବାଧା ସୃଷ୍ଟି ହେବାରୁ ପ୍ରତିଶୋଧ ପରାୟଣ ହୋଇ ଖାଇବା ବାହାନାରେ ପ୍ରେମିକାକୁ ଡାକି ବିଚ୍ ରାସ୍ତାରେ ଏକାଧିକ ଥର ଛୁରୀ ଭୁସିଛି। ଗୁରୁତର ପ୍ରେମିକାକୁ ଭୁବନେଶ୍ୱର ଏମ୍ସରେ ଭର୍ତ୍ତି କରାଯାଇଥିବା ବେଳେ ସେ ଏବେ ଜୀବନ-ମୃତ୍ୟୁ ସହ ସଂଘର୍ଷ କରୁଛନ୍ତି।  

ତ୍ରିକୋଣୀୟ ପ୍ରେମକୁ ନେଇ ଛୁରାମାଡ଼

୨୦୧୮ ମାର୍ଚ୍ଚ ୭ ତାରିଖରେ ତ୍ରିକୋଣୀୟ ପ୍ରେମକୁ ନେଇ ରାୟଗଡ଼ା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ଶିକରପାଇ ପଞ୍ଚାୟତ ଅନ୍ତର୍ଗତ କାଣିପାଇ ଗାଁରେ ପ୍ରେମିକା ଘରକୁ ଯାଇ ପ୍ରେମ ନିବେଦନ କରିବା ସହ ବିବାହ ପ୍ରସ୍ତାବ ଦେଇଥିଲେ। ହେଲେ ସେଠାରୁ ନାସ୍ତିବାଣୀ ଶୁଣିବା ପରେ ପୂର୍ବ ପ୍ରସ୍ତୁତି ପ୍ରକାରେ ପ୍ରେମିକାକୁ ପ୍ରେମିକ ଆକ୍ରମଣ ଛୁରାମାଡ଼ କରିଥିଲେ। ପରେ ନିଜେ କୀଟନାଶକ ଖାଇ ଦେଇଥିଲେ। ଉଭୟଙ୍କୁ ପରିବାରବର୍ଗ ଡାକ୍ତରଖାନାକୁ ନେଇଥିଲେ। ଘଟଣାର କାରଣ ଥିଲା କାଣିପାଇ ଗ୍ରାମର ଯୁବତୀଙ୍କୁ ବଳଦିଆ ଗ୍ରାମର କୁରୁମା ପ୍ରାସ୍କା ଭଲ ପାଉଥିଲେ। ପ୍ରାୟ ୧ ବର୍ଷ ଧରି ଏମାନଙ୍କ ମଧ୍ୟରେ ପ୍ରେମ ସଂପର୍କ ରହିଥିଲା। ତେବେ ଏମାନଙ୍କ ମଧ୍ୟରେ ଆଉ ଜଣେ ପ୍ରେମିକ ପ୍ରବେଶ କରିଥିଲେ। ପ୍ରେମିକା ଅନ୍ୟଜଣେ ଯୁବକଙ୍କ ସହ ବୁଲୁଥିବା ଜାଣିବାକୁ ପାଇ ସହ୍ୟ କରିପାରି ନଥିଲେ କୁରୁମା

୩୫ ଥର ଛୁରାମାଡ଼

ପ୍ରେମକୁ ନେଇ ଛୁରାମାଡ଼ ଘଟଣା କେବଳ ଓଡ଼ିଶାରେ ସୀମତି ନୁହେଁ। ବରଂ ରାଜ୍ୟ ବାହାରେ ମଧ୍ୟ ଅତୀତରେ ସମାନ ପ୍ରକାରର ଅଘଟଣ ଦେଖିବାକୁ ମିଳିଛି। ୨୦୧୮ ନଭେମ୍ବର ୮ ତାରିଖରେ  ଗୁଜୁରାଟର ସୋମନାଥ ଜିଲ୍ଲାରେ ଏକ ତରଫା ପ୍ରେମର କରୁଣ ପରିଣତି ଦେଖିବାକୁ ମିଳିଥିଲା। ପ୍ରେମ ପ୍ରସ୍ତାବକୁ ନଆପଣାଇବାରୁ ପ୍ରେମିକ ପ୍ରେମିକାକୁ ୩୫ଥର ଛୁରାମାଡ କରିଥିଲା। ଏହି ଅଘଟଣର ଶିକାର ହୋଇଥିବା ୧୬ବର୍ଷୀୟ ନାବାଳିକା ବିନିଶା ଠକ୍କରଙ୍କର ମୃତଦେହକୁ ପୁଲିସ ଜବତ କରିଥିଲା। ମାମଲା ଥିଲା ଯେ,  ବିନିତାଙ୍କୁ କଶ୍ୟପ ପୁରୋହିତ ଏକ ତରଫା ପ୍ରେମ କରୁଥିଲା। ଛଅମାସ ପୂର୍ବରୁ ସେ ବିନିଶାକୁ ପ୍ରେମ ପ୍ରସ୍ତାବ ଦେଇଥିଲା। କିନ୍ତୁ ଝିଅ ଏହି ପ୍ରସ୍ତାବକୁ ଏଡାଇ ଦେଇ ଥିଲା। ସେ ଏହାପରେ ବି ବାରମ୍ବାର ଝିଅ ଫୋନ୍କୁ ମେସେଜ କରିବା ସହିତ କଲ କରି ଚାଲିଥିଲା। ଦିନେ ବିନିଶା ମା’ ଫୋନ୍ ରିସିଭ୍ କରି କଶ୍ୟପ୍କୁ ଗାଳିଗୁଲଜ କରିଥିଲା। ଜଣେ ସାଙ୍ଗ ଜରିଆରେ କଶ୍ୟପ ବନିଶାକୁ ଗ୍ରାମ ନିକଟରେ ଥିବା ଶିବ ମନ୍ଦିର ପାଖକୁ ଡକାଇଥିଲା। ବିନିଶାକୁ ସେଠାରେ ଦେଖି କଶ୍ୟପ ପୁଣି ଥରେ ପ୍ରେମ ପ୍ରସ୍ତାବ ରଖିଥିଲା। ପ୍ରତିଥର ଭଳି ବିନିତା ଏହି ଥର ବି ପ୍ରସ୍ତାବକୁ ଏଡାଇ ଦେଇଥିଲା। ଏଥିରେ ଉତକ୍ଷିପ୍ତ ହୋଇ ବିନିଶା ଉପରେ କଶ୍ୟପ୍ ଛୁରାମାଡ କରିଥିଲା।

ବସ୍ ଭିତରେ ପ୍ରେମିକାଙ୍କୁ ଛୁରାମାଡ଼

ମେକ୍ସିକୋର ସିନାଲିଆ ସହରରେ ୨୦୨୧ ଫେବ୍ରୁଆରି ମାସରେ ଏକ ଲୋମଟାଙ୍କୁରା ଘଟଣା ସାମ୍ନାକୁ ଆସିଥିଲା। ଜଣେ ବ୍ୟକ୍ତି ତାଙ୍କ ପୂର୍ବତନ ପ୍ରେମିକାଙ୍କୁ ବସ ଭିତରେ ୩୦ରୁ ଅଧିକ ଥର ଛୁରାମାଡ଼ କରିଥିବା ନେଇ ଗଣମାଧ୍ୟମରେ ଖବର ପ୍ରକାଶ ପାଇଥିଲା। ଘଟଣା ଦିନ ଯୁବତୀ କୌଣସି କାମରେ ବସ୍ରେ ବସି ଯାଉଥିଲେ। ଏହି ସମୟରେ ଯୁବତୀଙ୍କ ପୂର୍ବତନ ପ୍ରେମିକ ହଠାତ ବସ ଭିତରକୁ ଚଢ଼ି ଯାଇଥିଲା। କେହି କିଛି ବୁଝିବା ପୂର୍ବରୁ ସେ ଯୁବତୀଙ୍କୁ ଦେଖି ଛୁରାମାଡ଼ କରି ଚାଲିଥିଲା। ଥରେ କି ଦୁଇଥର ନୁହେଁ, ଏକାଥରକେ ୩୦ଥର ଛୁରାମାଡ଼ କରିଥିଲା। ଯୁବତୀ ଜଣକ ପୂର୍ବତନ ପ୍ରେମିକର ଆକ୍ରମଣରେ ଯନ୍ତ୍ରଣାରେ ଛଟପଟ ହେଉଥିବା ବେଳେ ବସ ଭିତରେ ଥିବା ଯାତ୍ରୀମାନେ ଆକ୍ରମଣ ଭୟରେ କିଛି ନ ଘଟିଲା ଭଳି ଆଖି ବୁଜି ତଳକୁ ଓହ୍ଲାଇ ଯାଇଥିଲେ। ଅଭିଯୁକ୍ତ ଖସିଯାଉଥିବା ବେଳେ ମାଡ଼ି ବସିଥିଲେ।  

RELATED ARTICLES

LEAVE A REPLY

Please enter your comment!
Please enter your name here

Most Popular

Recent Comments