Friday, September 13, 2024
Homeସ୍ମୃତିପୀଠରେ ପ୍ରଥମଥର ସନ୍ଥକବି ଭୀମ ଭୋଇଙ୍କ ଜୟନ୍ତୀ ଉତ୍ସବ ପାଳିତ
Array

ସ୍ମୃତିପୀଠରେ ପ୍ରଥମଥର ସନ୍ଥକବି ଭୀମ ଭୋଇଙ୍କ ଜୟନ୍ତୀ ଉତ୍ସବ ପାଳିତ

‘କୁସଂସ୍କାର ଦୂରୀକରଣ କ୍ଷେତ୍ରରେ ଭୀମ ଭୋଇଙ୍କ ଭୂମିକା ଅନସ୍ବୀକାର୍ଯ୍ୟ’

ସମ୍ବଲପୁର: ସମ୍ବଲପୁର ଜିଲା ରେଢ଼ାଖୋଲ ନିକଟସ୍ଥ କନ୍ଧରା ସ୍ଥିତ ସନ୍ଥ କବି ଭୀମ ଭୋଇଙ୍କ ସ୍ମୃତିପୀଠଠା​‌େ​‌ର ଜୟନ୍ତୀ ଉତ୍ସବ ଶୁକ୍ରବାର ପାଳିତ ହୋଇଯାଇଛି। ଭୀମ​ ଭୋଇଙ୍କ ଭଳି ଆତ୍ମଜ୍ଞାନୀ ସନ୍ଥ ସାରା ଭାରତ ବର୍ଷରେ ବିରଳ। ତାଙ୍କର ଚିନ୍ତାଧାରା ଉନ୍ମୃକ୍ତ ଥିଲା। ତାଙ୍କର ଅନ୍ତଃ ଦୃଷ୍ଟି ପରିବ୍ୟାପ୍ତ ଥିଲା ବୋଲି ଜୟନ୍ତୀ ଉତ୍ସବ ଅବସରରେ ବକ୍ତାଗଣ ମତ ପ୍ରକାଶ କରିଛନ୍ତି। 

ଭୀମ ଭୋଇ ଜୟନ୍ତୀ ପାଳନ କମିଟିର ଆବାହକ ମୁରଲୀଧର ସେଠୀଙ୍କ ସଭାପତିତ୍ବରେ ଆୟୋଜିତ ଏହି ଜୟନ୍ତୀ ସଭାରେ ସ୍ଥାନୀୟ ଉପଜିଲାପାଳ ପବିତ୍ର ବେହେରା ମୁଖ୍ୟ ଅତିଥି, ଅଧ୍ୟାପକ ଶ୍ରୀକାନ୍ତ ବଲ୍ଳଭ ସାମନ୍ତ ମୁଖ୍ୟବକ୍ତା, ଅଧ୍ୟାପକ ଅଖିଳ ବିଶ୍ବାଳ ସମ୍ମାନିତ ଅତିଥି ଏବଂ ଅବଧୂତ ବାବା ଆନନ୍ଦ ଚନ୍ଦ୍ର ଦାସ ବିଶିଷ୍ଟ ଅତିଥି ଭାବେ କାର୍ଯ୍ୟକ୍ରମରେ ଯୋଗ ଦେଇ ଭୀମ ଭୋଇଙ୍କ ସାହିତ୍ୟକୃତି ଏବଂ ତାଙ୍କ ଜୀବନାଦର୍ଶ ସଂପର୍କରେ ଆଲୋଚନା କରିଥିଲେ। ତତ୍‌କାଳୀନ ସମାଜରୁ କୁସଂସ୍କାର ଦୂରୀକରଣ କ୍ଷେତ୍ରରେ ଭୀମ ଭୋଇଙ୍କ ଭୂମିକା ଅନସ୍ବୀକାର୍ଯ୍ୟ। ଜାତିପ୍ରଥା ଦୂରୀକରଣ ଏବଂ ନାରୀଶିକ୍ଷା ଜାଗରଣ ପାଇଁ ସେ ତାଙ୍କର ସ୍ବର ଉତ୍ତୋଳନ କରିଥିଲେ। ତାଙ୍କ ସାହିତ୍ୟ ମାନବିକତାର ଆବେଗର ପରିପୂର୍ଣ୍ଣ ଥିଲା ବୋଲି ବକ୍ତାଗଣ କହିଥିଲେ। ପୀଠର ଉନ୍ନତି ପାଇଁ ପ୍ରଶାସନ ପକ୍ଷରୁ ବିଭିନ୍ନ ପଦକ୍ଷେପ ନିଆଯାଉଥିବା ମୁଖ୍ୟ ଅତିଥି ଉପଜିଲାପାଳ ଶୀ ବେହେରା ଏହି ଅବସରରେ ସୂଚନା ଦେଇଛନ୍ତି।

ବିଶିଷ୍ଟ ଅତିଥି ଅବଧୂତ ବାବା ଆନନ୍ଦଚନ୍ଦ୍ର ଦାସ ଭୀମ ଭୋଇଙ୍କ କୃତି ଏବଂ ମାନବ ସମାଜ ପ୍ରତି ତାଙ୍କର ଅବଦାନ ସଂର୍ପକରେ ମତବ୍ୟକ୍ତ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ବରିଷ୍ଠ ଆଇନଜୀବୀ ଶିବପ୍ରସାଦ ପ୍ରଧାନ, ସମାଜସେବୀ ଅନାଦୀ ସାହୁ, ଦୀପେନ ପଟ୍ଟନାୟକ, ସନ୍ତୋଷ ରଥ, ଜୟନ୍ତ ମାହାର ପ୍ରମୁଖ ଭୀମ ଭୋଇଙ୍କ ମହତବାଣୀ ସଂପର୍କରେ ଆଲୋଚନା କରିଥିଲେ। ଜୟନ୍ତୀ ଉତ୍ସବ ଅବସରରେ ସାଧୁସନ୍ଥଙ୍କ ସହ  ଆଖପାଖ ଅଞ୍ଚଳର ବହୁ ଅଧିବାସୀ ଯୋଗ  ଦେଇଥିଲେ। କାର୍ଯ୍ୟକ୍ରମ ପରିପ୍ରେକ୍ଷୀରେ ଅନୀଲ ମେହେର ଅତିଥି ପରିଚୟ ପ୍ରଦାନ କରିଥିଲେ। ମହାବୀର ସିଂଦେଓ ପ୍ରାରମ୍ଭିକ ସୂଚନା ଏବଂ ଶେଷରେ ପରକ୍ଷିତ ଦାଶ ଧନ୍ୟବାଦ ଅର୍ପଣ କରିଥିଲେ। ବାବା ମହେନ୍ଦ୍ର ତ୍ୟାଗୀ, ଚନ୍ଦ୍ରହାସ୍ୟ ପ୍ରଧାନ, ଅଜିତ ମେହେର, ମେଘନାଦ ରାଉଳ, ହିମାଂଶୁ ଶେଖର ପ୍ରଧାନ ପ୍ରମୁଖ ସହଯୋଗ କରିଥିଲେ।

RELATED ARTICLES

LEAVE A REPLY

Please enter your comment!
Please enter your name here

Most Popular

Recent Comments