Tuesday, October 15, 2024
Homeସ୍ୱାମୀ-ସ୍ତ୍ରୀ ସଂପର୍କରେ ଫାଟ: ଚରିତ୍ର ଧରାପଡ଼ିବା ପରେ ହତ୍ୟା
Array

ସ୍ୱାମୀ-ସ୍ତ୍ରୀ ସଂପର୍କରେ ଫାଟ: ଚରିତ୍ର ଧରାପଡ଼ିବା ପରେ ହତ୍ୟା

ଭୁବନେଶ୍ୱର: ବିବାହ ଏକ ପବିତ୍ର ବନ୍ଧନ । ଅଗ୍ନିକୁ ସାକ୍ଷୀ ରଖି ଏହି କାର୍ଯ୍ୟ ସମାପ୍ତ ହୋଇଥାଏ । ଦୁଇଟି ଦୃଦୟ ଯୋଡ଼ି ହେବା ପରେ ଆରମ୍ଭ ହୋଇଥାଏ ଆଉ ଏକ ଜୀବନ ଯାତ୍ରା । କିନ୍ତୁ ଦୁଃଖର ବିଷୟ ହେଲା ଯେ, ଏହି ଯାତ୍ରାରେ ସଫଳ ହୋଇପାରି ନଥାନ୍ତି ଅନେକ ବାଟୋଇ । କିଛି ଲୋକଙ୍କର ଯାତ୍ରା ସପ୍ତାହଟେ ମଧ୍ୟ ଯାଇପାରୁ ନଥିବା ବେଳେ ଆଉ କିଛି ଲୋକଙ୍କ ସଂପର୍କରେ ମାସକ ମଧ୍ୟରେ ଶେଷ ହୋଇଯାଉଛି । ଯୌତୁକ ନିର୍ଯାତନା ଯୋଗୁଁ ଅନେକ ବିବାହ ଯଦିଓ ସଫଳ ହୋଇପାରୁ ନାହିଁ । ପବିତ୍ର ସଂପର୍କରେ ଫାଟ ଦେଖାଯିବାର ଅନ୍ୟ ଏକ କାରଣ ହେଉଛି ଚରିତ୍ର । କେତେବେଳ ସ୍ତ୍ରୀ ପରକିୟା ପ୍ରେମ କରୁଛି ତ ଆଉ କେତେ ବେଳେ ସ୍ୱାମୀ ଅନ୍ୟ ମହିଳା ସହିତ ଖରାପ ସଂପର୍କ ରଖୁଛି । ଚରିତ୍ର ଧରାପଡ଼ିଯିବା ପରେ ଅପରାଧ ଘଟଣା ଘଟୁଛି ।

ସ୍ତ୍ରୀଙ୍କୁ ହତ୍ୟା, ମାଟିତଳେ ପୋତିଲା

ଚରିତ୍ର ଏଭଳି ଏକ ଜିନିଷ, ଯାହା ପ୍ରତି ଥର ଟିଏ ସନ୍ଦେହ ଆସିବ, ତାକୁ ମନରୁ କାଢ଼ିବା ସହଜ ନୁହେଁ । ସୁନ୍ଦରଗଡ଼ ଜିଲ୍ଲାର ତଳସରା ଥାନା ଅନ୍ତର୍ଗତ ସବଡେଗା ଗାଁରେ ଏଭଳି ଏକ ଘଟଣା ଘଟିଛି । ପୋଷ୍ଟଅଫିସ ପଡ଼ା ନିବାସୀ ଖଏରୁ ନାଏକ ନିଜର ଧର୍ମପତ୍ନୀଙ୍କୁ ହତ୍ୟା କରି ମାଟିତଳେ ପୋତି ଦେଇଛି । ହତ୍ୟାକାଣ୍ଡର ୪ ଦିନ ପରେ ଆଜି ସକାଳୁ ଘଟଣା ପଦାକୁ ଆସିଛି । ସ୍ଥାନୀୟ ଲୋକଙ୍କ ଠାରୁ ସୂଚନା ମିଳିବା ପରେ ପୋଲିସ ମାଟିତଳୁ ଶବ ଉଦ୍ଧାର କରି ଘଟଣାର ତଦନ୍ତ କରୁଛି । ସ୍ଥାନୀୟ ଲୋକଙ୍କର କହିବା ଅନୁସାରେ ଖଏରୁ ସ୍ଥାନୀୟ ଅଂଚଳର ଜଣେ ମହିଳାଙ୍କ ସହିତ ମିଶି ନିଜର ଧର୍ମପତ୍ନୀ ଶକୁନ୍ତଳାଙ୍କୁ ହତ୍ୟା କରି ମାଟି ତଳେ ପୋତିଦେଇଥିଲା । ପୋଲିସ ଘଟଣାର ତଦନ୍ତ କରୁଥିବା ବେଳେ ଖଏରୁ ସହିତ ସନ୍ଦିଗ୍ଧ ମହିଳାଙ୍କ ସଂପର୍କ କ’ଣ ତାହା ଅପେକ୍ଷା କରିବାକୁ ପଡ଼ିବ ।

ପରକିୟା ପ୍ରୀତି ଯୋଗୁଁ ଅପରାଧ

ଅନେକ ସ୍ଥଳରେ ପରକିୟା ପ୍ରୀତି ଯୋଗୁଁ ଅପରାଧିକ ଘଟଣା ଘଟୁଛି । ଗତ ୧୬ ତାରିଖ ବୌଦ୍ଧ ଜିଲ୍ଲା ମନମୁଣ୍ଡା ଥାନା ଅନ୍ତର୍ଗତ ମାଝିପଡ଼ା ଗାଁରେ ଅଯୋଧ୍ୟା ମାଝି ନିଜର ସ୍ତ୍ରୀ ହସ୍ତିନୀ ମାଝିଙ୍କୁ ହତ୍ୟା କରିଥିଲା । ସ୍ତ୍ରୀ ଚରିତ୍ର ଭଲ ନଥିଲା କହି ଅଯୋଧ୍ୟା ସବୁବେଳେ ଝଗଡ଼ା କରୁଥିଲା । ଅଯୋଧ୍ୟା ଘରୁ ବାହାରକୁ ଗଲେ ବି ସ୍ତ୍ରୀ କ’ଣ କରୁଛି, ସେ ନେଇ ସଜାଗ ଥିଲା । ଘଟଣା ଦିନ ଅଯୋଧ୍ୟା ରାତିରେ ସ୍ତ୍ରୀଙ୍କୁ ଏକ କୁରାଢ଼ୀରେ ହାଣିଦେଇଥିଲା । ବୁଧବାର ସକାଳୁ ଗାଁ ଲୋକେ ଅଯୋଧ୍ୟାକୁ କାବୁ କରି ପୋଲିସ ହାତରେ ଜିମା ଦେଇଥିଲେ ।

ସାଢ଼େ ୩ ମାସ ପରେ ପତିହନ୍ତା ଧରାପଡ଼ିଲା

ଖୋର୍ଦ୍ଧା ଜିଲ୍ଲା ବାଲିପାଟଣା ବ୍ଲକ ଅନ୍ତର୍ଗତ ବନମାଳିପୁର ଗାଁର ନିଧିରାମ ଗତ ସେପ୍ଟେମ୍ବର ମାସ ଠାରୁ ନିଖୋଜ ଥିଲେ । ସ୍ୱାମୀଙ୍କ ନିଖୋଜ ହୋଇଯିବା ପରେ ମଧ୍ୟ ସ୍ତ୍ରୀ ଲିଲି ଚୁପଚାପ ରହୁଥଲେ । ଥାନାରେ ଅଭିଯୋଗ ଦେବକୁ ଲିଲିଙ୍କୁ ପରାମର୍ଶ ଦିଆଯାଇଥିଲେ ବି ସେ ଶୁଣୁ ନଥିଲା । କାରଣ ପୋଲିସ ଆଖିରେ ସେ ହେଉଛନ୍ତି ଖଳନାୟିକା । ଡିସେମ୍ବର ୨୩ ତାରିଖରେ ନିଧିରାମଙ୍କର ଶରୀରର ହାଡ଼, ଖପୁରୀ ଓ ଅନ୍ୟ ଅଙ୍ଗପ୍ରତ୍ୟଙ୍ଗ ଘର ବାଡ଼ି ପଟରୁ ଉଦ୍ଧାର ହୋଇଛି । ସ୍ୱାମୀଙ୍କୁ ହତ୍ୟା କରିଥିବା ନେଇ ଲିଲି ପୋଲିସ ଆଗରେ ସ୍ୱୀକାର କରିଛି ।

ସ୍ତ୍ରୀ ହତ୍ୟାକାରୀଙ୍କୁ ଆଜୀବନ କାରାଦଣ୍ଡ

ବର୍ଷ ୨୦୧୩ରେ ରାଜଧାନୀ ଭୁବନେଶରସ୍ଥିତ ନୟାପଲ୍ଲୀରେ ଘଟିଥିବା ହତ୍ୟାକାଣ୍ଡ ସମଗ୍ର ଦେଶରେ ଚର୍ଚ୍ଚାର କେନ୍ଦ୍ର ପାଲଟିଥିଲା । ସେନାରେ ଡାକ୍ତର ପଦରୁ ଅବସର ନେଇଥିବା କର୍ଣ୍ଣେଲ ସୋମନାଥ ପରିଡା ପତ୍ନୀ ଉଷାଶ୍ରୀଙ୍କୁ ସେହି ବର୍ଷ ଜୁନ ୩ ତାରିଖରେ ହତ୍ୟା କରିଥିଲେ । ପତ୍ନୀଙ୍କ ଶରୀରକୁ ୩୦୦ ଖଣ୍ଡ କରି କାଟିଥିଲେ । ଖଣ୍ଡବିଖଣ୍ଡିତ ଶବକୁ ରସାୟନ ସାମଗ୍ରୀ ବୋଳି ଷ୍ଟିଲ ଡବା ଓ ବାକ୍ସରେ ରଖିଥିଲେ । ଜୁନ ୨୨ ତାରିଖରେ କର୍ଣ୍ଣେଲ ସୋମନାଥ ଗିରଫ ହୋଇଥିଲେ । ଖୋର୍ଦ୍ଧା ଜିଲ୍ଲା ଦୌରାଜଜ ସୋମନାଥଙ୍କୁ ଚଳିତ ବର୍ଷ ଫେବୃଆରୀ ୨୬ରେ ଆଜୀବନ କାରାଦଣ୍ଡ ଓ ୬୦ ହଜାର ଟଙ୍କା ଜରିମାନା ଶୁଣାଇଥିଲେ ।

RELATED ARTICLES

LEAVE A REPLY

Please enter your comment!
Please enter your name here

Most Popular

Recent Comments