Saturday, October 5, 2024
Home‘ହକି ହୈ ଦିଲ୍ ମେରା...’ରେ ନାହିଁ ଚମକ
Array

‘ହକି ହୈ ଦିଲ୍ ମେରା…’ରେ ନାହିଁ ଚମକ

ଭୁବନେଶ୍ବର: ପୁରୁଷ ହକି ବିଶ୍ବକପ୍-୨୦୨୩ର ସବୁଠାରୁ ସୁନ୍ଦର ଓ ହୃଦୟସ୍ପର୍ଶୀ ଗୀତ ‘ହକି ହୈ ଦିଲ୍ ମେରା…’ ଆଉ ଆଗ ଭଳି ଶୁଭୁନାହିଁ। ଏହି ଗୀତରେ ଚମକ ନାହିଁ। କଳିଙ୍ଗ ଷ୍ଟାଡିୟମ୍ ଓ ବିର୍ସା ମୁଣ୍ଡା ଷ୍ଟାଡିୟମରେ ଦର୍ଶକପୂର୍ଣ୍ଣ ଗ୍ୟାଲେରିରେ ଏହି ଗୀତ କମ୍ପୁଥିଲା। ଯେତେବେଳେ ଏହି ଗୀତର ସ୍ବର ଶୁଭୁଥିଲା ଦର୍ଶକମାନେ ଉତ୍ସାହିତ ହୋଇ ନାଚିବା ଆରମ୍ଭ କରିଦେଉଥିଲେ। ଦୁଇ ହାତରେ ତାଳି ବଜାଉଥିଲେ। କିନ୍ତୁ ଭାରତ ରବିବାର ନ୍ୟୁଜିଲାଣ୍ଡ ଠାରୁ କ୍ରସ୍ ଓଭର ମ୍ୟାଚରେ ପରାସ୍ତ ହେବା ପରେ ଏହି ଗୀତରେ ଆଉ ଚମକ ନାହିଁ। ଏହାର ମୂଳ କାରଣ ହେଲା ଗୀତ ବାଜିଲା ସମୟରେ ଦର୍ଶକଙ୍କ ସଂଖ୍ୟା କମ ରହିଥିଲା। ଜର୍ମାନୀ ସହିତ ଫ୍ରାନ୍ସ  ଏବଂ ଆର୍ଜେଣ୍ଟିନା ସହ କୋରିଆ ମ୍ୟାଚରେ ଏହାର ପ୍ରଭାବ ପଡ଼ିଛି। ୨ଟି ଯାକ କ୍ରସ୍ ଓଭର ମ୍ୟାଚରେ ଷ୍ଟାଡିୟମର ଅଧିକାଂଶ ଚୌକି ଖାଲି ରହିଥିଲା।

ଭାରତୀୟ ଦଳର ବିଶ୍ବକପ୍ ଅଭିଯାନ ଶେଷ ହୋଇସାରିଛି। ଏହି ଆଶା କିନ୍ତୁ ମାତ୍ର ଦୁଇ ଘଣ୍ଟାର କଳିଙ୍ଗ ରୋମାଞ୍ଚ ସହିତ ଶେଷ ହୋଇଛି। ବିଶ୍ବକପ୍ ପଦକଟିଏ ପାଇଁ ଥିବା ୪୮ ବର୍ଷର ସ୍ବପ୍ନ ପୁଣି ଥରେ ଚୂରମାର ହୋଇଛି।  ନ୍ୟୁଜିଲାଣ୍ଡ୍ ୫-୪ (୩-୩)ରେ ଜିତି କ୍ବାର୍ଟରଫାଇନାଲ୍ ସ୍ଥାନ ପକ୍କା କରିନେଛି। ଭାରତ ଏବେ ଶୀର୍ଷ ୮ରୁ ବାହାର ହୋଇ ଜାନୁଆରି ୨୬ରେ ଜାପାନ୍ ସହ ରାଉରକେଲାରେ କ୍ଲାସିଫିକେସନ୍ ମ୍ୟାଚ୍ ଖେଳିବାର ଲଜ୍ଜା ପାଇଛି। ଭାରତର ପରାଜୟ ପରେ ଦର୍ଶକ ଆଗଭଳି ଆଉ ଷ୍ଟାଡିୟମକୁ ଯାଇ ମ୍ୟାଚ୍ ଦେଖିବାକୁ ଉତ୍ସାହିତ ନାହାନ୍ତି।

ମଉଳିଲା ଭାରତର ଆଶା

ତେବେ ପୂର୍ବଦିନ ଭଳି କଳିଙ୍ଗ ଷ୍ଟାଡିୟମରେ ଆଜି ହକିପ୍ରେମୀମାନେ ଉତ୍ସାହିତ ନଥିଲେ। ଭାରତ ଗତକାଲି ନ୍ୟୁଜିଲାଣ୍ଡ ଠାରୁ ପରାସ୍ତ ହେଲା ପରେ ଆଜି ଦର୍ଶକଙ୍କ ସଂଖ୍ୟା ଢେର ଗୁଣରେ ହ୍ରାସ ପାଇଥିବା ଅନୁମାନ କରାଯାଇଥିଲା। ଗ୍ୟାଲେରିଗୁଡ଼ିକରେ ପଡ଼ିଥିବା ଚୌକିଗୁଡ଼ିକ ଅଧିକାଂଶ ଖାଲି ପଡ଼ିଥିଲା। ଭାରତୀୟ ଟିମ୍ର ହକି ବିଶ୍ବକପ୍-୨୦୨୩ରେ ପଦକ ସ୍ବପ୍ନ ଚୁରମାର ହୋଇସାରିଛି। ନ୍ୟୁଜିଲାଣ୍ଡ ବିପକ୍ଷ କ୍ରସ୍ ଓଭର ମ୍ୟାଚ୍ରେ ରବିବାର କଳିଙ୍ଗ ଷ୍ଟାଡିୟମରେ ଭାରତ ପରାଜିତ ହୋଇଛି। ଏଥି ସହିତ ଚଳିତ ଟୁର୍ଣ୍ଣାମେଣ୍ଟରୁ ବିଦାୟ ନେଇଛି ଓ ପଦକ ପାଇବାର ଆଶା ମଉଳିଛି। ଭାରତ ଗ୍ରୁପ୍ ପର୍ଯ୍ୟାୟରେ ଖେଳିଥିବା ୩ଟି ମ୍ୟାଚ୍ରୁ ୨ଟିରେ ବିଜୟୀ ହୋଇଥିଲା। ୱେଲ୍ସ ବିପକ୍ଷରେ ୪-୨ ଗୋଲ୍ରେ ବିଜୟୀ ହୋଇଥିଲା ଟିମ୍ ଇଣ୍ଡିଆ। ଭାରତ ଅନ୍ୟ ଏକ ମ୍ୟାଚ୍ରେ ଇଂଲଣ୍ଡ ମଧ୍ୟରେ ଖେଳାଯାଇଥିବା ମ୍ୟାଚ୍ ଡ୍ର’ ହୋଇଥିବା ବେଳେ ସ୍ପେନ ବିପକ୍ଷରେ ୨-୦ ଗୋଲ୍ରେ ଜିତିଥିଲା।

ପୁରସ୍କାର ଘୋଷଣା ବେକାର

ବିଶ୍ବକପ୍ ମ୍ୟାଚ୍ ଆରମ୍ଭ ହେବା ପୂର୍ବରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିଥିଲେ ଯେ,  ଭାରତ ବିଜେତା ହେଲେ ଏହାର ପ୍ରତ୍ୟେକ ଖେଳାଳିଙ୍କୁ ୧ କୋଟି ଟଙ୍କା ଲେଖାଏଁ ପୁରସ୍କାର ଦିଆଯିବ। ରାଉରକେଲା ଠାରେ ବିଶ୍ୱକପ୍ ଭିଲେଜକୁ ଉଦ୍ଘାଟନ କରିବା ଅବସରରେ ମୁଖ୍ୟମନ୍ତ୍ରୀ ଭାରତୀୟ ଖେଳାଳିଙ୍କୁ ଭେଟିଲା ବେଳେ ଏହି ଘୋଷଣା କରିଥିଲେ। ପୂର୍ବରୁ ହକି ଇଣ୍ଡିଆ ମଧ୍ୟ ଭାରତୀୟ ଦଳର ଉତ୍ସାହ ବୃଦ୍ଧି ପାଇଁ ବିଶ୍ବକପ୍ ଜିତିଲେ ପ୍ରତ୍ୟେକ ଖେଳାଳିଙ୍କୁ ୨୫ ଲକ୍ଷ ଟଙ୍କା ଲେଖାଏଁ ଏବଂ ସହକାରୀ କର୍ମଚାରୀଙ୍କୁ ୫ ଲକ୍ଷ ଟଙ୍କା ଲେଖାଏଁ ପୁରସ୍କାର ଦିଆଯିବାକୁ ଘୋଷଣା କରିଥିଲା। ୪୭ ବର୍ଷ ଧରି ଭାରତ ଆଉ ଟ୍ରଫି ଧରିବାର ସୁଯୋଗ ପାଇନଥିବାରୁ ଘରୋଇ ସଂସ୍କରଣରେ ଜିତିବାର ଆଶା ରଖିଛି।

RELATED ARTICLES

LEAVE A REPLY

Please enter your comment!
Please enter your name here

Most Popular

Recent Comments