Saturday, March 22, 2025
Homeହାତୀ ଆକ୍ରମଣ: ରାଜ୍ୟରେ ୪ ମାସରେ ୨୨ ଲୋକଙ୍କ ମୃତ୍ୟୁ
Array

ହାତୀ ଆକ୍ରମଣ: ରାଜ୍ୟରେ ୪ ମାସରେ ୨୨ ଲୋକଙ୍କ ମୃତ୍ୟୁ

ଭୁବନେଶ୍ୱର: ଜଙ୍ଗଲ ଅବକ୍ଷୟ ହୋଇଚାଲିଛି। ସବୁଜ ବନାନୀ ହ୍ରାସ ପାଇବାରେ ଲାଗିଛି। ବନ୍ୟଜନ୍ତୁଙ୍କ ରହିବା ପାଇଁ ଉପଯୁକ୍ତ ପରିବେଶର ଅଭାବ ରହୁଛି। ଛୋଟ ଓ ମଧ୍ୟମ ଧରଣର ଜୀବଜନ୍ତୁ ଯେକୌଣସି ପ୍ରକାରରେ ରହିଯାଉଥିବା ବେଳେ ବଡ଼ ବଡ଼ ବନ୍ୟପ୍ରାଣୀଙ୍କୁ ଅସୁବିଧା ହେଉଛି ଜଙ୍ଗଲ ହ୍ରାସ ପାଉଥିବାରୁ ହାତୀମାନେ ସର୍ବାଧିକ ପ୍ରଭାବିତ ହେଉଛନ୍ତି। ସେମାନେ ଖାଦ୍ୟ ପାଇପାରୁ ନାହାନ୍ତି। ଫଳରେ ଏବେ ଖାଦ୍ୟ ପାଇଁ ଜଙ୍ଗଲରୁ ଗାଁ ମୁହାଁ ହେଉଥିବା ଦେଖାଯାଇଛି। ଫସଲ ନପାଇ ହାତୀମାନେ ବ୍ୟସ୍ତ ହୋଇପଡୁଛନ୍ତି। ସେମାନେ ଗାଁ ଲୋକଙ୍କୁ ଟାର୍ଗେଟ କରୁଛନ୍ତି।

ବିଗତ ପ୍ରାୟ ୪ ମାସ (୨୦୨୧ ଜାନୁଆରୀ ୧ ତାରିଖଠାରୁ ଏପ୍ରିଲ ୨୧ ତାରିଖ) ମଧ୍ୟରେ ରାଜ୍ୟରେ ୨୨ ଜଣଙ୍କର ପ୍ରାଣହାନୀ ଘଟିଛି। ଏହି ସମୟ ମଧ୍ୟରେ ପ୍ରାୟ ୧୦ ଜଣ ଆହତ ଓ ଗୁରୁତର ହୋଇଛନ୍ତି। ସମ୍ବଲପୁର, ସୁନ୍ଦରଗଡ଼, ବରଗଡ଼, ସୁବର୍ଣ୍ଣପୁର, ଅନୁଗୁଳ, ଢେଙ୍କାନାଳ, କଟକ ଓ ଖୋର୍ଦ୍ଧା ଜିଲ୍ଲାରେ ଏହି ଲୋକଙ୍କର ମୃତ୍ୟୁ ହୋଇଛି। ମୃତକମାନଙ୍କ ମଧ୍ୟରେ ୭ ଜଣ ବୃଦ୍ଧ ହୋଇଥିବା ବେଳେ ୫ ଜଣ ମହିଳା। ଅଧିକାଂଶ କ୍ଷେତ୍ରରେ ଗାଁରେ ରହୁଥିବା ଲୋକେ ଯେତେବେଳେ କୌଣସି କାମ ପାଇଁ ଭୋର ସକାଳୁ ବାହାରୁଛନ୍ତି, ହାତୀ ଆକ୍ରମଣର ଶିକାର ହେଉଛନ୍ତି।

ଗାଇସିଲେଟରେ ୩ ଜଣଙ୍କୁ ଦଳିଲା

ବରଗଡ଼ ଜିଲ୍ଲା ଗାଇସିଲେଟ ବ୍ଲକ ଅନ୍ତର୍ଗତ ଘନାମାଲ ପଂଚାୟତରେ ହାତୀ ଆକ୍ରମଣରେ ବୁଧବାର ତିନିଜଣଙ୍କର ମୃତ୍ୟୁ ଘଟିଛି। ମୃତକମାନେ ହେଲେ ମାଳ ସେଠ୍‌, ବିରଞ୍ଚି କୁମ୍ଭାର ଓ ଶିବ ସେଠ୍‌। ଏହି ତିନିଜଣ ବ୍ୟକ୍ତି ଭୋର ସକାଳୁ ବାହାରକୁ ଯାଇଥିବାବେଳେ ହାତୀ ଆକ୍ରମଣ କରିଥିଲା। ୩ ଜଣ ମଣିଷକୁ ଦେଖି ହାତୀ ଉଗ୍ର ରୂପ ଧାରଣ କରିଥିଲା। ଜଣଙ୍କ ପରେ ଜଣଙ୍କୁ ଦଳି ଚାଲିଥିଲା। କିଛି ଦିନ ପୂର୍ବରୁ ମେଲଛାମୁଣ୍ଡା ଗାଁରେ ହାତୀ ଜଣେ ଲୋକଙ୍କୁ ଦଳି ଦେଇଥିଲା। ସେହି ହାତୀଟି ଗାଇସିଲେଟ ଅଂଚଳରେ ପହଂଚି ବୁଧବାର ତିନିଜଣଙ୍କୁ ଦଳିଦେଇଥିବା ଅନୁମାନ କରାଯାଉଛି। ସ୍ଥାନୀୟ ଲୋକଙ୍କ କହିବା ଅନୁସାରେ ତିନିଟିକିଆ ହାତୀପଲ ଝାଞ୍ଜପାହାଡରୁ ମେଲଛାମୁଣ୍ଡା ଅଞ୍ଚଳକୁ ଆସିଥିଲେ। ଏହି ୩ଟି ହାତୀ ଦୁଇଟି ଝାଞ୍ଜପାହାଡକୁ ଫେରିଯାଇଥିବାବେଳେ ଗୋଟିଏ ହାତୀ ରହିଯାଇଥିଲା।

ଆମ୍ବ ତୋଳିବାକୁ ଯାଉଥିଲେ ବୃଦ୍ଧ, ଚକଟିଲା ହାତୀ

ବଲାଙ୍ଗୀର ଜିଲ୍ଲା ଆଗଲପୁର ବ୍ଲକ୍‌ ଭରସୁଜା ପଞ୍ଚାୟତ ଦର୍ଲିପାଲି ଗ୍ରାମର ବିରଞ୍ଚି ସାହୁ ନାମକ ଜଣେ ବୃଦ୍ଧଙ୍କୁ ସକାଳ ୬ଟାରେ ଚକଟି ଦେଇଥିଲା। ବିରଞ୍ଚି  ଆମ୍ବ ତୋଳିବାକୁ ଯାଇଥିବା ସମୟରେ ଗାଈସିଲେଟ ପଟରୁ ଆସୁଥିବା ହାତୀଟି ତାଙ୍କୁ ଅତର୍କିତ ଭାବେ ଆକ୍ରମଣ କରି ମୁଣ୍ଡକୁ ଦଳି ଦେଇଥିଲା। ସୂଚନା ପାଇ ଆଗଲପୁର ଫାଣ୍ଡି ଅଧିକାରୀ ଦେବାର୍ଚ୍ଚନ ମିର୍ଦ୍ଧା ଏବଂ ବନ ବିଭାଗର କର୍ମଚାରୀ ପହଞ୍ଚି ଶବ ଜବତ କରିବା ସହ ବ୍ୟବଚ୍ଛେଦ ପାଇଁ ମେଡିକାଲ ପଠାଇଥିଲେ। ପୂର୍ବରୁ ଏହି ଅଂଚଳର ନାଥପାଲି ଗାଁର ଜଣଙ୍କୁ ଏବଂ ଉମ୍ରାନ ଗାଁର ମାଲ ସେଠ ଓ ବିରଞ୍ଚି କୁମ୍ଭାରଙ୍କୁ ହାତୀଟି ଦଳି ମାରି ଦେଇଥିଲା ଅଭିଯୋଗ ହେଉଛି।

ସପ୍ତାହକ ପୂର୍ବରୁ ବୃଦ୍ଧାଙ୍କୁ ମାରିଥିଲା ହାତୀ

ମେଲଛାମୁଣ୍ଡା ଥାନା ଅର୍ନ୍ତଗତ ଖଲିଆମୁଣ୍ଡା ଗ୍ରାମରେ  ଚଳିତ ମାସ ୧୪ ତାରିଖ ସକାଳୁ ଏକ ବଣୁଆ ହାତୀ ଆତଙ୍କ ସୃଷ୍ଟି କରିଥିଲା। ଗାଁର ଦେବେନ୍ଦ୍ର ବଢ଼େଇ (୬୦)ଙ୍କୁ ଦଳି ମାରି ଦେଇଥିଲା। ହାତୀଟି ହରେକୃଷ୍ଣ ବଢେଇଙ୍କ ଗାଈକୁ ମାରିବା ସହ ନଳକୂପ ଭାଙ୍ଗି ଦେଇଥିଲା। ପୋଲିସ ସୂଚନା ଘଟଣାସ୍ଥଳରେ ପହଂଚି ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ପଦ୍ମପୁର ଡାକ୍ତରଖାନା ପଠାଇଥିଲା। ଘେଁସ ରେଂଜର ଗଜେନ୍ଦ୍ର ଏଣ୍‌ତଜା ଏବଂ ବନ କର୍ମଚାରୀ ସେଠାରେ ପହଂଚି ମୃତକଙ୍କ ପରିବାରକୁ ୧୦ ହଜାର ଟଙ୍କା ସହାୟତା ପ୍ରଦାନ କରିଥିଲେ।  

ଦିବ୍ୟାଙ୍ଗଙ୍କୁ କଚାଡ଼ି ଦେଲା ଦନ୍ତା

ଚଳିତ ମାସ ୨୦ ତାରିଖ ହାତୀ ଆକ୍ରମଣରେ ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ବ୍ଲକ କର୍ଣ୍ଣପାଳ ଗ୍ରାମରେ ଜଣେ ଦିବ୍ୟାଙ୍ଗ ସବିତା ବେହେରା(୩୫) ଗୁରୁତର ଆହତ ହୋଇଥିଲେ। ଦିବ୍ୟାଙ୍ଗ ଜଣକ ନିଜ ମା’ଙ୍କ ସହିତ  ତାଙ୍କ ମାଙ୍କ ସହିତ ଘରପାଖ କେନାଲ ନିକଟକୁ ଶୌଚ ପାଇଁ ଯାଉଥିଲେ। ଏହି ସମୟରେ ଗୋଠଖଣ୍ଡିଆ ଅଳ୍ପ ବୟସ୍କ ଦନ୍ତାହାତୀ ଆକ୍ରମଣର ଶିକାର ହୋଇଥିଲେ। ସବିତାଙ୍କୁ ଦନ୍ତା ଶୁଣ୍ଢରେ କଚାଡ଼ି ଦେଇଥିଲା। ପ୍ରାଣ ବିକଳରେ ମା’ ପାଖ କାଜୁବଗିଚା ଭିତରକୁ ଦଉଡି ଯାଇ ଆତ୍ମରକ୍ଷା କରିଥିଲେ। ଗାଁ ଲୋକଙ୍କ ପାଟିତୁଣ୍ଡ ପରେ ହାତୀ ଜଙ୍ଗଲ ଆଡକୁ ପଳେଇଥିଲା। 

RELATED ARTICLES

LEAVE A REPLY

Please enter your comment!
Please enter your name here

Most Popular

Recent Comments