Tuesday, September 10, 2024
Homeହାତ ଛାଡ଼ିଥିଲେ, ପଦ୍ମ ଧରିଲେ ହାର୍ଦ୍ଦିକ
Array

ହାତ ଛାଡ଼ିଥିଲେ, ପଦ୍ମ ଧରିଲେ ହାର୍ଦ୍ଦିକ

ଭୁବନେଶ୍ବର: ରାଜନୀତି ବିଚିତ୍ର। ଆଉ ଏହା ସହ ଜଡ଼ିତ ରହୁଥିବା ଲୋକମାନେ ଭାରୀ ଚତୁର। ଏହି ଚତୁର ରାଜନେତାଙ୍କ ମଧ୍ୟରୁ କିଛି ବ୍ୟକ୍ତି ଅତି ଭୟଙ୍କର ମଧ୍ୟ। କାରଣ ନିଜର ସ୍ବାର୍ଥ ହାସଲ ପାଇଁ ଏହି ପ୍ରକାରର ରାଜନେତା ଜନତାଙ୍କୁ କେବଳ ନିର୍ବୋଧ ଭାବନ୍ତି। ଯେଉଁ ନେତା ଆଜି କଂଗ୍ରେସର ଅଛନ୍ତି, କାଲି ସେ ବିଜେପିରେ ସାମିଲ ‌ନହେବ ତାର ମଧ୍ୟ କୌଣସି ସଠିକତା ନାହିଁ। କେବଳ ଜାତୀୟ ରାଜନୀତି ନୁହେଁ, ବରଂ ଆଞ୍ଚଳିକ ରାଜନୀତିରେ ମଧ୍ୟ ଏହା ହେଉଛି। ଏମିତି ଆମର ଆଖି ଆଗରେ କେତେ ନେତା ଉଭା ହୋଇସାରିଛନ୍ତି। ଦଳ ପାଇଁ କୁମ୍ଭୀର କାନ୍ଦଣା କାନ୍ଦୁଥିବା ନେତାମାନେ ଅଚାନକ ଇସ୍ତଫା ଦେଇ ପରବର୍ତ୍ତୀ ସମୟରେ ଆଉ ଗୋଟିଏ ଦଳରେ ସାମିଲ ହୋଇଯାଇଥାନ୍ତି। ସବୁ ନିଜର ସ୍ବାର୍ଥ ପାଇଁ। ସେବାର ଆଳ ଦେଖାଇବା କେବଳ ଲୋକ‌ ଦେଖାଣିଆ।

ଆମ ଦେଶରେ ଦଳ ଡିଆଁ ରାଜନେତାକୁ ମଧ୍ୟ ଜନତା ଗ୍ରହଣ କରନ୍ତି। ଦଳ ଛାଡ଼ି ଅନ୍ୟ ରାଜନୈତିକ ଦଳ ସହିତ ଜଡ଼ିତ ହେଉଥିବା ନେତାଙ୍କୁ ମଧ୍ୟ ଭୋଟ ଦେଇ ଜନପ୍ରତିନିଧି କରାଯାଉଛି। ରାଜନୀତିରେ ଦଳ ଡେଇଁଥିବାର ସଦ୍ୟତମ ଉଦାହରଣ ହେଉଛନ୍ତି ଗୁଜରାଟର ପାଟିଦାର ନେତା ହାର୍ଦ୍ଦିକ ପଟେଲ। ସେ  ଗତ ମେ’ ୧୮ ତାରିଖ ଦିନ କଂଗ୍ରେସ ପରିତ୍ୟାଗ କରି ଆସିଥିବା ଏବେ ଭାରତୀୟ ଜନତା ପାର୍ଟି (ବିଜେପି)ରେ ଯୋଗ ଦେଇଛନ୍ତି। ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ  ହାର୍ଦ୍ଦିକ ପଟେଲ୍‌ଙ୍କୁ ସ୍ବାଗତ କରି ଗାନ୍ଧୀନଗରରେ ଥିବା ଭାରତୀୟ ଜନତା ପାର୍ଟି କାର୍ଯ୍ୟାଳୟରେ ପୋଷ୍ଟର୍ ଲଗାଯାଇଥିଲା। ପରେ ଗେରୁଆ ଟୋପି ଓ ଉତ୍ତରୀୟ ପ୍ରଦାନ କରାଯାଇ ୨୮ ବର୍ଷିୟ ହାର୍ଦ୍ଦିକଙ୍କୁ ଦଳକୁ ସ୍ବାଗତ କରାଯାଇଥିଲା।

ମୋଦୀଙ୍କ ନେତୃତ୍ବକୁ ପ୍ରଶଂସା

ହାର୍ଦ୍ଦିକ ପଟେଲ ୨୦୧୯ ବିଧାନସଭା ନିର୍ବାଚନ ପୂର୍ବରୁ କଂଗ୍ରେସରେ ଯୋଗଦେଇଥିଲେ। କଂଗ୍ରେସରେ ତାଙ୍କୁ ଗୁରୁତ୍ବପୂର୍ଣ୍ଣ ଦାୟିତ୍ବ ମଧ୍ୟ ମିଳିଥିଲା।‌ ତେବେ ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ କେନ୍ଦ୍ରମନ୍ତ୍ରୀ ଅମିତ ଶାହଙ୍କୁ ଟାର୍ଗେଟ କରୁଥିଲେ। କେନ୍ଦ୍ର ସରକାରଙ୍କର ଯୋଜନା ତାଙ୍କୁ ପସନ୍ଦ ଲାଗୁ ନଥିଲା। କେନ୍ଦ୍ରର ଯୋଜନା ସର୍ବସାଧାରଣ ଲୋକଙ୍କ ପାଇଁ ଉପଯୁକ୍ତ ନାହିଁ ବୋଲି ସେ ‌ଅନେକ ଥର ଅଭିଯୋଗ କରୁଥିଲେ। କିନ୍ତୁ ସେହି ହାର୍ଦ୍ଦିକ ଆଜି ଆଜି ସକାଳେ ଟୁଇଟ୍ କରି କହିଥିଲେ ଯେ, ଦେଶ, ରାଜ୍ୟ, ସର୍ବସାଧାରଣ ଏବଂ ସାମାଜିକ ହିତ ଦୃଷ୍ଟିରୁ ସେ ତାଙ୍କ ଜୀବନର ନୂତନ ପର୍ଯ୍ୟାୟ ଆରମ୍ଭ କରିବେ। ଟୁଇଟ୍ ପୋିଷ୍ଟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ବକୁ ପ୍ରଶଂସା କରି ସେ ଲେଖିଥିଲେ। ନରେନ୍ଦ୍ର ଭାଇ ମୋଦୀଙ୍କ ସଫଳ ନେତୃତ୍ବରେ ଦେଶର ମହତ୍ ସେବାରେ ମୁଁ ଜଣେ ସାମାନ୍ୟ ସୈନିକ ଭାବେ କାର୍ଯ୍ୟ କରିବି।ଓଡ଼ିଶାରେ ଦଳ ଡିଆଁ ନେତା ବହୁତ

ଦଳ ଡିଆଁ ରାଜନୀତି ଓଡ଼ିଶାରେ ମଧ୍ୟ କମ୍‌ ନୁହେଁ। ପୂର୍ବତନ ସାଂସଦ ତଥା କଟକ ମେୟର ସିପିଆଇରୁ ଆସି ବିଜେଡିରେ ମିଶିଥିଲେ। ସ୍ବାସ୍ଥ୍ୟମନ୍ତ୍ରୀ ନବଦାସ କଂଗ୍ରେସ ଛାଡ଼ି ବିଜେଡିରେ ଯୋଗଦେଇଥିଲେ। ସେହିପରି ବିଜେଡି ଛାଡ଼ି ବୈଜୟନ୍ତ ପଣ୍ଡା ବିଜେପିରେ ଯୋଗ ଦେଇଥିଲେ। ଗତବର୍ଷ ନଭେମ୍ବର ୭ ତାରିଖରେ ପୂର୍ବତନ ସାଂସଦ ପ୍ରଦୀପ ମାଝୀ ବିଜେଡିରେ ଯୋଗଦେଇଥିଲେ। ବିଜେଡିରେ ସାମିଲ ହେବା ପୂର୍ବରୁ ପ୍ରଦୀପ ମାଝୀ କଂଗ୍ରେସର ଜଣେ ଆଗଧାଡ଼ିର ନେତା ଥିଲେ। ଆଦିବାସୀଙ୍କ ଅଧିକାର ପାଇଁ ସେ ଲଢ଼ିଥିଲେ। ତେବେ ହଠାତ୍ କଂଗ୍ରେସ ଛାଡ଼ି ବିଜେଡିରେ ଯୋଗଦେବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଥିଲା।  

ବିଜେଡି ଶକ୍ତିଶାଳୀ ଦଳ!

ନବରଙ୍ଗପୁର ସର୍କିଟ ସମ୍ମୁଖ ପଡ଼ିଆରେ ଅନିଷ୍ଠିତ ବିଜେଡିର ମିଶ୍ରଣରେ ପ୍ରଦୀପ କହିଥିଲେ ଯେ ବିଜେଡି ଗୋଟିଏ ମାତ୍ର ଦଳ ଯିଏ ପ୍ରତି ନିର୍ବାଚନରେ ଆକଳନ ଠାରୁ ଅଧିକ ସଫଳତା ପାଉଛି। ବର୍ତ୍ତମାନ ପରିସ୍ଥିତିରେ ବିଜେଡି ସରକାର ପ୍ରତି ସେକେଣ୍ଡରେ ଶକ୍ତିଶାଳୀ ହୋଇ ଚାଲିଛି। ଅବିଭକ୍ତ କୋରାପୁଟ ଜିଲ୍ଲାରେ ବୈପ୍ଳବିକ ପରିବର୍ତ୍ତନ ପାଇଁ ଆଖିରେ ଆଖିଏ ସ୍ବପ୍ନ ନେଇ ସମର୍ଥନଙ୍କ ସହ ବିଜେଡି ଆସିଛନ୍ତି। ଆଉ ତାଙ୍କ ସ୍ବପ୍ନ ପୂରଣ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବ୍ୟତୀତ ଆଉ କେହି କରିପାରିବେ ନାହିଁ।

RELATED ARTICLES

LEAVE A REPLY

Please enter your comment!
Please enter your name here

Most Popular

Recent Comments