Tuesday, September 10, 2024
Homeହିତାଧିକାରୀଙ୍କୁ ଉପହାର! ମିଳିଲା ଟଙ୍କା
Array

ହିତାଧିକାରୀଙ୍କୁ ଉପହାର! ମିଳିଲା ଟଙ୍କା

ଭୁବନେଶ୍ୱର: ଦିନ କେଇଟା ପରେ ସରିଯିବ ବର୍ଷ ୨୦୨୧। ପୁରୁଣା ବର୍ଷ ସ୍ମରଣୀୟ ହୋଇଯିବ। କୋଭିଡର ୨ୟ ଲହର ପାଇଁ ୨୦୨୧ରେ ରାଜ୍ୟର ହଜାର ହଜାର ଲୋକ ପୋକମାଛି ପରି ମରିଛନ୍ତି। କୋଭିଡ-୧୯ର ୨ୟ ଲହର ସମୟରେ ଲକ୍ଷାଧିକ ଲୋକ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏଥି ପାଇଁ ଲୋକଙ୍କୁ ବହୁ ଖର୍ଚ୍ଚାନ୍ତ ହେବାକୁ ପଡ଼ିଛି। ଗରିବ ଲୋକଙ୍କ ପାଇଁ ପରିସ୍ଥିତି ଆହୁରି ଦୟନୀୟ ହୋଇଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଲୋକଙ୍କର ଏହି ଅସୁବିଧାକୁ ବୁଝି ପାରିଛନ୍ତି। ରାଜ୍ୟ ସରକାର ଏବେ ହିତାଧିକାରୀ ମାନଙ୍କୁ ଟଙ୍କା ଦେଉଛନ୍ତି।

ନୂଆବର୍ଷ ଆସିବା ପୂର୍ବରୁ ରାଜ୍ୟ ସରକାର ଗରିବ ଲୋକଙ୍କ ବ୍ୟାଙ୍କ ଆକାଉଣ୍ଟକୁ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ଓ ବିଜୁ ପକ୍କାଘର ଯୋଜନାରେ ମରାମତି ପାଇ ୧୦୦୦ ଟଙ୍କା ଲେଖାଏଁ ଦେଉଛନ୍ତି। ଏହି ୨ଟି ଯୋଜନା ମାଧ୍ୟମରେ ସରକାର ୧୪୪୪ କୋଟି ଟଙ୍କା ଖର୍ଚ୍ଚ କରିବେ। ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ହିତାଧିକାରୀ ମାନଙ୍କୁ ଜୀବିକା ପାଇଁ ଏକ ହଜାର ଟଙ୍କା ଲେଖାଏ ଆର୍ଥିକ ସହାୟତା ପ୍ରଦାନ କରୁଥିବା ବେଳେ ବିଜୁ ପକ୍କାଘର ମରାମତି ଯୋଜନାରେ ୩୦ ଲକ୍ଷ ପରିବାରକୁ ୧୦୦୦ ଟଙ୍କା ଲେଖାଏଁ ଦେବେ। ରାଜ୍ୟର ସମସ୍ତ ପରିବାର ଯଦିଓ ୨ଟି ଯାକ ଯୋଜନାରେ ସାମିଲ ହୋଇ ପାରି ନାହାନ୍ତି। ତଥାପି ଅତିକମ୍‌ରେ ୩୦ ଲକ୍ଷ ପରିବାର ଉଭୟ ଯୋଜନାରୁ ଉପକୃତ ହେବେ। ଉଭୟ ଯୋଜନାରେ ସାମିଲ ଥିବା ପରିବାରକୁ ୨ ହଜାର ଟଙ୍କା ଲେଖାଏଁ ମିଳିବ। ତେବେ ବର୍ଷ ଶେଷ ହେବା ପୂର୍ବରୁ ଅଚାନକ ରାଜ୍ୟ ସରକାରଙ୍କ ଠାରୁ ମିଳୁଥିବା ମାଗଣା ଟଙ୍କା ଗରିବ ଲୋକଙ୍କ ପାଇଁ ଆଶୀର୍ବାଦ ସଦୃଶ ହୋଇଛି। ଏହି ଟଙ୍କାରେ ଲୋକେ ଅତିକମ୍‌ରେ ନୂଆବର୍ଷ ଧୁମ୍‌ଧାମରେ ତ ପାଳନ କରିପାରିବେ।

୯୬ ଲକ୍ଷ ପରିବାରକୁ କୋଭିଡ ସହାୟତା

ବର୍ତ୍ତମାନ ରାଜ୍ୟରେ କରୋନାର ସ୍ଥିତି ପୂର୍ବ ତୁଳନାରେ ଏକ ପ୍ରକାର ଭଲ ଅଛି। କିନ୍ତୁ ଅତୀତରେ ଲୋକେ କରୋନା ଯୋଗୁଁ ବହୁ କ୍ଷୟକ୍ଷତିର ସାମ୍ନା କରିଥିଲେ। ଏହାକୁ ଲାଘବ କରିବା ପାଇଁ ଲାଘବ କରିବା ପାଇଁ ମୁଖ୍ୟମନ୍ତ୍ରୀ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ହିତାଧିକାରୀ ମାନଙ୍କୁ ଜୀବିକା ପାଇଁ ଏକ ହଜାର ଟଙ୍କା ଲେଖାଏ ଆର୍ଥିକ ସହାୟତ ଦେଇଛନ୍ତି। ବିଜୁ ସ୍ୱାସ୍ଥ କଲ୍ୟାଣ କାର୍ଡ ନ ଥିବା କ୍ଷେତ୍ରରେ, ଜାତୀୟ ଖାଦ୍ୟ ସୁରକ୍ଷା କିମ୍ବା ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନାର ହିତାଧିକାରୀମାନେ ମଧ୍ୟ ଏହି ସହାୟତା ପାଇପାରିବେ। ରାଜ୍ୟର ୯୬ ଲକ୍ଷ ପରିବାର ଏହି ସହାୟତା ପାଇବେ। ଏଥିପାଇଁ ରାଜ୍ୟ ସରକାର ନିଜ ପାଣ୍ଠିରୁ ୯୬୦ କୋଟି ଟଙ୍କା ଖର୍ଚ୍ଚ କରିବେ। ସାତ ଦିନ ମଧ୍ୟରେ ଏହି ସହାୟତା ସମସ୍ତ ହିତାଧିକାରୀ ମାନଙ୍କୁ ପ୍ରଦାନ କରିବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି।

ଘର ମରାମତି ପାଇଁ ୩୦୦୦ ଟଙ୍କା

ରାଜ୍ୟ ସରକାର  ବିଜୁ ପକ୍କା ଘର, ନିର୍ମାଣ ଶ୍ରମିକ ପକ୍କା ଘର ଓ ଖଣି ଅଞ୍ଚଳ ପକ୍କା ଘର ଯୋଜନାରେ ଘର ପାଇଥିବା ଲୋକଙ୍କୁ ଘର ମରାମତି ପାଇଁ ୩୦୦୦ ଟଙ୍କା ସହାୟତା ଦେବାକୁ ନିଷ୍ପତ୍ତି ନେଇଛନ୍ତି। ଏଥି ପାଇଁ ସରକାର ୧୪୪୪ କୋଟି ଟଙ୍କା ଖର୍ଚ୍ଚ କରିବେ। ମୁଖ୍ୟମନ୍ତ୍ରୀ ଏହି ଘୋଷଣା କରିଛନ୍ତି। ଏହି ଅବସରରେ ସେ କହିଛନ୍ତି ଯେ, ମୁଁ ଜାଣେ କୋଭିଡ ଯୋଗୁ ଆମର ଗରିବ ଲୋକମାନେ ବହୁତ କଷ୍ଟରେ ଅଛନ୍ତି। ଛୋଟ ଛୋଟ ମରାମତି କରିବା, ଏପରିକି ଚୂନ ଦେବା ପାଇଁ ମଧ୍ୟ ଲେକେ ଆର୍ଥିମ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। କେନ୍ଦ୍ର ଯୋଜନାରେ ଘର ଖଣ୍ଡିଏ ପାଇବା ପାଇଁ ଅନେକ ଯୋଗ୍ୟ ପରିବାର ବହୁ ଦିନ ଧରି ଅପେକ୍ଷା କରିଛନ୍ତି। ଏ ସଂପର୍କରେ ମୁଁ କେନ୍ଦ୍ର ସରକାରଙ୍କ ଦୃଷ୍ଟି ଆକର୍ଷଣ କରିଛି। ଦୁଃଖର କଥା ଆମର ଜନଜାତି ଅଞ୍ଚଳ ଓ ପଶ୍ଚିମ ଓଡିଶା ପରି ଗୁରୁତ୍ୱପୂର୍ଣ୍ଣ ଜିଲ୍ଲା ଲୋକମାନେ ଏଥିରେ ବିଶେଷ ପ୍ରଭାବିତ ହୋଇଛନ୍ତି।  

୩ୟ ଲହର ପାଇଁ ମୁଖ୍ୟମନ୍ତ୍ରୀଙ୍କ ବାର୍ତ୍ତା

ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, କୋଭିଡର ପ୍ରଥମ ଓ ଦ୍ଵିତୀୟ ଲହରୀ ଆମ ପାଇଁ ଆହ୍ଵାନ ସୃଷ୍ଟି କରିଥିଲା। ଲୋକଙ୍କ ଅର୍ଥିକ ଓ ସାମାଜିକ ଜୀବନ ଉପରେ ଗଭୀର ପ୍ରଭାବ ପକାଇଥିଲା। ଗରିବ ଲୋକମାନେ ଏଥିରେ ବହୁତ କ୍ଷତି ସହିଥିଲେ। କୋଭିଡର ପ୍ରଭାବ ଏପର୍ଯ୍ୟନ୍ତ ମଧ୍ୟ ଯାଇନାହିଁ। ବର୍ତ୍ତମାନ ପରିପ୍ରେକ୍ଷୀରେ ଓମିକ୍ରନ୍‌ ବିଶ୍ୱବାସୀଙ୍କୁ ସତର୍କ ଘଣ୍ଟି ଦେଇଛି। ରାଜ୍ୟର ଜନତା ପ୍ରଥମ ଓ ଦ୍ଵିତୀୟ ଲହରୀକୁ ମୁକାବିଲା କରିପାରିନ୍ତି। ୩ୟ ଲହର ଯଦି ଆସେ ଆମକୁ ମୁକାବିଲା କରିବାକୁ ପଡ଼ି। ମାସ୍କ ପିନ୍ଧିବା, ବାରମ୍ବାର ହାତ ଧୋଇବା, ସାମାଜିକ ଦୂରତା ରକ୍ଷା କରିବା ଓ ଅତି ଆବଶ୍ୟକ ନ ହେଲେ ଭିଡକୁ ନ ଯିବା ପାଇଁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍ତି।

RELATED ARTICLES

LEAVE A REPLY

Please enter your comment!
Please enter your name here

Most Popular

Recent Comments