Friday, February 14, 2025
Homeହୋଲି ଖେଳିବା ପୂର୍ବରୁ ସତର୍କକୁ ଦିଅନ୍ତୁ ଗୁରୁତ୍ୱ
Array

ହୋଲି ଖେଳିବା ପୂର୍ବରୁ ସତର୍କକୁ ଦିଅନ୍ତୁ ଗୁରୁତ୍ୱ

ଭୁବନେଶ୍ୱର: ଜୀବନ ହେଉଛି ଏକ ରଂଗର ପର୍ବ । ସମଗ୍ର ପ୍ରାଣୀ ଜଗତ ପାଇଁ ଜୀବନର ମୂଲ୍ୟ ସମାନ । କିନ୍ତୁ ମାନବ ସମାଜ ପାଇଁ ଏହା ସତନ୍ତ୍ର । ମନୁଷ୍ୟ ପାଇଁ ଜୀବନ ରୂପକ ରଂଗ କେତେବେଳେ ମନରେ ହସ ଆଣିଥାଏ ତ ବେଳେ ବେଳେ ଅଜସ୍ର ଦୁଃଖ ମଧ୍ୟ ଆସିଥାଏ । ଏହି ଖୁସି ଓ ଦୁଃଖର ମଧ୍ୟରେ ପାଳନ କରାଯାଇଥାଏ ପର୍ବ ପର୍ବାଣୀ । ଯେମିତି ଦୀର୍ଘ ୧୫ ମାସ ହେବ ସମଗ୍ର ବିଶ୍ୱର ଜନତା କୋଭିଡ୍‌-୧୯ ମହାମାରୀର ସମ୍ମୁଖୀନ ହେଉଛନ୍ତି ଏବଂ ଏହି ସମୟ ମଧ୍ୟରେ ଦେଶରେ ବିଭିନ୍ନ ପର୍ବପର୍ବାଣୀ ପାଳନ କରାଯାଇଛି । କରୋନା ଭାଇରସ୍ ସଂକ୍ରମଣରେ ବିଶ୍ୱରେ ୨୭ ଲକ୍ଷରୁ ଅଧିକ ଲୋକଙ୍କର ମୃତ୍ୟୁ ହୋଇସାରିଛି । ଭାରତରେ ଏହି ସଂଖ୍ୟା ଦେଢ଼ ଲକ୍ଷରର ଊର୍ଦ୍ଧ୍ୱ ହୋଇଛି ।

ବିଭିନ୍ନ ଧର୍ମ, ସଂସ୍କୃତି ଓ ପରଂପରାର ଦେଶ ‘ଭାରତ’ରେ କରୋନା କଟକଣା ମଧ୍ୟରେ ପର୍ବ-ପର୍ବାଣୀ ପାଳନ ହେଉଛି । କିନ୍ତୁ ଅନ୍ୟ ପର୍ବ ତୁଳନାରେ ‘ହୋଲି’ ଭିନ୍ନ ଶୈଳୀରେ ପାଳନ ହେଉଥିବାରୁ ଏଥି ପ୍ରତି ଅଧିକ ସତର୍କ ରହିବାର ସମୟ ଆସିଛି । ଦଶହରା, ଦୀପାବଳୀ, ମକର ସଂକ୍ରାନ୍ତି ଭଳି ପର୍ବ ପାଳନରେ ସାମାଜିକ ଦୂରତା ରକ୍ଷା କରାଯାଇପାରିବ, ଯାହାକି ହୋଲି ପର୍ବରେ ସମ୍ଭବ ନୁହେଁ । ହୋଲି ଖେଳରେ ସାମାଜିକ ଦୂରତାକୁ ବାଦ୍ ଦିଆଯାଇପାରିବ ନାହିଁ । ଜଣେ ବ୍ୟକ୍ତି ୨ୟ ବ୍ୟକ୍ତିଙ୍କ ସହିତ ଯେତେବେଳେ ହୋଲି ଖେଳିବେ, ସ୍ପର୍ଶ କରିବାକୁ ପଡୁଛି । ଏହି ସ୍ପର୍ଶ ଯୋଗୁଁ କରୋନା ସଂକ୍ରମଣ ବ୍ୟାପିବାର ଆଶଙ୍କା ରହୁଛି ।

୪୦୬ ଜଣଙ୍କୁ ସଂକ୍ରମିତ କରିପାରିବ ଜଣେ!

କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ପକ୍ଷରୁ ଶନିବାର କୁହାଯାଇଛି ଯେ, ଜଣେ ବ୍ୟକ୍ତି ବିନା କଟକଣାର ଯଦି ଚଳପ୍ରଚଳ କରିବ, ତା ହେଲେ ସଂପୃକ୍ତ ବ୍ୟକ୍ତି ଜଣକ ୩୦ ଦିନ ମଧ୍ୟରେ ହାରାହାରି ୪୦୬ ଜଣ ଲୋକଙ୍କୁ ସଂକ୍ରମିତ କରିପାରିବ । ମନ୍ତ୍ରାଳୟ ତରଫରୁ କୁହାଯାଇଛି, ୨୦୨୦ ମେ’ ମାସ ପରେ କୋଭିଡ-୧୯ ସଂକ୍ରମଣ ଯୋଗୁଁ ମୃତ୍ୟୁର ସାପ୍ତାହିକ ମାମଲାରେ ସର୍ବାଧିକ ଦେଖାଯାଇଛି । କେନ୍ଦ୍ର ସରକାର ମହାରାଷ୍ଟ୍ର, ଗୁଜରାଟ, ହରିୟାଣା, ତାମିଲନାଡୁ, ଛତିଶଗଡ଼, ମଧ୍ୟପ୍ରଦେଶ, ପଶ୍ଚିମବଙ୍ଗ, ଦିଲ୍ଲୀ, ଜମ୍ମୁ କଶ୍ମୀର, କର୍ଣ୍ଣାଟକ, ପଂଜାବ ଓ ବିହାର ଉପରେ ତୀକ୍ଷ୍ଣ ନଜର ରଖିଛନ୍ତି । କାରଣ ଏହି ରାଜ୍ୟଗୁଡ଼ିକର ୪୬ଟି ଜିଲ୍ଲାରେ କରୋନା ସଂକ୍ରମଣ ଦ୍ରୁତ ଗତିରେ ବ୍ୟାପିବାରେ ଲାଗିଛି ।

କେଉଁ ଜିନିଷ ପ୍ରତି ଗୁରୁତ୍ୱ ଦେବା

ହୋଲି ଖେଳିବା ପୂର୍ବରୁ ପ୍ରତ୍ୟେକ ବ୍ୟକ୍ତି ନିଜର ସୁରକ୍ଷାକୁ ଗୁରୁତ୍ୱ ଦେବା ଉଚିତ୍ । ହୋଲି ଖେଳ ସ୍ଥଳରେ ଆୟୋଜକ କେନ୍ଦ୍ର ସରକାରଙ୍କ ଦ୍ୱାରା ଜାରି ହୋଇଥିବା କରୋନା ଗାଇଡଲାଇନକୁ ପାଳନ କରିବା ଉଚିତ୍ । ସେହିପରି ସମସ୍ତେ ମାସ୍କ ପିନ୍ଧିବା ବାଧ୍ୟତାମୂଳକ ହେବା ଦରକାର । ହୋଲି ଖେଳ ସ୍ଥାନରେ ସାନିଟାଇଜର ଓ ଥର୍ମାଲ ସ୍କ୍ରିନିଂ ବ୍ୟବସ୍ଥା ହେଲେ ଭଲ । ସରକାରଙ୍କ ମାର୍ଗଦର୍ଶିକା ଅନୁସାରେ ନିଶା ଦ୍ରବ୍ୟ ଓ ମ୍ୟୁଜିକକୁ ବାରଣ କରାଯାଇଛି । କଣ୍ଟେନମେଣ୍ଟ ଜୋନରେ ହୋଲି ଖେଳାଯାଇପାରିବ ନାହିଁ । ଲୋକେ ଘର ପାଖରେ ହୋଲି ଖେଳିଲେ ଭଲ ।

କେଉଁମାନେ ଖେଳିବେନି ହୋଲି

କେନ୍ଦ୍ର ସରକାରଙ୍କ ମାର୍ଗଦର୍ଶିକା ଅନୁସାରେ କୋଭିଡ ସଂକଟ ସମୟରେ ଲୋକେ ସର୍ବସାଧାରଣ ସ୍ଥଳରେ ହୋଲି ନ ଖେଳିବା ଭଲ । ୧୦ ବର୍ଷରୁ କମ ବୟସ ଏବଂ ୬୦ ବର୍ଷରୁ ଅଧିକ ବୟସ୍କ ବ୍ୟକ୍ତିମାନଙ୍କୁ ସଂପୂର୍ଣ୍ଣ ଭାବେ ହୋଲି ଖେଳିବା ମନା । ଅନ୍ୟମାନେ ଯଦି ରଂଗ ଖେଳୁଛନ୍ତି, ତା’ହେଲେ ପରିବାର ଲୋକଙ୍କ ସହିତ ଘରେ ହୋଲି ଖେଳ ଆୟୋଜନ ହୋଇପାରିବ । ମାତ୍ର ମନେ ରିଖିବାକୁ ହେବ ଯେ, କାଶ, ଥଣ୍ଡା ଓ ଜ୍ୱରରେ ଆକ୍ରାନ୍ତ ଥିବା ଲୋକେ ହୋଲି ଖେଳ ଠାରୁ ଦୂରରେ ରହିଲେ ଭଲ । ହୋଲି ପାଳନ ବେଳେ ଖାଦ୍ୟ ସାମଗ୍ରୀ ବିରତଣକୁ ମଧ୍ୟ ମନା କରାଯାଇଛି । ସେହିପର ସୁଖିଲା ରଂଗକୁ ବ୍ୟବହାର କରାଯାଇପାରିବ, ଯାହାକି ଗାଧୋଇବା ସମୟରେ ଦେହରୁ ଶୀଘ୍ର ଛାଡ଼ିଯିବ ।

RELATED ARTICLES

LEAVE A REPLY

Please enter your comment!
Please enter your name here

Most Popular

Recent Comments