Tuesday, October 15, 2024
Home‘ହୋଲି’ ପଛର କାହାଣୀ
Array

‘ହୋଲି’ ପଛର କାହାଣୀ

ଭୁବନେଶ୍ବର: ଭାରତ ପର୍ବପର୍ବାଣୀର ଦେଶ। ଏଠାରେ ଭିନ୍ନ ଜାତିର ଲୋକ ଅଲଗା ଅଲଗା ପର୍ବ ପାଳନ କରିଥାନ୍ତି। ଏହି ପର୍ବଗୁଡ଼ିକ ମଧ୍ୟରୁ ‘ହୋଲି‘ ହେଉଛି ଅନ୍ୟ ଏକ ପର୍ବ। ଫଗୁଣ ପୂର୍ଣ୍ଣିମା ଦିନ ହୋଲି ପାଳନ ହୋଇଥାଏ। ଏହି ପର୍ବ ବସନ୍ତ ଋତୁର ସ୍ବାଗତର ପର୍ବ ଭାବେ ପାଳନ କରାଯାଇଥାଏ।

ପ୍ରତି ପର୍ବର ଏକ କାହାଣୀ ରହିଛି, ଯାହାକି ଧାର୍ମିକ ଭାବନାକୁ ନେଇ ଆଧାରିତ। ହୋଲି ପଛରେ ମଧ୍ୟ ଏକ ସୁନ୍ଦର କାହାଣୀ ରହିଛି। ହିରଣ୍ୟକଶ୍ୟପ ନାମରେ ଜଣେ ରାଜା ଥିଲେ, ଯିଏକି ନିଜକୁ ଅଧିକ ଶକ୍ତିଶାଳୀ ମନେ କରୁଥିଲେ। ତେଣୁ ସେ ଦେବୀଦେବତାଙ୍କୁ ଘୃଣା କରୁଥିଲେ। ଭଗବାନ ବିଷ୍ଣୁଙ୍କ ନାମ ମଧ୍ୟ ସେ ଶୁଣିବାକୁ ପସନ୍ଦ କରୁନଥିଲେ। କିନ୍ତୁ ତାଙ୍କର ପୁତ୍ର ପ୍ରହ୍ଲାଦଙ୍କ ପ୍ରକୃତି ଭିନ୍ନ। ପ୍ରହ୍ଲାଦ ଜଣେ ଭଗବାନ ବିଷ୍ଣଙ୍କ ଭକ୍ତ ଥିଲେ। ମାତ୍ର ହିରଣ୍ୟକଶ୍ୟପଙ୍କୁ ଏହା ଆଦୌ ପସନ୍ଦ ଲାଗୁ ନଥିଲା। ସେ ପୁତ୍ରକୁ ଅନେକ ପ୍ରକାରରେ ଭୟଭୀତ କରାଇଥିଲେ। ଭଗବାନ ବିଷ୍ଣୁଙ୍କୁ ଉପାସନା ନକରିବାକୁ କହୁଥିଲେ। ହେଲେ ପ୍ରହ୍ଲାଦ ପିତାଙ୍କ କଥାକୁ ଶୁଣୁ ନଥିଲେ। ସେ ଭଗବାନଙ୍କ ଭକ୍ତିରେ ଲୀନ ହୋଇଯାଉଥିଲେ।

ହିରଣ୍ୟକଶ୍ୟପ ଅତି ଗର୍ବୀ ଥିଲେ। ସେ ନିଜ ପୁଅର ମୃତ୍ୟୁ ପାଇଁ ଯୋଜନା କରିଥିଲେ। ସେଥିପାଇଁ ଭଉଣୀ ହୋଲିକାକୁ ଅଗ୍ନିବେଦୀରେ ବସାଇ ପ୍ରହ୍ଲାଦକୁ କୋଳରେ ଧରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ। ପ୍ରହ୍ଲାଦ ନିଜର ପିଉସୀଙ୍କ କୋଳରେ ଥାଇ ଅଗ୍ନିରେ ବସିଲେ। ହୋଲିକା କିନ୍ତୁ ନିଆଁରେ ଜଳିଯାଇଥିଲେ। ଭଗବାନ ବିଷ୍ଣୁଙ୍କ ଭକ୍ତ ପ୍ରହ୍ଲାଦଙ୍କ କୌଣସି ଅସୁବିଧା ହୋଇ ନଥିଲା। ସେହି ଦିନର ସ୍ମରଣରେ ଆଜି ପର୍ଯ୍ୟନ୍ତ ଭାରତରେ ହୋଲିକା ଦହନ କରାଯାଏ ଏବଂ ତାପରଦିନ ହୋଲି ଖେଳାଯାଇଥାଏ।

ବ୍ରଜରେ ଭିନ୍ନ ଶୈଳୀରେ ହୋଲି ପାଳନ

ହୋଲି ପର୍ବ ଯଦିଓ ସମଗ୍ର ଭାରତରେ ପାଳନ କରାଯାଇଥାଏ, ଉତ୍ତର ଭାରତରେ ଏହା ଅଧିକ ଉତ୍ସାହପୂର୍ଣ୍ଣ ହୋଇଥାଏ। ବ୍ରଜ, ବୃନ୍ଦାବନ ଓ ଗୋକୁଳ ଭଳି ସ୍ଥାନରେ ହର୍ଷୋଲ୍ଲାସର ସହିତ ହୋଲି ଖେଳ ହୋଇଥାଏ। ଏଠାରେ ସପ୍ତାହ ପର୍ଯ୍ୟନ୍ତ ରଂଗ ଖେଳ ହୋଇଥାଏ। ବ୍ରଜରେ ଏକ ପରଂପରା ରହିଛି ଯେ, ମହିଳାଙ୍କ ଉପରେ ପୁରୁଷମାନେ ରଂଗ ବୋଳନ୍ତି। ମହିଳାମାନେ ପୁରୁଷଙ୍କୁ ମାରନ୍ତି। ଏହା ବହୁ ପୁରୁଣା ପ୍ରଥା। ଏହା ଦେଖିବାକୁ ଉତ୍ତର ଭାରତ ଯାଇଥାନ୍ତି। କିଛି ସ୍ଥାନରେ ଫୁଲର ହୋଲି ପାଳନ ହୋଇଥାଏ। ଗୀତ-ନୃତ୍ୟର ସହିତ ଅନ୍ୟକୁ ଭେଟି ଖୁସି ପାଳନ କରିଥାନ୍ତି।

ଇନ୍ଦୋରରେ ୨ ସପ୍ତାହ ପୂର୍ବରୁ ପ୍ରସ୍ତୁତି

ମଧ୍ୟ ଭାରତ ଏବଂ ମହାରାଷ୍ଟ୍ରରେ ରଂଗପଞ୍ଚମୀର ଅଧିକ ମହତ୍ବ ରହିଛି। ଲୋକେ ରଂଗ ଧରି ଅନ୍ୟମାନଙ୍କ ଘରକୁ ଯାଆନ୍ତି। ଜଣେ ଅନ୍ୟକୁ ରଂଗ ଲଗାନ୍ତି। ଖରାପ ଭାବିବେନି ହୋଲି ଆସିଛି। ମଧ୍ୟ ଭାରତର ଇନ୍ଦୋର ସହରରେ ହୋଲି ଭିନ୍ନ ପ୍ରକାରରେ ଖେଳାଯାଇଥାଏ। ପୂର ସହରବାସୀ ହୋଲିରେ ବ୍ୟସ୍ତ ରୁହନ୍ତି। ନାଚଗୀତର କାର୍ଯ୍ୟକ୍ରମର ଆୟୋଜନ ମଧ୍ୟ କରିଥାନ୍ତି। ପ୍ରାୟ ୨ ସପ୍ତାହ ପୂର୍ବରୁ ଆୟୋଜନ ଆରମ୍ଭ କରିଥାନ୍ତି। ରଂଗର ଏହି ପର୍ବକୁ ଫଗୁଣ ମହୋତ୍ସବ କୁହାଯାଏ। ପୁରୁଣା ଗୀତକୁ ବ୍ରଜର ଭାଷାରେ ଗାନ କରାଯାଏ।

କେମିତି ଖେଳିବା ହୋଲି

ହୋଲି ହେଉଛି ରଂଗର ପର୍ବ। କିନ୍ତୁ ଏହାକୁ ସତର୍କତାର ସହିତ ଖେଳିବାର ଅଛି। ଆଜିକାଲି ରଂଗରେ ଅପମିଶ୍ରଣ ରହୁଛି, ଯାହାକି ଶରୀରକୁ କ୍ଷତି ପହଞ୍ଚାଇଥାଏ। ତେଣୁ କେବଳ ପ୍ରାକୃତିକ ରଂଗରେ ହୋଲି ଖେଳାଯିବା ଉଚିତ। ଖରାପ ରଂଗର ବ୍ୟବହାର କାରଣରୁ ଆଖି ଉପରେ ପ୍ରଭାବ ପଡ଼ିପାରେ। ରସାୟନିକ ସାମଗ୍ରୀ ମିଶିଥିବା ରଂଗଠାରୁ ଦୂରେଇ ରହିଲେ ଭଲ। ଘର ବାହାରେ ପ୍ରସ୍ତୁତ କୌଣସି ବସ୍ତୁ ଖାଇବା ପୂର୍ବରୁ ଚିନ୍ତା କରାଯିବା ଦରକାର। ସତର୍କତାର ସହିତ ଅନ୍ୟକୁ ରଂଗ ଲଗାନ୍ତୁ। ଯଦି ଦ୍ବିତୀୟ ବ୍ୟକ୍ତି ଚାହୁଁନାହାନ୍ତି, ତାହେଲେ ବଳପୂର୍ବକ ରଂଗ ଲଗାଯିବା ଉଚିତ ନୁହେଁ, କାରଣ ଏହାଦ୍ବାରା ସଂପର୍କରେ ଫାଟ ପଡ଼ିବାର ଆଶଙ୍କା ରହିଛି।

RELATED ARTICLES

LEAVE A REPLY

Please enter your comment!
Please enter your name here

Most Popular

Recent Comments