Friday, September 13, 2024
Homeୟୁକ୍ରେନ୍‌ରେ ତାଣ୍ଡବ ରଚୁଛି ରୁଷିଆ
Array

ୟୁକ୍ରେନ୍‌ରେ ତାଣ୍ଡବ ରଚୁଛି ରୁଷିଆ

ଭୁବନେଶ୍ୱର: ଶାନ୍ତି ପାଇଁ ରୁଷିଆ ଓ ୟୁକ୍ରେନ୍‌ ମଧ୍ୟରେ ଚାଲିଥିବା ଆଲୋଚନା ବାରମ୍ବାର ବିଫଳ ହୋଇଛି। ଉଭୟ ଦେଶ ମଧ୍ୟରେ କ୍ରମାଗତ ୩ୟ ଥର ଆଲୋଚନା ସଫଳ ହୋଇପାରି ନାହିଁ। ଯୁଦ୍ଧରେ ବିରାମ ଲଗାଇବା ପାଇଁ ବିଦେଶୀ ରାଷ୍ଟ୍ରମାନେ ମଧ୍ୟ ବହୁ ଉଦ୍ୟମ କରିଛନ୍ତି। ଭାରତ, ତୁର୍କୀ ସମେତ ଅନ୍ୟ ରାଷ୍ଟ୍ରର କୁଟନୀତି କାମ କରୁ ନାହିଁ। ଆମେରିକା ଓ ୟୁରୋପୀୟ ସଂଘ ପକ୍ଷରୁ କଟକଣାକୁ ମଧ୍ୟ ରୁଷିଆ ଖାତିର କରି ନାହିଁ। ଶାନ୍ତି ପାଇଁ ସମଗ୍ର ବିଶ୍ୱ ଉଦ୍ୟମ କରୁଥିଲା ବେଳେ ଆଜି ୟୁକ୍ରେନ୍‌ ରାଜଧାନୀ କିଭ୍‌ ଉପରେ ରୁଷିଆର ସେନା ବଡ଼ଧରଣର ଆକ୍ରମଣ କରିଛି। ଯୁଦ୍ଧର ୧୮ତମ ଦିନରେ ମାର୍ଚ୍ଚ ୧୩ ତାରିଖରେ ଗୁଳି ଓ ବୋମାମାଡ଼ରେ ୬ ଜଣ ମହିଳା ଓ ଜଣେ ଶିଶୁଙ୍କର ମୃତ୍ୟୁ ହୋଇଛି।

ଖାରସେନରେ ରୁଷିଆର ୨ଟି ହେଲିକପ୍ଟଟ ଉପରେ ୟୁକ୍ରେନ୍‌ ଆକ୍ରମଣ କରିଛି। ଜବାବରେ ରୁଷିଆର ସୈନିକମାନେ କିଭ ଓବ୍ଲାଷ୍ଟରେ ଲଗାତାର ବୋମାମାଡ଼ କରିଛନ୍ତି। କିଭ୍‌ ସହରର ଗ୍ରୀନ କରିଡର ଉପରେ ରୁଷୀୟ ସୈନିକ ଆକ୍ରମଣ କରିଛନ୍ତି। ଆକ୍ରମଣ ସମୟରେ ମହିଳା ଓ ଶିଶୁମାନଙ୍କୁ ଉଦ୍ଧାର କରାଯାଉଥିଲା। ଉଭୟ ଦେଶ ଶାନ୍ତି ପାଇଁ ପୁଣି ଥରେ କଥାବାର୍ତ୍ତା କରିବାକୁ ଉଦ୍ୟମ କରିଛନ୍ତି। ଏହା ନିଶ୍ଚିତ ଭାବେ ଏକ ସ୍ୱାଗତଯୋଗ୍ୟ ପଦକ୍ଷେପ। ୟୁକ୍ରେନ୍‌ର ରାଷ୍ଟ୍ରପତି ଭଲୋହିମୀର ଜେଲେନ୍‌ସ୍କି ଜେରୁସେଲମରେ ରୁଷିଆର ରାଷ୍ଟ୍ରପତି ଭ୍ଲାଦିମୀର ପୁତିନଙ୍କୁ ଭେଟିବାକୁ ପ୍ରସ୍ତାବ ରଖିଛନ୍ତ। ଜେଲେନ୍‌ସ୍କି କହିଛନ୍ତି ଯେ, ସେ ଇସ୍ରାଏଲର ପ୍ରଧାନମନ୍ତ୍ରୀ ନଫତାଲୀ ବେନେଟଙ୍କୁ ମଧ୍ୟସ୍ଥି ଭାବେ କାର୍ଯ୍ୟ କରିବାକୁ ଅପିଲ କରିଛନ୍ତି।

ମେୟରଙ୍କୁ ଆକ୍ରମଣ

ଫେବ୍ରୁଆରୀ ୨୪ ତାରିଖ ଠାରୁ ଯୁଦ୍ଧ ଚାଲିଥିବା ବେଳେ ରୁଷିଆ ପ୍ରତ୍ୟେକ ଦିନ ରଣକୌଶଳ ପରିବର୍ତ୍ତନ କରୁଛି। ଏବେ ପୁଣି ଜଣେ ୟୁକ୍ରେନ୍‌ର ମେୟରଙ୍କୁ ରୁଷିଆର ସେନା ଅପହରଣ କରିଛି। ଆଗାମୀ ଦିନରେ ରୁଷିଆର ଆହୁରି ଅନେକ ପ୍ରକାର ରଣନୀତି ବ୍ୟବହାର କରିପାରେ। ୟୁକ୍ରେନର ବୈଦେଶିକ ମନ୍ତ୍ରୀ ଦାବି କରିଛନ୍ତି। ୟେଭେନ ମାଥଭେଭଙ୍କୁ ଅପହରଣ କରାଯାଇଥିବା ସେଠାକାର ମନ୍ତ୍ରୀ ଦାବି କରିଛନ୍ତି। ମନ୍ତ୍ରୀ କହିଛନ୍ତି, ମୁଁ ୟୁକ୍ରେନ ଏବଂ ଗଣତନ୍ତ୍ର ବିରୋଧରେ ରୁଷିଆର ଆତଙ୍କବାଦକୁ ବନ୍ଦ କରିବାକୁ ଅନ୍ତର୍ଜାତୀୟ ସଂଗଠନକୁ ଆହ୍ଵାନ କରୁଛି। ସୂଚନାଯୋଗ୍ୟ ଏହା ପୂର୍ବରୁ ମଧ୍ୟ ରୁଷିଆର ସୈନିକମାନେ ମେଲିଟୋପୋଲ ମେୟରଙ୍କୁ ଅପହରଣ କରି ନେଇଥିଲେ।

ୟୁକ୍ରେନ୍‌ରୁ ସ୍ଥାନାନ୍ତରିତ ହେବ ଦୂତାବାସ

ରୁୁଷିଆ ଓ ୟୁକ୍ରେନ ମଧ୍ୟରେ ଚାଲିଥିବା ଯୁଦ୍ଧ ସମୟରେ ବୈଦେଶିକ ବ୍ୟାପାର ମନ୍ତ୍ରାଳୟ ଏକ ବଡ ନିଷ୍ପତ୍ତି ନେଇଛି। ୟୁକ୍ରେନରେ ଥିବା ଭାରତୀୟ ଦୂତାବାସକୁ ପୋଲାଣ୍ଡ ସ୍ଥାନାନ୍ତର କରିବାକୁ ଘୋଷଣା କରିଛି। ଏହାର କାରଣ ହେଲା ଯେ, ୟୁକ୍ରେନ୍‌ର ପଶ୍ଚିମ ଭାଗରେ ହୋଇଥିବା ଆକ୍ରମଣ ଯୋଗୁଁ ସେଠାକାର ସ୍ଥିତି ଦ୍ରୁତ ଗତିରେ ଖରାପ ଅବସ୍ଥାକୁ ଅଗ୍ରସର ହେଉଛି। ତେଣୁ ୟୁକ୍ରେନରେ ଥିବା ଭାରତୀୟ ଦୂତାବାସକୁ ସାମୟିକ ଭାବେ ପୋଲାଣ୍ଡକୁ ସ୍ଥାନାନ୍ତର କରାଯିବ। ଏଥି ସହିତ ବିଦେଶ ମନ୍ତ୍ରାଳୟ ଭାରତୀୟ ଦୂତାବାସ ଏହାର ନାଗରିକମାନଙ୍କ ସହିତ ନିରନ୍ତର ଯୋଗାଯୋଗରେ ଅଛି, ଯେଉଁମାନେ ସେଠାରେ ଫସି ରହିଛନ୍ତି। ଦୂତାବାସର ସାହାଯ୍ୟରେ ବର୍ତ୍ତମାନ ପର୍ଯ୍ୟନ୍ତ ସମସ୍ତ ଭାରତୀୟଙ୍କୁ ଯୁଦ୍ଧ ସ୍ଥାନରୁ ଉଦ୍ଧାର କରାଯାଇଥିବା ଦାବି କରାଯାଇଛି।

RELATED ARTICLES

LEAVE A REPLY

Please enter your comment!
Please enter your name here

Most Popular

Recent Comments