Monday, September 9, 2024
Homeୟୁକ୍ରେନ୍‌ରେ ଫସଥିବା ଓଡ଼ିଆଙ୍କୁ ଆଣୁଛନ୍ତି କିଏ?
Array

ୟୁକ୍ରେନ୍‌ରେ ଫସଥିବା ଓଡ଼ିଆଙ୍କୁ ଆଣୁଛନ୍ତି କିଏ?

ଭୁବନେଶ୍ୱର: ଗତ ଫେବ୍ରୁଆରୀ ୨୪ ତାରିଖ ଠାରୁ ରୁଷିଆ ଓ ୟୁକ୍ରେନ୍ ମଧ୍ୟରେ ଯୁଦ୍ଧ ଜାରି ରହିଛି । ରୁଷିଆର ସେନା ପ୍ରଥମେ କିଭ୍ ଓ ଖାରକିଭ୍‌ରେ ନିଜର ଆଧିପତ୍ୟ ବିସ୍ତାର କରିସାରିଥିବା ବେଳେ ଏବେ ଚେର୍ନିହାଇଭକୁ ଟାର୍ଗେଟ କରିଛନ୍ତି । ୟୁକ୍ରେନ୍ ଗଣମାଧ୍ୟମ କହିବା ଅନୁସାରେ ଚେର୍ନିହାଇଭରେ ରୁଷିଆର ଆକ୍ରମଣରେ ୩୩ ଜଣ ଲୋକଙ୍କର ମୃତ୍ୟୁ ହୋଇଛି । ୧୮ ଜଣ ଗୁରୁତର ହୋଇଛନ୍ତି । ସଂଯୁକ୍ତ ରାଷ୍ଟ୍ର ତରଫରୁ କୁହାଯାଇଛି ଯେ, ରୁଷିଆ ଦ୍ୱାରା ମାର୍ଚ୍ଚ ୪ ତାରିଖ ପୂର୍ବାହ୍ନ ୯ଟା ସୁଦ୍ଧା ୪୮୦ ମିସାଇଲ ମାଡ ହୋଇଛି । ଲଢ଼େଇରେ ୨୨୭ ଜଣଙ୍କର ମୃତ୍ୟୁ ହୋଇସାରିଛି । ୫୨୫ ଲୋକ ଆହତ ହୋଇଛନ୍ତି । କିନ୍ତୁ ୟୁକ୍ରେନ୍ କହିଛି, ୨୦୦୦ରୁ ଊର୍ଦ୍ଧ୍ୱ ଲୋକଙ୍କର ଆକ୍ରମଣରେ ମୃତ୍ୟୁ ହୋଇଛି ।

ୟୁକ୍ରେନ୍ ସଂକଟ ଯୋଗୁଁ ମର୍ଚ୍ଚ ୨ ତାରିଖ ସୁଦ୍ଧା ୧୦ ଲକ୍ଷ ବିଦେଶୀ ନାଗରିକ ସ୍ୱଦେଶ ଫେରିଯାଇଛନ୍ତି । ଆଧୁନିକ ବିଶ୍ୱରେ ଅଳ୍ପ ଦିନ ଭିତରେ ଏହା ହେଉଛି ସର୍ବାଧିକ ପଳାୟନ । ୧୮ ହଜାର ଭାରତୀୟ ଏପର୍ଯ୍ୟନ୍ତ ଆସିସାରିଛନ୍ତି । କିଛି ଓଡ଼ିଆ ମଧ୍ୟ ୟୁକ୍ରେନ୍ ଏବଂ ଏହାର ପଡୋଶୀ ରାଷ୍ଟ୍ରରୁ ଫେରି ଆସିଥିବା ବେଳେ କମ ଦିନ ଭିତରେ ଆହୁରି ଶହ ଶହ ଓଡ଼ିଆ ୟୁକ୍ରେନ୍ ଛାଡ଼ିବେ । ବର୍ତ୍ତମାନ ୟୁକ୍ରେନ୍ ଓ ଏହାର ପଡୋଶୀ, ହଙ୍ଗେରି, ପୋଲାଣ୍ଡ, ରୋମାନିଆ ଓ ସ୍ଲୋଭାକିଆରୁ ଉଦ୍ଧାର କରାଯାଉଛି । ଭାରତ ସରକାର ଅପରେଶନ ଗଙ୍ଗା ମାଧ୍ୟମରେ ୟୁକ୍ରେନ ସଂକଟର ସାମ୍ନା କରୁଥିବା ଲୋକଙ୍କୁ ଉଦ୍ଧାର କରୁଥିବା ବେଳେ ଓଡ଼ିଶା ସରକାର ମଧ୍ୟ ସେଠାରୁ ଓଡ଼ିଆ ଲୋକଙ୍କୁ ଉଦ୍ଧାର କରୁଥିବା ଦାବି କରୁଛନ୍ତି । ଫଳରେ ସାଧାରଣ ଜନତା ଏକ ଦ୍ୱନ୍ଦ୍ୱରେ ପଡିଯାଇଛନ୍ତି, ୟୁକ୍ରେନ୍‌ରୁ ଓଡ଼ିଆମାନଙ୍କୁ ଉଦ୍ଧାର କରୁଛି କିଏ?

ଓଡ଼ିଶା ସରକାରଙ୍କ ସ୍ୱତନ୍ତ୍ର ବ୍ୟବସ୍ଥା

ଓଡ଼ିଶା ସରକାରଙ୍କ ମୁଖ୍ୟ ଶାସନ ସଚିମ ସୁରେଶ ଚନ୍ଦ୍ର ମହାପାତ୍ର କହିଛନ୍ତି ଯେ, ୟୁକ୍ରେନ୍ ଓ ଏହାର ପଡୋଶୀ ଦେଶ ପୋଲାଣ୍ଡ, ହଙ୍ଗେରି, ରୋମାନିଆ ଓ ସ୍ଲୋଭାକିଆରୁ ଓଡ଼ିଆମାନଙ୍କୁ ଫେରାଇ ଆଣିବା ପାଇଁ ଉଦ୍ୟମ ଜାରି ରହିଛି । ଏଥି ପାଇଁ ୪ ଜଣଙ୍କୁ ବଡ଼ ଦାୟିତ୍ୱ ଦିଆଯାଇଛି । କିଟ ଓ କିସ ବିଶ୍ୱବିଦ୍ୟାଳୟର କୁଳପତି ବିକ୍ରମାଦିତ୍ୟଙ୍କୁ ପୋଲାଣ୍ଡ, ୟୁଏନଏଚସିଆର ବରିଷ୍ଠ ଟିଡିପିଏ ଅଧିକାରୀ ଆରୁଷି ରାୟଙ୍କୁ ହଙ୍ଗେରି, ରୋମର ୟୁଏନ ପଲିସି ଅଧିକାରୀ ବୈଶାଳୀ ମହାନ୍ତିଙ୍କୁ ରୋମାନିଆ ଓ କନସଲଣ୍ଟା ଅନୁରାଗ ପଟ୍ଟନାୟକଙ୍କୁ ସ୍ଲୋଭାକିଆରୁ ଓଡ଼ିଆମାନଙ୍କୁ ଉଦ୍ଧାର କରିବା ପାଇଁ ଦାୟିତ୍ୱ ଦିଆଯାଇଛି । ଏମାନେ ରେସିଡେଣ୍ଟ କମିସନରଙ୍କ ସହିତ ଯୋଗାଯୋଗ ରଖି ଉଦ୍ଧାର କାମ କରିବେ ବୋଲି ମୁଖ୍ୟ ଶାସନ ସଚିବ କହିଛନ୍ତି ।

ମୁଖ୍ୟମନ୍ତ୍ରୀ ନବୀନଙ୍କୁ ନିବେଦନ

ୟୁକ୍ରେନ୍‌ରୁ ଫେରିଆସି ନୂଆଦିଲ୍ଲୀ ଓ ମୁମ୍ବାଇ ବିମାନବନ୍ଦରରେ ପହଞ୍ଚି ଥିବା ଭାରତୀୟ ଛାତ୍ରଛାତ୍ରୀମାନେ ଭାରତୀୟ ବାୟୁସେନା ଓ କେନ୍ଦ୍ର ସରକାରଙ୍କ ବିମାନ ଚଳାଚଳ ମନ୍ତ୍ରାଳୟ ତଥା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ପ୍ରଶଂସାରେ ପୋତି ଦେଉଛନ୍ତି । କିନ୍ତୁ କିଛି ଓଡ଼ିଆ ଛାତ୍ରୀ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ପ୍ରଶଂସା କରାଯାଉଛି । ସୋସିଆଲ ମିଡିଆରେ ଭାଇରାଲ ହୋଇଥିବା ଚାର୍ଟ ଅନୁସାରେ ଖାରକିଭ୍ ନ୍ୟାସନାଲ ମେଡିକାଲ କଲେଜରେ ପଢୁଥିବା ଛାତ୍ରଛାତ୍ରୀ ଉଦ୍ଧାର ପାଇଁ ମୁଖ୍ୟମନ୍ତ୍ରୀ ନବୀନଙ୍କ ପଟ୍ଟନାୟକଙ୍କୁ ନିବେଦନ କରିଛନ୍ତି । ତେବେ ଓଡ଼ିଆ ଛାତ୍ରଛାତ୍ରୀଙ୍କ ବୟାନ ଗଣମାଧ୍ୟମରେ ଭାଇରାଲ ହେବା ଦ୍ୱାରା ମନରେ ସଂଦେହ ହେଉଛି, ଏହା ରାଜନୀତି ନୁହେଁଁ ତ । କାରଣ ସମସ୍ତେ ଜାଣିଛନ୍ତି, ଭାରତୀୟମାନଙ୍କୁ ଉଦ୍ଧାର ପାଇଁ କେନ୍ଦ୍ର ସରକାର ବ୍ୟାପକ ବନ୍ଦୋବସ୍ତ କରିଛନ୍ତି ।

ଭାରତକୁ ପ୍ରତିଶ୍ରୁତି ଦେଲେ ପୁତିନ

ୟୁକ୍ରେନ୍‌ରୁ ଭାରତୀୟଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରିବା ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ରୁଷିଆର ରାଷ୍ଟ୍ରପତି ଭ୍ଲାଦିମୀର ପୁତିନ ଟେଲିଫୋନରେ ୨ ଥର କଥା ହୋଇଛନ୍ତି । ପୁତିନ ପ୍ରତିଶ୍ରୁତି ଦେଇଛନ୍ତି ଯେ, ୟୁକ୍ରେନ୍‌ରେ ଫସିଥିବା ଭାରତୀୟମାନଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରିବାରେ ସହାୟତା ଦେବେ । ଖାରକିଭକୁ ରୁଷିଆ ନିୟନ୍ତ୍ରଣ କରିସାରିଛି । ଏଠାରେ ବହୁ ସଂଖ୍ୟାରେ ଭାରତୀୟ ଛାତ୍ର-ଛାତ୍ରୀମାନେ ଥିବା ବେଳେ ସେମାନଙ୍କୁ ସୁରକ୍ଷିତ ଭାବେ ସ୍ୱଦେଶ ଫେରାଇବା ପାଇଁ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବ ବୋଲି ରୁଷିଆ ପ୍ରତିଶ୍ରୁତି ଦେଇଛି । ଏକ ସ୍ୱତନ୍ତ୍ର କରିଡର ମାଧ୍ୟମରେ ଖୁବ ଶୀଘ୍ର ରୁଷିଆ ନେଇ ସେଠାରୁ ଭାରତ ପଠାଇ ଦିଆଯିବ ବୋଲି ପୁତିନ କହିଛନ୍ତି ।

ଜଳୁଛି ନ୍ୟୁକ୍ଲିୟର କାରଖାନା

ୟୁକ୍ରେନ୍‌ରେ ଥିବା ୟୁରୋପ ମହାଦେଶର ସର୍ବବୃହତ ନ୍ୟୁକ୍ଲିୟର ପାୱାର ପ୍ଲାଣ୍ଟ ‘ଜେପୋରୀଜିୟା ନ୍ୟୁକ୍ଲିୟର ପାୱାର ପ୍ଲାଣ୍ଟ’ ଉପରେ ରୁଷିଆ ଲଗାତାର ଆକ୍ରମଣ କରୁଛି । ଫଳରେ ଏଥିରୁ ରେଡିଏଶନ ବ୍ୟାପିବାର ବିପଦ ବଢ଼ିଛି । ଯଦି ଏହା ହୁଏ ହଜାର ହଜାର ଲୋକ ପୋକମାଛି ଭଳି ମୃତ୍ୟୁ ହେବାର ଆଶଙ୍କା ରହୁଛି । ୟୁକ୍ରେନ୍‌ର ଅଧିକାରୀଙ୍କ କହିବା ଅନୁସାରେ ଏହି ଆକ୍ରମଣ ପରେ ଜେପୋରୀଜିୟାସ୍ଥିତ ୟୁରୋପର ସର୍ବବୃହତ୍ତ ପରମାଣୁ ଶକ୍ତି କେନ୍ଦ୍ରରୁ ଧୂଆଁ ଉଡୁଛି । ପରମାଣୁ ଶକ୍ତି କେନ୍ଦ୍ରରୁ ଧୂଆ ନିର୍ଗତ ହେଉଥିବା ଦେଖାଯାଉଛି । ଏହି କାରଖାନା ୟୁକ୍ରେନ୍‌ର ୨୫ ପ୍ରତିଶତ ବିଦ୍ୟୁତ ଉତ୍ପାଦନ କରିଥାଏ । ନିଆଁ ଲିଭାଇବା ପାଇଁ ବଡ଼ ପଦକ୍ଷେକ ଆବଶ୍ୟକ ।  

RELATED ARTICLES

LEAVE A REPLY

Please enter your comment!
Please enter your name here

Most Popular

Recent Comments