Tuesday, September 10, 2024
Home୧୯୫୨ ଜଣ ରେଳ କର୍ମଚାରୀଙ୍କ ମୁଣ୍ଡ ଗଡ଼ାଇଲା କରୋନା
Array

୧୯୫୨ ଜଣ ରେଳ କର୍ମଚାରୀଙ୍କ ମୁଣ୍ଡ ଗଡ଼ାଇଲା କରୋନା

ନୂଆଦିଲ୍ଲୀ: ଭାରତୀୟ ପରିବହନ ବ୍ୟବସ୍ଥାର ବଳ କୁହାଯାଉଥିବା ରେଳବାଇକୁ ବିଗଦ ୧୪ ମାସ ହେବ କରୋନା ପ୍ରଭାବିତ କରିଛି । କରୋନା ସଂକ୍ରମଣ ଦେଖାଯିବା ପରେ ଦେଶରେ କେବଳ ସ୍ୱତନ୍ତ୍ର ଟ୍ରେନ୍‌ଗୁଡ଼ିକ ପରିଚାଳିତ ହେଉଛି । କରୋନାର ପ୍ରଥମ ଲହରରେ ୨୦୨୧ ମାର୍ଚ୍ଚ ୨୨ ତାରିଖରୁ ଭାରତୀୟ ରେଳ ସେବା ସଂପୂର୍ଣ୍ଣ ଭାବେ ବନ୍ଦ ଥିବା ବେଳେ ଧୀରେ ଧୀରେ ଏହା ଜୁନ ମାସ ଠାରୁ ପୁଣି ମୁଣ୍ଡ ଟେକିଥିଲା । ୨୦୨୦ ଡିସେମ୍ବର ମାସ ବେଳକୁ ଅଳ୍ପ ସଂଖ୍ୟାରେ ଟ୍ରେନ୍‌କୁ ବାଦ୍ ଦେଲେ ଅଧିକାଂଶ ଟ୍ରେନ୍ ପୁଣି ଥରେ ରେଳଧାରଣାରେ ଗଡ଼ିବା ଆରମ୍ଭ କରିଥିଲା । କିନ୍ତୁ ମାର୍ଚ୍ଚ ମାସଠାରୁରେ ଦେଶରେ କରୋନାର ୨ୟ ଲହର ଅଧିକ କ୍ରିୟାଶୀଳ ହେବା ପରେ ରେଳଯାତ୍ରୀଙ୍କ ସଂଖ୍ୟା ଧୀରେ ଧୀରେ କମିବାରେ ଲାଗିଲା ।

କରୋନା ଯୋଗୁଁ ଲୋକେ ବହୁତ ଜରୁରୀ କାମ ନଥିଲେ ବାହାରକୁ ଯାତ୍ରା କରୁ ନାହାନ୍ତି । କମ ଦୂର ହୋଇଥିଲେ ବ୍ୟକ୍ତିଗତ ଯାନବାହାନରେ ଯିବାକୁ ପସନ୍ଦ କରୁଛନ୍ତି । ଯାହା ଦ୍ୱାରା ରେଳରେ ଯାତ୍ରୀମାନଙ୍କର ସଂଖ୍ୟା ହ୍ରାସ ପାଇଛି । ଏହି କାରଣରୁ ମଧ୍ୟ ରେଳବାଇକୁ ହଜାର ହଜାର କୋଟି ଟଙ୍କାର ରାଜସ୍ୱ ହରାଇବାକୁ ପଡୁଛି । ଆର୍ଥିକ କ୍ଷତି ଯୋଗୁଁ ଭାରତୀୟ ରେଳବାଇ ନିଜର ବିଭିନ୍ନ ମଣ୍ଡଳରେ ଅନେକ ଟ୍ରେନ ଚଳାଚଳକୁ ବାତିଲ କରି ଦେଇଛି । କରୋନା ମହାମାରୀ ସ୍ୱାଭାବିକ ସ୍ତରକୁ ଆସିବା ପରେ ପୁଣି ଥରେ ବନ୍ଦ ଥିବା ଟ୍ରେନ୍‌ଗୁଡ଼ିକ ପରିଚାଳିତ ହେବ ।

ଦୈନିକ ୧୦୦୦ ରେଳ କର୍ମଚାରୀ ସଂକ୍ରମିତ

ଭାରତୀୟ ରେଳବାଇରେ କାର୍ଯ୍ୟରତ୧୯୫୨ ଜଣ କର୍ମଚାରୀଙ୍କର କରୋନା ସଂକ୍ରମଣ ଲାଗି ମୃତ୍ୟୁ ହୋଇଛି ବୋଲି ରେଳବାଇ ବୋର୍ଡର ଅଧ୍ୟକ୍ଷ ସୁନୀତ ଶର୍ମା କହିଛନ୍ତି । ରେଳବାଇ ଦେଶର ପ୍ରାୟ ସବୁ ଅଂଚଳକୁ ସଂଯୋଗ କରୁଛି । ଆମେ ପରିବହନ କାମ କରୁଛୁ ଏବଂ ଜିନିଷପତ୍ର ଓ ଲୋକଙ୍କୁ ନେଇଯାଉଛୁ । ତେଣୁ କର୍ମଚାରୀମାନେ କରୋନାରେ କରୋନା ସଂକ୍ରମିତ ହେଉଛନ୍ତି । ସେ କହିଛନ୍ତି ଯେ, ଦୈନିକ ପ୍ରାୟ ୧୦୦୦ କର୍ମଚାରୀ କରୋନା ସଂସ୍ପର୍ଶରେ ଆସୁଛନ୍ତି । ସୂଚନାଯୋଗ୍ୟ ଭାରତୀୟ ରେଳବାଇରେ ପାଖାପାଖି ୧୩ ଲକ୍ଷ କର୍ମଚାରୀ କାର୍ଯ୍ୟରତ ଅଛନ୍ତି ।

କରୋନା ନିୟନ୍ତ୍ରଣ ପାଇଁ ସମସ୍ତଙ୍କ ଚେଷ୍ଟା ଦରକାର

ଭାରତରେ କରୋନା ସଂକ୍ରମଣ ଏବେ ଦେଶବାସୀଙ୍କର ଚିନ୍ତା ବଢ଼ାଇ ଦେଇଛି । ଦୈନିକ ସଂକ୍ରମଣ କିଛି ଦିନ ପୂର୍ବରୁ ୪ ଲକ୍ଷରୁ ଅଧିକ ଏବଂ ମୃତ୍ୟୁ ସଂଖ୍ୟା ୪ ହଜାରରୁ ଊର୍ଦ୍ଧ୍ୱ ରହିବା ଦ୍ୱାରା ସରକାରଙ୍କ ମୁଣ୍ଡ ବ୍ୟଥା ହୋଇଛି । ସଂକ୍ରମଣ ବଢ଼ି ଚାଲିଥିବାରୁ ଏବେ ଓଡ଼ିଶା, ଛତିଶଗଡ଼, ଝାଡ଼ଖଣ୍ଡ, ପଶ୍ଚିମବଙ୍ଗ, ଦିଲ୍ଲୀ, ମହାରାଷ୍ଟ୍ର, ଉତ୍ତରପ୍ରଦେଶ, କର୍ଣ୍ଣାଟକ, ତାମିଲନାଡୁ, କେରଳ, ଗୁଜରାଟ, ରାଜସ୍ଥାନ ସମେତ ଦେଶର ୨୭ଟି ରାଜ୍ୟରେ ଲକ୍‌ଡାଉନ୍ ଜାରି ରହିଛି । ସ୍ଥିତିରେ ଯଦି ସୁଧାର ନ ଆସେ ଏହା ଆହୁରି କେତେ ଦିନ ଆଗକୁ ବଢ଼ିବ, ତା’ର କିଛି ସୁିନିଶ୍ଚିତତା ନାହିଁ । କରୋନା ମୁକାବିଲା କରିବା ପାଇଁ ବ୍ୟକ୍ତିଗତ ଉଦ୍ୟମ ହେବା ଦରକାର । କରୋନା ପ୍ରତି ସମସ୍ତେ ସତର୍କ ରହିଲେ, ଏହା ନିୟନ୍ତ୍ରଣକୁ ଆସିବ ବୋଲି ବୁଦ୍ଧିଜୀବୀମାନେ ମତ ପ୍ରକାଶ କରନ୍ତି ।

ରେଳ କର୍ମଚାରୀଙ୍କ ପରିବାରକୁ ସ୍ୱତନ୍ତ୍ର ସୁବିଧା ଦାବି

ରେଳବାଇ ନିଜର କର୍ମଚାରୀଙ୍କ ପାଇଁ ସ୍ୱତନ୍ତ୍ରୀ ହସ୍ପିଟାଲ ନିର୍ମାଣ କରିଛି । କରୋନା ଯୋଗୁଁ ଏଥିରେ ବେଡ ସଂଖ୍ୟା ବଢ଼ାଇ ଦେଇଛି । ରେଳ ହସ୍ପିଟାଲରେ ଅକ୍ସିଜେନ ୟୁନିଟ ପ୍ରତିଷ୍ଠା କରାଯାଇଛି । ରେଳବାଇ ନିଜର କର୍ମଚାରୀଙ୍କ ସ୍ୱାସ୍ଥ୍ୟ କଥା ଚିନ୍ତା କରୁଛି । ଅଖିଳ ଭାରତୀୟ ରେଳବାଇ ପୁରୁଷ ସଂଗଠନ ନାଁରେ ଏକ ସଂଘ କିଛି ଦିନ ପୂର୍ବରୁ ରେଳମନ୍ତ୍ରୀ ପୀୟୁଷ ଗୋୟଲଙ୍କୁ ଚିଠି ଲେଖ ଦାବି ଜଣାଇଥିଲା ଯେ, କାମ କରୁଥିବା ସମୟରେ ଜୀବନ ହରାଇଥିବା କର୍ମଚାରୀଙ୍କ ପରିବାର ପ୍ରତି ସ୍ୱତନ୍ତ୍ର ଦୃଷ୍ଟି ଦିଆଯିବା ଦରକାର ।

୩୧ଟି ଟ୍ରେନ୍ ଚଳାଚଳ ବାତିଲ

କରୋନା ସଂକ୍ରମଣ ବୃଦ୍ଧିକୁ ଦୃଷ୍ଟିରେ ରଖି ଦେଶର ପୂର୍ବୋତ୍ତର ଅଂଚଳରେ ଚଳାଚଳ କରୁଥିବା ୩୧ଟି ଟ୍ରେନ୍‌କୁ ବାତିଲ ଘୋଷଣା କରିଛି । ରେଳବାଇର ଏହି ନିଷ୍ପତ୍ତି ଅନୁସାରେ ବିହାର, ଆସାମ ଓ ପଶ୍ଚିମବଙ୍ଗରେ ୩୧ଟି ସ୍ୱତନ୍ତ୍ର ଟ୍ରେନ୍ ଚଳାଚଳ ବନ୍ଦ ବାତିଲ ହେବ । ଯାତ୍ରୀ ସମସ୍ୟା କାରଣରୁ ପୂର୍ବତଟ ରେଳପଥ କିଛି ସ୍ୱତନ୍ତ୍ର ଟ୍ରେନ୍ ଗୁଡ଼ିକ ବାତିଲ କରିଦେଇଛି । ପୂର୍ବତଟ ରେଳପଥ ଅନୁସାରେ ଆସନ୍ତା ୨୨ ତାରିଖ ପର୍ଯ୍ୟନ୍ତ ୨୨ଟି ଟ୍ରେନ୍ ବାତିଲ ରହିବ ।

RELATED ARTICLES

LEAVE A REPLY

Please enter your comment!
Please enter your name here

Most Popular

Recent Comments