Saturday, September 14, 2024
Home୧୯ ବର୍ଷ ପରେ ପୁରୁଷୋତ୍ତମ ମାସ
Array

୧୯ ବର୍ଷ ପରେ ପୁରୁଷୋତ୍ତମ ମାସ

ଭୁବନେଶ୍ୱର: ଭଗବାନ ଶିବଙ୍କ ମହାକୃପାର ଦିନ ଆସିଯାଇଛି । ଶିବ ମନ୍ଦିରରେ ଭୋଲେ ବାବାଙ୍କ ନାମରେ ଜୟଘୋଷ ଧ୍ୱନି ଶୁଭୁଛି । ହର ହର ମହାଦେବ ଏବଂ ବମ ବମ ଭୋଲେ ସ୍ୱରରେ ମନ୍ଦିର ଏବଂ ଶିବାଳୟରେ ବାତାବରଣ ଶିବମୟ ହୋଇଉଠିଛି । ଭକ୍ତ ଶ୍ରଦ୍ଧା ଓ ଆସ୍ଥାର ଫୁଲ ନିଜର ଆରାଧ୍ୟ ଦେବତାଙ୍କୁ ଅର୍ପଣ କରୁଛନ୍ତି । ଆଗାମୀ ଦୁଇ ମାସ ଭକ୍ତମାନେ ମହାଦେବଙ୍କୁ ପୂଜାର୍ଚ୍ଚନା କରିବେ ଏବଂ ସୁଖ-ସମୃଦ୍ଧିର ଆଶୀର୍ବାଦ ପ୍ରାପ୍ତ କରିବେ । ଏଥର ଶ୍ରାବଣ ମାସ ୨୦୨୩ ଜୁଲାଇ ୪ ତାରିଖ ଠାରୁ ଆରମ୍ଭ ହୋଇଥିବା ବେଳେ ଅଗଷ୍ଟ ୩୧ ଯାଏଁ ଏହା ଜାରି ରହିବ ।

ଶ୍ରାବଣ ମାସ ଭଗବାନ ଶିବଙ୍କ ପାଇଁ ସମର୍ପିତ । କୁହାଯାଇଥାଏ ଯେ, ଏହି ମାସରେ ସମୁଦ୍ର ମନ୍ଥନ ହୋଇଥିଲା । ପ୍ରଭୁ ଭୋଲାଶଙ୍କର ହଳାହଳ ବିଷପାନ କରିଥିଲେ । ହଳାହଳ ବିଷପାନ ପରେ ଉଗ୍ରବିଷକୁ ଶାନ୍ତି କରିବା ପାଇଁ ଭକ୍ତମାନେ ଏହି ମାସରେ ଶିବଙ୍କୁ ଜଳାଭିଷେକ କରିଥିଲେ । ବର୍ଷ ସାରା ପୂଜା କରି ଶିବଙ୍କ ଠାରୁ ଯେଉଁ ଫଳ ଆଶା କରାଯାଇଥାଏ, ତାହା କେବଳ ଶ୍ରାବଣ ମାସରେ ହିଁ ସମ୍ଭବ । ତପସ୍ୟା, ସାଧନା ଓ ବରପ୍ରାପ୍ତି ପାଇଁ ଏହା ହେଉଛି ଶ୍ରେଷ୍ଠ ମାସ ।

ଅଧିକ ମାସ କେବେ?

ଏଥର ସାଧାରଣ ଶ୍ରାବଣ ସହିତ ଅଧିକ ଏକ ମାସ ସଂଯୋଗ ହୋଇଛି । ଏଥି ପାଇଁ ଶ୍ରାବଣର ମାସରେ ଏକ ମାସ ଅଧିକ ଯୋଡ଼ି ହୋଇଛି । ଏହି ସଂଯୋଗ ୧୯ ବର୍ଷ ପରେ ଆସିଛି । ଅଧିକ ମାସକୁ ପୂର୍ବରୁ ଅଶୁଭ ବୋଲି କୁହାଯାଉଥିଲା । ପରେ ଶ୍ରୀହରି ଏହି ମାସକୁ ନିଜର ନାମ ଦେଇଥିଲେ । ସବୁଠୁ ଅଧିକ ମାସକୁ ‘ପୁରୁଷୋତ୍ତମ ମାସ’ କୁହାଗଲା । ଏହି ମାସରେ ଭଗବାନ ବିଷ୍ଣୁଙ୍କ ପୂରା ଗୁଣ ମିଳିଥାଏ । ଏଥି ପାଇଁ ଏହି ମାସରେ ଧର୍ମ କାର୍ଯ୍ୟର ଉତ୍ତମ ଫଳ ମିଳିଥାଏ । ଅଧିକ ମାସ ଜୁଲାଇ ୧୮ରୁ ଅଗଷ୍ଟ ୧୬ ପର୍ଯ୍ୟନ୍ତ ରହିବ । ଅର୍ଥାତ ଜୁଲାଇ ୪ରୁ ୧୭ ଏବଂ ଅଗଷ୍ଟ ୧୭ରୁ ୩୧କୁ ସାଧାରଣ ମାସ ଭାବେ ଗଣତି କରାଯିବ । ଏହି ସମୟକୁ ପୂର୍ବ ବର୍ଷର ଶ୍ରାବଣ ମାସ ଭଳି ଗ୍ରହଣ କରାଯିବ ।

ଶିବଙ୍କୁ ପୂଜାବିଧି

ଶ୍ରାବଣ ମାସରେ ଶିବପୂରାଣ ଅନୁସାରେ ଶିବ ଭକ୍ତଙ୍କୁ ଅଧିକ ସତର୍କ ରହିବାର ଅଛି । ଶିବଲିଙ୍ଗରେ ହଳଦୀ, ସିନ୍ଦୁର, ତୁଳସୀ ଜଟ, କୁମକୁମ, ତେଲ, ଖଣ୍ଡିଆ ଚାଉଳ, ନାଲି ରଂଗର ଫୁଲ, କେତକୀ ଫୁଲ ଶଙ୍ଖରେ ଜଳ ଚଢ଼ାଇବା ଉଚିତ ନୁହେଁ । ଏତଦ୍ ବ୍ୟତୀତ ଶ୍ରାବଣରେ ଜୀବନକୁ ଶୃଙ୍ଖଳିତ କରାଯିବା ଉଚିତ । ଏହି ମାସରେ ଜଳ ସଂଚୟ କଲେ ଭବିଷ୍ୟତ ପାଇଁ ଭଲ । ଜଳକୁ ଆଦୌ ନଷ୍ଟ କରା ନଯିବା ଉଚିତ । ନିରାମିଶ ଭୋଜନ ସ୍ୱାସ୍ଥ୍ୟ ପାଇଁ ଭଲ । ଯେଉଁମାନେ ଆମିଷ ଖାଉଛନ୍ତି, ସେମାନେ ବାସୀ ଆମିଷ ଠାରୁ ଦୂରରେ ରହିବାର ଆବଶ୍ୟକତା ଅଛି । ସେହିପରି ତାମସିକ ଭୋଜନ ଓ ରସୁଣ-ପିଆଜ ଆଦି ସେବନ ନକରନ୍ତୁ ।

ମଙ୍ଗଳା ଗୌରୀ ବ୍ରତ

ଶ୍ରାବଣ ମାସର ପ୍ରଥମ ଦିନ ମଙ୍ଗଳା ଗୌରୀ ବ୍ରତ ପଡ଼ିଛି । ଏହି ଦିନରେ ଯିଏବି ମଙ୍ଗଳା ଗୌରୀଙ୍କୁ ପୂଜାର୍ଚ୍ଚନା କରିବେ, ତାଙ୍କରି ଉପରେ ମା’ ପାର୍ବତୀ ଓ ଭଗବାନ ଭୋଲାନାଥଙ୍କ ସ୍ୱତନ୍ତ୍ର କୃପା ରହିବ । ଚଳିତ ବର୍ଷ ଶ୍ରାବଣ ମାସରେ ୯ଟି ମଙ୍ଗଳବାର ପଡ଼ିବ । ତେଣୁ ୯ଟି ମଙ୍ଗଳା ବ୍ରତ ରଖାଯାଇପାରିବ । କୁହାଯାଇଥାଏ ଯେ, ଶ୍ରାବଣ ମାସରେ ମଙ୍ଗଳା ଗୌରୀ ବ୍ରତ କରିବା ଦ୍ୱାରା ବିବାହ ଓ ବୈବାହିକ ଜୀବନ ସହିତ ଜଡ଼ିତ ସମସ୍ୟା ଦୂର ହୋଇଥାଏ । ଏଥି ସହିତ କୌଣସି ଲୋକଙ୍କ ଉପରେ ଯଦି କିଛି ଦୋଷ ଥାଏ, ତାହା ଖଣ୍ଡନ ହୋଇଥାଏ । ମହିଳାମାନେ ସ୍ୱାମୀଙ୍କ ଦୀର୍ଘାୟୁ କାମନା କରି ମଧ୍ୟ ମଙ୍ଗଳା ଗୌରୀ ବ୍ରତ ପାଳନ କରିଥାନ୍ତି । ଏହି ପୂଜା ଯେଉଁମାନେ କରନ୍ତି, ସେମାନେ ସକାଳୁ ଉଠି ଗାଧୋଇ ସାରି ପରିଷ୍କାର ବସ୍ତ୍ର ପରିଧାନ କରନ୍ତି । ଏହା ପରେ କୌଣସି ମନ୍ଦିର ଯାଇ ଅଥବା ଘରେ ପୂଜା କରନ୍ତି । ପୂଜା ପାଇଁ ପ୍ରଥମେ ଶିବଲିଙ୍ଗରେ ଜଳାଭିଷେକ କରନ୍ତି । ଏହା ପରେ ବିଧିବିଧାନ ସହିତ ପୂଜା ଆରମ୍ଭ କରନ୍ତି । ଏହି ବ୍ରତାଧାରୀ ଏକକାଳୀନ ଶିବ ଓ ପାର୍ବତୀଙ୍କ ପୂଜା କରନ୍ତି ।

RELATED ARTICLES

LEAVE A REPLY

Please enter your comment!
Please enter your name here

Most Popular

Recent Comments