Thursday, March 20, 2025
Home୨୦୨୨ ଡିସେମ୍ବର ସୁଦ୍ଧା ଭାରତୀୟ ରେଳବାଇ ସବୁ ୱାଗନକୁ ଆରଏଫ୍‌ଆଇଡି ଦ୍ୱାରା ଟ୍ୟାଗ କରିବ
Array

୨୦୨୨ ଡିସେମ୍ବର ସୁଦ୍ଧା ଭାରତୀୟ ରେଳବାଇ ସବୁ ୱାଗନକୁ ଆରଏଫ୍‌ଆଇଡି ଦ୍ୱାରା ଟ୍ୟାଗ କରିବ

ନୂଆଦିଲ୍ଲୀ: ଭାରତୀୟ ରେଳବାଇ ଦେଶର ସବୁ ରେଳ ୱାଗନକୁ ୨୦୨୨ ସୁଦ୍ଧା ରେଡିଓ ଫ୍ରିକ୍ୱେନ୍ସି ଆଇଡେଣ୍ଟିଫିକେସନ (ଆରଏଫ୍‌ଆଇଡି ଟ୍ୟାଗ) ବ୍ୟବସ୍ଥାରେ ଅନ୍ତର୍ଭୁକ୍ତ କରିବାରେ ଲକ୍ଷ୍ୟ ରଖିଛି। ଏହି ସମୟ ସୁଦ୍ଧା ସବୁ ରେଳ ୱାଗନରେ ରେଡିଓ ଫ୍ରିକ୍ୱେନ୍ସି ବ୍ୟବସ୍ଥା ଖଞ୍ଜାଯାଇ ସହଜରେ ଏହାର ସ୍ଥିତି ନିର୍ଦ୍ଧାରଣ କରିହେବ। ରେଳବାଇର ଏକ ବିରାଟ ଓ ବ୍ୟାପକ ବ୍ୟବସ୍ଥାରେ କେଉଁ ୱାଗନ କେଉଁଠି ରହିଲା ତାହାକୁ ଠାବ କରିବାରେ ଏହି ପଦ୍ଧତି ବିଶେଷ ସହାୟକ ହେବ। ବର୍ତ୍ତମାନ ସୁଦ୍ଧା ୨୩ ହଜାର ୱାଗନ ଆରଏଫ୍‌ଆଇଡି ବ୍ୟବସ୍ଥାରେ ଅନ୍ତର୍ଭୁକ୍ତ ହୋଇଛି। ଏବେ ଏହି କାର୍ଯ୍ୟ ମଧ୍ୟ ଜାରି ରହିଛି; କିନ୍ତୁ କରୋନା ମହାମାରୀ ଯୋଗୁଁ କାମ ଶିଥିଳ ହୋଇପଡ଼ିଛି। ୨୦୨୨ ସୁଦ୍ଧା ଦେଶର ସବୁ ରେଳ ୱାଗନରେ ଆରଏଫ୍‌ଆଇଡି ଲଗାଯାଇ ତାକୁ ଟ୍ୟାଗିଂ କରାଯିବ। ଏବେ ଭାରତୀୟ ରେଳବାଇ ୱାଗନ ଚିହ୍ନଟ ଓ ଗଣତି କାର୍ଯ୍ୟ ମାନୁଆଲ ଭାବେ କରାଯାଉଛି। ଏଥିରେ ଭୁଲ ହେବାର ସମ୍ଭାବନା ରହିଛି। ଆରଏଫ୍‌ଆଇଡି ବ୍ୟବସ୍ଥା ଉପଯୋଗ କରାଗଲେ ପ୍ରତ୍ୟେକ ୱାଗନ, ଇଞ୍ଜିନ, କୋଚ୍‌ କେଉଁଠି କିଭଳି ଅବସ୍ଥାରେ ଅଛି ତାହା ନିର୍ଭୁଲଭାବେ ଜଣାପଡ଼ିବ। ଇଞ୍ଜିନଗୁଡିକରେ ମଧ୍ୟ ଆରଏଫ୍‌ଆଇଡି ଟ୍ୟାଗ ଲଗାଯିବ।  ବିଭିନ୍ନ ଷ୍ଟେସନ ଏବଂ ରେଳପଥ ପାଶ୍ୱର୍ରେ ଟ୍ରାକ୍‌ ସାଇଡ୍‌ ରିଡ୍‌ର ଲଗାଯିବ। ଏହି ରିଡ୍‌ର ଦୁଇ ମିଟର ଦୂରରୁ ଇଞ୍ଜିନ, ଡବା ଓ କୋଚ୍‌ରେ ଖଞ୍ଜାଯାଇଥିବା ଟ୍ୟାଗରୁ ତଥ୍ୟ ସଂଗ୍ରହ କରି ତାହାକୁ କେନ୍ଦ୍ରୀୟ କମ୍ପ୍ୟୁଟରକୁ ପଠାଇବ। ଏହା ଫଳରେ ସବୁ ଚଳନଶୀଳ ଟ୍ରେନର ଇଞ୍ଜିନ ଓ ବଗିର ଗତିବିଧିକୁ ମଧ୍ୟ ଠାବ କରାଯାଇପାରିବ।

ଆରଏଫ୍‌ଆଇଡିର ପ୍ରଚଳନ ପରେ ୱାଗନ, ଇଞ୍ଜିନ ଏବଂ କୋଚର ବାସ୍ତବ ସଂଖ୍ୟା ସେସବୁ ଅଭାବ ଓ ଅନ୍ୟାନ୍ୟ ପ୍ରସଙ୍ଗଗୁଡିକୁ ଠିକ୍‌ଭାବେ ଅନୁଧ୍ୟାନ କରି ସମାଧାନ କରାଯାଇପାରିବ। ଏହା ମଧ୍ୟ ତ୍ରୁଟିଶୂନ୍ୟ ଭାବେ ଶୀଘ୍ର କାର୍ଯ୍ୟକାରୀ ହୋଇପାରିବ।

RELATED ARTICLES

LEAVE A REPLY

Please enter your comment!
Please enter your name here

Most Popular

Recent Comments