Saturday, October 5, 2024
Home୬୦ ଛାତ୍ରୀଙ୍କ ଏମ୍ଏମ୍ଏସ୍ ଭାଇରାଲ
Array

୬୦ ଛାତ୍ରୀଙ୍କ ଏମ୍ଏମ୍ଏସ୍ ଭାଇରାଲ

ନୂଆଦିଲ୍ଲୀ: ପଂଜାବର ମୋହାଲିସ୍ଥିତ ଚଣ୍ଡିଗଡ଼ ବିଶ୍ୱବିଦ୍ୟାଳୟର ଏମଏମଏସ୍ ଲିକ୍ ମାମଲାକୁ ନେଇ ପରିସ୍ଥିତି ତୀବ୍ର ହେବାରେ ଲାଗିଛି। ଗତ ୧୭ ତାରିଖ ଜଣାପଡ଼ିବା ପରେ ଏହି ଘଟଣାକୁ ନେଇ ଛାତ୍ରୀ, ସେମାନଙ୍କର ଅଭିଭାବକ, ବିଶ୍ବବିଦ୍ୟାଳୟ ପ୍ରଶାସନ, ବୁଦ୍ଧିଜୀବୀ ଓ ସରକାରଙ୍କ ଚିନ୍ତା ବଢ଼ିଛି। ଏହି ଘଟଣାରେ ଅଭିଯୁକ୍ତ ଛାତ୍ରୀ, ତାଙ୍କ ପୁରୁଷ ବନ୍ଧୁଙ୍କ ସମେତ ୩ ଜଣ ଗିରଫ ହୋଇସାରିଥିବା ବେଳେ ୨ ଜଣ ୱାଡେନଙ୍କୁ ନିଲମ୍ବିତ ହୋଇଛନ୍ତି। ପ୍ରତିକୂଳ ପରିସ୍ଥିତିକୁ ଦୃଷ୍ଟିରେ ରଖି ବିଶ୍ବବିଦ୍ୟାଳୟ ପରିସରକୁ ୬ ଦିନ ପାଇଁ ବନ୍ଦ ରଖାଯାଇଛି। ଫଳରେ ବାଧ୍ୟହୋଇ ଛାତ୍ରୀମାନେ ଘରକୁ ଫେରିଯାଇଛନ୍ତି।

ଏମ୍ଏମ୍ଏସ୍ ଲିକ୍କୁ ନେଇ ମୋହାଲିରେ କିଛି ଦିନ ହେବ ଉତ୍ତେଜନା ଲାଗି ରହିଛି। ବିଶ୍ବବିଦ୍ୟାଳୟର ଛାତ୍ରୀନିବାସରେ ରହୁଥିବା ୬୦ ଜଣ ଛାତ୍ରୀଙ୍କ ଏମ୍ଏମ୍ଏସ୍କୁ ନେଇ ପୂରା ଦେଶରେ ଖବର ହୋଇଛି। ବିଶ୍ବବିଦ୍ୟାଳୟର ଜଣେ ଛାତ୍ରୀଙ୍କ ଦ୍ବାରା ଏହି ଇଲେକ୍ଟ୍ରୋନିକ୍ ଲିକକୁ ନେଇ ଅଭିଭାବକ ଓ ବୁଦ୍ଧିଜୀବୀ ମହଲରେ ପ୍ରତିକ୍ରିୟା ପ୍ରକାଶ ପାଇଛି। ସମାଜକୁ ଶୃଙ୍ଖଳିତ ରଖିବାରେ ମହିଳାଙ୍କ ସବୁଠାରୁ ବଡ଼ କର୍ତ୍ତବ୍ୟ ହୋଇଥିବା ବେଳେ ଜଣେ ଉଚ୍ଚ ଶିକ୍ଷିତା ଛାତ୍ରୀ କିଭଳି ନିଜର ସହପାଠୀ, ସାଙ୍ଗ, ବନ୍ଧୁ ଓ କନିଷ୍ଠମାନଙ୍କର ଏମଏମ୍ଏସ୍ ଭାଇରାଲ କରିପାରିଲେ, ତାହା ହିଁ କ୍ଷୋଭର ବିଷୟ।

ଗାଧୋଇବା ବେଳର ଭିଡିଓ ଭାଇରାଲ

ଅଭିଯୁକ୍ତ ଛାତ୍ରୀ ଜଣକ ସେ ରହୁଥିବା ମହିଳା ହେଷ୍ଟେଲର ପାଖାପାଖି ୬୦ଜଣ ଛାତ୍ରୀ ଗାଧୋଇବା ସମୟର ଭିଡିଓ ସୁଟିଙ୍ଗ କରି ହିମାଚଳ ପ୍ରଦେଶର ଶିମଲାରେ ରହୁଥିବା ତା’ର ପୁରୁଷ ବନ୍ଧୁଙ୍କ ନିକଟକୁ  ପଠାଉଥିଲା। ଚଣ୍ଡିଗଡ଼ ବିଶ୍ବବିଦ୍ୟାଳୟର ଛାତ୍ରୀ ତଥା ଯୁବତୀଙ୍କର  ପୁରୁଷ ବନ୍ଧୁ ଜଣକ ଏହି ଭିଡିଓ ସବୁକୁ ସାମାଜିକ ଗଣମାଧ୍ୟମରେ ଅପଲୋଡ କରୁଥିଲା। ଏହି ଘଟଣା ପରେ ପରେ ଭାଇରାଲ ହେବାରେ ଲାଗିଥିଲା। ଫଳରେ ଚଣ୍ଡିଗଡ଼ ବିଶ୍ବବିଦ୍ୟାଳୟର ଛାତ୍ରଛାତ୍ରୀ ନିଜ ବିଶ୍ବବିଦ୍ୟାଳୟର ଛାତ୍ରୀନିବାସରୁ ହୋଇଥିବା ଭିଡିଓ ସୁଟିଂ ବାବଦରେ ଜାଣିବାକୁ ପାଇଥିଲେ।

ଭାରତର ରହିଛି ପରଂପରା

ଯୁଗ ଯେତେ ଅତ୍ୟାଧୁନିକ ହେଉ ପରେ ଭାରତର ଏକ ନିଜସ୍ବ ସଂସ୍କୃତି ଓ ପରଂପରା ରହିଛି। ଜଣେ ମହିଳା ଓ ଯୁବତୀଙ୍କ ସଂପର୍କରେ ଯଦି କିଛି ଖରାପ ବାର୍ତ୍ତା ସମାଜକୁ ପ୍ରେରିତ ହୁଏ, ତା’ହେଲେ ସଂପୃକ୍ତ ଯୁବତୀ ତଥା ମହିଳା ନିଜକୁ ବହୁତ ଛୋଟ ମନେ କରନ୍ତି। ଅନେକ ସମୟରେ ଜୀବନ ହାରିବାକୁ ମଧ୍ୟ ପଛାନ୍ତି ନାହିଁ। ଚଣ୍ଡିଗଡ଼ ବିଶ୍ବବିଦ୍ୟାଳୟର ଜଣେ ଉଚ୍ଚ ଶିକ୍ଷିତ ଛାତ୍ରୀଙ୍କ ଦ୍ବାରା ଏଭଳି ଘୃଣ୍ୟ କାମ କରାଯିବା ନିଶ୍ଚିତ ଭାବେ ପରିତାପର ବିଷୟ। ଯେଉଁ ଛାତ୍ରୀମାନେ  ଇଣ୍ଟରନେଟରେ ନିଜ ନିଜ ଭିଡିଓ ଦେଖିଥିଲେ, ସେମାନଙ୍କ ମଧ୍ୟରୁ ୮ଜଣ ଛାତ୍ରୀ ଆତ୍ମହତ୍ୟା ଉଦ୍ୟମ କରିଥିଲେ । ସେମାନଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ମାତ୍ର ଡେପୁଟି ଇନ୍ସପେକ୍ଟର ଅଫ ପୁଲିସ (ଡିଆଇଜି) ଜିଏସ୍ ଭୁଲ୍ଲା ଏହା ଖଣ୍ଡନ କରିଛନ୍ତି। ସେ କହିଛନ୍ତି ଯେ କୌଣସି ଛାତ୍ରୀ ଆତ୍ମହତ୍ୟା ଉଦ୍ୟମ କରିନାହାନ୍ତି।  

ତଦନ୍ତ ଆଦେଶ ଦେଲେ ଡିଜିପି

ଏମ୍ଏମ୍ଏସ୍ ଘଟଣା ନେଇ ପଂଜାବ ବିଶ୍ବବିଦ୍ୟାଳୟର ହଜାର ହଜାର ଛାତ୍ରଛାତ୍ରୀ ଶନିବାର ଓ ରବିବାର ରାଜରାସ୍ତାକୁ ଓହ୍ଲାଇ ପ୍ରଦର୍ଶନ କରିବା ପରେ ସ୍ଥାନୀୟ ପ୍ରଶାସନ ଓ ସରକାର ଚିନ୍ତାରେ ପଡ଼ିଯାଇଥିଲେ। ଉତ୍ତେଜିତ ଛାତ୍ରୀମାନେ ସ୍ବର ଉଠାଇ ଥିଲେ ଯେ, ଯେତେବେଳ ପର୍ଯ୍ୟନ୍ତ, ସେମାନଙ୍କୁ ନ୍ୟାୟ ନ ମିଳିଛି, ରାସ୍ତାରୁ ହଟିବେ ନାହିଁ। ଶେଷରେ ପଞ୍ଜାବ ମୁଖ୍ୟମନ୍ତ୍ରୀ ଭଗୱନ୍ତ ସିଂହ ମାନ୍ ଉଚ୍ଚସ୍ତରୀୟ ଯାଞ୍ଚ କରି ଅଭିଯୁକ୍ତଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ନିର୍ଦ୍ଦେଶ ଦେବା ପରେ ପୁଲିସ ସିମଲାରୁ ଛାତ୍ରୀଙ୍କ ପୁରୁଷ ବନ୍ଧୁକୁ ଗିରଫ କରିଥିଲା ।  

RELATED ARTICLES

LEAVE A REPLY

Please enter your comment!
Please enter your name here

Most Popular

Recent Comments